୨୦୦୭ ICC ବିଶ୍ୱ T୨୦ କପ
୨୦୦୭ ମସିହାରେ ପ୍ରଥମ ICC ଟି୨୦ ବିଶ୍ୱ କପର ଆରମ୍ଭ ହୋଇଥିଲା । ଏହା ଦକ୍ଷିଣ ଆଫ୍ରିକାରେ ୧୧ ସେପ୍ଟେମ୍ବର ୨୦୦୭ରୁ ୨୪ ସେପ୍ଟେମ୍ବର ୨୦୦୭ ଯାଏ ଅନୁଷ୍ଠିତ ହେଇଥିଲା । ଏହି ୧୩ ଦିବାସୀୟତୁର୍ଣାମେଣ୍ଟରେ ବିଶ୍ୱର ୧୨ ଦଳ ଅଂଶଗ୍ରହଣ କରିଥିଲେ । ୧୦ଟି ଟେଷ୍ଟ ମାନ୍ୟତା ପ୍ରାପ୍ତ ଦଳ ସହ ୨୦୦୭ ଯୋଗ୍ୟତା ପ୍ରତିଯୋଗୀତାରେ ବିଜୟୀ ହେଇଥିବା ଦୁଇ ଦଳ କେନିୟା ଓ ସ୍କଟଲାଣ୍ଡ ଭାଗନେଇଥିଲେ । ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ଏହି ଟୁର୍ଣାମେଣ୍ଟ ଜିତିଥିଲା ।
ନୀତି ନିୟମ ସବୁ [ସମ୍ପାଦନା]

ଗ୍ରୁପ ସ୍ତର ଓ ସୁପର ଏଇଟ ସ୍ତରରେ ନିମ୍ମ ପ୍ରକାର ପୋଏଣ୍ଟ ପ୍ରଦାନ ବ୍ୟବସ୍ଥା ଥିଲା ।
ଫଳାଫଳ | ପୋଏଣ୍ଟ |
---|---|
ଜିତ | ୨ ପୋଏଣ୍ଟ |
ବିନା ଫଳ | ୧ ପୋଏଣ୍ଟ |
ହାର | ୦ ପୋଏଣ୍ଟ |
ଏକ ମେଚ ଟାଇଭାବରେ ସମାପ୍ତ ହେଲେ ସେ କ୍ଷ୍ଯେତ୍ରରେ ଏକ ବୋଲ ଆଉଟର ବ୍ୟବସ୍ଥା ଥିଲା । ଏହା ସବୁ ସ୍ତର ପାଇଁ ପ୍ରଯୁଜ୍ୟ ଥିଲା । ଗ୍ରୁପ ସ୍ତରରେ ଭରତ ଓ ପାକିସ୍ତାନ ମେଚ ଏହି ପଦ୍ଦତିରେ ନିର୍ଣୟ ହେଇ ଭାରତ ବିଜୟୀ ହେଇଥିଲା ।
ପ୍ରତି ଗ୍ରୁପରେ ଦଳମାନେ ତାଙ୍କର ରେଙ୍କିଙ୍ଗ ଅନୁସାରେ ସ୍ଥାନିତ ହେଇଥିଲେ ।
- ବ୍ସେୟ ପୋଏଣ୍ଟ ପ୍ରାପ୍ତ ଦଳ
- ପୋଏଣ୍ଟ ସମାନ ହେବା ସ୍ଥିତିରେ ବେଶୀ ଜିତିଥିବା ଦଳ
- ତଥାପି ସମାନ ହେଲେ, ନେଟ ରନ ରେଟ
- ତଥାପି ସମାନ ହେଲେ ବୋଲିଂ ରେଟ
- ତଥାପି ସମାନ ହେଲେ ସେହି ଦୁଇ ଦଳ ମଧ୍ୟର ବିଜେତା
ଯୋଗ୍ୟତା [ସମ୍ପାଦନା]
ବିଶ୍ୱ ଟେଷ୍ଟ ରେଙ୍କିଙ୍ଗରେରେ ଥିବା ୧୦ଟି ଦଳ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବା ବେଳେ ଅନ୍ୟ ଦୁଇଟି ଦଳ ଯୋଗ୍ୟତା ଅର୍ଜନ ପ୍ରତିଯୋଗୀତାର ପ୍ରଥମ ସ୍ଥାନରେ ଥିବା ଦୁଇ ଦଳ କେନିୟା ଓ ସ୍କଟଲାଣ୍ଡ ହେଇଥିଲେ ।
ଦଳଗୁଡିକ [ସମ୍ପାଦନା]
ଗ୍ରୁପ ସ୍ତର [ସମ୍ପାଦନା]
ଅଂଶଗ୍ରହଣ କାରୀ ୧୨ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଥିଲା । ମାର୍ଚ ୧ , ୨୦୦୭ର T୨୦ ବିଶ୍ୱ ରେଙ୍କିଙ୍ଗ ଅନୁସାରେ ଦଳକୁ ସ୍ଥାନିତ କରାଯାଇଥିଲା । ପ୍ରତି ଗ୍ରୁପର ଶ୍ରେଷ୍ଠ ୨ଟି ଦଳକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟ ସୁପର ୮ ଖେଳା ଯାଇଥିଲା ।
