ହିଡ଼ିମ୍ବା

ଉଇକିପିଡ଼ିଆ‌ରୁ

ମହାଭାରତ କାଳରେ, ବିଦୁରଙ୍କ ପରାମର୍ଶ କ୍ରମେ ପାଣ୍ଡବମାନେ ଜତୁଗୃହ ଦାହରୁ କୌଶଳକ୍ରମେ ବର୍ତ୍ତିଯାଇ ସେମାନେ ସେଠାରୁ ଅନ୍ୟ ଏକ ଜଙ୍ଗଲକୁ ପଳାଇଲେ । ସେହି ଜଙ୍ଗଲରେ ହିଡ଼ିମ୍ବ ରାକ୍ଷସ ତାଙ୍କ ଭଉଣୀ ହିଡ଼ିମ୍ବା (କିମ୍ବା ହିଡ଼ିମ୍ବି) ସହିତ ରହୁଥିଲେ । ଦିନେ ହିଡ଼ିମ୍ବ ତାଙ୍କ ଭଉଣୀ ହିଡ଼ିମ୍ବାଙ୍କୁ ଜଙ୍ଗଲରେ ଖାଦ୍ୟ ଖୋଜିବା ପାଇଁ ପଠାଇଲେ । ହେଲେ ସେଠାରେ ହିଡ଼ିମ୍ବା, ମାତା କୁନ୍ତୀଙ୍କ ସହ ପାଞ୍ଚ ପାଣ୍ଡବଙ୍କୁ ଦେଖିଥିଲେ । ଭୀମଙ୍କୁ ଦେଖି ହିଡ଼ିମ୍ବା ତାଙ୍କ ପ୍ରତି ଆକର୍ଷିତ ହେଲେ । ହିଡ଼ିମ୍ବ ଏହାକୁ ବିରୋଧ କରିବାରୁ ଭୀମ ସହ ହିଡ଼ିମ୍ବ ଅସୁରର ଭୀଷଣ ଯୁଦ୍ଧ ହୋଇଥିଲା ଏବଂ ପରିଶେଷରେ ଭୀମ ହିଡ଼ିମ୍ବ ଅସୁରକୁ ବଦ୍ଧ କରିଥିଲେ । ଏହା ପରେ ହିଡ଼ିମ୍ବା ଏବଂ ଭୀମ, କୁନ୍ତୀଙ୍କ ସହମତିରେ ଜଙ୍ଗଲରେ ଗାନ୍ଧର୍ବ ରୀତିରେ ବିବାହ କରିଥିଲେ ।[୧] ତାଙ୍କର ଘଟୋଚ୍‌କଚ ନାମକ ଏକ ପୁତ୍ର ଥିଲା ।

ହିମାଚଳ ପ୍ରଦେଶର ମନାଲିରେ ମାତା ହିଡ଼ିମ୍ବା ଏବଂ ପୁଅ ଘଟୋଚ୍‌କଚଙ୍କ ମନ୍ଦିରଟିଏ ବିଦ୍ୟମାନ ଅଛି ।

ବିସ୍ତୃତ କାହାଣୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "जानें, कैसे हुआ भीम व हिडिम्बा का विवाह व घटोत्कच का जन्म". Dainik Jagran (in ହିନ୍ଦୀ). Retrieved 9 January 2021.