୨୦୦୭ ICC ବିଶ୍ୱ T୨୦ କପ

ଉଇକିପିଡ଼ିଆ‌ରୁ

୨୦୦୭ ମସିହାରେ ପ୍ରଥମ ICC ଟି୨୦ ବିଶ୍ୱ କପର ଆରମ୍ଭ ହୋଇଥିଲା । ଏହା ଦକ୍ଷିଣ ଆଫ୍ରିକାରେ ୧୧ ସେପ୍ଟେମ୍ବର ୨୦୦୭ରୁ ୨୪ ସେପ୍ଟେମ୍ବର ୨୦୦୭ ଯାଏ ଅନୁଷ୍ଠିତ ହେଇଥିଲା । ଏହି ୧୩ ଦିବାସୀୟତୁର୍ଣାମେଣ୍ଟରେ ବିଶ୍ୱର ୧୨ ଦଳ ଅଂଶଗ୍ରହଣ କରିଥିଲେ । ୧୦ଟି ଟେଷ୍ଟ ମାନ୍ୟତା ପ୍ରାପ୍ତ ଦଳ ସହ ୨୦୦୭ ଯୋଗ୍ୟତା ପ୍ରତିଯୋଗୀତାରେ ବିଜୟୀ ହେଇଥିବା ଦୁଇ ଦଳ କେନିୟା ଓ ସ୍କଟଲାଣ୍ଡ ଭାଗନେଇଥିଲେ । ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ଏହି ଟୁର୍ଣାମେଣ୍ଟ ଜିତିଥିଲା । 

ନୀତି ନିୟମ ସବୁ [ସମ୍ପାଦନା]

୨୦୦୭ରେ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଖେଳ 

ଗ୍ରୁପ ସ୍ତର ଓ ସୁପର ଏଇଟ ସ୍ତରରେ ନିମ୍ମ ପ୍ରକାର ପୋଏଣ୍ଟ ପ୍ରଦାନ ବ୍ୟବସ୍ଥା ଥିଲା ।

ଫଳାଫଳ  ପୋଏଣ୍ଟ 
ଜିତ  ୨ ପୋଏଣ୍ଟ 
ବିନା ଫଳ  ୧ ପୋଏଣ୍ଟ
ହାର  ୦ ପୋଏଣ୍ଟ 

ଏକ ମେଚ ଟାଇଭାବରେ ସମାପ୍ତ ହେଲେ ସେ କ୍ଷ୍ଯେତ୍ରରେ ଏକ ବୋଲ ଆଉଟର ବ୍ୟବସ୍ଥା ଥିଲା । ଏହା ସବୁ ସ୍ତର ପାଇଁ ପ୍ରଯୁଜ୍ୟ ଥିଲା । ଗ୍ରୁପ ସ୍ତରରେ ଭରତ ଓ ପାକିସ୍ତାନ ମେଚ ଏହି ପଦ୍ଦତିରେ ନିର୍ଣୟ ହେଇ ଭାରତ ବିଜୟୀ ହେଇଥିଲା । 

ପ୍ରତି ଗ୍ରୁପରେ ଦଳମାନେ ତାଙ୍କର ରେଙ୍କିଙ୍ଗ ଅନୁସାରେ ସ୍ଥାନିତ ହେଇଥିଲେ । 

  1. ବ୍ସେୟ ପୋଏଣ୍ଟ ପ୍ରାପ୍ତ ଦଳ 
  2. ପୋଏଣ୍ଟ ସମାନ ହେବା ସ୍ଥିତିରେ ବେଶୀ ଜିତିଥିବା ଦଳ 
  3. ତଥାପି ସମାନ ହେଲେ, ନେଟ ରନ  ରେଟ 
  4. ତଥାପି ସମାନ ହେଲେ ବୋଲିଂ ରେଟ 
  5. ତଥାପି ସମାନ ହେଲେ ସେହି ଦୁଇ ଦଳ ମଧ୍ୟର ବିଜେତା 

ଯୋଗ୍ୟତା [ସମ୍ପାଦନା]

