ହ୍ୟୁମରସ ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
Humerus fracture
Midshaft humerus fracture with callus formation
ବିଭାଗOrthopedics
ଲକ୍ଷଣPain, swelling, bruising[୧]
କାରଣTrauma, cancer[୨]
ରୋଗ ନିର୍ଣ୍ଣୟ ପଦ୍ଧତିX-rays[୨]
ଚିକିତ୍ସାSling, splint, brace, surgery[୧]
PrognosisGenerally good (proximal and shaft), Less good (distal)[୨]
ପୁନଃପୌନିକ~4% of fractures[୨]

ହ୍ୟୁମରସ ଅସ୍ଥି ଭଗ୍ନ ହୋଇଥିବା କୁହାଯାଏ ଯେତେବେଳେ ବାହୁରେ ଥିବା ହାଡ଼ ଭାଙ୍ଗିଯାଏ । [୧]ଯନ୍ତ୍ରଣା, ଫୁଲା ଏବଂ ଆଞ୍ଚୁଡ଼ା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । [୧] ବାହୁକୁ ଘୁଞ୍ଚାଇବାର କ୍ଷମତା ହ୍ରାସ ହୋଇପାରେ ଏବଂ ଆଘାତପ୍ରାପ୍ତ ବ୍ୟକ୍ତି ନିଜାର କ‌ହୁଣୀକୁ ଧରି ଉପସ୍ଥାପନ କରିପାରନ୍ତି | [୨] ଧମନୀ କିମ୍ବା ସ୍ନାୟୁରେ ଆଘାତ ଏବଂ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ଭଳି ଜଟିଳତା ଦେଖାଯାଇପାରେ | [୨]

ସାଧାରଣତଃ ପଡ଼ିଗଲେ ବା ଆଘାତପ୍ରାପ୍ତ ହେଲେ ହ୍ୟୁମରସ ଭାଙ୍ଗିଯାଏ । [୧] ହାଡ଼କୁ ଦୁର୍ବଳ କଲାଭଳି ରୋଗ ଯେପରିକି କର୍କଟ ରୋଗ ଥିଲେ ମଧ୍ୟ ହ୍ୟୁମରସ ଭାଙ୍ଗିଯାଏ ।[୨] ଭାଙ୍ଗିଥିବା ସ୍ଥାନ ଅନୁସାରେ ବର୍ଗୀକରଣ କରାଯାଏ ଯେପରି ସନ୍ନିକଟ ହ୍ୟୁମରସ ଅସ୍ଥିଭଗ୍ନ, ହ୍ୟୁମରସ ମଧ୍ୟ ଭାଗ ବା ଶାଫ୍ଟ ଏବଂ ଦୂରବର୍ତ୍ତୀ ଅସ୍ଥି ଭଗ୍ନ । [୧] [୨] ରୋଗୀ ହାତର ରଞ୍ଜନରଶ୍ମି କରି ଭଙ୍ଗା ନିଶ୍ଚିତ ହୋଇଥାଏ। [୨] ଅଧିକ ବିବରଣୀ ସଂଗ୍ରହ କରିବା ପାଇଁ ସିଟି ସ୍କାନ କରାଯାଏ | [୨]

ଭଙ୍ଗା ସ୍ଥାନ ଅନୁସାରେ ସ୍ଲିଙ୍ଗ, ସ୍ପ୍ଲିଣ୍ଟ, ବ୍ରେସ ବା ଅସ୍ତ୍ରୋପଚାର ଭଳି ବିକଳ୍ପ ବ୍ୟବ‌ହାର କରି ଏହାର ଚିକିତ୍ସା କରାଯାଏ ।[୧] ସନ୍ନିକଟ ହ୍ୟୁମରସ ଅସ୍ଥିଭଗ୍ନଗୁଡ଼ିକରେ ଭଗ୍ନ ଅଂଶ ସଠିକ ସ୍ଥାନରେ ଥିଲେ ଏକ ସ୍ଲିଙ୍ଗ୍ ବ୍ୟବ‌ହାର ଯଥେଷ୍ଟ ହୁଏ | [୨] ଅସ୍ତ୍ରୋପଚାର ପରିବର୍ତ୍ତେ ଅନେକ ହ୍ୟୁମରସ୍ ଶାଫ୍ଟ ଭଙ୍ଗା ଏକ ବ୍ରେସ ସାହାଯ୍ୟରେ ଚିକିତ୍ସା କରାଯାଇପାରେ | [୨] ଅସ୍ତ୍ରୋପଚାର କରି ଭଙ୍ଗା ସ୍ଥାନ ଖୋଲି ହାଡ଼ ଯଥା ସ୍ଥାନରେ ଖଞ୍ଜାଯିବା ପରେ ଇଣ୍ଟ୍ରାମେଡୁଲାରି କଣ୍ଟା ବା ଚର୍ମ‌ଭେଦୀ ପିନ ଲଗାଯାଏ । [୨] ଗଣ୍ଠି ପୁନସ୍ଥାପନ ଏହାର ଅନ୍ୟ ଏକ ବିକଳ୍ପ ହୋଇପାରେ | [୨] ସନ୍ନିକଟ ଏବଂ ଶାଫ୍ଟ ଭଙ୍ଗା ଚିକିତ୍ସାର ଭଲ ଫଳାଫଳ ମିଳିଥାଏ କିନ୍ତୁ ଦୂରବର୍ତ୍ତୀ ଅସ୍ଥି ଭଗ୍ନର ଫଳାଫଳ ଏତେ ଭଲ ହୋଇନପାରେ | [୨] ସମୁଦାୟ ଅସ୍ଥି ଭଗ୍ନର ୪% ଏହି ଭଙ୍ଗା ଥାଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Humerus Fracture (Upper Arm Fracture)". www.hopkinsmedicine.org (in ଇଂରାଜୀ). Retrieved 20 June 2019.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Attum, B (6 June 2019). "Humerus Fractures Overview". StatPearls. PMID 29489190.