Jump to content

ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି

ଉଇକିପିଡ଼ିଆ‌ରୁ
ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି (Hypertrophic cardiomyopathy)
ଆସିମେଟ୍ରିକ ସେପ୍ଟାଲ ହାଇପରଟ୍ରଫି (Asymmetric septal hypertrophy),
ଇଡିଓପାଥିକ ହାଇପରଟ୍ରଫିକ ସବଆଓର୍ଟିକ ସ୍ଟେନୋସିସ (idiopathic hypertrophic subaortic stenosis)[]
ବିଭାଗହୃଦ୍‌ରୋଗ ବିଜ୍ଞାନ Cardiology
ଲକ୍ଷଣଥକ୍କା ଅନୁଭବ, ପାଦ ଇଡିମା ବା ଫୁଲା (leg swelling), ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା (chest pain, ଅଚେତ[]
କାରଣଜେନେଟିକ (Genetics), ଫାବ୍ରି ଡିଜିଜ (Fabry disease), ଫ୍ରିଡ୍ରିକ୍ସ ଆଟାକ୍ସିଆ (Friedreich's ataxia‌, କେତେକ ଔଷଧ [][]
ରୋଗ ନିର୍ଣ୍ଣୟ ପଦ୍ଧତିଇସିଜି (Electrocardiogram), ଇକୋକାର୍ଡ଼ିଓଗ୍ରାମ (echocardiogram), ସ୍ଟେସ ଟେଷ୍ଟିଙ୍ଗ (stress testing), ଜେନେଟିକ ଟେଷ୍ଟିଙ୍ଗ (genetic testing[]
ସଠିକ ରୋଗ ନିର୍ଣ୍ଣୟହାଇପରଟେନସିଭ ହୃତ୍‌ପିଣ୍ଡ ରୋଗ (en:Hypertensive heart disease), ଆଓର୍ଟିକ ସ୍ଟେନୋସିସ (aortic stenosis), ଖେଳାଳୀଙ୍କ ହୃତ୍‌ପିଣ୍ଡ (athlete's heart[]
ଔଷଧବିଟା ବ୍ଲକର (en:Beta blockers), ଡାଇୟୁରେଟିକସ (diuretics), ଡାଇସୋପାଇରାମାଇଡ (disopyramide)[]
ଚିକିତ୍ସାଔଷଧ, ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator, ଅପରେଶନ[]
Prognosisଚିକିତ୍ସା ସତ୍ତ୍ୱେ <୧% ମୃତ୍ୟୁ ସଙ୍କଟ []
ପୁନଃପୌନିକ୫୦୦ ଲୋକରେ ଜଣେ[]
Patient UKହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି (Hypertrophic cardiomyopathy)

ହାଇପରଟ୍ରଫିକ କାର୍ଡ଼ିଓମାୟୋପାଥି ବା ଏଚସିଏମ (ଇଂରାଜୀ ଭାଷାରେ Hypertrophic cardiomyopathy/ HCM) ଏକ ରୋଗ ଯେଉଁଥିରେ ହୃତ୍‌ପିଣ୍ଡର ଏହ ଅଂଶ ଅକାରଣ ହାଇପରଟ୍ରଫି (thickened) ବା ମୋଟା ହୋଇଯାଏ ।[] ଏହା ଫଳରେ ରକ୍ତ ପମ୍ପ କରିବା ଦକ୍ଷତା ହୃତ୍‌ପିଣ୍ଡର କମିଯାଏ ।[] ସାଧାରଣତଃ ଥକ୍କା ଅନୁଭବ, ପାଦ ଇଡିମା ବା ଫୁଲା (leg swelling), ଅଣନିଶ୍ୱାସୀ (shortness of breath) ଇତ୍ୟାଦି ଲକ୍ଷଣ ଦେଖାଯାଏ । [] ଛାତି ଯନ୍ତ୍ରଣା (chest painଅଚେତ ମଧ୍ୟ ହୋଇପାରେ ।[] ରୋଗ ଜଟିଳ ହେଲେ ହୃଦ୍‌ପାତ, ହୃତ୍‌ପିଣ୍ଡ ଆରିଦମିଆ (irregular heartbeat), ହଠାତ୍ ହୃତ୍‌ପିଣ୍ଡ ମୃତ୍ୟୁ (sudden cardiac death) ହୋଇପାରେ ।[][]

ଏଚସିଏମ ରୋଗ ସାଧାରଣତଃ ପିତାମାତାଙ୍କଠାରୁ ବଂଶାନୁକ୍ରମରେ ଆସିଥାଏ । [] ଅନେକ ସମୟରେ ହୃତ୍‌ପିଣ୍ଡର ମାଂସପେଶୀ ତିଆରି କରୁଥିବା ଜିନର ମ୍ୟୁଟେସନ ଯୋଗୁ ହୁଏ ।[] ଫାବ୍ରି ଡିଜିଜ (Fabry disease), ଫ୍ରିଡ୍ରିକ୍ସ ଆଟାକ୍ସିଆ (Friedreich's ataxia‌ ଓ ଟାକ୍ରୋଲିମସ (tacrolimus) ଭଳି ଔଷଧ ଯୋଗୁ ମଧ୍ୟ ହୋଇଥାଏ ।[] ଏହା କାର୍ଡ଼ିଓମାୟୋପାଥି ଦଳର ଏକ ରୋଗ ଯାହା ମାୟୋକାର୍ଡ଼ିଅମକୁ (heart muscle) ଆକ୍ରମଣ କରେ ।[] ଇସିଜି (Electrocardiogram), ଇକୋକାର୍ଡ଼ିଓଗ୍ରାମ (echocardiogram), ସ୍ଟେସ ଟେଷ୍ଟିଙ୍ଗ (stress testing) କରି ରୋଗ ନିର୍ଣ୍ଣୟ କରାଯାଏ ।[] ଜେନେଟିକ ଟେଷ୍ଟିଙ୍ଗ (genetic testing ମଧ୍ୟ କରାଯାଏ ।[]