ବିଶ୍ୱ ଟେଷ୍ଟ ରେଙ୍କିଙ୍ଗରେରେ ଥିବା ୧୦ଟି ଦଳ ସିଧା ସଳଖ ଯୋଗ୍ୟତା ଅର୍ଜନ କରିବା ବେଳେ ଅନ୍ୟ ଦୁଇଟି ଦଳ ଯୋଗ୍ୟତା ଅର୍ଜନ ପ୍ରତିଯୋଗୀତାର ପ୍ରଥମ ସ୍ଥାନରେ ଥିବା ଦୁଇ ଦଳ କେନିୟା ଓ ସ୍କଟଲାଣ୍ଡ ହେଇଥିଲେ ।  

ଦଳଗୁଡିକ [ସମ୍ପାଦନା]

ଗ୍ରୁପ ସ୍ତର [ସମ୍ପାଦନା]

ଅଂଶଗ୍ରହଣ କାରୀ ୧୨ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଥିଲା । ମାର୍ଚ ୧ , ୨୦୦୭ର T୨୦ ବିଶ୍ୱ ରେଙ୍କିଙ୍ଗ ଅନୁସାରେ ଦଳକୁ ସ୍ଥାନିତ କରାଯାଇଥିଲା । ପ୍ରତି ଗ୍ରୁପର ଶ୍ରେଷ୍ଠ ୨ଟି ଦଳକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟ ସୁପର ୮ ଖେଳା ଯାଇଥିଲା । 

ଗ୍ରୁପ A [ସମ୍ପାଦନା]

Team Seed Pts Pld W L NR NRR
 South AfricaSouth Africa A1 4 2 2 0 0 +0.974
 BangladeshBangladesh A3 2 2 1 1 0 +0.149
 West IndiesWest Indies A2 0 2 0 2 0 −1.233

ଏହି ଗ୍ରୁପରେ ୱେଷ୍ଟ ଇଣ୍ଡିଜର କ୍ରିଷ୍ଟ ଗେଲଙ୍କ ଦକ୍ଷିଣ ଆଫ୍ରିକା ସହ ମେଚରେ  ରେକର୍ଡ ୧୧୭ ରନ  ର ପାରି ସତ୍ତ୍ୱେ , ୱେଷ୍ଟ ଇଣ୍ଡିଜ ଉଭୟ ମେଚରେ ପରାଜିତ ହେଇ ଟୂର୍ଣାମେଣ୍ଟରୁ ବିଦାୟ ନେଇଥିଲା । 

ଗ୍ରୁପ B [ସମ୍ପାଦନା]

Team Seed Pts Pld W L NR NRR
 AustraliaAustralia B1 2 2 1 1 0 +0.987
 EnglandEngland B2 2 2 1 1 0 +0.209
 ZimbabweZimbabwe B3 2 2 1 1 0 −1.196

ଏହି ଗ୍ରୁପରେ ବିଶ୍ୱ ଚମ୍ପିୟାନ ଅଷ୍ଟ୍ରେଲିଆ ଜିମ୍ବାୱେ ନିକଟରୁ ପରାସ୍ତ ହେବା ସତ୍ତ୍ୱେ ସୁପର ୮କୁ ଯାଇପାରିଥିଲା । 

ଗ୍ରୁପ C[ସମ୍ପାଦନା]

Team Seed Pts Pld W L NR NRR
 Sri LankaSri Lanka C2 4 2 2 0 0 +4.721
 New ZealandNew Zealand C1 2 2 1 1 0 +2.396
 KenyaKenya C3 0 2 0 2 0 −8.047

ଏହି ଗ୍ରୁପରେ କେନିୟା ଉଭୟ ମେଚରେ ପରାଜିତ ହେଇଥିଲା । ସେମାନେ ନିଉଜିଲାଣ୍ଡ ସହ ମେଚରେ ମାତ୍ର ୭୩ ରଣରେ ଆଉଟ ହେଇଥିବା ବେଳେ ଶ୍ରୀଲଙ୍କା ତାଙ୍କ ବିରୁଦ୍ଧରେ ତତ୍କାଳୀନ ବିଶ୍ୱ ରେକର୍ଡ ୨୬୦ ରନ କରିଥିଲେ । 

ଗ୍ରୁପ  D[ସମ୍ପାଦନା]

Team Seed Pts Pld W L NR NRR
 IndiaIndia D2 3 2 1 0 1   0.000
 PakistanPakistan D1 2 2 1 1 0 +1.275
 ScotlandScotland D3 1 2 0 1 1 −2.550

