Jump to content

ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍

ଉଇକିପିଡ଼ିଆ‌ରୁ
(Amyotrophic lateral sclerosisରୁ ଲେଉଟି ଆସିଛି)
ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍
An MRI with increased signal in the posterior part of the internal capsule which can be tracked to the motor cortex consistent with the diagnosis of ALS.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*]
ଆଇସିଡ଼ି-୧୦G12.2
ଆଇସିଡ଼ି-୯-ସିଏମ୍335.20
ଓଏମ୍‌ଆଇଏମ୍105400
ରୋଗ ଡାଟାବେସ29148
ମେଡ଼ିସିନ-ପ୍ଲସ000688
ଇ-ମେଡ଼ିସିନneuro/14 emerg/24 pmr/10
Patient UKଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍
MeSHD000690

ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ (ଇଂରାଜୀରେ amyotrophic lateral sclerosis ସଂକ୍ଷେପରେ ALS, ଅନ୍ୟ ନାମ ଲାଓ ଗେହ୍‌ରିଗ ରୋଗ Lou Gehrig's disease ଓ ସାର୍କୋ ରୋଗ Charcot disease), ଏକ ନିର୍ଦ୍ଦିଷ୍ଟ ସ୍ନାୟ୍ୟ କ୍ଷୟକାରୀ ରୋଗ ଯେଉଁଥିରେ ସ୍ନାୟୁକ୍ଷୟ ହୋଇ ସ୍ନାୟୁମାନଙ୍କର ମୃତ୍ୟୁ ହୁଏ ।[] ଇଂଲଣ୍ଡରେ ଏହି ରୋଗକୁ ମୋଟୋନିଉରନ୍ ରୋଗ (motor neurone disease ବା MND) କୁହାଯାଏ, [] କିନ୍ତୁ ଅନ୍ୟମାନେ ସେହି ନାମକୁ ଗୋଟିଏ ଦଳର ନାମ ହିସାବରେ ବ୍ୟବ‌ହାର କରନ୍ତି ଯେଉଁଥିରେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ଏକ ରୋଗ ଥାଏ । [] ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ରୋଗରେ ମାଂସପେଶୀ ଦୃଢ଼ ହୋଇଯାଏ, କ୍ଷଣିକ ପେଶୀ ସଂକୋଚନ ହୁଏ ଓ କ୍ରମଶଃ ପେଶୀ ପତଳା ହୋଇ ଦୁର୍ବଳ ହୋଇଯାଏ । ଏହା ଫଳରେ ଭଲରେ କଥା କ‌ହି ହୁଏନି ଓ କ‌ହିବା କଥା ସ୍ପଷ୍ଟ ହୁଏନି, ଗିଳିବାରେ ଅସୁବିଧା ହୁଏ ଓ କଷ୍ଟକର ଶ୍ୱାସକ୍ରିୟା ହୁଏ । []

ଏହି ରୋଗର କାରଣ ୯୦ରୁ ୯୫ % କେଶ୍‌ରେ ଅଜଣା ରହିଛି । [] ୫ରୁ ୧୦ % ରୋଗୀର ପିତାମାତାଙ୍କଠାରୁ ବଂଶାନୁକ୍ରମିକ ଆସିଥାଏ । [] ଏହି ଜେନେଟିକ୍ କେଶ୍‌ଗୁଡ଼ିକ ମଧ୍ୟରୁ ଅଧା ସଂଖ୍ୟାରେ ଦୁଇତି ନିର୍ଦ୍ଦିଷ୍ଟ ଜିନ୍ ଯୋଗୁ ହୋଇଥାଏ । ଏହା ଫଳରେ ଇଚ୍ଛାକୃତ ମାଂସପେଶୀକୁ ସଂଯୋଗ କରୁଥିବା ସ୍ନାୟୁମାନଙ୍କର ମୃତ୍ୟୁ ହୁଏ । ରୋଗୀର ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ଅନ୍ୟାନ୍ୟ ରୋଗ ସମ୍ଭାବନାକୁ ଦୂରୀଭୁତ କରାଯାଏ । []

ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ ରୋଗ ଆରୋଗ୍ୟ ହୁଏନି । [] ରିଲୁଜୋଲ୍ (Riluzole) ନାମକ ଏକ ଔଷଧ ଦେଲେ ୨ରୁ ୩ ମାସ ଆୟୁଷ ବଢ଼ିପାରେ । [] ନନ୍ ଇନ୍‌ଭେସିଭ୍ ଭେଣ୍ଟିଲେସନ୍‌ଦ୍ୱାରା ଜୀବନ‌ଧାରାର କିଛି ଉନ୍ନତି ହୋଇପାରେ । [] ଏହି ରୋଗ ପ୍ରାୟ ୬୦ ବର୍ଷ ବୟସରୁ ଆରମ୍ଭ ହୁଏ କିନ୍ତୁ ବଂଶାନୁଗତ ରୋଗ ଥିଲେ ୫୦ରୁ ଆରମ୍ଭ ହୋଇପାରେ । [] ରୋଗ ଆରମ୍ଭ ପରେ ମୃତ୍ୟୁ ହେବାକୁ ୩ରୁ ୪ ବର୍ଷ ଲାଗେ । [] ମାତ୍ର ୧୦ % ରୋଗୀ ୧୦ ବର୍ଷରୁ ଅଧିକ ବଞ୍ଚିପାରନ୍ତି । [] ଅଧିକାଂଶ ଲୋକ ଶ୍ୱାସକ୍ରିୟା ବନ୍ଦ ଯୋଗୁ ମରିଯାଆନ୍ତି । ପୃଥିବୀରେ ଏହି ରୋଗ ହାର ଜଣାନାହିଁ । [] ୟୁରୋପ ଓ ଆମେରିକାରେ ପ୍ରତିବର୍ଷ ଏକ ଲକ୍ଷ ଲୋକରେ ୨ଜଣ ଏହି ରୋଗ ଭୋଗନ୍ତି । [][୧୦]

