ସଙ୍ଗରୋଧ

ଉଇକିପିଡ଼ିଆ‌ରୁ

ଲେଖା ଚାଲିଛି...

ସଙ୍ଗରୋଧ ବା କ୍ୱାରେଣ୍ଟାଇନ ସଂକ୍ରାମକ ରୋଗ ତଥା ବିଜାଣୁମାନଙ୍କର ପ୍ରସାର ରୋକିବାକୁ ଏକ ମାଧ୍ୟମ । ମୁଖ୍ୟତଃ ଯେଉଁମାନେ ସଂକ୍ରାମକ ରୋଗ ସହିତ ସଂସ୍ପର୍ଶରେ ଆସିଥିବାର ସନ୍ଦେହ ଥାଏ ଏବଂ ଉଚିତ ଡାକ୍ତରୀ ପରୀକ୍ଷଣ କରାଯାଇ ନଥାଏ , ସେମାନଙ୍କୁ ଏଥିରେ ନିର୍ଦ୍ଧିଷ୍ଟ ସମୟ ପାଇଁ ଅଟକ ରଖାଯାଇଥାଏ । ଏହା ଡାକ୍ତରୀ ପରୀକ୍ଷଣଠାରୁ ଭିନ୍ନ ଯେଉଁଥିରେ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଥିବା ବ୍ୟକ୍ତିଙ୍କୁ ସୁସ୍ଥ ବ୍ୟକ୍ତିଙ୍କଠାରୁ ଦୁରାଇ ରଖାଯାଏ । ସଙ୍ଗରୋଧ ଏକ ପ୍ରକାର ସୀମା ନିୟନ୍ତ୍ରଣ ବ୍ୟବସ୍ଥା ଅଟେ ।[୧]

ଶବ୍ଦ ବ୍ୟୁପ୍ତତ୍ତି[ସମ୍ପାଦନା]

ସଙ୍ଗରୋଧର ଇଂରାଜି ଅନୁବାଦିତ ଶବ୍ଦ Quarantine (କ୍ୱାରେଣ୍ଟାଇନ) ଇଟାଲୀ ଶବ୍ଦ quarantenaରୁ ଆସିଛି, ଯାହାର ଆକ୍ଷରିକ ଅର୍ଥ ହେଉଛି ଚାଳିଶ ଦିନ । ଚତୁର୍ଦଶ-ପଞ୍ଚଦଶ ଶତାବ୍ଦୀରେ ଏହି ଶବ୍ଦଟି ଭେନେସିଆନ ଶବ୍ଦ ଭାବେ ବ୍ୟବହୃତ ହେଉଥିଲା । ସେସମୟରେ ବ୍ୟାପିଥିବା ବ୍ଲାକ ଡେଥ ମହାମାରୀ କାରଣରୁ ଜାହାଜରେ କାମ କରୁଥିବା ବ୍ୟକ୍ତି ଏବଂ ଯାତ୍ରୀମାନଙ୍କୁ ସଙ୍ଗରୋଧ କରାଯାଉଥିଲା ।[୨][୩][୪]

ସେଲ୍ଫ କ୍ୱାରେଣ୍ଟାଇନ[ସମ୍ପାଦନା]

ସ୍ୱ-ସଙ୍ଗରୋଧ ବା ସେଲ୍ଫ କ୍ୱାରେଣ୍ଟାଇନ ଶବ୍ଦଟି ୨୦୧୯-୨୦ କରୋନା ଜନିତ ଅତି ବ୍ୟାପକ ମହାମାରୀ ସମୟରେ ଅଧିକ ଲୋକପ୍ରିୟ ହୋଇଛି । ବ୍ୟକ୍ତିବିଶେଷ ମହାମାରୀ ବ୍ୟାପିବାରୁ ଅଟକାଇବା ପାଇଁ ନିଜେ ଘରେ ସଙ୍ଗରୋଧ ରହିବାକୁ ଉଚିତ ମଣୁଛନ୍ତି ।

କେତେକ ସଫଳ ସଙ୍ଗରୋଧ[ସମ୍ପାଦନା]

ଏୟାମ ଗ୍ରାମ, ୧୬୬୫ (ମହାମାରୀ)[ସମ୍ପାଦନା]

