ଆଇରିନ ସୁଲତାନା

ଉଇକିପିଡ଼ିଆ‌ରୁ
(Airin Sultanaରୁ ଲେଉଟି ଆସିଛି)
ଆଇରିନ ସୁଲତାନା‌
আইরিন
୨୦୨୦ରେ ସୁଲତାନା
Born (1988-12-27) ୨୭ ଡିସେମ୍ବର ୧୯୮୮ (ବୟସ ୩୫)
ଜେସ୍‌ପୁର, ବଙ୍ଗଳାଦେଶ
Occupation(s)ଅଭିନେତ୍ରୀ
ମଡେଲ୍
Years active୨୦୦୮ – ଏବେଯାଏଁ
Height୫ ଫୁଟ୍ ୭ ଇଞ୍ଚ

ଆଇରିନ ସୁଲତାନା (ବଙ୍ଗଳା : সুলতাসুলতা) ଜଣେ ବାଂଲାଦେଶୀ ମଡେଲ୍ ଏବଂ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶର ଚଳଚ୍ଚିତ୍ର ଜଗତରେ ଅଭିନୟ କରନ୍ତି । [୧] ସେ ୨୦୦୮ ମସିହାରେ ପ୍ୟାଣ୍ଟିନ୍ ୟୁ୍ ଗଟ୍ ଦ ଲୁକ୍ ନାମକ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ଶ୍ରେଷ୍ଠ ହସକୁରା (ବେଷ୍ଟ ସ୍ମାଇଲ୍) ପୁରସ୍କାର ଜିତିଥିଲେ ।[୨] ଏହାପରେ ସେ ଜଣେ ମଡେଲ୍ ଭାବରେ ବଙ୍ଗଳାଦେଶରେ ଏବଂ ବିଦେଶରେ ମଧ୍ୟ ଅନେକ ରାମ୍ପରେ ଭାଗନେଇଥିଲେ ।

୨୦୧୩ ମସିହାରେ ସୁଲତାନା ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୟ ପ୍ରଥମ କଥାଚିତ୍ର ଥିଲା ଭାଲବାଶ ଜିନ୍ଦାବାଦ । ୮ ନଭେମ୍ବର ୨୦୧୩ରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରଟିରରେ ସେ ଆରିଫିନ୍ ଶୁଭଙ୍କର ନାୟିକା ଭାବରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଦେବାଶିଷ ବିଶ୍ୱାସ । ଏହି କଥାଚିତ୍ରଟିକୁ ବଙ୍ଗଳାଦେଶର ସମୀକ୍ଷକମାନେ ପସନ୍ଦ କରିବା ସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଫଳ ହୋଇଥିଲା ।[୩][୪][୫][୬][୭][୮]

ସୁଲତାନାଙ୍କ ଅଭିନୟ ଆରମ୍ଭରୁ ସେ ଲୋକପ୍ରିୟତା ଅର୍ଜନ କରିଥିଲେ ଏବଂ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଜଣେ ସୁନ୍ଦର ଏବଂ ଆକର୍ଷଣୀୟ ଅଭିନେତ୍ରୀ ଭାବରେ ପରିଗଣିତ ହୋଇଥିଲେ । ସେ ୨୦୦୮ ମସିହାରେ ବେଷ୍ଟ ସ୍ମାଇଲ୍ ଟାଇଟଲ୍ ଜିତିବା ପରେ ଅନେକ ବିଜ୍ଞାପନରେ ମଡେଲ୍ ଭାବରେ କାର୍ଯ୍ୟ କରିଥିଲେ ।

୨୦୧୪ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଦ ମସିନ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ସାଇମନ ଜାହାଁଙ୍କ ନିର୍ଦ୍ଦେଶନାରେ ଡ୍ୟାନି ସିଦକଙ୍କର ନାୟିକା ଭାବରେ ଅଭିନୟ କରିଥିଲେ ।

ଏହାପରେ ୨୦୧୫ ମସିହାରେ ସେ ଅଲଭି ଅହମ୍ମଦଙ୍କ ନିର୍ଦ୍ଦେଶିତ ୟୁ ଟର୍ଣ୍ଣରେ ଆଦର୍ଶ ଅଦନାନ୍‌ଙ୍କ ସହ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ଏକ୍ ପୃଥିବୀ ପ୍ରେମ, ମାୟାବିନୀ, ଶେଷ କଥା, ଆକାଶ ମହଲ, ପଦ୍ମର ପ୍ରେମ, ଗଣ୍ଟବୋ, ରୌଦ୍ର ଛାୟା, ଶିବରାତ୍ରୀ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ସେ ଛୋଟ ପରଦାରେ ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ ଥିଲା ଆଶୁତୋଷ ସୁଜନଙ୍କଦ୍ୱାରା ନିର୍ମିତ ମ୍ୟାନ୍‌ପାୱାର୍ । ତାଙ୍କର ଦ୍ୱିତୀୟ ଦୂରଦର୍ଶନ ମେଗା ଧାରାବାହିକ ଥିଲା ଅଫଶାନା ମିମିଙ୍କଦ୍ୱାରା ନିର୍ଦ୍ଦେଶିତ ଧାରାବାହିକ ପାଉଶ ଫାଗିନର ପାଲା

