ଅନିରୁଦ୍ଧ ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ଅନିରୁଦ୍ଧ ଅଗ୍ରୱାଲ‌
ଜନ୍ମ (1949-12-20) ୨୦ ଡିସେମ୍ବର ୧୯୪୯ (ବୟସ ୭୪)
ଡେରାଡୁନ, ଇଉନାଇଟେଡ୍ ପ୍ରୋଭିନେନ୍ସ, ଭାରତ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୭୫–୨୦୧୦
ଉଚ୍ଚତା6 ft 5 in (1.96 m)[୧][୨]

ଅନିରୁଦ୍ଧ "ଅଜୟ" ଅଗ୍ରୱାଲ (ଜନ୍ମ: ୨୦ ଡିସେମ୍ବର ୧୯୪୯) ଜଣେ ଅବସରପ୍ରାପ୍ତ ଭାରତୀୟ ଅଭିନେତା । ସେ ପୁରାନା ମନ୍ଦିର୍, ବନ୍ଦ୍ ଦରୱାଜା, ଏବଂ ସାମ୍ରି ଭଳି ଭୂତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଜୀ ହରର୍ ଶୋରେ ମଧ୍ୟ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅନିରୁଦ୍ଧ ୧୯୪୯ ମସିହାର ଡିସେମ୍ବର ୨୦ ତାରିଖରେ ଡେରାଡୁନ୍‌ଠାରେ ଜନ୍ମଗ୍ରହଣ କରିଥିଲେ । ସେ ସ୍କୁଲ ଓ କଲେଜରେ ପଢ଼ିବାବେଳେ କ୍ରୀଡ଼ା ପ୍ରତି ଆକର୍ଷିତ ଥିଲେ । ୧୯୭୪ ମସିହାରେ ସେ ଆଇଆଇଟି, ରୁକିରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ ଏବଂ ମୁମ୍ବାଇରେ ସେ ଜଣେ ଇଞ୍ଜିନିୟର୍ ଭାବରେ କାମ କରୁଥିଲେ ।[୩] କିନ୍ତୁ ପରବର୍ତ୍ତୀ ସମୟରେ ଅଭିନୟ ପାଇଁ ସେ ଚାକିରି ଛାଡ଼ିଥିଲେ ।[୪]

ପେଷା[ସମ୍ପାଦନା]

ତାଙ୍କ ଗ୍ରନ୍ଥି ନିକଟରେ ଏକ ଟ୍ୟୁମର୍ ହୋଇଥିବା କାରଣରୁ ତାଙ୍କ ଚେହେରେ ଭୟାନକ ଲାଗୁଥିଲା, ତେଣୁ ସେ ଅଧିକାଂଶ ଭୂତ ଚରିତ୍ର କିମ୍ବା ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ । ସେ ମୁଖ୍ୟତଃ ରାମସେ ଭାଇମାନଙ୍କ ସହ କାମ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ପୁରାନା ମନ୍ଦିର୍, ଯେଉଁଥିରେ ସେ ସମ୍ରି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ବନ୍ଦ ଦରୱାଜାରେ ଭେମ୍ପାୟାର୍ ଭୂମିକାରେ ଅଭିନୟ କରିଥିଲେ ଏବଂ ସାମ୍ରିରେ ସମ୍ରି ଭୂମିକାରେ ଅଭିନୟ କରିଥିଲେ । ସେ ଦୁଇଟି ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ; ୧୯୯୪ ମସିହାରେ ଷ୍ଟିଫେନ୍ ସୋମର୍ସଙ୍କ ଜଙ୍ଗଲ୍ ବୁକ୍ସଚ୍ ଏ ଲଙ୍ଗ୍ ଜର୍ଣ୍ଣିରେ କାମ କରିଥିଇଲେ ।

୧୯୯୪ ମସିହାରେ ଶେଖର କପୂରଙ୍କଦ୍ୱାରା ନିର୍ମିତ କଥାଚିତ୍ର ବ୍ୟାଣ୍ଡିଟ୍ କୁଇନ୍‌ରେ ସେ ବାବୁ ଗୁଜ୍ଜର ଭୂମିକାରେ ଅଭିନୟ କରିଥିଲେ, ଯାହାକି ତାଙ୍କ ଅଭିନୟ ଜୀବନର ମୋଡ଼ ବଦଳାଇ ଦେଇଥିଲା । ପରବର୍ତ୍ତୀ ସମୟରେ ସେ ୨୦୦୦ ମସିହାରେ ଆମିର ଖାନ୍‌ଙ୍କ ସହିତ ମେଲାରେ ଓ ୨୦୦୩ ମସିହାରେ ଅକ୍ଷୟ କୁମାରଙ୍କ ସହ ତଲାଶ୍: ଦ ହଣ୍ଟ୍ ବିଗିନ୍‌ସ୍‌ରେ କାମ କରିଥିଲେ ।

