Jump to content

ସ୍ୱପ୍ନୀଲ କୁଶାଲେ

ଉଇକିପିଡ଼ିଆ‌ରୁ
ସ୍ୱପ୍ନୀଲ କୁଶାଲେ
ଅଲିମ୍ପିକ ପଦକ ପରିହିତ ସ୍ୱପ୍ନୀଲ କୁଶାଲେ
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1995-08-06) ୬ ଅଗଷ୍ଟ ୧୯୯୫ (ବୟସ ୨୯)[]
କାମ୍ବଲୱାଡ଼ି, କୋହ୍ଲାପୁର, ମହାରାଷ୍ଟ୍ର, ଭାରତ[]
ସକ୍ରିୟ ବର୍ଷ୨୦୧୨ରୁ ଅଦ୍ୟାବଧି
Sport
କ୍ରୀଡ଼ାସୁଟିଂ
Coached byଦୀପାଳି ଦେଶପାଣ୍ଡେ
Medal record
ପୁରୁଷ ସୁଟିଂ
Competitor for  ଭାରତ
Event 1st 2nd 3rd
ଅଲିମ୍ପିକ 0 0
ବିଶ୍ୱ ସୁଟିଂ ଚମ୍ପିୟାନସିପ 0 0
ସୁଟିଂ ବିଶ୍ୱକପ 0 0
ଏସୀୟ କ୍ରୀଡ଼ା 0 0
ଏସୀୟ ସୁଟିଂ ଚମ୍ପିୟାନସିପ 0
ରାଷ୍ଟ୍ରମଣ୍ଡଳ ସୁଟିଂ ଚମ୍ପିୟାନସିପ 0 0
ଅଲିମ୍ପିକ ସୁଟିଂ
Bronze ପ୍ୟାରିସ ଅଲିମ୍ପିକ ପୁରୁଷ ୫୦ ମି। ରାଇଫଲ ସୁଟିଂ
ବିଶ୍ୱ ସୁଟିଂ ଚମ୍ପିୟାନସିପ
Bronze ୨୦୨୨ ବିଶ୍ୱ ସୁଟିଂ ଚମ୍ପିୟାନସିପ {{{2}}}
ସୁଟିଂ ବିଶ୍ୱକପ
Gold ୨୦୨୧ ସୁଟିଂ ବିଶ୍ୱକପ {{{2}}}
ଏସୀୟ କ୍ରିଡ଼ା
Gold ୨୦୨୨ ଏସୀୟ କ୍ରୀଡ଼ା ପୁରୁଷ ୫୦ ମିଟର ରାଇଫଲ ଟିମ ପ୍ରତିଯୋଗିତା
ଏସୀୟ ସୁଟିଂ ଚମ୍ପିୟାନସିପ
Silver ୨୦୨୩ ଏସୀୟ ସୁଟିଂ ଚମ୍ପିୟାନସିପ ୫୦ ମିଟର ରାଇଫଲ
ଏସୀୟ ସୁଟିଂ ଚମ୍ପିୟାନସିପ
Gold ୨୦୨୪ ଏସୀୟ ସୁଟିଂ ଚମ୍ପିୟାନସିପ ୫୦ ମିଟର ରାଇଫଲ
ରାଷ୍ଟ୍ରମଣ୍ଡଳ ସୁଟିଂ ଚମ୍ପିୟାନସିପ
Bronze ୨୦୧୭ ରାଷ୍ଟ୍ରମଣ୍ଡଳ ସୁଟିଂ ଚମ୍ପିୟାନସିପ ୫୦ ମିଟର ରାଇଫଲ

