ଆଳୟ ମହାନ୍ତି
ଦେଖଣା
(Aalay Mohantyରୁ ଲେଉଟି ଆସିଛି)
ଆଳୟ ମହାନ୍ତି | |
---|---|
ଜନ୍ମ | |
ମୃତ୍ୟୁ | ୦୩ ଜାନୁଆରୀ ୨୦୨୩ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ସାମ୍ବାଦିକ ଓ ପ୍ରଯୋଜକ |
ବୈବାହିକ-ସାଥୀ | ଗୀତାଞ୍ଜଳି ମହାନ୍ତି |
ସନ୍ତାନ | ଦୀପ୍ତି, ତୃପ୍ତି, ଦୀପକ |
ଆଳୟ ମହାନ୍ତି ଜଣେ ସାମ୍ବାଦିକ ଓ ଚଳଚ୍ଚିତ୍ର ପ୍ରଯୋଜକ ଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଆଳୟ ମହାନ୍ତି, ଖୋର୍ଦ୍ଧା ଜିଲ୍ଲାର ପଦନପୁରଠରେ ଜନ୍ମଗ୍ରହଣ କରିଥିଲେ । ସେ ଗୀତାଞ୍ଜଳି ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଝିଅ ଦୀପ୍ତି ମହାନ୍ତି ଓ ତୃପ୍ତି ମହାନ୍ତି । ତାଙ୍କର ଏକମାତ୍ର ପୁତ୍ରଙ୍କ ନାମ ଦୀପକ ମହାନ୍ତି ।
ବୃତ୍ତିଗତ ଜୀବନ
[ସମ୍ପାଦନା]ସେ ହୀରାଖଣ୍ଡ ସମ୍ବାଦପତ୍ରରୁ ନିଜର ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ । ସତ୍ୟଧାରା ନାମକ ଓଡ଼ିଆ ସାପ୍ତାହିକ ପତ୍ରିକାର ସେ ସମ୍ପାଦନା କରୁଥିଲେ । ଶେଷ ସମୟବେଳକୁ ସେ ହିନ୍ଦୀ ପତ୍ରିକା ଅମୃତ ସନ୍ଦେଶର ରାଜ୍ୟ ପ୍ରତିନିଧୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହିତ ମଧ୍ୟ ଜଡ଼ିତ ଥିଲେ । ଶୂନ୍ୟସ୍ୱରୂପ, ଆଶା ଓ ଭୁଲ୍ ବୁଝିବନି ମତେ ଚଳଚ୍ଚିତ୍ର ସେ ପ୍ରଯୋଜନା କରିଥିଲେ । ବାଲିଘର ଓ ମରୀଚିକା ଧାରାବାହିକର ମଧ୍ୟ ସେ ପ୍ରାଯୋଜକ ଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]୨୦୨୩ ମସିହା ଜାନୁଆରୀ ୩ ତାରିଖ ଦିନ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।[୨]
ଆଧାର
[ସମ୍ପାଦନା]- ↑ "ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା". www.etvbharat.com. etv bharat. Archived from the original on 4 January 2023. Retrieved 4 January 2023.
- ↑ "ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 4 January 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଳୟ ମହାନ୍ତି