Jump to content

ହାତଲେଖା ପରଖ

ଉଇକିପିଡ଼ିଆ‌ରୁ

Tofazzal {prettyurl|Graphology}}

ହାତଲେଖା ପରଖ ଏକ ଭ୍ରମବୈଜ୍ଞାନିକ[][][][][][] ପଢ଼ା ଏବଂ ବିଶ୍ଳେଷଣ ଯାହା ହାତଲେଖାକୁ, ବିଶେଷ କରି ମଣିଷର ମାନସିକତାକୁ ନେଇ କରାଯାଇଥାଏ । ଡାକ୍ତରୀ ବିଜ୍ଞାନରେ, ଏହା ମସ୍ତିଷ୍କ ଓ ସ୍ନାୟୁ ତନ୍ତ୍ରରେ ଥିବା ରୋଗ ଗୁଡ଼ିକୁ ହାତଲେଖା ମାଧ୍ୟମରେ ପରଖିବାରେ ସାହାଯ୍ୟ କରିଥାଏ । ଅନେକ ସମୟରେ ଭୁଲ ବଶତଃ ଏହି ପରିଭାଷାକୁ 'ଫୋରେନ୍‌ସିକ ଦସ୍ତାବିଜ ଜାଞ୍ଚ' ଅର୍ଥରେ ବ୍ୟବହାର କରାଯିବାର ନଜିର ରହିଛି ।

ଇତିହାସ

[ସମ୍ପାଦନା]

୧୯୯୧ ମସିହାରେ, ଜିନ୍-ଚାର୍ଲସ୍ ଜିଲ୍-ମେଇସାନି କହିଥିଲେ ଯେ ହୁଆନ୍ ହୁଆର୍ଟେ ଡେ ସାନ୍ ହୁଆନଙ୍କ ୧୫୭୫ ମସିହାର Examen de ingenios para las ciencias ହାତଲେଖା ପରଖ ବା ହସ୍ତଲିପି ବିଶ୍ଲେଷଣ ବିଷୟରେ ଲେଖା ପ୍ରଥମ ଗ୍ରନ୍ଥ ଥିଲା ।[][] ଅମେରିକୀୟ ଗ୍ରାଫୋଲୋଜି ବା ହସ୍ତଲିପି ବିଶ୍ଲେଷଣ ବିଷୟରେ, କାମିଲୋ ବାଲ୍ଦିଙ୍କ Trattato come da una lettera missiva si conoscano la natura e qualità dello scrittore (୧୬୨୨) ପ୍ରଥମ ପୁସ୍ତକ ବୋଲି ଗଣାଯାଏ ।

ଅନୁମାନିକ ୧୮୩୦ ମସିହାରେ, ଜିନ୍-ହିପୋଲାଇଟ୍ ମିଶୋନ୍ ହାତଲେଖା ପରଖ ବା ହସ୍ତଲିପି ବିଶ୍ଲେଷଣ ପ୍ରତି ଆଗ୍ରହ ଦେଖାଇଥିଲେ । ସେ ୧୮୭୧ ମସିହାରେ Société Graphologique ନାମକ ସଂସ୍ଥା ସ୍ଥାପନ କରିବା ପରେ ତାଙ୍କ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ କରିଥିଲେ । ତାଙ୍କ ପ୍ରମୁଖ ଶିଷ୍ୟ ଥିଲେ ଜୁଲ୍‌ସ୍ କ୍ରେପିଉ-ଜାମିନ୍, ଯିଏ ଦୃତଗତିରେ ଏକ ପୁସ୍ତକମାଳା ପ୍ରକାଶ କରିଥିଲେ, ଯାହା ଶୀଘ୍ର ଅନ୍ୟାନ୍ୟ ଭାଷାରେ ଅନୁବାଦ ହୋଇଥିଲା । ମିଶୋନଙ୍କ ଏକତ୍ରିତ ପ୍ରବନ୍ଧକୁ ଆଧାର କରି, କ୍ରେପିଉ-ଜାମିନ୍ ହସ୍ତଲିପି ବିଶ୍ଲେଷଣ ପାଇଁ ଏକ ପରିପୂର୍ଣ୍ଣ (ହୋଲିଷ୍ଟିକ୍) ପଦ୍ଧତି ଉଦ୍ଭାବନ କରିଥିଲେ ।

  1. "Barry Beyerstein Q&A". Ask the Scientists. Scientific American Frontiers. Archived from the original on 2008-02-14. Retrieved 2008-02-22. "they simply interpret the way we form these various features on the page in much the same way ancient oracles interpreted the entrails of oxen or smoke in the air. I.e., it's a kind of magical divination or fortune telling where 'like begets like.'"
  2. "The use of graphology as a tool for employee hiring and evaluation". British Columbia Civil Liberties Association. 1988. Archived from the original on 2008-02-17. Retrieved 2008-02-22. "On the other hand, in properly controlled, blind studies, where the handwriting samples contain no content that could provide non-graphological information upon which to base a prediction (e.g., a piece copied from a magazine), graphologists do no better than chance at predicting the personality traits"
  3. entry in The Skeptic Encyclopedia of Pseudoscience.
  4. Thomas, John A. (2002). "Graphology Fact Sheet". North Texas Skeptics. Retrieved 2008-02-22. "In summary, then, it seems that graphology as currently practiced is a typical pseudoscience and has no place in character assessment or employment practice. There is no good scientific evidence to justify its use, and the graphologists do not seem about to come up with any."
  5. James, Barry (3 August 1993). "Graphology Is Serious Business in France : You Are What You Write?". New York Times. Archived from the original on 17 May 2013. Retrieved 18 September 2010.
  6. Frazier, Kendrick (November/December 1998). "Science and Reason, Foibles and Fallacies, and Doomsdays". Skeptical Enquirer. Committee for Skeptical Enquiry. pp. Volume 22.6. Retrieved 18 September 2010. {{cite web}}: Check date values in: |date= (help)
  7. Gille-Maisani, Jean-Charles (1991). Psicología de la Escritura [Psychology of Handwriting)]. Barcelona: Herder. ISBN 978-84-254-1705-4.
  8. Huarte, Juan (1846) [1575]. Examen de ingenios para las ciencias [Examination of inventions for the sciences] (in ସ୍ପାନିସ୍‌). Madrid: Imprenta R. Campuzano.