ସ୍ୱପ୍ନୀଲ କୁଶାଲେ (ଜନ୍ମ : ୬ ଅଗଷ୍ଟ ୧୯୯୫) ଜଣେ ଭାରତୀୟ ସୁଟର ଓ ସେ ୫୦ ମିଟର ରାଇଫଲ ସ୍ପର୍ଦ୍ଧାରେ ପ୍ରତିଦ୍ୱନ୍ଦିତା କରନ୍ତି । ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସେ ଭାରତକୁ ପ୍ରତିନିଧିତ୍ୱ କରି ୫୦ ମିଟର ରାଇଫଲ ସୁଟିଂରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସ୍ୱପ୍ନୀଲ, ୧୯୯୫ ମସିହା ଅଗଷ୍ଟ ମାସ ୬ ତାରିଖରେ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର କମ୍ବଲୱାଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[] ୨୦୦୯ ମସିହାରେ ସ୍ୱପ୍ନୀଲଙ୍କୁ ତାଙ୍କ ପିତା ମହାରାଷ୍ଟ୍ର ସରକାରଙ୍କର କ୍ରୀଡ଼ା ପ୍ରବୋଧିନୀ ଯୋଜନାରେ ସାମିଲ କରାଇଥିଲେ । ଗୋଟିଏ ବର୍ଷର ଶାରୀରିକ ପ୍ରଶିକ୍ଷଣ ପରେ ସ୍ୱପ୍ନୀଲଙ୍କୁ ଗୋଟିଏ ଖେଳ ବାଛିବାକୁ ପଡ଼ିଥିଲା ଓ ସେ ସୁଟିଂକୁ ବାଛିଥିଲେ ।[] ୨୦୧୫ ମସିହାରେ ସେ ଭାରତୀୟ ରେଳରେ ଟିଟିଇ ଚାକିରୀ ପାଇଥିଲେ ଓ ପୁନାରେ ତାଙ୍କର ପୋଷ୍ଟିଂ ହୋଇଥିଲା । ତା ପରେ ସେ ନିଜର ପ୍ରଥମ ରାଇଫଲ କିଣିଥିଲେ ।[]

କ୍ରୀଡ଼ା ଜୀବନ

[ସମ୍ପାଦନା]

୨୦୧୫ ଏସୀୟ ସୁଟିଂ ଚମ୍ପିୟାନସିପରେ ସ୍ୱପ୍ନୀଲ ୫୦ମି ରାଇଫଲ ପ୍ରୋନ ୩ରେ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[] ସେହି ବର୍ଷ ସେ ୫୯ତମ ଜାତୀୟ ସୁଟିଂ ଚମ୍ପିୟାନସିପରେ ଗଗନ ନାରଙ୍ଗଚୈନ ସିଂହଙ୍କ ଭଳି ଖେଳାଳି ମାନଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ।[] ୨୦୧୭ ମସିହାରେ ଜାତୀୟ ସୁଟିଂ ଚମ୍ପିୟାନସିପରେ ସେ ନିଜ ପ୍ରଦର୍ଶନର ପୁନରାବୃତ୍ତି କରି ସ୍ୱର୍ଣ୍ଣପଦକ ଲାଭ କରିଥିଲେ ।[]

୨୦୨୨ ବିଶ୍ୱ ସୁଟିଂ ଚମ୍ପିୟାନସିପରେ ୫୦ ମି ରାଇଫଲ ବିଭାଗରେ ପ୍ରତିଦ୍ୱନ୍ଦିତା କରି ସେ ୪ଥ ସ୍ଥାନରେ ରହିଥିଲେ ଓ ପ୍ୟାରି ଅଲିମ୍ପିକପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।[] ୨୦୨୪ ମେ ମସିହାରେ ଦିଲ୍ଲୀ ଓ ଭୋପାଲରେ ଅନୁଷ୍ଠିତ ସୁଟିଂ ଟ୍ରାୟାଲ ପ୍ରତିଯୋଗିତାରୁ ସେ, ପ୍ୟାରିସ ଅଲିମ୍ପିକ ଦଳରେ ସାମିଲ ହୋଇଥିଲେ ।[୧୦][୧୧]