ଚାର୍ଲ୍ସ ବେଲ୍ ୧୮୨୪ ମସିହାରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ । [୧୧] ସନ ୧୮୬୯ରେ ଜିନ-ମାର୍ଟିନ ସାର୍କୋ (Jean-Martin Charcot) ଏହି ରୋଗର ଲକ୍ଷଣ ସ‌ହିତ ସ୍ନାୟୁଗତ ସମ୍ପର୍କ ଥିବା ଲେଖିଥିଲେ ଓ ୧୮୭୪ ମସିହାରେ ଏହାକୁ ଆମାୟୋଟ୍ରପିକ ଲାଟେରାଲ ସ୍କ୍ଲେରୋସିସ୍ ନାମକରଣ କରିଥିଲେ । [୧୧] ଆମେରିକାର ପ୍ରସିଦ୍ଧ ବେସ୍‌ ବଲ୍ ଖେଳାଳୀ ଲୁଇ ଗେହରିଗ (Lou Gehrig) ଏହି ରୋଗରେ ପୀଡ଼ିତ ହେବାରୁ ସେ ଦେଶରେ ଏ ରୋଗ ସୁପରିଚିତ ହୋଇଗଲା, [] ଓ ବିଂଶ ଶତାବ୍ଦୀରେ ସ୍ଟିଫେନ୍ ହକିଙ୍ଗ ବିଖ୍ୟାତ ହୋଇଗଲେ । [୧୨] ସନ ୨୦୧୪ରେ ଇଣ୍ଟରନେଟରେ ଏକ ଭିଡିଓ ବରଫ ବାଲ୍ଟି ଚାଲେଞ୍ଜ (ice bucket challenge) ଭାଇରାଲ୍ ହୋଇ ଜନ ସଚେତନତା ଲାଭ କଲା । [୧୩]

  1. ୧.୦ ୧.୧ Kelly, Evelyn B. (2013). Encyclopedia of human genetics and disease. Santa Barbara, Calif.: Greenwood. pp. 79–80. ISBN 978-0-313-38713-5.
  2. "Motor neurone disease". www.nhs.uk/. Retrieved 2 January 2015.
  3. Ellison, edited by Seth Love, David N. Louis, David W. (2008). Greenfield's neuropathology (8th ed. ed.). London: Hodder Arnold. p. 947. ISBN 978-0-340-90681-1. {{cite book}}: |edition= has extra text (help); |first1= has generic name (help)CS1 maint: multiple names: authors list (link)
  4. ୪.୦ ୪.୧ ୪.୨ ୪.୩ "Motor Neuron Diseases Fact Sheet: National Institute of Neurological Disorders and Stroke (NINDS)". www.ninds.nih.gov. Archived from the original on 13 April 2014. Retrieved 7 November 2010.
  5. ୫.୦ ୫.୧ ୫.୨ ୫.୩ Kiernan, MC; Vucic, S; Cheah, BC; Turner, MR; Eisen, A; Hardiman, O; Burrell, JR; Zoing, MC (12 March 2011). "Amyotrophic lateral sclerosis". Lancet. 377 (9769): 942–55. doi:10.1016/s0140-6736(10)61156-7. PMID 21296405.
  6. "Amyotrophic Lateral Sclerosis (ALS) Fact Sheet". www.ninds.nih.gov/. September 19, 2014. Archived from the original on 4 January 2015. Retrieved 2 January 2015.
  7. Miller, RG; Mitchell, JD; Moore, DH (14 March 2012). "Riluzole for amyotrophic lateral sclerosis (ALS)/motor neuron disease (MND)". The Cochrane database of systematic reviews. 3: CD001447. doi:10.1002/14651858.CD001447.pub3. PMID 22419278.
  8. McDermott, CJ; Shaw, PJ (22 March 2008). "Diagnosis and management of motor neurone disease". BMJ (Clinical research ed.). 336 (7645): 658–62. doi:10.1136/bmj.39493.511759.be. PMID 18356234.
  9. Malamut, edited by Joseph I. Sirven, Barbara L. (2008). Clinical neurology of the older adult (2nd ed. ed.). Philadelphia: Wolters Kluwer Health/Lippincott Williams & Wilkins. p. 421. ISBN 978-0-7817-6947-1. {{cite book}}: |edition= has extra text (help); |first1= has generic name (help)CS1 maint: multiple names: authors list (link)
  10. "Epidemiology of Sporadic ALS". aces.stanford.edu/. Archived from the original on 8 October 2015. Retrieved 2 January 2015.
  11. ୧୧.୦ ୧୧.୧ Rowland LP (March 2001). "How amyotrophic lateral sclerosis got its name: the clinical-pathologic genius of Jean-Martin Charcot". Arch. Neurol. 58 (3): 512–5. doi:10.1001/archneur.58.3.512. PMID 11255459.[permanent dead link]
  12. Youngson, David B. Jacoby, Robert M. (2004). Encyclopedia of family health (3rd ed. ed.). Tarrytown, NY: Marshall Cavendish. p. 1256. ISBN 978-0-7614-7486-9. {{cite book}}: |edition= has extra text (help)CS1 maint: multiple names: authors list (link)
  13. Song, P (August 2014). "The Ice Bucket Challenge: The public sector should get ready to promptly promote the sustained development of a system of medical care for and research into rare diseases". Intractable & rare diseases research. 3 (3): 94–6. doi:10.5582/irdr.2014.01015. PMID 25364651.