୧୯୯୧ ପଞ୍ଜାବ ଗଣହତ୍ୟା

Coordinates: 30°52′59″N 75°51′00″E / 30.883°N 75.85°E / 30.883; 75.85
ଉଇକିପିଡ଼ିଆ‌ରୁ
୧୯୯୧ ପଞ୍ଜାବ ଗଣହତ୍ୟା
ସ୍ଥାନଲୁଧିଆନା ଜିଲ୍ଲା, ପଞ୍ଜାବ, ଭାରତ
ତାରିଖ୧୫ ଜୁନ ୧୯୯୧
ମୃତ୍ୟୁ80-126

30°52′59″N 75°51′00″E / 30.883°N 75.85°E / 30.883; 75.85

୧୯୯୧ ପଞ୍ଜାବ ଗଣହତ୍ୟା, ୧୭ ଜୁନ ୧୯୯୧ରେ ଲୁଧିଆନା ଜିଲ୍ଲାରେ ରେଳ ଯାତ୍ୀଙ୍କ ଉପରେ ହୋଇଥିବା ଗଣହତ୍ୟା, ଯେଉଁଥିରେ ଶିଖ ଆକ୍ରମଣକାରୀମାନେ ଭାରତର ଲିଧିଆନା ସ‌ହରରେ ଚାଲୁଥିବା ଦୁଇଟି ରେଳରେ ୧୨୬ ଜଣଙ୍କ ମଧ୍ୟରୁ ୮୦ ଜଣଙ୍କୁ ମାରିଦେଇଥିଲେ ।[୧] ଆକ୍ରମଣକାରୀମାନନେ ଦୁଇଟି ରେଳକୁ ଲୁଧିଆନା ଷ୍ଟେସନ୍ଠାରୁ ଏକ କିମି ଦୂରରେ ଜରୁରୀକାଳୀନ ଶୃଙ୍ଖଳ, ଜରୁରୀକାଳୀନ ବ୍ରେକ ଟାଣି ଟାଣି ଅଟକାଇଥିଲେ । ସେମାନେ ରେଳ ଭିତରେ ଗୁଳି କରିବା ଆରମ୍ଭ କରିଦେଇଥିଲେ ଓ ୮୦ ଜଣଙ୍କୁ ମାରି ଦେଇଥିଲେ । ବଞ୍ଚି ରହିଥିବା ଲୋକଙ୍କ ଅନୁଯାୟୀ ଦୁଇଟି ରେଳ ମଧରେ ହିନ୍ଦୁ ଯାତ୍ରୀମାନଙ୍କୁ ଖୋଜି ଖୋଜି ମରା ଯାଉଥିଲା । ଆକ୍ରମଣ‌କାରୀମାନେ ରେଳ ମଧ୍ଯରେ ହିନ୍ଦୁ ଯାତ୍ରୀମାନଙ୍କୁ ଚିହ୍ନଟ କରି ପ୍ରବେଶ କରିଥିଲେ ଏବଂ ଶିଖମାନଙ୍କୁ ଛାଡି ମାରି ଚାଲିଥିଲେ । ଦ୍ୱିତୀୟ ରେଳରେ ଅକ୍ରମଣକାରୀମାନେ ବାଛବିଚାର ନ କରି ଗୁଳି କରିଥିଲେ । ଆକ୍ରମଣକାରୀମାନେ ଚାଲିଯିବା ପରେ ରେଳଟି ବୁଦ୍ଦୁୱାଲ ଷ୍ଟେସନ୍ ଚାଲିଯାଇଥିଲା । ସେଠାରେ ଏକ ଉଦ୍ଧାରକାରୀ ଦଳ ଡାକ୍ତରଙ୍କୁ ଧରି ପହଁଞ୍ଚିଥିଲା । ସ୍ଥାନୀୟ ଗ୍ରାମ୍ବାସୀମାନେ ମଧ୍ୟ ଜୀବିତଙ୍କୁ ଖାଦ୍ୟ, ଜଳ, ଔଷଧ ଓ ମାନସିକ ସ‌ହାୟତା ପ୍ରଦାନ କରିଥିଲେ । ଅପ୍ରେଲରେ ନିର୍ବାଚନ ପାଇଁ ଘୋଷଣା ହୋଇଥିଲା ଓ ଜୁନ ଆକ୍ରମଣ ରାଜ୍ୟର ମୋଟ ୭୦୦ ଜଣଙ୍କୁ ମାରିଥିଲା ।[୨]

ପରେ ସେହି ବର୍ଷ, ଡିସେମ୍ବର ୧୯୯୧ରେ, ଆକ୍ରମଣ‌କାରୀମାନେ ଲୁଧିଆନାରୁ ଫିରୋଜ[ଉର ଯାଉଥିବା ରେଳରେ ୪୯ଜଣ ଅଧିକ ଯାତ୍ରୀ ମୁଖ୍ୟତଃ ହିନ୍ଦୁମାନଙ୍କୁ ମାରିଥିଲେ ।[୩]

ଆଧର[ସମ୍ପାଦନା]

  1. "Sikhs attack India trains, killing 126". Chicago Sun-Times. June 17, 1991. Archived from the original on January 6, 2019.
  2. Extremists in India Kill 80 on 2 Trains As Voting Nears End, The New York Times (June 16, 1991)
  3. 49 Slain by Gunmen on Train in India, The New York Times (December 27, 1991)

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଛାଞ୍ଚ:India-hist-stub