ଭାରତ ଓ ପାକିସ୍ତାନ ସର୍ବପ୍ରଥମ ଥର ପାଇଁ ଏକ T୨୦ ମେଚରେ ପରସ୍ପର ବିରୁଦ୍ଧରେ ଅବତୀର୍ଣ ହେଇଥିଲେ । ଏହି ମେଚ ଟାଇ ହେଇଯିବା ଫଳରେ ବୋଲ ଆଉଟ  ପଦ୍ଧତିରେ ଭାରତ ବିଜୟୀ ହେଇଥିଲା । 

ସୁପର ୮ ସ୍ତର [ସମ୍ପାଦନା]

ସବୁ ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖା ଦଳକୁ ନେଇ ସୁପର ୮ ସ୍ତର ଆରମ୍ଭ ହେଇଥିଲା । ସେହି ୮ ତି ଦଳକୁ ପୁଣି ୨ଟି ଗ୍ରୁପ ଗ୍ରୁପ-E ଓ ଗ୍ରୁପ F କରାଯାଇଥିଲା । ଏହି ଦୁଇଟି ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖା ଦଳ ସେମି ଫାଇନାଲ ଯିବାକୁ ଯୋଗ୍ୟତା ହାସଲ କଲେ । 

ଗ୍ରୁପ  E[ସମ୍ପାଦନା]

Team Pts Pld W L NR NRR
 IndiaIndia 4 3 2 1 0 +0.750
 New ZealandNew Zealand 4 3 2 1 0 +0.050
 South AfricaSouth Africa 4 3 2 1 0 −0.116
 EnglandEngland 0 3 0 3 0 −0.700

ଗ୍ରୁପ  F[ସମ୍ପାଦନା]

Team Pts Pld W L NR NRR
 PakistanPakistan 6 3 3 0 0 +0.843
 AustraliaAustralia 4 3 2 1 0 +2.256
 Sri LankaSri Lanka 2 3 1 2 0 -0.697
 BangladeshBangladesh 0 3 0 3 0 -2.031

Knockout stages[ସମ୍ପାଦନା]

ସେମିଫାଇନାଲ [ସମ୍ପାଦନା]

ଫାଇନାଲ [ସମ୍ପାଦନା]

ଗ୍ରୁପ ସ୍ତରରେ ଭେଟି ଥିବା ଭାରତ ଓ ପାକିସ୍ତାନ ପୁଣି ଫାଇନାଲରେ ମୁକାବିଲାରେ ଉପନୀତ ହେଇଥିଲେ । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କଲା ଓ ଗୌତମ ଗମ୍ଭୀରଙ୍କ ୫୪ ବଳରେ ୭୫ ରନ ବଳରେ ୨୦ ଓଭରରେ ୧୫୭/୫ କରିପାରିଲା । ଉତ୍ତରରେ ପାକିସ୍ତାନ ୨୪ ବଳରେ ୫୪ ରଣ ଦରକାର କରୁଥିବା ସମୟରେ ମିସବା ଉଲ ହକ ହରଭାଜନଙ୍କ ଓଭରରେ ଲଗା ଲାଗ ୩ଟି ଛକା ମାରିବା ଫଳରେ ବିଜଯର ଦ୍ୱାର ଦେଶକୁ ପହଞ୍ଚି ଯାଇଥିଲା । କିନ୍ତୁ ପରବର୍ତ୍ତୀ ବଲରେ ସେ ଉପରକୁ ବଳ ଉଠେଇ ଦେବା ଫଳରେ ଶ୍ରୀସନ୍ଥଙ୍କଦ୍ୱାରା ଧାରା ପଡି ଆଉଟ  ହେଇଥିଲେ ଓ ପାକିସ୍ତାନ ୧୫୨ ରନରେ ସମସ୍ତ ୱିକେଟ ହରେଇଥିଲା । ଇରଫାନ ପଠାନ ଏହି ଫାଇନାଲରେ men of the match ପୁରସ୍କାର ପ୍ରାପ୍ତ ହେଇଥିଲେ । ସେ ଫାଇନାଲରେ ୧୬ ରଣ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ପାକିସ୍ତାନର ସହିଦ ଆଫ୍ରିଦୀ men of the series ପୁରସ୍କାର ଜିତିଥିଲେ । 

ରେକର୍ଡ ଓ ପରିସଙ୍ଖ୍ୟନ[ସମ୍ପାଦନା]