Jump to content

ଆଇରିନ ସୁଲତାନା

ଉଇକିପିଡ଼ିଆ‌ରୁ
ଆଇରିନ ସୁଲତାନା‌
আইরিন
୨୦୨୦ରେ ସୁଲତାନା
ଜନ୍ମ (1988-12-27) ୨୭ ଡିସେମ୍ବର ୧୯୮୮ (ବୟସ ୩୭)
ଜେସ୍‌ପୁର, ବଙ୍ଗଳାଦେଶ
ପେଷାsଅଭିନେତ୍ରୀ
ମଡେଲ୍
କାର୍ଯ୍ୟକାଳ୨୦୦୮ – ଏବେଯାଏଁ
Height୫ ଫୁଟ୍ ୭ ଇଞ୍ଚ

ଆଇରିନ ସୁଲତାନା (ବଙ୍ଗଳା : সুলতাসুলতা) ଜଣେ ବାଂଲାଦେଶୀ ମଡେଲ୍ ଏବଂ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶର ଚଳଚ୍ଚିତ୍ର ଜଗତରେ ଅଭିନୟ କରନ୍ତି । [୧] ସେ ୨୦୦୮ ମସିହାରେ ପ୍ୟାଣ୍ଟିନ୍ ୟୁ୍ ଗଟ୍ ଦ ଲୁକ୍ ନାମକ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ଶ୍ରେଷ୍ଠ ହସକୁରା (ବେଷ୍ଟ ସ୍ମାଇଲ୍) ପୁରସ୍କାର ଜିତିଥିଲେ ।[୨] ଏହାପରେ ସେ ଜଣେ ମଡେଲ୍ ଭାବରେ ବଙ୍ଗଳାଦେଶରେ ଏବଂ ବିଦେଶରେ ମଧ୍ୟ ଅନେକ ରାମ୍ପରେ ଭାଗନେଇଥିଲେ ।

୨୦୧୩ ମସିହାରେ ସୁଲତାନା ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୟ ପ୍ରଥମ କଥାଚିତ୍ର ଥିଲା ଭାଲବାଶ ଜିନ୍ଦାବାଦ । ୮ ନଭେମ୍ବର ୨୦୧୩ରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରଟିରରେ ସେ ଆରିଫିନ୍ ଶୁଭଙ୍କର ନାୟିକା ଭାବରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଦେବାଶିଷ ବିଶ୍ୱାସ । ଏହି କଥାଚିତ୍ରଟିକୁ ବଙ୍ଗଳାଦେଶର ସମୀକ୍ଷକମାନେ ପସନ୍ଦ କରିବା ସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଫଳ ହୋଇଥିଲା ।[୩][୪][୫][୬][୭][୮]

ସୁଲତାନାଙ୍କ ଅଭିନୟ ଆରମ୍ଭରୁ ସେ ଲୋକପ୍ରିୟତା ଅର୍ଜନ କରିଥିଲେ ଏବଂ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଜଣେ ସୁନ୍ଦର ଏବଂ ଆକର୍ଷଣୀୟ ଅଭିନେତ୍ରୀ ଭାବରେ ପରିଗଣିତ ହୋଇଥିଲେ । ସେ ୨୦୦୮ ମସିହାରେ ବେଷ୍ଟ ସ୍ମାଇଲ୍ ଟାଇଟଲ୍ ଜିତିବା ପରେ ଅନେକ ବିଜ୍ଞାପନରେ ମଡେଲ୍ ଭାବରେ କାର୍ଯ୍ୟ କରିଥିଲେ ।

୨୦୧୪ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଦ ମସିନ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ସାଇମନ ଜାହାଁଙ୍କ ନିର୍ଦ୍ଦେଶନାରେ ଡ୍ୟାନି ସିଦକଙ୍କର ନାୟିକା ଭାବରେ ଅଭିନୟ କରିଥିଲେ ।

ଏହାପରେ ୨୦୧୫ ମସିହାରେ ସେ ଅଲଭି ଅହମ୍ମଦଙ୍କ ନିର୍ଦ୍ଦେଶିତ ୟୁ ଟର୍ଣ୍ଣରେ ଆଦର୍ଶ ଅଦନାନ୍‌ଙ୍କ ସହ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ଏକ୍ ପୃଥିବୀ ପ୍ରେମ, ମାୟାବିନୀ, ଶେଷ କଥା, ଆକାଶ ମହଲ, ପଦ୍ମର ପ୍ରେମ, ଗଣ୍ଟବୋ, ରୌଦ୍ର ଛାୟା, ଶିବରାତ୍ରୀ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

