ଅନିରୁଦ୍ଧ ଅଗ୍ରୱାଲ
ଅନିରୁଦ୍ଧ ଅଗ୍ରୱାଲ | |
---|---|
ଜନ୍ମ | |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୭୫–୨୦୧୦ |
ଉଚ୍ଚତା | 6 ft 5 in (1.96 m)[୧][୨] |
ଅନିରୁଦ୍ଧ "ଅଜୟ" ଅଗ୍ରୱାଲ (ଜନ୍ମ: ୨୦ ଡିସେମ୍ବର ୧୯୪୯) ଜଣେ ଅବସରପ୍ରାପ୍ତ ଭାରତୀୟ ଅଭିନେତା । ସେ ପୁରାନା ମନ୍ଦିର୍, ବନ୍ଦ୍ ଦରୱାଜା, ଏବଂ ସାମ୍ରି ଭଳି ଭୂତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଜୀ ହରର୍ ଶୋରେ ମଧ୍ୟ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅନିରୁଦ୍ଧ ୧୯୪୯ ମସିହାର ଡିସେମ୍ବର ୨୦ ତାରିଖରେ ଡେରାଡୁନ୍ଠାରେ ଜନ୍ମଗ୍ରହଣ କରିଥିଲେ । ସେ ସ୍କୁଲ ଓ କଲେଜରେ ପଢ଼ିବାବେଳେ କ୍ରୀଡ଼ା ପ୍ରତି ଆକର୍ଷିତ ଥିଲେ । ୧୯୭୪ ମସିହାରେ ସେ ଆଇଆଇଟି, ରୁକିରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ ଏବଂ ମୁମ୍ବାଇରେ ସେ ଜଣେ ଇଞ୍ଜିନିୟର୍ ଭାବରେ କାମ କରୁଥିଲେ ।[୩] କିନ୍ତୁ ପରବର୍ତ୍ତୀ ସମୟରେ ଅଭିନୟ ପାଇଁ ସେ ଚାକିରି ଛାଡ଼ିଥିଲେ ।[୪]
ପେଷା
[ସମ୍ପାଦନା]ତାଙ୍କ ଗ୍ରନ୍ଥି ନିକଟରେ ଏକ ଟ୍ୟୁମର୍ ହୋଇଥିବା କାରଣରୁ ତାଙ୍କ ଚେହେରେ ଭୟାନକ ଲାଗୁଥିଲା, ତେଣୁ ସେ ଅଧିକାଂଶ ଭୂତ ଚରିତ୍ର କିମ୍ବା ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ । ସେ ମୁଖ୍ୟତଃ ରାମସେ ଭାଇମାନଙ୍କ ସହ କାମ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପୁରାନା ମନ୍ଦିର୍, ଯେଉଁଥିରେ ସେ ସମ୍ରି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ବନ୍ଦ ଦରୱାଜାରେ ଭେମ୍ପାୟାର୍ ଭୂମିକାରେ ଅଭିନୟ କରିଥିଲେ ଏବଂ ସାମ୍ରିରେ ସମ୍ରି ଭୂମିକାରେ ଅଭିନୟ କରିଥିଲେ । ସେ ଦୁଇଟି ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ; ୧୯୯୪ ମସିହାରେ ଷ୍ଟିଫେନ୍ ସୋମର୍ସଙ୍କ ଜଙ୍ଗଲ୍ ବୁକ୍ ଓ ସଚ୍ ଏ ଲଙ୍ଗ୍ ଜର୍ଣ୍ଣିରେ କାମ କରିଥିଇଲେ ।
୧୯୯୪ ମସିହାରେ ଶେଖର କପୂରଙ୍କଦ୍ୱାରା ନିର୍ମିତ କଥାଚିତ୍ର ବ୍ୟାଣ୍ଡିଟ୍ କୁଇନ୍ରେ ସେ ବାବୁ ଗୁଜ୍ଜର ଭୂମିକାରେ ଅଭିନୟ କରିଥିଲେ, ଯାହାକି ତାଙ୍କ ଅଭିନୟ ଜୀବନର ମୋଡ଼ ବଦଳାଇ ଦେଇଥିଲା । ପରବର୍ତ୍ତୀ ସମୟରେ ସେ ୨୦୦୦ ମସିହାରେ ଆମିର ଖାନ୍ଙ୍କ ସହିତ ମେଲାରେ ଓ ୨୦୦୩ ମସିହାରେ ଅକ୍ଷୟ କୁମାରଙ୍କ ସହ ତଲାଶ୍: ଦ ହଣ୍ଟ୍ ବିଗିନ୍ସ୍ରେ କାମ କରିଥିଲେ ।
