ୱାଘା ସୀମା ସମାରୋହ

ଉଇକିପିଡ଼ିଆ‌ରୁ
ୱାଘା ସୀମା ସମାରୋହ
वागह सीमा समारोह
واہگہ بورڈر کروسِنگ
ਵਗਾਹ ਬੋਰਡਰ ਨੀ
Wagah is located on the international highway between Amritsar, India and Lahore, Pakistan.
ତାରିଖEvery day
ସଚଳ ବର୍ଷ59 (since 1959)
ଉଦଘାଟନ ହେଲାBorder Security Force and Pakistan Rangers
ପ୍ରକାରMilitary display
Wagah Border Ceremony from Pakistani Side, 2013
Wagah border crossing view from Indian side, 2013

ୱାଘା ସୀମା ସମାରୋହ (ପତାକା ଅବତରଣ ସମାରୋହ) ହୁସେଇନବଳା ଜାତୀୟ ସହିଦ ସ୍ମାରକୀ ନିକଟରେ ଭାରତର ବର୍ଡର ଶିକୁରିଟୀ ଫୋର୍ସ ଓ ପାକିସ୍ଥାନର ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ଯୁଗ୍ମ ସୀମା ଗେଟଠାରେ ଏହି ସମାରୋହ ଦୈନିକ ହେଇଥାଏ । ଏହି ପରମ୍ପରା ଦୁଇ ଦେଶ ମଧ୍ୟରେ ୧୯୫୯ ମସିହାରୁ ସଦଭାବନା ମୂଳକ ପଦକ୍ଷେପ ଭାବରେ ଚାଲିଆସୁଛି । ଏହି କାର୍ଯ୍ୟକ୍ରମ ସୁନ୍ଦର ଓ ମନୋରଞ୍ଜକ ହେଇଥାଏ ।[୧] ଏହାକୁ ଉଭୟ ଦେଶର ସେନାବାହିନୀ ମଧ୍ୟରେ ସଦ୍ଭାବ ପାଇଁ ଆରମ୍ଭ କରାଯାଇଥିଲା ଓ ସେହି ପରମ୍ପରା ଆଜି ଯାଏ ବଳବତ୍ତର ରହିଛି । [୨]

ବର୍ଣ୍ଣନା [ସମ୍ପାଦନା]

ୱାଘା ସୀମାନ୍ତ ନିକଟରେ ପ୍ରତ୍ୟହ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପୂର୍ବରୁ ଗେଟ ନିକଟରେ ଗ୍ରାଣ୍ଡ ଟ୍ରଙ୍କ ରୋଡ଼ରେ ଉଭୟ ଦେଶର କିଛି ସୈନ୍ୟ ସ୍ୱତନ୍ତ୍ର ଭଙ୍ଗୀରେ ପାରେଡ଼ କରି ଉଭୟ ଦେଶର ଜାତୀୟ ପତାକାକୁ ଅବତରଣ କରନ୍ତି । ଉଭୟ ଦେଶର ଜଣେ ଗାର୍ଡ଼ ନିଜ ପଟIର ଗେଟରେ ଛିଡ଼ା ହେଇ ଟିଏଚକେ ସୂର୍ଯ୍ୟାସ୍ତ ସମୟରେ ଗେଟ ଖୋଲା ଓ ସମକାଳରେ ନିଜ ଦେଶର ପତାକାକୁ ଅବନମିତ କରନ୍ତି । ଆନ୍ତର୍ଜାତିକ ସ୍ତରରେ ଏହି ଅନୁଷ୍ଠାନକୁ "ବିଟିଂ ରିଟ୍ରିଟ" କୁହାଯାଏ ଓ ଏହି ପରମ୍ପରା ଅନେକ ଦେଶର ସୀମାରେ ରହିଥାଏ । ଏହି ସମାରୋହ ଦେଖିବାକୁ ଦେଶର ଅନନ୍ୟ ସ୍ଥାନରୁ ଅନେକ ଦର୍ଶକ ଏପରିକି ବିଦେଶ ପର୍ଯ୍ୟଟକମାନେ ଆସିଥାନ୍ତି । ୨୦୧୦ ମସିହାରେ ପାକିସ୍ଥାନର ମେଜର ଜଣେେରାଲ ୟାକୁବ ଅଲି ଖାନଙ୍କ ଆଦେଶରେ ଏହି ସମାରୋହକୁ କମ ଭାବରେ ପାଳନ କରାଯାଉଛି [୩] ୨୦୧୦ ମସିହା ଅକ୍ଟୋବର ମାସରେ ପାକିସ୍ଥାନ ରେଞ୍ଜର୍ସର ମେଜର ୟାକୁବ ଅଲି ଖାନ ପରମ୍ପରାରେ ଉତ୍ୟକ୍ତ ଭାବକୁ କମେଇବା ନିମନ୍ତେ ସିଦ୍ଧାନ୍ତ ନେଇଥିଲେ ।[୧][୪]