ଚିକିତ୍ସାରେ ବିଟା ବ୍ଲକର (en:Beta blockers), ଡାଇୟୁରେଟିକସ (diuretics), ଡାଇସୋପାଇରାମାଇଡ (disopyramide) ଔଷଧ ଦିଆଯାଏ ।[] ଅନିୟମିତ ହୃଦ୍‌ଗତି ସମ୍ପନ୍ନ କେତେକ ରୋଗଙ୍କୁ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator ଦେବାକୁ ସୁପାରିସ କରାଯାଏ ।[] କୌଣସି ଉପାୟରେ ଭଲ ନ ହେଲେ ସେପ୍ଟାଲ ମାୟେକ୍ଟୋମି (septal myectomy) ବା ହୃତ୍‌ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ (heart transplant) ଅପରେଶନ କରାଯାଏ ।[] ଉପ‌ଯୁକ୍ତ ଚିକିତ୍ସା ମିଳିଲେ ମୃତ୍ୟୁ ସଙ୍କଟ ବାର୍ଷିକ ୧%ରୁ କମ୍ ହୁଏ ।[]

ପ୍ରତି ୫୦୦ଲୋକରେ ଜଣକର ଏହି ରୋଗ ଥାଏ ।[] ପୁରୁଷ ଓ ମହିଳା ସମ ଭାବରେ ଆକ୍ରାନ୍ତ ହୁଅନ୍ତି । [] ସବୁ ବୟସରେ ମଧ୍ୟ ଆକ୍ରନ୍ତ ହୋଇପାରିବେ ।[] ସନ ୧୯୫୮ରେ ଏହି ବିଷୟ ପ୍ରଥମେ ଡୋନାଳ୍ଡ ଟିଅର (Donald Teare) ବର୍ଣ୍ଣନା କରିଥିଲେ ।[୧୦][୧୧]

  1. "Other Names for Cardiomyopathy". NHLBI. June 22, 2016. Retrieved 31 August 2016.
  2. 1 2 3 "What Are the Signs and Symptoms of Cardiomyopathy?". NHLBI (in ଇଂରାଜୀ). 22 June 2016. Retrieved 10 November 2017.
  3. 1 2 3 Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 246. ISBN 9780323529570.
  4. 1 2 3 "What Causes Cardiomyopathy?". NHLBI (in ଇଂରାଜୀ). 22 June 2016. Retrieved 10 November 2017.
  5. 1 2 3 4 5 6 7 8 Gersh BJ, Maron BJ, Bonow RO, et al. (December 2011). "2011 ACCF/AHA guideline for the diagnosis and treatment of hypertrophic cardiomyopathy: executive summary". J. Thorac. Cardiovasc. Surg. 142 (6): 1303–38. doi:10.1016/j.jtcvs.2011.10.019. PMID 22093712.
  6. 1 2 Maron, BJ; Ommen, SR; Semsarian, C; Spirito, P; Olivotto, I; Maron, MS (8 July 2014). "Hypertrophic cardiomyopathy: present and future, with translation into contemporary cardiovascular medicine". Journal of the American College of Cardiology. 64 (1): 83–99. doi:10.1016/j.jacc.2014.05.003. PMID 24998133.
  7. 1 2 3 4 5 "Types of Cardiomyopathy". NHLBI (in ଇଂରାଜୀ). 22 June 2016. Retrieved 10 November 2017.
  8. 1 2 3 "What Is Cardiomyopathy?". NHLBI (in ଇଂରାଜୀ). 22 June 2016. Retrieved 10 November 2017.
  9. Barsheshet, Alon; Brenyo, Andrew; Moss, Arthur; Goldenberg, Ilan (July 2011). "Genetics of Sudden Cardiac Death". Current Cardiology Reports. 13 (5): 364–376. doi:10.1007/s11886-011-0209-y. PMID 21789574.
  10. Teare D (1958). "Asymmetrical hypertrophy of the heart in young adults". British Heart Journal. 20 (1): 1–8. doi:10.1136/hrt.20.1.1. PMC 492780. PMID 13499764.
  11. McKenna WJ, Sen-Chowdhry S (2008). "From Teare to the Present Day: A Fifty Year Odyssey in Hypertrophic Cardiomyopathy, a Paradigm for the Logic of the Discovery Process". Revista Española de Cardiología. 61 (12): 1239–1244. doi:10.1016/S1885-5857(09)60050-5.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