Jump to content

ସୌମ୍ୟା ଟଣ୍ଡନ

ଉଇକିପିଡ଼ିଆ‌ରୁ
ସୌମ୍ୟା ଟଣ୍ଡନ
କଲର୍ସ ଇଣ୍ଡିଆନ ଟେଲି ଆୱାର୍ଡ଼ରେ ସୌମ୍ୟା
ଜନ୍ମ
ପେଷାsମଡେଲ, ଅଭିନେତ୍ରୀ
ଜୀବନସାଥୀ(s)ସୌରଭ ଦେବେନ୍ଦ୍ର ସିଂହ[୧]
(୨୦୧୬-ଏବେଯାଏଁ)
ୱେବ୍‌ସାଇଟ୍www.saumyatandon.net

ସୌମ୍ୟା ଟଣ୍ଡନ ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ । ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଭାବିଜୀ ଘର ପର୍ ହୈ ଜରିଆରେ ଅଧିକ ଲୋକପ୍ରିୟ ହୋଇଥିଲେ । ୨୦୦୭ ମସିହାରେ ସେ ହିନ୍ଦୀ କଥାଚିତ୍ର ଯବ୍ ଉଇ ମିଟ୍‌ରେ ଏକ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ସୌମ୍ୟା ତାଙ୍କ ଜୀବନର ପ୍ରାରମ୍ଭରୁ ମଡେଲିଂରେ ଯୋଗ ଦେଇଥିଲେ । ୨୦୦୬ରେ 'ଫେମିନା କଭର ଗାର୍ଲ'ରେ ତାଙ୍କୁ ନିଆଯାଇଥିଲା । ଏବେ ସେ ଆଣ୍ଡ ଟିଭିରେ ପ୍ରସାରିତ ଧାରାବାହିକ ଭାବିଜୀ ଘରପେ ହୈ!ରେ 'ଅନିତା ଭାବି' ବା 'ଗୋରୀ ମେମ୍' ଭୂମିକାରେ ଅଭିନୟ କରୁଛନ୍ତି । ୨୦୧୧ରେ ସେ ଜୋର୍ କା ଝଟ୍‌କା: ଟୋଟାଲ ଉଇପ୍ଆଉଟ୍‌ କାର୍ଯ୍ୟକ୍ରମ ଅଭିନେତା ଶାହାରୁଖ ଖାଁଙ୍କ ସ‌ହ ଉପସ୍ଥାପନା କରିଥିଲେ ।[୨][୩][୪] ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ‌ର ୩ଟି ସଂସ୍କରଣର ଉପସ୍ଥାପନା କରିଥିଲେ, ଯେଉଁଥିପାଇଁ ସେ ଶ୍ରେଷ୍ଠ ଉପସ୍ଥାପିକା ପୁରସ୍କାର ପାଇଥିଲେ । ସେ ଦୀପକ ଓବ୍‌ରେନ୍‌ଙ୍କ ସ‌ହ ବର୍ଣ୍ଣଭିଟା କୁଇଜ୍ କଣ୍ଟେଷ୍ଟର ୩ଟି ସଂସ୍କରଣର ଉପସ୍ଥାପନା କରିଥିଲେ ।[୫] ଇନ୍ତିଆଜ୍ ଅଲ୍ଲୀଙ୍କ ଚଳଚ୍ଚିତ୍ର ଜବ୍ ଉଇ ମିଟ୍‌ରେ ସୌମ୍ୟାଙ୍କୁ କରୀନା କପୁରଙ୍କ ସାନ ଭଉଣୀ ରୂପ୍ ଭୂମିକାରେ ଅଭିନୟ କରିଥିଲେ ।[୬]. 'LG ମଲ୍ଲିକ-ଇ-କିଚେନ୍'ର ୩ଟି ସଂସ୍କରଣର ସେ ଉପସ୍ଥାପନା କରିଥିଲେ ।

ବୈବାହିକ ଜୀବନ

[ସମ୍ପାଦନା]

୨୦୧୬ରେ ସେ ତାଙ୍କ ପ୍ରେମୀ ସୌରଭ ନାମକ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ବିବାହ କରିଥିଲେ ।[୭]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ୨୦୦୭: ଜବ୍ ଉଇ ମିଟ୍

ଅଭିନୀତ ଦୂରଦର୍ଶନ କାର୍ଯ୍ୟକ୍ରମ

[ସମ୍ପାଦନା]
  • ୨୦୦୬: ଏଇସା ଦେଶ୍ ହୈ ମେରା
  • ୨୦୦୭-୦୮: ମେରି ଆୱାଜ୍‌କୋ ମିଲ୍‌‌ଗୟି ରୋଶ୍ନୀ
  • ୨୦୧୧: ବର୍ଣ୍ଣଭିଟା କୁଇଜ୍ କଣ୍ଟେଷ୍ଟ
  • ୨୦୧୦-୧୩: ମଲ୍ଲିକ-ଇ-କିଚେନ୍ (୨ୟ, ୩ୟ ଏବଂ ୪ର୍ଥ ସଂସ୍କରଣ)
  • ୨୦୧୧: କମେଡ଼ି ସର୍କସ୍ କେ ଟର୍ଜନ୍
  • ୨୦୧୧: ଜୋର୍‌କା ଝଟ୍‌କା: ଟୋଟାଲ ଉଇପ୍ଆଉଟ୍
  • ୨୦୦୯-୧୧: ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ (୧ମ, ୨ୟ ଏବଂ ୩ୟ ସଂସ୍କରଣ)
  • ୨୦୧୪: କମେଡ଼ି ନାଇଟ୍‌ସ୍ ଉଇଥ୍ କପିଲ୍ (ସାଇନା ନେହ୍ୱାଲ ଏପିସୋଡ଼୍)
  • ୨୦୧୫-ଏବେଯାଏଁ: ଭାବିଜୀ ଘର ପର୍ ହୈ!
  1. ↑ "Bhabi Ji Ghar Par Hai actor Saumya Tandon ties the knot". Indianexpress.com.
  2. ↑ Television: Dream come true Archived 2013-01-25 at Archive.is Hindustan Times, New Delhi, December 25, 2010
  3. ↑ "Kushal Punjabi Wins Zor Ka Jhatka". NDTV Movies. February 26, 2011. Archived from the original on July 14, 2011. Retrieved June 7, 2017.
  4. ↑ "Kushal Punjabi wins 'Zor Ka Jhatka' IANS,". The Times of India. Feb 26, 2011.
  5. ↑ "The Times of India: Latest News India, World & Business News, Cricket & Sports, Bollywood". The Times Of India. Archived from the original on 2013-12-31. Retrieved 2017-06-07.
  6. ↑ "Saumya says no to play Geet's sister". The Times of India. 2 February 2011. Retrieved 7 June 2017.
  7. ↑ "Bhabi Ji Ghar Par Hai actor Saumya Tandon ties the knot". Indianexpress.com.

ଅଧିକ ତ‌ଥ୍ୟ

[ସମ୍ପାଦନା]