ହବସପୁରୀ ଶାଢ଼ୀ ଏବଂ ବସ୍ତ୍ର

ଉଇକିପିଡ଼ିଆ‌ରୁ
ଏକ ହବସପୁରୀ ଶାଢ଼ୀ

ହବସପୁରୀ (ଇଂରାଜୀ: Habaspuri, ଇଂରାଜୀ ଉଚ୍ଚାରଣ: /hɵbɵsɵpuɾʲi/) ଓଡ଼ିଶାର ଏକ ପାରମ୍ପରିକ ସୁତା ବସ୍ତ୍ର । ବୟନ ଶିଳ୍ପରେ ହବସପୁରୀ ଏକ ପ୍ରମୁଖ ଉତ୍ପାଦ । କଳାହାଣ୍ଡି ଜିଲ୍ଲାର ଚେଚିଗୁଡ଼ାର କନ୍ଧ ବୁଣାକାରମାନେ ହବସପୁରୀ ଶାଢି ବୁଣିଥାନ୍ତି । [୧] ଏପରି ଏକ ସ୍ୱତନ୍ତ୍ର କାରୀଗରୀ ଓ ବୁଣାଶୈଳୀ ପାଇଁ ଏହା ଭାରତର ଭୌଗଳିକ ସଙ୍କେତ ଭାବେ ପଞ୍ଜୀକୃତ ହୋଇଛି ।[୨][୩] ଏହି ଲୁଗାମାନଙ୍କରେ ପାରମ୍ପରିକ ଆକୃତିର କୁମ୍ଭ (ମନ୍ଦିର), ମାଛ, ଏବଂ ଫୁଲ ଚିତ୍ରିତ ହୋଇଥାଏ ।

ଉତ୍ପତି[ସମ୍ପାଦନା]

ହବସପୁରୀ ହସ୍ତକଳା ସେହି ଗ୍ରାମର ନାମ ଅନୁସାରେ ନାମିତ ହୋଇଛି ଯେଉଁଠାରେ ୧୯ ଶତାବ୍ଦୀ ପୁର୍ବରୁ ଏହି ଶୈଳୀରେ ବୁଣାହେଉଥିଲା । [୧]

ଚେଚିଗୁଡ଼ା[ସମ୍ପାଦନା]

ହବସପୁରୀ ଶାଢ଼ୀ ତିଆରିରେ ଚେଚିଗୁଡ଼ା ଗ୍ରାମର ପାଖାପାଖି ୩୦ରୁ ଉର୍ଦ୍ଧ ପରିବାର ନିୟୋଜିତ ହୋଇଛନ୍ତି ।[୧]

ଉତ୍ପାଦ ଏବଂ ବ୍ୟବସାୟ[ସମ୍ପାଦନା]

ହବସପୁରୀ ଲୁଗା ଏକାକୀ ଜଣେ ବୁଣାକାର କାରିଗର ହାତରେ ତିଆରି ହୋଇ ଭାରତ ସରକାରଙ୍କ ବୟନ ଶିଳ୍ପ ବିଭାଗ ଜରିଆରେ ସ୍ଥାପିତ ହୋଇଥିବା ବିକ୍ରୟ କେନ୍ଦ୍ରମାନଙ୍କରେ ବିକ୍ରୟ ହୋଇଥାଏ । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Kar, Uma Shankar. "Habaspuri weavers seek marketing facilities: The painstaking efforts and creativity of Chicheguda weavers make every Habaspuri saree produced here a special piece. Mostly done in cotton, traditional designs of Kandha". The Indian Express. Retrieved 30 January 2016.
  2. "STATE WISE REGISTRATION DETAILS OF G.I APPLICATIONS 2012 – 2013" (PDF). Ipindia.nic.in. Department of Industrial Policy and Promotion: Ministry of Comerce and Industry. Retrieved 30 January 2016.
  3. Raju, Chaudhary, K.D, Seema (April 2013). "Geographical Indications in Odisha : A Leading Destination of Traditional Handlooms" (PDF). Odisha Review. Retrieved 30 January 2016.
  4. "Important Handloom Centres". Important Handloom Centres. Handlooms, Textiles and Handlooms Department, Government of Odisha. Retrieved 30 January 2016.