ବ୍ରିଟେନର ଏକ ଗ୍ରାମ ଏୟାମଠାରେ ୧୬୬୫ ମସିହାରେ ଆସିଥିବା ଏକ ମାରାତ୍ମକ ମହାମାରୀକୁ ରୋକିବା ପାଇଁ ସଙ୍ଗରୋଧ କରାଯାଇଥିଲା । ମହାମାରୀ ପ୍ରାୟ ଚଉଦ ମାସ ଧରି ଚାଲିଥିଲା ଏବଂ ଆନୁମାନିକ ଭାବେ ୨୬୦ ଗ୍ରାମବାସୀ ଏଥିରେ ପ୍ରାଣ ହରାଇଥିଲେ ।[୫] ଏୟାମ ଚର୍ଚ୍ଚ ସହିତ ସମ୍ପର୍କିତ ୨୭୩ ମହାମାରୀ ପୀଡ଼ିତ ହୋଇଥିଲେ ।[୬]

କନଭିକ୍ଟ ସିପ ସୁରି, ସିଡନୀ ବନ୍ଦର, ୧୮୧୪ (ଟାଇଫଏଡ)[ସମ୍ପାଦନା]

ସୁରି ଜାହାଜକୁ ଅଟକ ରଖିବାର ଅଷ୍ଟ୍ରେଲିଆ ସରକାରଙ୍କ ନିର୍ଦ୍ଦେଶ

୧୮୧୪ ମସିହା ଜୁଲାଇ ୨୮ ତାରିଖରେ ସୁରି ନାମକ ଏକ ଜାହାଜ ଇଂଲଣ୍ଡର ସିଡ଼ନୀ ବନ୍ଦରରେ ପହଞ୍ଚିଥିଲା ଜାହାଜଯାତ୍ରା ସମୟରେ ହିଁ ଟାଇଫଏଡ ରୋଗରେ ଛୟାଳିଶଜଣ ବ୍ୟକ୍ତି ମୃତ୍ୟୁବରଣ କରିସାରିଥିଲେ ଏବଂ ୩୬ ଜଣ ସଂକ୍ରମିତ ଥିଲେ । ଏଣୁ ଜାହାଜଟିକୁ ବନ୍ଦରର ଉତ୍ତର ଦିଗରେ ସଙ୍ଗରୋଧ କରି ରଖାଯାଇଥିଲା । ସଂକ୍ରମିତମାନଙ୍କୁ ରଖିବାପାଇଁ ଜାହାଜ ପାଖାପାଖି ହିଁ ସ୍ୱତନ୍ତ୍ର ଜାଗା ନିର୍ଦ୍ଧାରଣ କରାଯାଇଥିଲା ।[୭]

ଟାଇଫଏଡ ମ୍ୟାରୀ (ଯୁକ୍ତରାଷ୍ଟ୍ର ଆମେରିକା)[ସମ୍ପାଦନା]

ମ୍ୟାରୀ ମାଲନ ନାମକ ଜଣେ ମହିଳା ଏକ ପ୍ରକାର ସାଲମୋନେଲା ଜୀବାଣୁର ବାହକ ବୋଲି ଜଣାପଡ଼ିଥିଲା । ଏଣୁ ତାଙ୍କୁ ବାଧ୍ୟତାପୂର୍ବକ ଭାବେ ୧୯୦୭-୧୦ ପର୍ଯ୍ୟନ୍ତ ସଙ୍ଗରୋଧ କରି ରଖାଯାଇଥିଲା । ତାଙ୍କ ମାଧ୍ୟମରେ ଟାଇଫଏଡ ଜ୍ବରରେ ସଂକ୍ରମିତ ୫୩ ଜଣ ବ୍ୟକ୍ତି ଏବଂ ତିନିଜଣ ମୃତକଙ୍କୁ ଚିହ୍ନଟ କରାଯାଇଥିଲା । ଏହାଫଳରେ ତାଙ୍କ ମୁତ୍ୟୁ ପୂର୍ବରୁ ୨୩ ବର୍ଷକାଳ ସଙ୍ଗରୋଧ କରି ରଖାଯାଇଥିଲା । ୧୯୩୮ରେ ତାଙ୍କ ମୃତ୍ୟୁ ପରେ ତାଙ୍କ ଶବ-ପରୀକ୍ଷଣରୁ ଜଣା ପଡିଥିଲା ଯେ ଜୀବାଣୁମାନେ ମହିଳାଙ୍କର ପିତ୍ତାଶୟ ମଧ୍ୟରେ ହିଁ ବଢ଼ୁଥିଲେ ।[୮]

ପୂର୍ବ ସମୋଆ, ୧୯୧୮ (ଅତି ବ୍ୟାପକ ଜ୍ୱର)[ସମ୍ପାଦନା]