ଗ୍ରୁପ A [ସମ୍ପାଦନା]
Team | Seed | Pts | Pld | W | L | NR | NRR |
---|---|---|---|---|---|---|---|
![]() |
A1 | 4 | 2 | 2 | 0 | 0 | +0.974 |
![]() |
A3 | 2 | 2 | 1 | 1 | 0 | +0.149 |
![]() |
A2 | 0 | 2 | 0 | 2 | 0 | −1.233 |
ଏହି ଗ୍ରୁପରେ ୱେଷ୍ଟ ଇଣ୍ଡିଜର କ୍ରିଷ୍ଟ ଗେଲଙ୍କ ଦକ୍ଷିଣ ଆଫ୍ରିକା ସହ ମେଚରେ ରେକର୍ଡ ୧୧୭ ରନ ର ପାରି ସତ୍ତ୍ୱେ , ୱେଷ୍ଟ ଇଣ୍ଡିଜ ଉଭୟ ମେଚରେ ପରାଜିତ ହେଇ ଟୂର୍ଣାମେଣ୍ଟରୁ ବିଦାୟ ନେଇଥିଲା ।
ଗ୍ରୁପ B [ସମ୍ପାଦନା]
Team | Seed | Pts | Pld | W | L | NR | NRR |
---|---|---|---|---|---|---|---|
![]() |
B1 | 2 | 2 | 1 | 1 | 0 | +0.987 |
![]() |
B2 | 2 | 2 | 1 | 1 | 0 | +0.209 |
![]() |
B3 | 2 | 2 | 1 | 1 | 0 | −1.196 |
ଏହି ଗ୍ରୁପରେ ବିଶ୍ୱ ଚମ୍ପିୟାନ ଅଷ୍ଟ୍ରେଲିଆ ଜିମ୍ବାୱେ ନିକଟରୁ ପରାସ୍ତ ହେବା ସତ୍ତ୍ୱେ ସୁପର ୮କୁ ଯାଇପାରିଥିଲା ।
ଗ୍ରୁପ C[ସମ୍ପାଦନା]
Team | Seed | Pts | Pld | W | L | NR | NRR |
---|---|---|---|---|---|---|---|
![]() |
C2 | 4 | 2 | 2 | 0 | 0 | +4.721 |
![]() |
C1 | 2 | 2 | 1 | 1 | 0 | +2.396 |
![]() |
C3 | 0 | 2 | 0 | 2 | 0 | −8.047 |
ଏହି ଗ୍ରୁପରେ କେନିୟା ଉଭୟ ମେଚରେ ପରାଜିତ ହେଇଥିଲା । ସେମାନେ ନିଉଜିଲାଣ୍ଡ ସହ ମେଚରେ ମାତ୍ର ୭୩ ରଣରେ ଆଉଟ ହେଇଥିବା ବେଳେ ଶ୍ରୀଲଙ୍କା ତାଙ୍କ ବିରୁଦ୍ଧରେ ତତ୍କାଳୀନ ବିଶ୍ୱ ରେକର୍ଡ ୨୬୦ ରନ କରିଥିଲେ ।
ଗ୍ରୁପ D[ସମ୍ପାଦନା]
Team | Seed | Pts | Pld | W | L | NR | NRR |
---|---|---|---|---|---|---|---|
![]() |
D2 | 3 | 2 | 1 | 0 | 1 | 0.000 |
![]() |
D1 | 2 | 2 | 1 | 1 | 0 | +1.275 |
![]() |
D3 | 1 | 2 | 0 | 1 | 1 | −2.550 |
ଭାରତ ଓ ପାକିସ୍ତାନ ସର୍ବପ୍ରଥମ ଥର ପାଇଁ ଏକ T୨୦ ମେଚରେ ପରସ୍ପର ବିରୁଦ୍ଧରେ ଅବତୀର୍ଣ ହେଇଥିଲେ । ଏହି ମେଚ ଟାଇ ହେଇଯିବା ଫଳରେ ବୋଲ ଆଉଟ ପଦ୍ଧତିରେ ଭାରତ ବିଜୟୀ ହେଇଥିଲା ।