ସେ ଛୋଟ ପରଦାରେ ମଧ୍ୟ ବିଭିନ୍ନ ଭୂମିକାରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ ଥିଲା ଆଶୁତୋଷ ସୁଜନଙ୍କଦ୍ୱାରା ନିର୍ମିତ ମ୍ୟାନ୍‌ପାୱାର୍ । ତାଙ୍କର ଦ୍ୱିତୀୟ ଦୂରଦର୍ଶନ ମେଗା ଧାରାବାହିକ ଥିଲା ଅଫଶାନା ମିମିଙ୍କଦ୍ୱାରା ନିର୍ଦ୍ଦେଶିତ ଧାରାବାହିକ ପାଉଶ ଫାଗିନର ପାଲା ।

ଦୂରଦର୍ଶନ ଏବଂ ଧରାବାହିକରେ ଅଭିନୟ କରିବା ବ୍ୟତୀତ ସେ ବିଭିନ୍ନ ୱେବ୍ ସିରିଜ୍‌ରେ ମଧ୍ୟ ଅଭିନୟ କରୁଛନ୍ତି । ୨୦୧୯ ମସିହାରେ ସେ ପ୍ରଥମେ ୱେବ୍ ସରିଜିରେ ଅଭିନୟ କରିବା ଆରମ୍ଭ କରିଥିଲେ । ସୈକତ୍ ନସୀର୍‌‌ଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ଟ୍ରାପ୍‌ଡ୍‌ରେ ସେ କାମ କରିଥିଲେ, ଯେଉଁଥିରେ ତାଙ୍କ ସହ ଅଭିନୟ କରିଥିଲେ ଫର୍‌ହାନ୍ ଖାନ୍ ରିଓ ଓ ଆଜାଦ୍ ଅଦୋର୍ ।

ତାଙ୍କର ଦ୍ୱିତୀୟ ୱେବ୍ ସିରିଜ୍ ଥିଲା ଥୋକା, ଯାହାକି ୨୦୨୦ ମସିହାରେ ମୁକ୍ତିଲାଭ କରିଥିଲା । ଆନ୍ନା ମାମୁନଙ୍କ ନିର୍ଦ୍ଦେଶିତ ଏହି ସିରିଜ୍‌ରେ ସୁଲତାନାଙ୍କ ସହ ସୁମନ୍, ଆଚଲ୍, ଜନ୍‌ଙ୍କ ଭଳି ବଙ୍ଗଳାଦେଶୀ କଳାକାରମାନେ ଅଭିନୟ କରିଥିଲେ । ଆନ୍ନାଙ୍କର ଅନ୍ୟ ଏକ ୱେବ୍ ସିରିଜ୍ ପାର୍ଟନର୍‌ରେ ମଧ୍ୟ ସେ ଅଭିନୟ କରୁଛନ୍ତି ।

ସୁଲତାନା କିଛି ଆଲବମ୍ ଗୀତରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କର ପ୍ରଥମ ଗୀତ ଥିଲା ବୋଉ ଆନେ ଦେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ସୌକତ୍ ନସୀର୍ । ତାଙ୍କର ଦ୍ୱିତୀୟ ମ୍ୟୁଜିକ୍ ଭିଡିଓ ଥିଲା ସୁଇଟି, ଯାହାର ନିର୍ଦ୍ଦେଶନା ଦେଇଥିଲେ ଆନ୍ନା ମାମୁନ୍ ଏବଂ କଣ୍ଠଦାନ କରିଥିଲେ ଆକାଶ ସେନ୍ । ସେ କିଛି କବିତା ମଧ୍ୟ ଆବୃତ୍ତି କରିଛନ୍ତି ।

  1. ↑ চলচ্চিত্রে র‌্যাম্পের আইরিন. Prothom Alo (in Bengali).
  2. ↑ চাহিদার শীর্ষে আইরিন. Jaijaidin (in Bengali).
  3. ↑ ছুটছেন আইরিন. Bangla Mail 24 (in Bengali). Archived from the original on 18 November 2013.
  4. ↑ হরতালেও হলে দর্শক. Dhallywood24.com (in Bengali). Archived from the original on 2014-08-23. Retrieved 2020-11-17.
  5. ↑ ভালোবাসা জিন্দাবাদ ৮ই নভেম্বর. Dhallywood24.com (in Bengali). Archived from the original on 2013-10-15. Retrieved 2020-11-17.
  6. ↑ "AIRIN SULTANA A smile with a thousand words". The Daily Star.
  7. ↑ দর্শক ভোটে "বায়োস্কোপ বর্ষসেরা" ২০১৩ হয়েছেন যারাঃ. Bioscope. Archived from the original on 2014-02-21. Retrieved 2020-11-17.
  8. ↑ বিনোদন ধারা পারফরমেন্স অ্যাওয়ার্ড প্রদান. Kaler Kantho (in Bengali).