୨୦୧୮ ଶୀତକାଳୀନ ଅଲିମ୍ପିକ

ଉଇକିପିଡ଼ିଆ‌ରୁ
୨୦୧୮ ଶୀତକାଳୀନ ଅଲିମ୍ପିକ

2018 ମସିହାର ଶୀତକାଳୀନ ଅଲିମ୍ପିକ, ଦକ୍ଷିଣ କୋରିଆର ପ୍ୟୋଙ୍ଗଚାଙ୍ଗରେ ଆୟୋଜନ କରାଯାଇଛି । ଏହା ଶୀତକାଳୀନ ଅଲିମ୍ପିକର ୨୩ତମ ସଂସ୍କରଣ ଅଟେ । ଜୁଲାଇ ୨୦୧୧ ମସିହାରେ ଡରବନ, ଦକ୍ଷୀଣ ଆଫ୍ରିକାରେ ଅନ୍ତଃରାଷ୍ଟ୍ରୀୟ ଅଲିମ୍ପିକ ସଙ୍ଘର ୧୨୩ତମ ଆଇଓସି ସତ୍ର ଅନୁସାରେ ପ୍ୟୋଙ୍ଗଚାଙ୍ଗକୁ ଏହି ଖେଳ ଆୟୋଜନ କରିବା ନିମନ୍ତେ ବଛାଯାଇ ଥିଲା । ଦକ୍ଷିଣ କୋରିଆ ପ୍ରଥମ ଥର ପାଇଁ ଶୀତକାଳୀନ ଅଲିମ୍ପିକ ଖେଳର ସେବା କରିଛି, ଯଦିଓ ଏହି ଦେଶରେ ଆୟୋଜିତ ହେଉଥିବା ଦ୍ୱିତୀୟ ଅଲିମ୍ପିକ କ୍ରୀଡ଼ା (ପ୍ରଥମ ୧୯୮୮ ଗ୍ରୀଷ୍ମକାଳୀନ ଅଲିମ୍ପିକ) ଅଟେ ।

ଶୀତକାଳୀନ ଅଲିମ୍ପିକ ୨୦୧୮ ମସିହା ଫେବୃଆରୀ ୯ରୁ ୨୫ ପର୍ଯ୍ୟନ୍ତ ଚାଲିବ, ଉଦଘାଟନ ସମାରୋହ ପୂର୍ବରୁ ୮ ଓ ୯ ଫେବୃଆରୀରେ କିଛି ସ୍ପର୍ଦ୍ଧା ଆୟୋଜିତ କରାଯାଇଛି । ଏହି ଆୟୋଜନରେ ପନ୍ଦରଟି ଖେଳରେ ୧୦୨ ସ୍ପର୍ଦ୍ଧା ରହିଛି, ଯେଉଁଥିରେ ବିଗ ଏୟାର ସ୍ନୋବୋଡିଙ୍ଗ, ମାସ ସ୍ଟାର୍ଟ ସ୍ପିଡ ସ୍କେଟିଙ୍ଗ, ମିଶ୍ରିତ ଯୁଗଳ କଲିଙ୍ଗ ଏବଂ ମିଶ୍ରିତ ଟୀମ ଅପ୍ଲାଇନ ସ୍କେଟୀଙ୍ଗ ଆଦି ଖେଳ ଶୀତକାଳୀନ ଅଲିମ୍ପିକ କାର୍ଯ୍ୟକ୍ରମରେ ସାମିଲ ରହିଛି । ୯୨ ରାଷ୍ଟ୍ରୀୟ ଅଲିମ୍ପିକ ସମିତି (ଦେଶ)ର ସମୁଦାୟ ୨,୯୫୨ ଖେଳାଳୀ ଏହି ଆୟୋଜନରେ ଭାଗ ନେବେ । ଇକ୍ୱାଡୋର, ଏରିଣ୍ଟିୟା, କୋସୋବୋ, ମଲେଶିୟା, ନାଇଜେରିୟା ଓ ସିଙ୍ଗାପୁରର ଏହା ପ୍ରଥମ ଶୀତକାଳୀନ ଅଲିମ୍ପିକ ଅଟେ ।