୨୦୧୦ ମସିହାରେ ସେ ମଲ୍ଲିକା କଥାଚିତ୍ରରେ ଶେଷଥର ପାଇଁ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ଏବଂ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।[୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]ହିନ୍ଦୀ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୮୨ | ତେରୀ ମାଙ୍ଗ ସୀତାରୋଁ ସେ ଭର୍ ଦୁଁ | - | - |
୧୯୮୪ | ପୁରାନା ମନ୍ଦିର | ସମ୍ରି | |
ଆୱାଜ୍ | ମାଲହୋତ୍ରା ହେଞ୍ଚମ୍ୟାନ୍ | - | |
୧୯୮୫ | ୩ଡି ସାମ୍ରି | ଧର୍ମେଶ ସାକ୍ସେନା 'ସମ୍ରି' | - |
୧୯୮୬ | ଆଲ୍ଲାଃ ରଖା | ଗରିଲା ଯୁଦ୍ଧା | - |
ଅବିନାଶ | ପ୍ରତାପଙ୍କ ହେଞ୍ଚମ୍ୟାନ୍ | - | |
୧୯୮୮ | କସମ୍ | ||
୧୯୮୯ | ଯାଦୁଗର | ||
୧୯୮୯ | ରାମ ଲଖନ୍ | ଜୀଭା | - |
୧୯୯୦ | ତୁମ୍ ମେରେ ହୋ | କାଲୁ ସପେରା | - |
ବନ୍ଦ ଦରୱାଜା | ନେଉଳ | - | |
ଆଜ୍ କା ଅର୍ଜୁନ | - | ||
୧୯୯୨ | ତେହେଲ୍କା | ଡୋଙ୍ଗର ହେଞ୍ଚମ୍ୟାନ୍ | |
୧୯୯୩ | ଗୋପାଲା | ବିକ୍ରାଲ | - |
୧୯୯୪ | ବ୍ୟାଣ୍ଡିଟ୍ କୁଇନ୍ | ବାବୁ ଗୁର୍ଜ୍ଜର | - |
୧୯୯୫ | ତ୍ରିମୂର୍ତ୍ତି | ତାଲାଫ୍ | - |
୧୯୯୯ | ଦୁଲହାନ୍ ବନି ଡାଏନ୍ | - | |
୨୦୦୦ | ମେଲା | କାଳୀ | - |
୨୦୦୩ | ତାଲାଶ୍: ଦ ହଣ୍ଟ୍ ବିଗିନ୍ସ୍ | ଟ୍ରେନ ଯାତ୍ରୀ | - |
ମର୍ ମିଟେଙ୍ଗେ | - | ||
୨୦୦୭ | ଜର୍ଣ୍ଣି ବମ୍ବେ ଟୁ ଗୋଆ | ଜଙ୍ଗଲୀ | - |
୨୦୧୦ | ମଲ୍ଲିକା | ସମ୍ରି | - |
ବାଚାଓ: ଇନ୍ସାଇଡ୍ ଭୂତ୍ ହୈ | - |
ଇଂରାଜୀ କଥାଚିତ୍ର
[ସମ୍ପାଦନା]- ଜଙ୍ଗଲ ବୁକ୍ (୧୯୯୪) - ତାବାକି
- ସଚ୍ ଏ ଲଙ୍ଗ୍ ଜର୍ଣ୍ଣି (୧୯୯୮)
ଦୂରଦର୍ଶନ
[ସମ୍ପାଦନା]- ଜି ହରର୍ ଶୋ (୧୯୯୩)
- ତୁ ତୁ ମେଁ ମେଁ (୧୯୯୪)
- ମାନୋ ୟା ନା ମାନୋ (୧୯୯୫)
- ଶକ୍ତିମାନ (୧୯୯୭)
- ହଦ୍ କର୍ ଦି (୧୯୯୯)
ଆଧାର
[ସମ୍ପାଦନା]- ↑ "The benign menace of Bollywood's cult 'monster'". Shamya Dasgupta. 2017-06-19. Retrieved 2017-11-08.
- ↑ "Biographies of Indian actors". Susanto Sen. 2014-07-17. Retrieved 2017-11-08.
- ↑ "The benign menace of Bollywood's cult 'monster'". BBC Online. Shamya Dasgupta. 2017-06-19. Retrieved 2017-08-03.
- ↑ "Biographies of Indian actors". Susanto Sen. 2014-07-17. Retrieved 2015-07-11.
- ↑ "Anirudh Agarwal - Biography". IMDb.com. Retrieved 2017-04-19.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅନିରୁଦ୍ଧ ଅଗ୍ରୱାଲ