ୱାଲ୍ଟ ହୁଇଟମ୍ୟାନ

ଉଇକିପିଡ଼ିଆ‌ରୁ
Walt Whitman
Walt Whitman, 1887
Walt Whitman, 1887
ଜନ୍ମ ଓ ଜନ୍ମସ୍ଥାନWalter Whitman
(1819-05-31)ମଇ ୩୧, ୧୮୧୯
West Hills, New York, U.S.
ମୃତ୍ୟୁ୨୬ ମାର୍ଚ୍ଚ ୧୮୯୨(1892-03-26) (ବୟସ ୭୨)
Camden, New Jersey, U.S.

ଦସ୍ତଖତ

ୱାଲ୍ଟ ହୁଇଟମ୍ୟାନ (ଇଂରାଜୀ ଭାଷାରେ Walt Whitman (/ˈhwɪtmən/; ମଇ ୩୧, ୧୮୧୯ – ମାର୍ଚ୍ଚ ୨୬, ୧୮୯୨)) ଜଣେ ଆମେରିକୀୟ କବି, ରଚନାକାର ଓ ସାମ୍ବାଦିକ ଥିଲେ । ସେ ମାନବବାଦୀ humanist ଭାବରେ ସେ ଟ୍ରାନ୍ସଏଣ୍ଡେଟାଲିଜ୍ମ (transcendentalism) ଓ ଲିଟରାରି ରିଏଲିଜ୍ମ (realism|) ମଧ୍ୟରୁ ଉଭୟର ଦର୍ଶନ ରକ୍ଷାକରି ଯୋଗସୂତ୍ର ସୃଷ୍ଟି କରୁଥିଲେ । ସର୍ବାଧିକ ପ୍ରଭାବଶାଳୀ କବି ଭାବରେ ଆମେରିକାରେ ଫ୍ରି ଭର୍ସର (free verse) ପିତା ଭାବରେ ବିଖ୍ୟାତ ଥିଲେ ।[୧] ତାଙ୍କର ଲେଖା ସେହି ସମୟରେ ଦ୍ୱନ୍ଦ୍ୱାତ୍ମକ ଥିଲା ବିଶେଷତଃ ତାଙ୍କ କବିତା ସଂକଳନ ଲିଭସ ଅଫ ଗ୍ରାସ (Leaves of Grass) କାମୁକ ପ୍ରବଣ ପୁସ୍ତକରେ ଅଶ୍ଳିଳତା ଭରି ରହିଥିଲା । ସମଲିଙ୍ଗୀ ଭାବରେ ହୁଇଟମ୍ୟାନଙ୍କ ନିଜ ଜୀବନ‌କୁ ଯାଞ୍ଚ କରାଯାଇଥିଲା ।

ନିଉୟୋର୍କର ହଣ୍ଟିଙ୍ଗଟନଠାରେ ଲଙ୍ଗ ଆଇଲ୍ୟାଣ୍ଡରେ ହୁଇଟମ୍ୟାନ ଜନ୍ମ ଗ୍ରହଣ କରିଥିଲେ । ସେ ସାମ୍ବାଦିକ, ଶିକ୍ଷକ ଓ ସରକାରୀ କିରାଣୀ କାମ କରିଥିଲେ । ଏଗାର ବର୍ଷ ବୟସରେ ସେ ସ୍କୁଲ ଅଧ୍ୟୟନ ଛାଡ଼ି କାମ କରିବାକୁ ବାହାରିଗଲେ । ପିଲାବେଳ ଓ କର୍ମମୟ ଜୀବନରେ ସେ ପ୍ରାୟ ବ୍ରୁକଲିନରେ (Brooklyn) ବାସ କରୁଥିଲେ । ସନ ୧୮୫୫ରେ ତାଙ୍କର ତାଙ୍କର ନିଜ ରୋଜଗାରରେ ପ୍ରଥମ ବ‌ହି 'ଲିଭ୍‌ସ ଅଫ ଗ୍ରାସ' ପ୍ରକାଶିତ ହୋଇଥିଲା । ଏହି ଏପିକ ପୁସ୍ତକରେ (epic) ସେ ଆମେରିକାର ସାଧାରଣ ଲୋକଙ୍କ ସମସ୍ୟା ଉପରେ ଲେଖିଥିଲେ । ଏହାକୁ ସେ ଆଜୀବନ ସନ ୧୮୯୨ରେ ମୃତ୍ୟୁ ପର୍ଯ୍ୟନ୍ତ ଲେଖିଚାଲିଥିଲେ । ଆମେରିକାର ସିଭିଲ ୱାର ସମୟରେ ସେ ୱାସିଙ୍ଗଟନ ଯାଇ ଗୋଟିଏ ଡାକ୍ତରଖାନାରେ କ୍ଷତଗ୍ରସ୍ତ ରୋଗୀଙ୍କର ସେବା କରୁଥିଲେ । ତାଙ୍କର କାବ୍ୟ ଅଧିକାଂଶ ସମୟରେ କ୍ଷତି ଓ ଚିକିତ୍ସା ଉପରେ ପର୍ଯ୍ୟବସିତ ଥିଲା । ଆବ୍ରାହମ ଲିଙ୍କନଙ୍କ ମୃତ୍ୟୁ ପରେ ସେ 'ଓ କ୍ୟାପଟେନ! ମାଇଁ କ୍ୟାପଟେନ' (O Captain! My Captain!) ଏବଂ 'ହୁଏନ ଲିଲାକ୍‌ସ ଲାସ୍ଟ ଇନ ଦି ଡୋର୍‌ୟାର୍ଡ଼ ବ୍ଲୁମ୍‌ଡ' (When Lilacs Last in the Dooryard Bloom'd) ନାମକ ବିଖ୍ୟାତ କବିତାଦ୍ୱୟ ଲେଖିଥିଲେ । ଜୀବନର ଶେଷ ସମୟରେ ଗୋଟିଏ ସ୍ଟ୍ରୋକ ହେବା ପରେ ସେ କ୍ୟାମଡେନ, ନିଉଜର୍ସିକୁ ଚାଲିଗଲେ ଯେଉଁଠାରେ ତାଙ୍କର ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଗଲା । ମୃତ୍ୟୁ ୭୨ ବର୍ଷ ବୟସରେ ହେବାପରେ ଜନ ସାଧାରଣ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦାନ କରିଥିଲେ ।[୨][୩]

