ୱାଲରସ

ଉଇକିପିଡ଼ିଆ‌ରୁ

Walrus
ଜୀବାଶ୍ମ କାଳ: Pleistocene to Recent
Male Pacific walrus
Female Pacific walrus with young
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ଗଣ: କାର୍ନିଭୋରା
Clade: Pinnipediformes
Clade: Pinnipedia
Family: Odobenidae
Genus: Odobenus
Brisson, 1762
ଜାତି: O. rosmarus
ବାଇନୋମିଆଲ ନାମ
Odobenus rosmarus
Subspecies

O. rosmarus rosmarus
O. rosmarus divergens
O. rosmarus laptevi (debated)

Distribution of walrus
Synonyms
Walrus cows and yearlings (short tusks), photo courtesy USFWS

ୱାଲରସ (ଇଂରାଜୀ ଭାଷାରେ The walrus (Odobenus rosmarus)) ଏକ ବଡ଼ ଆକାରର ପିନିପେଡ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ (flippered marine mammal) ଯିଏ ଉତ୍ତର ମେରୁର (North Pole) ଆର୍କଟିକ ସମୁଦ୍ର (Arctic Ocean) ଓ ଉତ୍ତର ଗୋଲାର୍ଦ୍ଧର (Northern Hemisphere) ସବଆର୍କଟିକ (subarctic) ସମୁଦ୍ରରେ ବିଚ୍ଛିନ୍ନ ଭାବରେ ବାସ କରନ୍ତି । ଓଡୋବେନିଡି (Odobenidae) ପରିବାରର ଓଡୋବେନସ ପ୍ରଜାତିର ଏହା ଏକମାତ୍ର ପ୍ରାଣୀ ଯିଏ ବଞ୍ଚିରହିଛି । ଏହି ପ୍ରଜାତିକୁ ଦୁଇ ଭାଗରେ ବିଭକ୍ତ କରାଯାଏ ଯେପରିକି [୨] ଆଟଲାଣ୍ଟିକ ମହାସାଗରରେ (Atlantic Ocean) ରହିଥିବା ଆଟଲାଣ୍ଟିକ ୱାଲରସ ଓ ପ୍ରଶାନ୍ତ ମହାସାଗରରେ ରହiଥିବା ପାସିଫିକ ୱାଲରସ ।

ବୟଃପ୍ରାପ୍ତ ୱାଲରସର ବଡ଼ ଲମ୍ବା ଦାନ୍ତ (tusk) ଓ ଲମ୍ବା ଲୋମ (whiskers) ସ‌ହିତ ଅଧିକ ସ୍ନାୟୁ ସଂଯୁକ୍ତ ହୋଇଥିବା ବଡ଼ ହେୟାର ଫଲିକ୍ଲ ଓ ବିରାଟକାୟ ଶରୀର ଥାଏ ଯାହାର ଓଜନ ପ୍ରାୟ ୨୦୦୦ କେଜି ବା ୪୪୦୦ ପାଉଣ୍ଡ ହୁଏ । [୩] କେବଳ ଦୁଇ ପ୍ରଜାତିର ହସ୍ତୀ ସିଲଙ୍କର (elephant seals) ଏହାଠାରୁ ଅଧିକ ଓଜନ ହୁଏ । [୪] ଏମାନେ କଣ୍ଟିନେଣ୍ଟାଲ ସେଲ୍‌ଫ (continental shelves) ଉପରେ ଅଗଭୀର ଜଳରେ ବାସ କରନ୍ତି, ସାମୁଦ୍ରିକ ବରଫ ଉପରେ ରହି ତାଙ୍କ ଖାଦ୍ୟ (benthic bivalve mollusk) ଯୋଗାଡ଼ କରନ୍ତି । ୱାଲରସ ବ‌ହୁତ ବର୍ଷ ବଞ୍ଚିରହନ୍ତି, ସାମାଜିକ ପ୍ରାଣୀ ଓ ଆର୍କଟିକ ସମୁଦ୍ରିକ ସ୍ଥାନରେ ସେମାନଙ୍କୁ କିସ୍ଟୋନ ପ୍ରଜାତି (keystone species) କୁହାଯାଏ ।

ଅନେକ ମେରୁ ଅଞ୍ଚଳୀୟ ଆଦିମ ଅଧିବାସୀମାନଙ୍କର (‌indigenous Arctic peoples) ସଂସ୍କୃତିରେ ୱାଲରସ ଏକ ମୁଖ୍ୟ ଭୂମିକା ନିର୍ବାହ କରିଆସିଛି, ସେମାନେ ମାଂସ, ଚର୍ବି, ଚମଡ଼ା, ଦାନ୍ତ ଓ ହାଡ଼ ନିମନ୍ତେ ଏହାକୁ ମାରିଦିଅନ୍ତି । ଊନବିଂଶ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ବ୍ଲବର (blubber), ଦାନ୍ତ (walrus ivory) ଓ ମାଂସ ନିମନ୍ତେ ୱାଲରସକୁ ବିପୁଳ ପରିମାଣରେ ଶିକାର କରି ମାରିଦିଆଯାଉଥିଲେ । ମେରୁ ଅଞ୍ଚଳରେ ଏହାର ସଂଖ୍ୟା ଦୃତ ଗତିରେ କମିଗଲା । ଆଗ ଭଳି ମାନବ ଅତ୍ୟାଚାର କମ୍ ଥିବାରୁ ଅପେକ୍ଷାକୃତ ଭାବରେ ଏହା ପରେ ୱାଲରସ ସଂଖ୍ୟା ବଢ଼ୁଛି ।

