ସୟଦ କିରମାନୀ

ଉଇକିପିଡ଼ିଆ‌ରୁ


ସୟଦ ମୁଜତବା ହୁସେନ କିରମାନୀ  29 ,ଡିସେମ୍ବର, 1949ରେ ମାଦ୍ରାସ ସହରରେ ଜନ୍ମଗ୍ରହଣ କରିଥିବା ଜଣେ ଭାରତୀୟ ୱିକେଟ କିପର । 

ଶୟଦ ମୁଜତବା ହୁସେନ କିରମାନୀ

ଅନ୍ତର୍ଜାତିକ ପ୍ରଦର୍ଶନ [ସମ୍ପାଦନା]

ସୟଦ କିରମାନୀ ୧୯୭୧ରୁ ୧୯୮୬  ଯାଏ ଭାରତୀୟ କ୍ରିକେଟ ଦଳର ୱିକେଟକିପର ଭାବରେ ଖେଳିଥିଲେ । ସେ ୧୯୭୫ ବିଶ୍ୱ କପ ଦଳରେ ଥିଲେ ମଧ୍ୟ ଖେଳି ନ ଥିଲେ । ତାଙ୍କର ଅନ୍ତର୍ଜାତିକ କ୍ରିକେଟ ଜୀବନର ଆରମ୍ଭ ହେଲା ଯେତେବେଳେ ସେ ନିଉଜିଲାଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟ ଖେଳିଲେ । ସେହି ସିରିଜର ୨ ୟ ଟେଷ୍ଟରେ ସେ ଗୋଟିଏ ଇନିଙ୍ଗରେ ୬ଟି କେଚ ନେଇ ବିଶ୍ୱ ରେକର୍ଡ କରିଥିଲେ । କିନ୍ତୁ ତାହା ପରେ ତାଙ୍କର ୱେଷ୍ଟ ଇଣ୍ଡିଜ ସିରିସରେ ପ୍ରଦର୍ଶନ ନିମ୍ନ ମାନର ହେଇଥିଲା । 

ନିଉ ଜିଲାଣ୍ଡ ଭାରତ ଆସି ସିରିଜ ଖେଳିବା ବେଳକୁ ସେ ଉଭୟ ବ୍ୟାଟିଂ ଓ ୱିକେଟ କିପିଙ୍ଗରେ ଖୁବ ଚମତ୍କାର ପ୍ରଦର୍ଶନ ଦେଇଥିଲେ । ସେ ସେହି ସିରିଜରେ ୩୦୫ ରନ ୬୫.୩୩ ହାରରେ କରିଥିଲେ । 

ପୁଣି ପାକିସ୍ତାନ ଓ ୱେଷ୍ଟ ଇଣ୍ଡିଜ ସହ ଭଲ ନ ଖେଳିବା କାରଣରୁ ୧୯୭୮/୯ରେ ତାଙ୍କ ସ୍ଥାନରେ ଭାରତ ରେଡିଙ୍କୁ ନିଆଯାଇଥିଲା । ୧୯୭୯ ବିଶ୍ୱ କପ ସେ ଖେଳି ପାରି ନ ଥିଲେ । କେରି ପାକରଙ୍କ ବିଦ୍ରୋହୀ ସିରିଜ ପାଇଁ ସେ ଆଗ୍ରହୀ ଥିବା କଥା ପ୍ରଚାରିତ ହେବାରୁ ସେ ଦଳରୁ ବାଦ ପଡିଥିବା ଚର୍ଚ୍ଚା ହେଇଥିଲା । 

ତେବେ କିରିମାନୀ ପୁଣି ତାଙ୍କର ଫର୍ମ ହାସଲ କରି ୧୯୭୯/୮୦ରେ ଅଷ୍ଟ୍ରେଲିଆ ବିରୁଦ୍ଧ ସିରିଜ ଖେଳି ସେଥିରେ ରାତ୍ରଜଗୁଆଳି ( Nightwatchman) ଭାବେ ଆସି ଶତକୀୟ ପାରି ଖେଳି ଚହଳ ପକେଇଥିଲେ । ସେ ସେହି ସିରିଜରେ ୧୭ଟି କେଚ ମଧ୍ୟ ନେଇଥିଲେ , ଯାହା ଏକ ଭାରତୀୟ ରେକର୍ଡ ଥିଲା । ୧୯୮୧/୮୨ ଇଂଲଣ୍ଡ ସିରିଜରେ ତାଙ୍କର ୱିକେଟ ରକ୍ଷ୍ୟଣ ଅତି ଉତ୍ଚ କୋଟିର ଥିଲା । 

୧୯୮୩ ବିଶ୍ୱ କପ [ସମ୍ପାଦନା]