୨୦୧୦ ମସିହାରେ ସେ ମଲ୍ଲିକା କଥାଚିତ୍ରରେ ଶେଷଥର ପାଇଁ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ଏବଂ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।[୫]

ଅଭିନୀତ କଥାଚିତ୍ର[ସମ୍ପାଦନା]

ହିନ୍ଦୀ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୮୨ ତେରୀ ମାଙ୍ଗ ସୀତାରୋଁ ସେ ଭର୍ ଦୁଁ - -
୧୯୮୪ ପୁରାନା ମନ୍ଦିର ସମ୍ରି
ଆୱାଜ୍ ମାଲହୋତ୍ରା ହେଞ୍ଚମ୍ୟାନ୍ -
୧୯୮୫ ୩ଡି ସାମ୍ରି ଧର୍ମେଶ ସାକ୍ସେନା 'ସମ୍ରି' -
୧୯୮୬ ଆଲ୍ଲାଃ ରଖା ଗରିଲା ଯୁଦ୍ଧା -
ଅବିନାଶ ପ୍ରତାପଙ୍କ ହେଞ୍ଚମ୍ୟାନ୍ -
୧୯୮୮ କସମ୍
୧୯୮୯ ଯାଦୁଗର
୧୯୮୯ ରାମ ଲଖନ୍ ଜୀଭା -
୧୯୯୦ ତୁମ୍ ମେରେ ହୋ କାଲୁ ସପେରା -
ବନ୍ଦ ଦରୱାଜା ନେଉଳ -
ଆଜ୍ କା ଅର୍ଜୁନ -
୧୯୯୨ ତେହେଲ୍‌କା ଡୋଙ୍ଗର ହେଞ୍ଚମ୍ୟାନ୍
୧୯୯୩ ଗୋପାଲା ବିକ୍ରାଲ -
୧୯୯୪ ବ୍ୟାଣ୍ଡିଟ୍ କୁଇନ୍ ବାବୁ ଗୁର୍ଜ୍ଜର -
୧୯୯୫ ତ୍ରିମୂର୍ତ୍ତି ତାଲାଫ୍ -
୧୯୯୯ ଦୁଲହାନ୍ ବନି ଡାଏନ୍ -
୨୦୦୦ ମେଲା କାଳୀ -
୨୦୦୩ ତାଲାଶ୍: ଦ ହଣ୍ଟ୍ ବିଗିନ୍‌ସ୍ ଟ୍ରେନ ଯାତ୍ରୀ -
ମର୍ ମିଟେଙ୍ଗେ -
୨୦୦୭ ଜର୍ଣ୍ଣି ବମ୍ବେ ଟୁ ଗୋଆ ଜଙ୍ଗଲୀ -
୨୦୧୦ ମଲ୍ଲିକା ସମ୍ରି -
ବାଚାଓ: ଇନ୍‌ସାଇଡ୍ ଭୂତ୍ ହୈ -

ଇଂରାଜୀ କଥାଚିତ୍ର[ସମ୍ପାଦନା]

  • ଜଙ୍ଗଲ ବୁକ୍ (୧୯୯୪) - ତାବାକି
  • ସଚ୍ ଏ ଲଙ୍ଗ୍ ଜର୍ଣ୍ଣି (୧୯୯୮)

ଦୂରଦର୍ଶନ[ସମ୍ପାଦନା]

  • ଜି ହରର୍ ଶୋ (୧୯୯୩)
  • ତୁ ତୁ ମେଁ ମେଁ (୧୯୯୪)
  • ମାନୋ ୟା ନା ମାନୋ (୧୯୯୫)
  • ଶକ୍ତିମାନ (୧୯୯୭)
  • ହଦ୍ କର୍ ଦି (୧୯୯୯)

ଆଧାର[ସମ୍ପାଦନା]

  1. "The benign menace of Bollywood's cult 'monster'". Shamya Dasgupta. 2017-06-19. Retrieved 2017-11-08.
  2. "Biographies of Indian actors". Susanto Sen. 2014-07-17. Retrieved 2017-11-08.
  3. "The benign menace of Bollywood's cult 'monster'". BBC Online. Shamya Dasgupta. 2017-06-19. Retrieved 2017-08-03.
  4. "Biographies of Indian actors". Susanto Sen. 2014-07-17. Retrieved 2015-07-11.
  5. "Anirudh Agarwal - Biography". IMDb.com. Retrieved 2017-04-19.

ବାହାର ଲିଙ୍କ୍[ସମ୍ପାଦନା]