ଦୂରଦର୍ଶନ ଏବଂ ଧରାବାହିକରେ ଅଭିନୟ କରିବା ବ୍ୟତୀତ ସେ ବିଭିନ୍ନ ୱେବ୍ ସିରିଜ୍‌ରେ ମଧ୍ୟ ଅଭିନୟ କରୁଛନ୍ତି । ୨୦୧୯ ମସିହାରେ ସେ ପ୍ରଥମେ ୱେବ୍ ସରିଜିରେ ଅଭିନୟ କରିବା ଆରମ୍ଭ କରିଥିଲେ । ସୈକତ୍ ନସୀର୍‌‌ଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ଟ୍ରାପ୍‌ଡ୍‌ରେ ସେ କାମ କରିଥିଲେ, ଯେଉଁଥିରେ ତାଙ୍କ ସହ ଅଭିନୟ କରିଥିଲେ ଫର୍‌ହାନ୍ ଖାନ୍ ରିଓ ଓ ଆଜାଦ୍ ଅଦୋର୍ ।

ତାଙ୍କର ଦ୍ୱିତୀୟ ୱେବ୍ ସିରିଜ୍ ଥିଲା ଥୋକା, ଯାହାକି ୨୦୨୦ ମସିହାରେ ମୁକ୍ତିଲାଭ କରିଥିଲା । ଆନ୍ନା ମାମୁନଙ୍କ ନିର୍ଦ୍ଦେଶିତ ଏହି ସିରିଜ୍‌ରେ ସୁଲତାନାଙ୍କ ସହ ସୁମନ୍, ଆଚଲ୍, ଜନ୍‌ଙ୍କ ଭଳି ବଙ୍ଗଳାଦେଶୀ କଳାକାରମାନେ ଅଭିନୟ କରିଥିଲେ । ଆନ୍ନାଙ୍କର ଅନ୍ୟ ଏକ ୱେବ୍ ସିରିଜ୍ ପାର୍ଟନର୍‌ରେ ମଧ୍ୟ ସେ ଅଭିନୟ କରୁଛନ୍ତି ।

ସୁଲତାନା କିଛି ଆଲବମ୍ ଗୀତରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଗୀତ ଥିଲା ବୋଉ ଆନେ ଦେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ସୌକତ୍ ନସୀର୍ । ତାଙ୍କର ଦ୍ୱିତୀୟ ମ୍ୟୁଜିକ୍ ଭିଡିଓ ଥିଲା ସୁଇଟି, ଯାହାର ନିର୍ଦ୍ଦେଶନା ଦେଇଥିଲେ ଆନ୍ନା ମାମୁନ୍ ଏବଂ କଣ୍ଠଦାନ କରିଥିଲେ ଆକାଶ ସେନ୍ । ସେ କିଛି କବିତା ମଧ୍ୟ ଆବୃତ୍ତି କରିଛନ୍ତି ।

ଆଧାର[ସମ୍ପାଦନା]

  1. চলচ্চিত্রে র‌্যাম্পের আইরিন. Prothom Alo (in Bengali).
  2. চাহিদার শীর্ষে আইরিন. Jaijaidin (in Bengali).
  3. ছুটছেন আইরিন. Bangla Mail 24 (in Bengali). Archived from the original on 18 November 2013.
  4. হরতালেও হলে দর্শক. Dhallywood24.com (in Bengali). Archived from the original on 2014-08-23. Retrieved 2020-11-17.
  5. ভালোবাসা জিন্দাবাদ ৮ই নভেম্বর. Dhallywood24.com (in Bengali). Archived from the original on 2013-10-15. Retrieved 2020-11-17.
  6. "AIRIN SULTANA A smile with a thousand words". The Daily Star.
  7. দর্শক ভোটে "বায়োস্কোপ বর্ষসেরা" ২০১৩ হয়েছেন যারাঃ. Bioscope.
  8. বিনোদন ধারা পারফরমেন্স অ্যাওয়ার্ড প্রদান. Kaler Kantho (in Bengali).