ସ୍ନେହଲତା ନାଥ

ଉଇକିପିଡ଼ିଆ‌ରୁ
ସ୍ନେହଲତା ନାଥ
ଜନ୍ମ୨୭ ଡିସେମ୍ବର ୧୯୬୫
ଜାତୀୟତାଭାରତୀୟ

ସ୍ନେହଲତା ନାଥ (ଜନ୍ମ ୨୭ ଡିସେମ୍ବର ୧୯୬୫) ଜଣେ ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତା । ସେ ନୀଳଗିରି ପର୍ବତମାଳାର ଅଧିବାସୀମାନଙ୍କ ଉତ୍ଥାନ ଦିଗରେ କାମ କରନ୍ତି । ସମାଜସେବାପାଇଁ ସେ ଜମୁନାଲାଲ ବଜାଜ ଏବଂ ନାରୀ ଶକ୍ତି ପୁରସ୍କାର ପାଇଛନ୍ତି ।

ଜୀବନୀ[ସମ୍ପାଦନା]

ନାଥ ୧୯୬୫ ମସିହାରେ ଜନ୍ମଗ୍ରହଣ କରିଥିଲେ ।

୧୯୯୩ ମସିହାରେ ଆରମ୍ଭ ହୋଇଥିବା କି-ଷ୍ଟୋନ ଫାଉଣ୍ଡେସନର ସେ ଥିଲେ ପ୍ରତିଷ୍ଠାତା ନିର୍ଦ୍ଦେଶକ ।[୧] ଦାରିଦ୍ର୍ୟର ମୁକାବିଲା ପାଇଁ ତାଙ୍କ ଫାଉଣ୍ଡେସନର ଲକ୍ଷ୍ୟ ଥିଲା ଏବଂ ନୀଳଗିରି ପର୍ବତମାଳାର ଲୋକମାନଙ୍କୁ ଆର୍ଥିକ ଓ ସାମାଜିକ ଉତ୍ଥାନ ନିମନ୍ତେ ସେମାନେ ନିଷ୍ପତ୍ତି ନେଇଥିଲେ । ସ୍ନେହଲତାଙ୍କ ପାଇଁ ଦିଲ୍ଲୀରୁ କାମ କରିବା ପାଇଁ ସହଜ ହୋଇଥାନ୍ତା, କିନ୍ତୁ ନୀଳଗିରିର ଲୋକଙ୍କ ପାଖରେ ରହି କାମ କରିବା ପାଇଁ ସେ[୨] ନିଜ ଫାଉଣ୍ଡେସନ କୋଟାଗିରିରେ ପ୍ରତିଷ୍ଠା କରିଥିଲେ ।[୩]

୧୯୯୮ ମସିହାରେ, ନାଥ "ଅଣ କାଠ ଜଙ୍ଗଲ ଉତ୍ପାଦ - ବିନିମୟ" କାର୍ଯ୍ୟକ୍ରମର ସହ-ପ୍ରତିଷ୍ଠାତା ହୋଇଥିଲେ ଏବଂ ୨୦ ବର୍ଷରୁ ଅଧିକ ସମୟ ପାଇଁ ଏହାର ଭାରତସ୍ଥିତ କାର୍ଯ୍ୟାଳୟକୁ ପରିଚାଳନା କରିଥିଲେ ।[୪]

ବନ୍ୟ ସଂଗୃହିତ ଉଦ୍ଭିଦ ଉପାଦାନଗୁଡ଼ିକ ପାଇଁ ଏକ ସ୍ଥାୟୀ ଏବଂ ନିରପେକ୍ଷ ବାଣିଜ୍ୟ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଫେୟାରୱିଲ୍ଡ ଫାଉଣ୍ଡେସନ ୨୦୦୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ନାଥ ସେମାନଙ୍କ ପରାମର୍ଶଦାତା ମଣ୍ଡଳୀରେ କାମ କରନ୍ତି । ୨୦୧୩ ମସିହାରେ ତାଙ୍କୁ "ଗ୍ରାମୀଣ ବିକାଶ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରେ ଉଲ୍ଲେଖନୀୟ ଅବଦାନ" ପାଇଁ ଜମୁନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ଭାରତର ରାଷ୍ଟ୍ରପତି - ପ୍ରଣବ ମୁଖାର୍ଜୀ ପ୍ରଦାନ କରିଥିଲେ ।

୨୦୧୯ ମସିହାରେ ତାଙ୍କୁ ରାଷ୍ଟ୍ରପତି ଭବନର ପ୍ରେସିଡେନ୍ସିଆଲ ପ୍ୟାଲେସକୁ ନିମନ୍ତ୍ରଣ କରାଯାଇଥିଲା । ସେ ଭାରତରେ ମହିଳାମାନଙ୍କ ପାଇଁ ସର୍ବୋଚ୍ଚ ନାଗରିକ ସମ୍ମାନ ନାରୀ ଶକ୍ତି ପୁରସ୍କାର ପାଇବାକୁ ଥିବା ୪୧ ଜଣ ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ । ଏହି ପୁରସ୍କାର ସେ ତତକାଳୀନ ଭାରତର ରାଷ୍ଟ୍ରପତି - ରାମନାଥ କୋବିନ୍ଦଙ୍କଠାରୁ ପ୍ରାପ୍ତ ହୋଇଥିଲେ । ନାଥ ସେତେବେଳକୁ ୨୬ ବର୍ଷ ଧରି ନୀଳଗିରି ସଂରକ୍ଷିତ ଜୈବମଣ୍ଡଳର ଆର୍ଥିକ ଉନ୍ନତି ଓ ସ୍ଥାୟୀତ୍ୱ ନିମନ୍ତେ କାର୍ଯ୍ୟ କରିଆସୁଥିଲେ ।[୫]

ଆଧାର[ସମ୍ପାଦନା]

  1. "Snehlata Nath - Jamnalal Bajaj Award 2013 Recipient - Application of Science & Technology for Rural Development". Jamnalal Bajaj Foundation. Retrieved 2020-04-27.
  2. "For 26 Years, This Woman Has Been Helping Nilgiris Tribals Stand For Their Rights". The Better India (in ଆମେରିକୀୟ ଇଂରାଜୀ). 2019-01-15. Retrieved 2020-04-27.
  3. "FairWild advisory panel". FairWild Foundation (in ବ୍ରିଟିଶ୍‌ ଇଂରାଜୀ). Retrieved 2020-04-27.
  4. "Conservation through Sustainable Use: Lessons from India". Routledge & CRC Press (in ଇଂରାଜୀ). Retrieved 2023-04-27.
  5. "Snehlata Nath conferred with the Prestigious Nari Shakthi Puraskar Award". Keystone Foundation (in ଆମେରିକୀୟ ଇଂରାଜୀ). 2019-03-12. Retrieved 2020-04-27.