ଶବ୍ଦ ବ୍ୟୁତ୍ପତ୍ତି[ସମ୍ପାଦନା]

Walrus, labeled Ros marus piscis, is depicted in а 16th-century map of Scandinavia (the Carta Marina)

ଜେଆରଆର ଟୋକିଏନ J.R.R. Tolkien[୫] ଭାବୁଥିଲେ, ଏହି ଶବ୍ଦଟି ଜର୍ମାନୀ ଭାଷାର ନିଆଯାଇଛି ଓ ଅନେକଙ୍କ ମତରେ ଏହା ଡଚ ଭାଷାର (Dutch language) ବା ପୁରୁଣା ନୋର୍ସ (Old Norse) ଭାଷାରୁ ଆସିଛି । 'ୱାଲ' ଅଂଶଟି ଡଚ ଭାଷାର ୱାଲଭିସ ତିମିରୁ ନିଆଯାଇଛି । ପୁରୁଣା ନୋର୍ସ ଭାଷାର ଘୋଡ଼ା/horse ଶବ୍ଦରୁ ନିଆଯାଇଛି 'ରସ' ଅଂଶଟି ନିଆଯାଇଛି ।[୬] ଉଦାହରଣ ସ୍ୱରୂପ ଓଲ୍ଡ ନୋର୍ସରେ ହ୍ରୋସଭାଲର ଶବ୍ଦର ଅର୍ଥ ହର୍ଷ-ହ୍ୱେଲ ବା ଘୋଡ଼ା-ତିମି ଯାହା ସମୟକ୍ରମେ ଡଚ ଓ ଉତ୍ତର ଜର୍ମାନୀରେ ପରିବର୍ତ୍ତିତ ହୋଇ ଯଥାକ୍ରମେ ୱାଲରୋସ (walros) ଓ ୱାଲରୋସସ (Walross) ହୋଇ ପରେ ଧୀରେ ଧୀରେ ୱାଲରସ ହୋଇଯାଇଛି । [୭] ଅନ୍ୟ ଏକ ଥିଓରି ଅନୁସାରେ ଏହା ଡଚ ଭାଷାର ୱାଲ ଶୋର (wal 'shore') ଓ ରିଅସ ଜାଏଣ୍ଟରୁ (reus 'giant') ନିଆଯାଇଛି । [୮]

ପ୍ରଜାତି ନାମ ରୋସମାରୁସ (rosmarus) ଶବ୍ଦଟି ସ୍କଣ୍ଡିନେଭିଆ ଦେଶର । ନର୍‌ୱେ ଦେଶର ସନ ୧୨୪୦ରେ ଲିଖିତ ଏକ ପାଣ୍ଡୁଲିପି କୋନୁଙ୍ଗସକୁଗ୍ସରେ (Konungsskuggsja) ୱାଲରସକୁ ଆଇସଲ୍ୟାଣ୍ଡରେ ରୋସ୍ମଭାଲର ("rosmhvalr") ଓ ଗ୍ରୀନଲ୍ୟାଣ୍ଡରେ ରୋସ୍ଟୁଙ୍ଗ ("rostungr") ନାମ ଦିଆଯାଇଛି । ଆଇସଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ ଓ ନର‌ୱେର କେତେକ ସ୍ଥାନର ନାମ (Hvalfjord, Hvallatrar and Hvalsnes) ୱାଲରସର ପ୍ରଜନନ ଭୂମିରୁ ନିଆଯାଇଛି ।

ଆଧାର[ସମ୍ପାଦନା]

  1. Lowry, L. (2016). "Odobenus rosmarus". The IUCN Red List of Threatened Species. 2016: e.T15106A45228501. doi:10.2305/IUCN.UK.2016-1.RLTS.T15106A45228501.en. Archived from the original on 5 April 2019. Retrieved 13 January 2018. Database entry includes a brief justification of why this species is considered Vulnerable
  2. Wozencraft, W.C. (2005). "Order Carnivora". In Wilson, D.E.; Reeder, D.M (eds.). Mammal Species of the World: A Taxonomic and Geographic Reference (3rd ed.). Johns Hopkins University Press. pp. 532–628. ISBN 978-0-8018-8221-0. OCLC 62265494. {{cite book}}: Invalid |ref=harv (help)
  3. Walrus: Physical Characteristics Archived 10 July 2012 at the Wayback Machine.. seaworld.org
  4. Fay, F.H. (1985). "Odobenus rosmarus". Mammalian Species. 238 (238): 1–7. doi:10.2307/3503810. JSTOR 3503810.
  5. J.R.R. Tolkien and the OED, J.R.R. Tolkien and the OED Archived 2018-02-12 at the Wayback Machine.
  6. Dictionary.com. Dictionary.reference.com. Retrieved 16 September 2011.
  7. Dansk Etymologisk Ordbog, Niels Age Nielsen, Gyldendal 1966
  8. Etymology of mammal names. Iberianature.com (29 December 2010). Retrieved 16 September 2011.