୨୦୨୪ ଅଲିମ୍ପିକରେ ପ୍ରଥମ ଭାରତୀୟ ପୁରୁଷ ଭାବରେ ସେ ୫୦ ମିଟର ରାଇଫଲ ବିଭାଗର ଫାଇନାଲ ରାଉଣ୍ଡକୁ ଉନ୍ନିତ ହୋଇଥିଲେ ।[୧୨] ଓ ୪୫୧.୪ ସ୍କୋର କରି ବ୍ରୋଞ୍ଜ ମେଡାଲ ଜିତାବାରେ ସମର୍ଥ ହୋଇଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୨୦୧୫ ମସିହାରେ ସ୍ୱପ୍ନୀଲ ଭାରତୀୟ ରେଳରେ ଜଣେ ଟିଟିଇ ଭାବରେ ଯୋଗଦେଇଥିଲେ । ପ୍ୟାରିସ ଅଲିମ୍ପିକରେ ପଦକ ଜିତିବା ପରେ ସେ ନିଜର ପ୍ରମୋସନ ପାଇଁ ଆବେଦନ କରିଥିଲେ ଓ ଭାରତୀୟ ରେଳ ପକ୍ଷରୁ ତାଙ୍କୁ ଏକ ସାଙ୍ଗରେ ଦୁଇଟି ପ୍ରମୋସନ ଦିଆଯାଇଥିଲା । ବର୍ତ୍ତମାନ ସେ ଭାରତୀୟ ରେଳର ଖେଳ ବିଭାଗରେ ବମ୍ବେଠାରେ କାର୍ଯରତ ।

  1. "Swapnil KUSALE". ISSF. Retrieved 1 August 2024.
  2. ୨.୦ ୨.୧ Mangale, Kalyani (19 July 2024). "Kusale primed for Olympic debut". The New Indian Express (in ଇଂରାଜୀ). Retrieved 1 August 2024.
  3. ୩.୦ ୩.୧ "Swapnil Kusale earns third bronze medal for India in shooting". The Hindu (in Indian English). 1 August 2024. Retrieved 1 August 2024.
  4. "From rural obscurity to National champion: Meet Swapnil Kusale, India's 20-year old shooting prodigy". sportskeeda.com. 11 January 2016.
  5. "Ticket collector from Pune, Swapnil Kusale wins India's third shooting bronze at Paris Olympics". The Indian Express (in ଇଂରାଜୀ). 1 August 2024. Retrieved 1 August 2024.
  6. Srinivasan, Kamesh (10 November 2015). "Kusale wins junior Asian shooting championship". The Hindu – via thehindu.com.
  7. Srinivasan, Kamesh (6 December 2015). "Swapnil Kusale shoots to gold in 50-metre rifle event". Sportstar.
  8. "Swapnil regains lost crown at National Shooting Championship". The Times of India. 25 December 2017. Retrieved 21 July 2019.
  9. Sportstar, Team (2022-10-24). "Paris 2024: Full list of Olympics quota winners from India in shooting". Sportstar (in ଇଂରାଜୀ). Retrieved 2024-02-03.
  10. Staff, Scroll (2024-05-17). "Shooting, Olympic Trials: Anjum Moudgil, Sift Samra, Aishwary Tomar, Swapnil Kusale book Paris berth". Scroll.in (in ଇଂରାଜୀ). Retrieved 2024-05-18.
  11. Srinivasan, Kamesh (2024-05-17). "Olympic Selection Trials: Aishwary Pratap tops men's rifle three-position, Manu Bhaker beats Esha Singh in air pistol event". Sportstar (in ଇଂରାଜୀ). Retrieved 2024-05-18.
  12. "Swapnil Kusale makes 3-position final, hopes to undo debacle of last year's Asian Games". ESPN (in ଇଂରାଜୀ). 31 July 2024. Retrieved 1 August 2024.

ବାହ୍ୟ ଲିଙ୍କ

[ସମ୍ପାଦନା]