ସ୍ୱପ୍ନୀଲ କୁଶାଲେ
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜାତୀୟତା | ଭାରତୀୟ | |||||||||||||||||||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | [୧] କାମ୍ବଲୱାଡ଼ି, କୋହ୍ଲାପୁର, ମହାରାଷ୍ଟ୍ର, ଭାରତ[୨] | ୬ ଅଗଷ୍ଟ ୧୯୯୫|||||||||||||||||||||||||||||||||||||||||||||||||||||||||||||||||||||||||||||||||
ସକ୍ରିୟ ବର୍ଷ | ୨୦୧୨ରୁ ଅଦ୍ୟାବଧି | |||||||||||||||||||||||||||||||||||||||||||||||||||||||||||||||||||||||||||||||||
Sport | ||||||||||||||||||||||||||||||||||||||||||||||||||||||||||||||||||||||||||||||||||
କ୍ରୀଡ଼ା | ସୁଟିଂ | |||||||||||||||||||||||||||||||||||||||||||||||||||||||||||||||||||||||||||||||||
Coached by | ଦୀପାଳି ଦେଶପାଣ୍ଡେ | |||||||||||||||||||||||||||||||||||||||||||||||||||||||||||||||||||||||||||||||||
Medal record
|
ସ୍ୱପ୍ନୀଲ କୁଶାଲେ (ଜନ୍ମ : ୬ ଅଗଷ୍ଟ ୧୯୯୫) ଜଣେ ଭାରତୀୟ ସୁଟର ଓ ସେ ୫୦ ମିଟର ରାଇଫଲ ସ୍ପର୍ଦ୍ଧାରେ ପ୍ରତିଦ୍ୱନ୍ଦିତା କରନ୍ତି । ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସେ ଭାରତକୁ ପ୍ରତିନିଧିତ୍ୱ କରି ୫୦ ମିଟର ରାଇଫଲ ସୁଟିଂରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସ୍ୱପ୍ନୀଲ, ୧୯୯୫ ମସିହା ଅଗଷ୍ଟ ମାସ ୬ ତାରିଖରେ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର କମ୍ବଲୱାଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ୨୦୦୯ ମସିହାରେ ସ୍ୱପ୍ନୀଲଙ୍କୁ ତାଙ୍କ ପିତା ମହାରାଷ୍ଟ୍ର ସରକାରଙ୍କର କ୍ରୀଡ଼ା ପ୍ରବୋଧିନୀ ଯୋଜନାରେ ସାମିଲ କରାଇଥିଲେ । ଗୋଟିଏ ବର୍ଷର ଶାରୀରିକ ପ୍ରଶିକ୍ଷଣ ପରେ ସ୍ୱପ୍ନୀଲଙ୍କୁ ଗୋଟିଏ ଖେଳ ବାଛିବାକୁ ପଡ଼ିଥିଲା ଓ ସେ ସୁଟିଂକୁ ବାଛିଥିଲେ ।[୪] ୨୦୧୫ ମସିହାରେ ସେ ଭାରତୀୟ ରେଳରେ ଟିଟିଇ ଚାକିରୀ ପାଇଥିଲେ ଓ ପୁନାରେ ତାଙ୍କର ପୋଷ୍ଟିଂ ହୋଇଥିଲା । ତା ପରେ ସେ ନିଜର ପ୍ରଥମ ରାଇଫଲ କିଣିଥିଲେ ।[୫]
କ୍ରୀଡ଼ା ଜୀବନ
[ସମ୍ପାଦନା]୨୦୧୫ ଏସୀୟ ସୁଟିଂ ଚମ୍ପିୟାନସିପରେ ସ୍ୱପ୍ନୀଲ ୫୦ମି ରାଇଫଲ ପ୍ରୋନ ୩ରେ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୬] ସେହି ବର୍ଷ ସେ ୫୯ତମ ଜାତୀୟ ସୁଟିଂ ଚମ୍ପିୟାନସିପରେ ଗଗନ ନାରଙ୍ଗ ଓ ଚୈନ ସିଂହଙ୍କ ଭଳି ଖେଳାଳି ମାନଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ।[୭] ୨୦୧୭ ମସିହାରେ ଜାତୀୟ ସୁଟିଂ ଚମ୍ପିୟାନସିପରେ ସେ ନିଜ ପ୍ରଦର୍ଶନର ପୁନରାବୃତ୍ତି କରି ସ୍ୱର୍ଣ୍ଣପଦକ ଲାଭ କରିଥିଲେ ।[୮]
୨୦୨୨ ବିଶ୍ୱ ସୁଟିଂ ଚମ୍ପିୟାନସିପରେ ୫୦ ମି ରାଇଫଲ ବିଭାଗରେ ପ୍ରତିଦ୍ୱନ୍ଦିତା କରି ସେ ୪ଥ ସ୍ଥାନରେ ରହିଥିଲେ ଓ ପ୍ୟାରି ଅଲିମ୍ପିକପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।[୯] ୨୦୨୪ ମେ ମସିହାରେ ଦିଲ୍ଲୀ ଓ ଭୋପାଲରେ ଅନୁଷ୍ଠିତ ସୁଟିଂ ଟ୍ରାୟାଲ ପ୍ରତିଯୋଗିତାରୁ ସେ, ପ୍ୟାରିସ ଅଲିମ୍ପିକ ଦଳରେ ସାମିଲ ହୋଇଥିଲେ ।[୧୦][୧୧]