କାବ୍ୟ ଉପରେ ହୁଇଟମ୍ୟାନ‌ଙ୍କ ପ୍ରଭାବ ବ‌ହୁତ ଶକ୍ତିଶାଳୀ ରହୁଛି । ମେରୀ ସ୍ମିଥ ହୁଇଟାଲ କୋସ୍ଟେଓ ଯୁକ୍ତି କରିଥିଲେ: ହୁଇଟମ୍ୟାନ‌ଙ୍କୁ ଛାଡ଼ିଦେଲେ ତୁମେ ପ୍ରକୃତରେ ଆମେରିକାକୁ ବୁଝିପାରିବନି, "ଲିଭ୍‌ସ ଅଫ ଗ୍ରାସ ବ୍ୟତୀତ" ସେ ଅଭିବ୍ୟକ୍ତ କରିଛନ୍ତି ଯେ ଆଧୁନିକ ସମୟ ପର୍ଯ୍ୟନ୍ତ ସଭ୍ୟତା ବିଷୟ କୌଣସି ଇତିହାସ ଓ ଫିଲୋସୋଫୀ ଛାତ୍ର ଛାତ୍ରୀ ବୁଝିପାରିବେନି ।" [୪] ଆଧୁନିକତାବାଦୀ (Modernist) କବୟୀତ୍ରୀ ଏଜ୍‌ରା ପାଉଣ୍ଡ (Ezra Pound) ହୁଇଟମ୍ୟାନଙ୍କୁ "ଆମେରିକାର କବି' କ‌ହୁଥିଲେ ଓ 'ସେ ହିଁ ଆମେରିକା" କ‌ହୁଥିଲେ । [୫]

ପ୍ରାକ୍ ଜୀବନ[ସମ୍ପାଦନା]

ହୁଇଟମ୍ୟାନ‌ ମଇ ୩୧, ୧୮୧୯ରେ ୱେଷ୍ଟ ହିଲ୍‌ସ, ଟାଉନ ଅଫ ହଣ୍ଟିଙ୍ଗଟନ, ଲଙ୍ଗ ଆଇଲ୍ୟାଣ୍ଡରେ ୱାଲଟର ଓ ଲୁଇସା ଭାନ ହୁଇଟମ୍ୟାନ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ନଅ ଜଣ ସନ୍ତାନ ମଧ୍ୟରୁ ସେ ଦ୍ୱିତୀୟ ଗର୍ଭଜାତ ଥିଲେ, [୬] ଓ ତାଙ୍କ ଡାକ ନାମ ୱାଲ୍ଟ ଦିଆଯାଇଥିଲା । [୭]

କାମ[ସମ୍ପାଦନା]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Reynolds, 314
  2. Loving, 480
  3. Reynolds, 589
  4. Reynolds, 4
  5. Pound, Ezra. "Walt Whitman", Whitman, Roy Harvey Pearce, ed. Englewood Cliffs, NJ: Prentice-Hall, Inc., 1962: 8
  6. Miller, 17
  7. Loving, 29
  8. Schuessler, Jessica (February 20, 2017). "In a Walt Whitman Novel, Lost for 165 Years, Clues to Leaves of Grass". The New York Times.
  9. Turpin, Zachary (Winter–Spring 2016). "Introduction to Walt Whitman's 'Manly Health and Training'". Walt Whitman Quarterly Review. 33 (3): 149. doi:10.13008/0737-0679.2205. ISSN 0737-0679. Retrieved 2016-05-03. a pseudoscientific tract