ଆନ୍ନା ମଣି

ଉଇକିପିଡ଼ିଆ‌ରୁ
(Anna Maniରୁ ଲେଉଟି ଆସିଛି)
ଆନ୍ନା ମଣି
അന്ന മാണി
ଆନ୍ନା ମଣି
Born(1918-08-23)୨୩ ଅଗଷ୍ଟ ୧୯୧୮
ଟ୍ରାଭାଙ୍କୋର, କେରଳ
Died୧୬ ଅଗଷ୍ଟ ୨୦୦୧(2001-08-16) (ବୟସ ୮୨)
Nationalityଭାରତୀୟ
ବିଜ୍ଞାନୀ ଜୀବନ
କ୍ଷେତ୍ରପାଣିପାଗ ବିଜ୍ଞାନ, ପଦାର୍ଥ ବିଜ୍ଞାନ
କର୍ମାନୁଷ୍ଠାନଭାରତୀୟ ମୌସମ ବିଜ୍ଞାନ ବିଭାଗ, ପୁନେ

ଆନ୍ନା ମଣି[୧] (୨୩.୦୮.୧୯୧୮ - ୧୬.୦୮.୨୦୦୧) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନବିତ୍ ଓ ପାଣିପାଗ ବିଜ୍ଞାନବିତ୍ ଥିଲେ[୨] । ସେ ଭାରତୀୟ ମେଟିଓରୋଲୋଜିକାଲ ଡିପାର୍ଟମେଣ୍ଟରେ ଡେପୁଟି ଡାଇରେକ୍ଟର ପଦବୀରୁ ଅବସର ନେଇଥିଲେ । ସେ ମେଟିଓରୋଲୋଜିକାଲ ଯନ୍ତ୍ରିକରଣରେ ଗୁରୁତ୍ତ୍ୱ୍ଅପୁର୍ଣ୍ଣ ଅବଦାନ ଦେଇଥିଲେ । ସୌର ବିକିରଣ, ଓଜୋନ ଓ ପବନ ଶକ୍ତି ବିଷୟରେ ଗବେଷଣା କରି ଅନେକ ପ୍ରବନ୍ଧ ଲେଖିଥିଲେ[୩]

ପ୍ରାକ୍ ଜୀବନ[ସମ୍ପାଦନା]

ଆନ୍ନା ମଣି ଟ୍ରାଭାଙ୍କୋରର ପିରୁମେଡୁରେ ଜନ୍ମ ଗ୍ରହଣ କରିଥିଲେ ।[୪] ତାଙ୍କର ପିତା ଜଣେ ସିଭିଲ ଇଞ୍ଜିନିଅର ଥିଲେ । ପିଲା ବେଳେ ସେ ପ୍ରଭୂତ ପାଠକ ଥିଲେ । ଭାଇକୋମ ସତ୍ୟାଗ୍ରହ ବେଳେ ସେ ଗାନ୍ଧୀଙ୍କ କର୍ମ ପନ୍ଥାରେ ଆକୃଷ୍ଟ ହୋଇଥିଲେ । ଜାତୀୟ ଆନ୍ଦୋଳନ ସମୟରେ ସେ କେବଳ ଖଦି ବସ୍ତ୍ର ପିନ୍ଧୁ ଥିଲେ । ସେ ଡାକ୍ତରୀ ବିଦ୍ୟା ପଢିବାକୁ ଇଚ୍ଛା କରୁଥିଲେ ମଧ୍ୟ ପଦାର୍ଥ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ । ସେ ୧୯୩୯ ମସିହାରେ ପ୍ରେସିଡେନ୍ସି କଲେଜରୁ ସମ୍ମାନ ସହ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ବି. ଏସ. ସି. ପାସ କଲେ ।[୪]

ଜୀବନ ବୃତ୍ତି[ସମ୍ପାଦନା]

ପ୍ରେସିଡେନ୍ସି କଲେଜରୁ ସ୍ନାତକ ହାସଲ କଲା ପରେସେ ପ୍ରଫେସର ସି. ଭି. ରମଣଙ୍କ ଅଧୀନରେ ରୁବି ଓ ହିରାର ଅପ୍ଟିକାଲ ପ୍ରପର୍ଟି ଉପରେ ଗବେଷଣା କଲେ । ସେ ପାଞ୍ଚଟି ଗବେଷଣା ପ୍ରବନ୍ଧ ଲେଖିଥିଲେ ମଧ୍ୟ ଏମ. ଏସ. ସି. ପାସ କରି ନ ଥିବାରୁ ତାଙ୍କୁ ପି. ଏଚ.ଡି. ଦିଆଯାଇ ନ ଥିଲା । ତା ପରେ ସେ ପଦାର୍ଥ ବିଜ୍ଞାନ ପଢିବାକୁ ଇଂଲଣ୍ଡ ଯାଇଥିଲେ କିନ୍ତୁ ଶେଷରେ ଇମ୍ପିରିଆଲ କଲେଜରେ ଅନ୍ତରୀକ୍ଷ ବିଦ୍ୟା ପଢ଼ିଲେ । ସେ ୧୯୪୮ ମସିହାରେ ଭାରତ ଫେରି ଆସି ପୁଣେରେ ଅନ୍ତରୀକ୍ଷ ବିଭାଗରେ ଯୋଗଦାନ କାଲେ । ଅନ୍ତରୀକ୍ଷ ଇନ୍ସ୍ତୃମେଣ୍ଟେସନ ବିଷୟରେ ଅନେକ ପ୍ରବନ୍ଧ ଲେଖିଥିଲେ । ସେ ଡେପୁଟି ଡାଇରେକ୍ଟର ପଦରୁ ଅବସର ଗ୍ରହଣ କରିଥିଲେ । ସେ ଦୁଇଟି ପୁସ୍ତକ ଲେଖିଥିଲେ: The Handbook for Solar Radiation data for India in 1980 and Solar Radiation over India in 1981[୩] । ସେ ୧୯୮୭ ମସିହାରେ କେ. ଆର. ରାମନାଥନ ପଦକ ପାଇଥିଲେ ତାଙ୍କର୧୯୯୪ ମସିହାରେ ଷ୍ଟ୍ରୋକ ହୋଇଥିଲା ଓ ସେ ୧୬.୦୮.୨୦୦୧ ମସିହାରେ ଥିରୁଭନନ୍ତପୁରମରେ ମୃତ୍ୟୁ ବରଣ କରିଥିଲେ ।

ଆଧାର[ସମ୍ପାଦନା]

  1. https://en.wikipedia.org/wiki/Anna_Mani
  2. Sur, Abha (14 October 2001). "The Life and Times of a Pioneer". The Hindu. Archived from the original on 13 April 2014. Retrieved 7 October 2012.
  3. ୩.୦ ୩.୧ Sur, Abha (2007). Lilavati's daughters: The women scientists of India. Indian Academy of Science. pp. 23–25.
  4. ୪.୦ ୪.୧ Gupta, Aravind. "Anna Mani" (PDF). Platinum Jubilee Publishing of INSA. Indian National science academy. Retrieved 7 October 2012.