୧୯୧୮ ମସିହାର ଅତି ବ୍ୟାପକ ଜ୍ୱର ସମୟରେ ସେତେବେଳର ଆମେରିକୀୟ ସମୋଆର ଗଭର୍ଣ୍ଣର ଜନ ମାର୍ଟିନ ପୋୟର ଦ୍ୱୀପମାନଙ୍କରେ ସମ୍ପୂର୍ଣ୍ଣ ସଙ୍ଗରୋଧ କରି ବାହାରୁ ଆସୁଥିବା ଜାହାଜଗୁଡ଼ିକୁ ବାରଣ କରିଥିଲେ । ଯାହାଫଳରେ ସମଗ୍ର ଅଞ୍ଚଳର  ମୃତକଙ୍କ ସଂଖ୍ୟା ଶୂନକୁ ଆସିଯାଇଥିଲା । ଅନ୍ୟପଟେ ପଶ୍ଚିମ ସମୋଆ ଏହାଦ୍ୱାରା ପାଖାପାଖି ନବେ ପ୍ରତିଶତ ସଂକ୍ରମଣ ଅନୁପାତ ଏବଂ କୋଡିଏ  ପ୍ରତିଶତ ମୃତ୍ୟୁ ଅନୁପାତ ସହିତ ଗୁରୁତର ପୀଡ଼ିତ ହୋଇଥିଲା । ନିଉଜିଲାଣ୍ଡ ସରକାରଙ୍କ ଏହି ବିଫଳତା କାରଣରୁ ପରବର୍ତ୍ତୀ ସମୟରେ ସମୋଆମାନେ ସ୍ୱାଧୀନତା ସଂଗ୍ରାମ କରିବାକୁ ପ୍ରେରିତ ହୋଇଥିଲେ ।[୯]

ଗ୍ରୁଇନାର୍ଡ଼ ଦ୍ୱୀପ, ୧୯୪୨-୯୦ (ଆନ୍ଥରାକ୍ସ)[ସମ୍ପାଦନା]

୧୯୪୨ ମସିହାର ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ନିଜ ଜୈବିକ ଅସ୍ତ୍ରକୁ ଗ୍ରୁଇନାର୍ଡ଼ ଦ୍ୱୀପ ପାଇଁ ବ୍ୟବହାର କଲେ ଏବଂ ଯାହାଫଳରେ ଦ୍ୱୀପଟି ଆନ୍ଥରାକ୍ସ ଆକ୍ରାନ୍ତ ହୋଇଥିଲା । ଦ୍ୱୀପଟିରେ ଏହାପରେ ସଙ୍ଗରୋଧ କାର୍ଯ୍ୟକାରୀ କରାଯାଇଥିଲା, ଯାହାକି ୧୯୯୦ ମସିହାରେ ଖୋଲାଗଲା ।[୧୦] ଦ୍ୱୀପଟିକୁ ସୁରକ୍ଷିତ ଘୋଷଣା କରିବାପରେ ପ୍ରଥମେ ଏକ ମେଣ୍ଢାଦଳକୁ ଦ୍ୱୀପ ମଧ୍ୟକୁ ଛଡ଼ାଯାଇଥିଲା ।

ଆପୋଲୋ ଅନ୍ତରୀକ୍ଷ ଯାତ୍ରୀ, ୧୯୬୯-୧୯୭୧[ସମ୍ପାଦନା]

ଆମେରିକୀୟ ରାଷ୍ଟ୍ରପତିଙ୍କର ସଙ୍ଗରୋଧ ମହାକାଶଯାତ୍ରୀଙ୍କ ସହିତ ବାର୍ତ୍ତାଳାପ

୧୯୬୯ ମସିହା ଜୁଲାଇ ୨୪ ତାରିଖରୁ ୧୯୭୧ ମସିହା ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ଆପୋଲୋ ୧୧, ୧୨ ଏବଂ ୧୪ ମହାକାଶଯାନରେ ପୃଥିବୀକୁ ଫେରିଥିବା ମହାକାଶଯାତ୍ରୀଙ୍କୁ ଏକୋଇଶ ଦିନିଆ ସଙ୍ଗରୋଧରେ ରଖାଯାଇଥିଲା । ପ୍ରଥମେ ସେମାନଙ୍କର ଆବଶ୍ୟକ ଚିକିତ୍ସା ପରେ ସମ୍ଭାବ୍ୟ ଆନ୍ତଃଗ୍ରହୀୟ ସମ୍ପୃକ୍ତିକୁ ଏଡ଼ାଇବା ପାଇଁ ଲୁନାର ରିସିଭିଙ୍ଗ ପରୀକ୍ଷାଗାରକୁ ନିଆଯାଇଥିଲା ସେଠାରେ ଚନ୍ଦ୍ରୀୟ ନମୁନାକୁ ଜୈବସୁରକ୍ଷିତ ପରିବେଶରେ ରଖାଯାଇଥିଲା ।

