ଭାରତୀୟ ଆଇନରେ ବ୍ୟଭିଚାର

ଉଇକିପିଡ଼ିଆ‌ରୁ
(Adultery law in Indiaରୁ ଲେଉଟି ଆସିଛି)


ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୭ରେ ବ୍ୟଭିଚାରର ପରିଭାଷା ତଥା ବ୍ୟଭିଚାର ନିମନ୍ତେ ଦଣ୍ଡ ବିଷୟରେ ଉଲ୍ଲେଖ ରହିଛି । ଏହି ପରିଭାଷା ଅନୁସାରେ ଜଣେ ପୁରୁଷ ଯଦି ଅନ୍ୟ ସ୍ତ୍ରୀସହ, ଯାହାକୁ ସେ ଅନ୍ୟର ବିବାହିତ ସ୍ତ୍ରୀ ବୋଲି ଜାଣେ, ଉକ୍ତ ପୁରୁଷର ସହମତି ବିନା ସେହି ସ୍ତ୍ରୀର ସହମତିରେ ଯୌନ ସମ୍ଭୋଗ କରେ ତାହା ଆଇନଗତ ଭାବେ ବ୍ୟଭିଚାର ଅପରାଧର ଅନ୍ତର୍ଭୁକ୍ତ ଅଟେ । ବ୍ୟଭିଚାର ଅଭିଯୁକ୍ତ ପୁରୁଷ ପାଇଁ ଦଣ୍ଡର ପ୍ରାବଧାନ ଥିଲେ ବି ବ୍ୟଭିଚାରୀ ସ୍ତ୍ରୀ ପାଇଁ ଦଣ୍ଡର ବ୍ୟବସ୍ଥା ଭାରତୀୟ ଆଇନରେ ନାହିଁ । ତେବେ ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ପ୍ରବଧାନ ଅନୁସାରେ ବ୍ୟଭିଚାର ଭଳି ଅପରାଧରେ ଲିପ୍ତ ଥିବା କାରଣରୁ ପତି କିମ୍ବା ପତ୍ନୀ ନିଜର ଜୀବନ ସାଥୀ ବିରୁଦ୍ଧରେ ବିବାହ ବିଚ୍ଛେଦ ପାଇଁ ମକଦ୍ଦମା କରିପାରିବେ ।[୧]

ପରିଭାଷା[ସମ୍ପାଦନା]

ଭାରତୀୟ ଦଣ୍ଡ ସଂହିତା,୧୮୬୦ର ଧାରା ୪୯୭ର ପରିଭାଷା ହେଉଛି:

Adultery-"Whoever has sexual intercourse with a person who is and whom he knows or has reason to believe to be the wife of another man, without the consent or connivance of that man, such sexual intercourse not amounting to the offense of rape, is guilty of the offense of adultery, and shall be punished with imprisonment of either description for a term which may extend to five years, or with fine, or with both. In such case the wife shall not be punishable as an abettor."[୨]
ଅର୍ଥାତ (ଅନୁବାଦ)
"ବ୍ୟଭିଚାର":-ଯେ କେହି ବି ବ୍ୟକ୍ତି ଅନ୍ୟ ସହିତ, ଯାହାକୁ ସେ ଅନ୍ୟ କେଉଁ ପୁରୁଷର ସ୍ତ୍ରୀ ବୋଲି ଜାଣେ, ସେହି ପୁରୁଷର ସହମତି ବିନା ଏବଂ ଉକ୍ତ ସ୍ତ୍ରୀର ସହମତିରେ ଯୌନ ସମ୍ଭୋଗ କରେ, ତେବେ ସେ ଧର୍ଷଣ ଅପରାଧର ଅଭିଯୁକ୍ତ ନ ହୋଇ ବ୍ୟଭିଚାର ଅପରାଧରେ ଅଭିଯୁକ୍ତ ହେବେ ଏବଂ ଜୋରିମାନା କିମ୍ବା ସର୍ବାଧିକ ପାଞ୍ଚବର୍ଷ ଜେଲ ଅଥବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ ।"

ଉଚ୍ଚତମ ନ୍ୟାୟାଳୟଙ୍କ ଏ ସଂକ୍ରାନ୍ତୀୟ ନବୀନତମ ଆଦେଶ[ସମ୍ପାଦନା]

ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାର ପୂର୍ବକ ନିକଟରେ ଭାରତର ଉଚ୍ଚତମ ନ୍ୟାୟାଳୟ ବ୍ୟଭିଚାର ସଂପର୍କୀୟ ଧାରା ୪୯୭କୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି ।[୩][୪] ତେବେ ଏହା ବିବାହ ବିଚ୍ଛେଦ ନିମନ୍ତେ ଏକ ଆଇନଗତ କାରଣ ଭାବେ ପରିଗଣିତ ହେବ ।

ଆଧାର[ସମ୍ପାଦନା]

  1. "Adultery Law in India". Legal Service India. Retrieved 28 July 2018.
  2. "Section 497 in The Indian Penal Code". Non Sense Indian Kanoon. Retrieved 28 July 2018.
  3. "Section 497: 3 past Supreme Court judgments on adultery law". India Today (in ଇଂରାଜୀ). Retrieved 3 October 2018.
  4. Rajagopal, Krishnadas (8 December 2017). "Adultery law weighted in favour of men: Supreme Court". The Hindu (in Indian English). Retrieved 3 October 2018.