୨୦୨୪ ଅଲିମ୍ପିକରେ ପ୍ରଥମ ଭାରତୀୟ ପୁରୁଷ ଭାବରେ ସେ ୫୦ ମିଟର ରାଇଫଲ ବିଭାଗର ଫାଇନାଲ ରାଉଣ୍ଡକୁ ଉନ୍ନିତ ହୋଇଥିଲେ ।[୧୨] ଓ ୪୫୧.୪ ସ୍କୋର କରି ବ୍ରୋଞ୍ଜ ମେଡାଲ ଜିତାବାରେ ସମର୍ଥ ହୋଇଥିଲେ ।[୩]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୨୦୧୫ ମସିହାରେ ସ୍ୱପ୍ନୀଲ ଭାରତୀୟ ରେଳରେ ଜଣେ ଟିଟିଇ ଭାବରେ ଯୋଗଦେଇଥିଲେ । ପ୍ୟାରିସ ଅଲିମ୍ପିକରେ ପଦକ ଜିତିବା ପରେ ସେ ନିଜର ପ୍ରମୋସନ ପାଇଁ ଆବେଦନ କରିଥିଲେ ଓ ଭାରତୀୟ ରେଳ ପକ୍ଷରୁ ତାଙ୍କୁ ଏକ ସାଙ୍ଗରେ ଦୁଇଟି ପ୍ରମୋସନ ଦିଆଯାଇଥିଲା । ବର୍ତ୍ତମାନ ସେ ଭାରତୀୟ ରେଳର ଖେଳ ବିଭାଗରେ ବମ୍ବେଠାରେ କାର୍ଯରତ ।
ଆଧାର
[ସମ୍ପାଦନା]- ↑ "Swapnil KUSALE". ISSF. Retrieved 1 August 2024.
- ↑ ୨.୦ ୨.୧ Mangale, Kalyani (19 July 2024). "Kusale primed for Olympic debut". The New Indian Express (in ଇଂରାଜୀ). Retrieved 1 August 2024.
- ↑ ୩.୦ ୩.୧ "Swapnil Kusale earns third bronze medal for India in shooting". The Hindu (in Indian English). 1 August 2024. Retrieved 1 August 2024.
- ↑ "From rural obscurity to National champion: Meet Swapnil Kusale, India's 20-year old shooting prodigy". sportskeeda.com. 11 January 2016.
- ↑ "Ticket collector from Pune, Swapnil Kusale wins India's third shooting bronze at Paris Olympics". The Indian Express (in ଇଂରାଜୀ). 1 August 2024. Retrieved 1 August 2024.
- ↑ Srinivasan, Kamesh (10 November 2015). "Kusale wins junior Asian shooting championship". The Hindu – via thehindu.com.
- ↑ Srinivasan, Kamesh (6 December 2015). "Swapnil Kusale shoots to gold in 50-metre rifle event". Sportstar.
- ↑ "Swapnil regains lost crown at National Shooting Championship". The Times of India. 25 December 2017. Retrieved 21 July 2019.
- ↑ Sportstar, Team (2022-10-24). "Paris 2024: Full list of Olympics quota winners from India in shooting". Sportstar (in ଇଂରାଜୀ). Retrieved 2024-02-03.
- ↑ Staff, Scroll (2024-05-17). "Shooting, Olympic Trials: Anjum Moudgil, Sift Samra, Aishwary Tomar, Swapnil Kusale book Paris berth". Scroll.in (in ଇଂରାଜୀ). Retrieved 2024-05-18.
- ↑ Srinivasan, Kamesh (2024-05-17). "Olympic Selection Trials: Aishwary Pratap tops men's rifle three-position, Manu Bhaker beats Esha Singh in air pistol event". Sportstar (in ଇଂରାଜୀ). Retrieved 2024-05-18.
- ↑ "Swapnil Kusale makes 3-position final, hopes to undo debacle of last year's Asian Games". ESPN (in ଇଂରାଜୀ). 31 July 2024. Retrieved 1 August 2024.