ମାନସିକ ପ୍ରଭାବ[ସମ୍ପାଦନା]

ସଙ୍ଗରୋଧିତ ବ୍ୟକ୍ତିବିଶେଷ  ଉପରେ ଏହାର ଅନେକ ମାନସିକ ଦୁଃପ୍ରଭାବ ପଡ଼ିପାରେ, ଯେଉଁଥିରେ ଯନ୍ତ୍ରଣା ପରବର୍ତ୍ତୀ ଚାପ, ଭ୍ରମ ଏବଂ କ୍ରୋଧ ଅନ୍ତର୍ଭୂକ୍ତ । ଦ ଲାନସେଟ ପତ୍ରିକାରେ ପ୍ରକାଶିତ ରାପିଡ଼ ରିଭିଉରେ ଲେଖାହୋଇଥିଲା: "ଦୀର୍ଘ ସଙ୍ଗରୋଧ ଅବଧି, ସଂକ୍ରମଣର ଡର, ନିରାଶା, ବିରକ୍ତି, ଦୈନଦିନ ସାମଗ୍ରୀର ଅଭାବ, ସୂଚନାର ଅଭାବ, ଅର୍ଥନୈତିକ କ୍ଷତି ଏହି ମାନସିକ ଚାପର କାରକ । କିଛି ମନୋବିଜ୍ଞାନୀ ଏହାର ଦୀର୍ଘକାଳୀନ ପ୍ରଭାବ ଅନୁଭବ କରିଛନ୍ତି । ଯଦି ପରସ୍ଥିତି ଅନୁଯାୟୀ ସଙ୍ଗରୋଧ ଆବଶ୍ୟକ, ସରକାର ଆବଶ୍ୟକତାରୁ ଅଧିକ ସମୟ ପାଇଁ ଅଟକ ରଖିବା ଉଚିତ ନୁହେଁ, ସେମାନଙ୍କୁ ସ୍ପଷ୍ଟ ତର୍କ ଏବଂ ନିୟମାଦି ବିଷୟରେ ସୂଚନା ଦେବା ସହିତ ଆବଶ୍ୟକୀୟ ଜିନିଷ ମଧ୍ୟ ଯଥେଷ୍ଟ ପରିମାଣରେ ଯୋଗାଇବା ଉଚିତ ।ଜନସାଧାରଣଙ୍କ ମଧ୍ୟରେ ପରୋପକାରର ଭାବନା ଜାଗ୍ରତ କରାଇ ସମାଜ ପାଇଁ ସଙ୍ଗରୋଧର ବିଶେଷତ୍ୱ ଜଣାଇବା ଲାଭଦାୟୀ ହୋଇପାରିବ ।"

ଆଧାର[ସମ୍ପାଦନା]

  1. https://www.health.gov.au/resources/publications/coronavirus-covid-19-exemptions-to-the-14-day-mandatory-quarantine-period
  2. Ronald Eccles; Olaf Weber, eds. (2009). Common cold (Online-Ausg. ed.). Basel: Birkhäuser. p. 210. ISBN 978-3-7643-9894-1.
  3. Mayer, Johanna (4 September 2018). "The Origin Of The Word 'Quarantine'". Retrieved 17 March 2020.
  4. "Etymologia: Quarantine". Emerging Infectious Diseases. 19 (2): 263. 2013. doi:10.3201/eid1902.ET1902.
  5. Clifford, John G. (1989). Eyam Plague, 1665–1666. J.G. Clifford. OCLC 57354126.
  6. List of plague victims Archived 11 March 2012 at the Wayback Machine.
  7. Secretary's Office, Sydney (10 September 1814). "Government Public Notice, Published by Authority". The Sydney Gazette and New South Wales Advertiser. p. 2. Retrieved 7 June 2010.
  8. Dex and McCaff (14 August 2000). "Who was Typhoid Mary?". The Straight Dope. Retrieved 5 March 2020.
  9. John Poyer, Commander, US Navy, Navy Cross citation www.arlingtoncemetery.net, accessed 6 February 2020
  10. Britain's 'Anthrax Island', 25 July 2001 news.bbc.co.uk, accessed 5 March 2020