ନିଲାମୀ[ସମ୍ପାଦନା]

ପ୍ୟୋଙ୍ଗଚାଙ୍ଗ, ୨୦୧୦ ଏବଂ ୨୦୧୪ ମସିହା ଶୀତକାଳୀନ ଅଲିମ୍ପିକ ଖେଳର ଆତିଥେୟ ପାଇଁ ନିଲାମ ଲଗାଇ ଥିଲେ, କିନ୍ତୁ କ୍ରମଶଃ ବ୍ୟାକୁବର ଏବଂ ସୋଚୀରେ ମତଦାନର ଅନ୍ତିମ ଦ୍ୱାରାରେ ହାରିଯାଇଥିଲେ ।[୧]

2011 ମସିହାରେ ଡରବନରେ ୧୨୩ତମ ଆଇଓସି ସତ୍ରରେ ପ୍ୟୋଙ୍ଗଚାଙ୍ଗ ଦଳର ଶହର ରୂପେ ବଛାଯାଇଥିଲା, ତାହାକୁ ନିଜର ପ୍ରତିସ୍ପନ୍ଧିର ଅପେକ୍ଷା ମତଦାନର ପ୍ରଥମ କ୍ଷେପରେ ଆବଶ୍ୟକ ୪୮ ଭୋଟର ବହୁମତ ହାସିଲ କରାଯାଇଥିଲା । ସୀତକାଳୀନ ଖେଳର ଆତିଥ୍ୟ କରିବା ପାଇଁ ପ୍ୟୋଙ୍ଗଚାଙ୍ଗ ତୃତୀୟ ଏସିୟାଇ ଙ୍ଗର ଅଟେ । ଏହା ପୂରାବରୁ ଦୁଇ ଆୟୋଜନ ଜାପାନର ସାପ୍ପୋରୋ (୧୯୭୨ ଶୀତକାଳୀନ ଅଲିମ୍ପିକ) ଏବଂ ନାଗାନୋ (୧୯୯୮ ଶୀତକାଳୀନ ଅଲିମ୍ପିକ) ସହରରେ ହୋଇସାରିଛି ।[୨][୩]

2018 Winter Olympics bidding results
City Nation Votes
Pyeongchang County|Pyeongchang  South Korea 63
Munich  Germany 25
Annecy  France 7
2018 ଅଲିମ୍ପିକର ସ୍ୱର୍ଣ୍ଣ ପଦକ

ଆୟୋଜନ[ସମ୍ପାଦନା]

2018 ମସିହା ଶୀତକାଳୀନ ଅଲିମ୍ପିକର ଉଦ୍ଘାଟନ ସମାରୋହ ୯ ଫେବୃୟାରୀ ୨୦୧୮ ମସିହାରେ ପ୍ୟୋଙ୍ଗଚାଙ୍ଗ ଅଲିମ୍ପିକ ଷ୍ଟାଡିୟମରେ ଆୟୋଜିତ କରାଯାଇଛି; ୧୦୦ ମିଲିୟନ ଆମେରିକା ଡଲାରର ଉପଯୋଗ କେବଳ ଏହି ଅଲିମ୍ପିକ ଓ ପୌରାଲମ୍ପିକ ସମାରୋହ ପାଇଁ କରାଯାଇଛି ଓ ଆୟୋଜନର ସମାପ୍ତ ହେବାପରେ ତାକୁ ଧ୍ୱସ୍ତ କରିଦିଆଯିବ ।[୪]


ଆଧାର[ସମ୍ପାଦନା]

  1. "Pyeongchang picked to host 2018 Winter Games". ESPN.com. 6 July 2011. Retrieved 6 February 2018.
  2. Longman, Jeré; Sang-hun, Choe (6 July 2011). "2018 Winter Games to Be Held in Pyeongchang, South Korea". The New York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 7 June 2017.
  3. Hersh, Philip (6 July 2011). "Pyeongchang wins 2018 Winter Olympics". Chicago Tribune.
  4. Horwitz, Josh. "South Korea's $100 million Winter Olympics stadium will be used exactly four times". Quartz (in ଆମେରିକୀୟ ଇଂରାଜୀ). Retrieved 7 February 2018.