ସୁପର ୮ ସ୍ତର [ସମ୍ପାଦନା]
ସବୁ ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖା ଦଳକୁ ନେଇ ସୁପର ୮ ସ୍ତର ଆରମ୍ଭ ହେଇଥିଲା । ସେହି ୮ ତି ଦଳକୁ ପୁଣି ୨ଟି ଗ୍ରୁପ ଗ୍ରୁପ-E ଓ ଗ୍ରୁପ F କରାଯାଇଥିଲା । ଏହି ଦୁଇଟି ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖା ଦଳ ସେମି ଫାଇନାଲ ଯିବାକୁ ଯୋଗ୍ୟତା ହାସଲ କଲେ ।
ଗ୍ରୁପ E[ସମ୍ପାଦନା]
Team | Pts | Pld | W | L | NR | NRR |
---|---|---|---|---|---|---|
![]() |
4 | 3 | 2 | 1 | 0 | +0.750 |
![]() |
4 | 3 | 2 | 1 | 0 | +0.050 |
![]() |
4 | 3 | 2 | 1 | 0 | −0.116 |
![]() |
0 | 3 | 0 | 3 | 0 | −0.700 |
ଗ୍ରୁପ F[ସମ୍ପାଦନା]
Team | Pts | Pld | W | L | NR | NRR |
---|---|---|---|---|---|---|
![]() |
6 | 3 | 3 | 0 | 0 | +0.843 |
![]() |
4 | 3 | 2 | 1 | 0 | +2.256 |
![]() |
2 | 3 | 1 | 2 | 0 | -0.697 |
![]() |
0 | 3 | 0 | 3 | 0 | -2.031 |
Knockout stages[ସମ୍ପାଦନା]
ସେମିଫାଇନାଲ [ସମ୍ପାଦନା]
ଫାଇନାଲ [ସମ୍ପାଦନା]
ଗ୍ରୁପ ସ୍ତରରେ ଭେଟି ଥିବା ଭାରତ ଓ ପାକିସ୍ତାନ ପୁଣି ଫାଇନାଲରେ ମୁକାବିଲାରେ ଉପନୀତ ହେଇଥିଲେ । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କଲା ଓ ଗୌତମ ଗମ୍ଭୀରଙ୍କ ୫୪ ବଳରେ ୭୫ ରନ ବଳରେ ୨୦ ଓଭରରେ ୧୫୭/୫ କରିପାରିଲା । ଉତ୍ତରରେ ପାକିସ୍ତାନ ୨୪ ବଳରେ ୫୪ ରଣ ଦରକାର କରୁଥିବା ସମୟରେ ମିସବା ଉଲ ହକ ହରଭାଜନଙ୍କ ଓଭରରେ ଲଗା ଲାଗ ୩ଟି ଛକା ମାରିବା ଫଳରେ ବିଜଯର ଦ୍ୱାର ଦେଶକୁ ପହଞ୍ଚି ଯାଇଥିଲା । କିନ୍ତୁ ପରବର୍ତ୍ତୀ ବଲରେ ସେ ଉପରକୁ ବଳ ଉଠେଇ ଦେବା ଫଳରେ ଶ୍ରୀସନ୍ଥଙ୍କଦ୍ୱାରା ଧାରା ପଡି ଆଉଟ ହେଇଥିଲେ ଓ ପାକିସ୍ତାନ ୧୫୨ ରନରେ ସମସ୍ତ ୱିକେଟ ହରେଇଥିଲା । ଇରଫାନ ପଠାନ ଏହି ଫାଇନାଲରେ men of the match ପୁରସ୍କାର ପ୍ରାପ୍ତ ହେଇଥିଲେ । ସେ ଫାଇନାଲରେ ୧୬ ରଣ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ପାକିସ୍ତାନର ସହିଦ ଆଫ୍ରିଦୀ men of the series ପୁରସ୍କାର ଜିତିଥିଲେ ।