୨୦୧୪ ଆତ୍ମଘାତୀ ଆକ୍ରମଣ [ସମ୍ପାଦନା]

୨୦୧୪ ମସିହାର ନଭେମ୍ବର ୪ ତାରିଖରେ ଜଣେ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ କରିବାରୁ ୱାଘା ସୀମା ଅଞ୍ଚଳରେ ୬୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହା ସମାରୋହ ସମାପ୍ତ ହେଲାପରେ ଘଟିଥିଲା ।[୫][୬]

୨୦୧୬ ଭାରତ-ପାକିସ୍ଥାନ ଉତ୍ତେଜନା [ସମ୍ପାଦନା]

୨୦୧୬ ସେପ୍ଟେମ୍ବର ୨୯ରେ ଭାରତ-ପାକିସ୍ଥାନ ସାମରିକ ଦ୍ୱନ୍ଦ ହେବାରୁ ଏହି ସମାରୋହକୁ ବନ୍ଦ ରଖାଯାଇଥିଲା ।[୭] ଏହି ଉତ୍ତେଜନା କାରଣରୁ ଭାରତର ସୀମା ସୁରକ୍ଷା ବାହିନୀର ସୈନିକମାନେ ଦୀପାବଳୀ ଓ ସ୍ୱାଧୀନତା ଦିବସରେ ଅଭିନନ୍ଦନ ଆଦାନ ପ୍ରଦାନ ମଧ୍ୟ ବନ୍ଦ ରଖିଥିଲେ ।[୮]

ଗ୍ୟାଲେରି [ସମ୍ପାଦନା]

ଅଧିକ ପଠନ [ସମ୍ପାଦନା]

  • ଅଟାରୀ, ଭାରତ-ପାକିସ୍ଥାନ ସୀମାରେ ଥିବା ଏକ ଗାଁ

ଆଧାର [ସମ୍ପାଦନା]

  1. ୧.୦ ୧.୧ Khaleeli, Homa (1 November 2010). "Goodbye to the ceremony of silly walks between India and Pakistan". The Guardian. Retrieved 14 November 2011.
  2. Press Trust of India (2 February 2015). "Yashwant Sinha calls Wagah beating retreat ceremony ugly". dna. New Delhi, India: Diligent Media Corporation Ltd. Retrieved 16 August 2016.
  3. Frank Jacobs (3 July 2012). "Peacocks at Sunset". Opinionator: Borderlines. The New York Times. Retrieved 15 July 2012.
  4. Doherty, Ben (2012-01-29). "Ritual dance between bitter brothers". Sydney Morning Herald. Retrieved 2012-02-11.
  5. "Pakistan blast 'kills 45' at Wagah border with India". BBC News. 2 November 2014. Archived from the original on 10 November 2014. Retrieved 2 November 2014.
  6. "Police: Suicide bomber kills dozens at Pakistan border parade". CNN. 2 November 2014. Archived from the original on 2 November 2014. Retrieved 2 November 2014.
  7. "Attari-Wagah post echoes with patriotic chants again". hindustantimes. 9 October 2016. Retrieved 6 November 2016.
  8. "BSF refuses to exchange Diwali sweets at Wagah as Indo-Pak tension increases". The Economic Times. 30 October 2016. Archived from the original on 27 December 2016. Retrieved 6 November 2016.

ବାହାର ଲିଙ୍କ [ସମ୍ପାଦନା]