କପିଲ ଦେବଙ୍କ ନେତୃତ୍ୱରେ ଭାରତ ସାରା ପୃଥିବୀକୁ ଚମକାଇ ଦେଇ ୧୯୮୩ରେ ବିଶ୍ୱ କପ ଜିତିବା ଭଳି ଅବିଶ୍ୱାସନୀୟ ପ୍ରଦର୍ଶନ ଦେଇଥିଲା । ସେହି ବିଶ୍ୱ କପରେ ସୟଦ କିରିମାନୀ ଚମତ୍କାର ପ୍ରଦର୍ଶନ ଦେଇ ଶ୍ରେଷ୍ଠ ୱିକେଟ କିପରର ପୁରସ୍କାର ହାସଲ କରିଥିଲେ । ବିଶ୍ୱ କପରେ ଜିମ୍ବାବ୍ୱେ ବିରୁଦ୍ଧରେ ସେ କପିଲା ଦେବଙ୍କ ସହ ନବମ ୱିକେଟ ଭାଗୀଦାରରେ ୧୨୬ ରଣ ଯୋଗ କରିବାଦ୍ୱାରା ଭାରତ ବିପଦଜନକ ଅବସ୍ଥାରୁ ମୁକୁଳି ମେଚ ଜିତି ପାରିଥିଲା । ସେଥିରେ କିରିମାନୀ ମାତ୍ର ୨୬ ରଣ କରିଥିଲେ ଭି , ଗୋଟିଏ ପାର୍ଶ୍ୱ ସମ୍ଭାଳି ଥିବାରୁ କପିଲ ଦେବ ୧୭୫ ରଣର ରେକର୍ଡ ସ୍କୋର କରି ପାରିଥିଲେ ।   ତାହା ପରେ ୱେଷ୍ଟ ଇଣ୍ଡିଜ ସହ ସିରିଜରେ ସେ ସୁନୀଲ ଗାଭାସ୍କରଙ୍କ ସହ ନବମ ୱିକେଟ ଭାଗୀଦାରୀରେ ଅବିଜିତ ୧୪୩  କରି ରେକର୍ଡ କରିଥିଲେ । 

୧୯୮୪-୧୯୮୬ର ପ୍ରଦର୍ଶନ  [ସମ୍ପାଦନା]

୧୯୮୪ରେ ମୁମ୍ବାଇଠାରେ ସେ ତାଙ୍କର ଟେଷ୍ଟ ଜୀବନର ୨ ୟ ଶତକ ହାସଲ କରିଥିଲେ ମଧ୍ୟ ତାଙ୍କର କିପିଙ୍ଗର ସ୍ତର ନିମ୍ନ ଗାମୀ ହେଲା । ତାଙ୍କ ସ୍ଥାନ ସଦାନନ୍ଦ ବିଶ୍ୱନାଥଙ୍କୁ ମିଳିଲା । 

କିରିମାନୀ କିନ୍ତୁ ଦଳକୁ ୧୯୮୫ରେ ପୁନର୍ବାର ପ୍ରତ୍ୟାବର୍ତନ କାଲେ , ଘରେଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନ ଜରିଆରେ । ହେଲେ ତାହା ଦୀର୍ଘ ସ୍ଥାଇ ହେଇ ନଥିଲା ଓ କିରନ ମୋରେ ତାଙ୍କ ସ୍ଥାନ ଆବୋରି ନେଲେ ।  ତା ପରେ ମଧ୍ୟ ସେ ଘରେଇ କ୍ରିକେଟରେ ଭାରତୀୟ ରେଳ ଓ କର୍ଣାଟକ ଦଳ ପାଇଁ ଖେଳି ଥିଲେ ।  ୨୦୦୦ ପ୍ରାରମ୍ଭରେ ସେ ଜାତୀୟ ମନୋନୟନ କମିଟିର ଚେୟାରମ୍ୟାନ ମଧ୍ୟ ଥିଲେ । 

ଫିଲ୍ମରେ କିରିମାନୀ [ସମ୍ପାଦନା]

' କଭି ଅଜନବି ଥେ ' ନାମକ ଫିଲ୍ମରେ କିରିମାନୀ ଖଳନାୟକ ଭୂମିକାରେ ଅବତୀର୍ଣ ହେଇଥିଲେ । ଏହି ଚିତ୍ରରେ  କ୍ରିକେଟ ଖେଳାଳି ସନ୍ଦିପ ପାଟିଲ ମଧ୍ୟ ଥିଲେ । ଶୟଦ କିରିମଣି ଏକ ମାଲୟାଲମ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । 

ପୁରସ୍କାର [ସମ୍ପାଦନା]

  • ସୟଦ କିରିମାନୀ ଭରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ ଉପାଧି ୧୯୮୨ରେ ପ୍ରାପ୍ତ ହେଇଥିଲେ । 

ବାହାର ଲିଙ୍କ [ସମ୍ପାଦନା]