ହୁଳହୁଳି

ଉଇକିପିଡ଼ିଆ‌ରୁ

ସ୍ତ୍ରୀଲୋକମାନେ, ନିଜ ଜିଭକୁ ପାଟି ଭିତରୁ ସାମାନ୍ୟ ବାହାର କରି, ଉଭୟ ଦିଗକୁ କ୍ଷୀପ୍ର ଗତିରେ ଚଳ ପ୍ରଚଳ କରି ବାହାର କରୁଥିବା ଶବ୍ଦକୁ ହୁଳହୁଳି କୁହାଯାଏ ।[୧] [୨]

ପରମ୍ପରା[ସମ୍ପାଦନା]

ଓଡ଼ିଶାରେ ଆଦିମ କାଳରୁ ପାଳିତ ବିଭିନ୍ନ ଓଷା ପର୍ବ, ଯାନିଯାତ, ବିବାହ ବ୍ରତ ଆଦିରେ ହୁଳହୁଳିର ବହୁଳ ବ୍ୟବହାର ହୋଇଥାଏ । ପ୍ରଥମେ ଆଦିମ ଅଧିବାସୀମାନେ ହୁଳହୁଳିକୁ ସାଂକେତିକ ଶବ୍ଦ ଭାବରେ ବ୍ୟବହାର କରୁଥିଲେ । କ୍ରମେ ସ୍ତ୍ରୀଲୋକମାନେ, ଏହାକୁ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରିବାକୁ ଲାଗିଲେ । ଲକ୍ଷ୍ମୀ ପୁରାଣ, ମଙ୍ଗଳା ସ୍ତୁତି, ଖୁଦୁରୁକୁଣୀ ଓଷା, ବୁଦ୍ଧି ବାମନ ଓଷା ତଥା ପଣ୍ଡୁ ଶାସ୍ତ୍ର ଆଦିରେ ହୁଳହୁଳିକୁ ସ୍ୱତନ୍ତ୍ର ସ୍ଥାନ ମିଳିଛି । ତୁଳସୀ ପୂଜାରେ ହୁଳହୁଳି :

କହନ୍ତି ମିତଣୀ ଶୁଣ ତୁଳସା,
ଆଶ୍ୱିନ ମାସରେ ପଡେ ଏ ଓଷା
ତିରିଶ ଝିଅ ଯେ ଯାହା ବାଳି
ଓଷା ପୂଜନ୍ତି ସର୍ବେ ଦେଇ ହୁଳହୁଳି ॥

ଓଡ଼ିଆ ଢ଼ଗ :

ଖାଇଲା ବେଳକୁ ସାତ ପୁଅର ମା, ହୁଳହୁଳି ଦେଲାବେଳକୁ ପାଟିରେ ଘା ॥

ବୈଜ୍ଞାନିକ ମତ[ସମ୍ପାଦନା]

ଜିଭ, ସାହାଯ୍ୟରେ ମଣିଷ ସ୍ୱାଦ ବାରି ପାରେ ଓ କଥାବାର୍ତ୍ତା କରିପାରେ । ଜିଭରେ ୨୭ଟି ତନ୍ତୁ ଥାଏ ଏବଂ ଏହାର ଉଭୟ ପାର୍ଶ୍ୱ "ଲିଙ୍ଗୁଆଲ ସ୍ପେଟମ"ଦ୍ୱାରା ବିଭାଜିତ ହୋଇଥାଏ । ଜିଭର ଉଭୟ ପାର୍ଶ୍ୱକୁ "ଟର୍ମିନାଲ ସୁଲକସ୍" କୁହାଯାଏ । ଜିଭକୁ ପାଟି ଭିତରୁ ବାହାର କରି ଉଭୟ ପାର୍ଶ୍ୱରେ ଚଳପ୍ରଚଳ କଲେ, ସେଥିରେ ଥିବା ତନ୍ତୁଗୁଡିକର ସମ୍ପ୍ରସାରଣ ହୋଇ, ସେଠାରେ ଚୁମ୍ବକୀୟ ଶକ୍ତି ଉତ୍ପନ୍ନ ହୋଇଥାଏ । ହୁଳହୁଳି ପକାଇବାଦ୍ୱାରା ମୁଖ ଗହ୍ୱର ଓ ଅମ୍ଳ ଦୋଷ ପରି ଅସୁବିଧାରୁ ମଧ୍ୟ ମୁକ୍ତି ମିଳିଥାଏ । ହୁଳହୁଳି ପାଚକ ରସ କ୍ଷାରଣ କରିବାରେ ମଧ୍ୟ ସହାୟକ ହୋଇଥାଏ ।[୩]

ଆଧାର[ସମ୍ପାଦନା]

  1. "The Telegraph - Calcutta (Kolkata) | Orissa | Lost customs return to Bhubaneswar". telegraphindia.com. 2012. Retrieved 16 June 2012. hulahuli — the typical sound made in chorus by women during religious ceremonies
  2. ":: Orissa-Tourism.com :: FAIRS & FESTIVALS :: RELIGIOUS FESTIVALS". orissa-tourism.com. 2006. Archived from the original on 20 December 2010. Retrieved 16 June 2012. Hulahuli' (a shrill sound made by wagging the tongue inside the mouth
  3. ସାପ୍ତାହିକ ସମୟ ମେ ୩-୯ ୨୦୧୫ରେ ବିଜୟ କୁମାର ସାହୁଙ୍କ ଲେଖା " ହଜି ଯାଉଛି ହୁଳହୁଳି

ବାହାର ଆଧାର[ସମ୍ପାଦନା]