କରୀନା କପୁର

ଉଇକିପିଡ଼ିଆ‌ରୁ
କରୀନା କପୁର ଖାନ
Kareena Kapoor smiling away from camera
୨୦୧୬ରେ ଟାଇମସ୍ ଅଫ୍ ଇଣ୍ଡିଆ ଫିଲ୍ମ ଆୱାର୍ଡ଼ରେ କରୀନା
Born (1980-09-21) ୨୧ ସେପ୍ଟେମ୍ବର ୧୯୮୦ (ବୟସ ୪୩)[୧]
Nationalityଭାରତୀୟ
Occupations
  • ଅଭିନେତ୍ରୀ
  • ଫ୍ୟାସନ୍ ଡିଜାଇନର୍
  • ଲେଖିକା
Years active୨୦୦୦- ଏବେଯାଏଁ
Spouse
(m. ୨୦୧୨)
Children
Parents
Relativesକରିସ୍ମା କପୁର (ଭଉଣୀ)

କରୀନା କପୁର (ଜନ୍ମ: ୨୧ ସେପ୍ଟେମ୍ବର ୧୯୮୦), ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ହିନ୍ଦୀ କଥାଚିତ୍ର ଅଭିନେତା ରଣଧୀର କପୁର ଏବଂ ବବିତା କପୁରଙ୍କର ଝିଅ । ତାଙ୍କର ବଡ଼ ଭଉଣୀ କରିସ୍ମା କପୁର ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୦ ମସିହାରେ ହିନ୍ଦୀ କଥାଚିତ୍ର ରିଫୁଜୀ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅଶୋକା, କଭି ଖୁସି କଭି ଗମ୍, ଚାମେଲି ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିବାପରେ ସେ ନିଜକୁ ପ୍ରତିଷ୍ଠିତ କରାଇଥିଲେ । କରୀନା ୬ଟି ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି । [୧] କରୀନା କପୁର ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ୨୦୧୨ରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କରୀନା କପୁର ୨୧ ସେପ୍ଟେମ୍ବର ୧୯୮୦ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ।[୧] କରୀନାଙ୍କୁ ପ୍ରାୟ ସଭିଏଁ ବେବୋ ବୋଲି ସମ୍ବୋଧନ କରିଥାନ୍ତି ।[୨] ସେ ଅଭିନେତା ରଣଧୀର କପୁର ଏବଂ ବବିତ କପୁରଙ୍କର ସାନ ଝିଅ ।[୩] ତାଙ୍କର ବଡ଼ ଭଉଣୀ କରିସ୍ମା କପୁର ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ । ତାଙ୍କର ଜେଜେବାପା ରାଜ କପୁର ଜଣେ ହିନ୍ଦୀ କଥାଚିତ୍ର ଅଭିନେତା ଏବଂ ନିର୍ମାତା ଏବଂ ତାଙ୍କର ଅଜା ହରି ଶିବଦାଶ ଜଣେ ଅଭିନେତା । କରୀନା ଅଭିନେତା ଋଷି କପୁର ଏବଂ ନୀତୁ କପୁରଙ୍କର ଝିଆରୀ । କରୀନାଙ୍କର ନାମ ତାଙ୍କର ମାଆ ଅନ୍ନା କରେନିନା ବ‌ହିରୁ ରଖିଥିଲେ ।[୪] ସେ ତାଙ୍କର ପିତାଙ୍କର ଘର ପକ୍ଷରୁ ପଞ୍ଜାବୀ[୫] ଏବଂ ମାଆ ଘର ପକ୍ଷରୁ ସିନ୍ଧି ।[୬] କରୀନା ଛୋଟବେଳୁ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟ ଧର୍ମ ପ୍ରତି ଅନୁରାଗୀ ଥିଲେ ।[୭]

ଅଭିନୟ ଜୀବନ[ସମ୍ପାଦନା]

କରୀନା ୨୦୦୦ ମସିହାରେ ପ୍ରଥମେ ଅଭିନେତା ନିର୍ଦ୍ଦେଶକ ରାକେଶ ରୋଶନଙ୍କର ଚଳଚ୍ଚିତ୍ର କହୋ ନା ପ୍ୟାର୍ ହୈ ପାଇଁ ବଛାଯାଇଥିଲେ । ଏହି କଥାଚିତ୍ରରେ ରାକେଶଙ୍କର ପୁଅ ହ୍ରିତିକ ରୋଶନ ମଧ୍ୟ ହିନ୍ଦୀ କଥାଚିତ୍ରରେ ନାୟକ ଭାବରେ ପ୍ରଥମ କରି ଅଭିନୟ କରିଥିଲେ । ତେଣୁ ନାୟକଙ୍କୁ ଅଧିକ ପ୍ରାଧାନ୍ୟ ମିଳିବା ଯୋଗୁଁ କରୀନା ଏହି ଚଳଚ୍ଚିତ୍ରଟି ଛାଡ଼ିଦେଇଥିଲେ । ଏହାପରେ ସେ ସେହି ବର୍ଷ ଜେ.ପି. ଦତ୍ତଙ୍କ ଚଳଚ୍ଚିତ୍ର ରେଫ୍ୟୁଜି ଜରିଆରେ ଅଭିଶେକ ବଚନଙ୍କ ସ‌ହ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୮][୯] କରୀନା ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରରେ ଅନେକ କିଛି ଶିଖିଥିଲେ ବୋଲି କ‌ହିଥିଲେ ।[୧୦] ଏହି ଚଳଚ୍ଚିତ୍ରଟି ବ୍ୟବସାୟରେ ସଫଳତା ପାଇଥିଲା ।[୧୧] ଏହି ଚଳଚ୍ଚିତ୍ର ପାଇଁ କରୀନାଙ୍କୁ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।[୧୨]

ଏହପରେ କରୀନା ୨୦୦୧ରେ ମୁଝେ କୁଛ୍ କେହେନା ହୈ, ୟାଦୈଁ, ଅଜ୍‌ନବୀ, ଅଶୋକା, କଭି ଖୁସି କଭି ଗମ୍ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ମୁଝ୍‌ସେ ଦୋସ୍ତି କରୋଗୀ, ଜୀନା ସିର୍ଫ ମେରେ ଲିୟୈ, ତଲାସ୍, ଖୁସି, ମୈ ପ୍ରେମ୍ କି ଦିୱାନୀ ହୁଁ, ଏଲ୍.ଓ.ସି. କାର୍‌ଗିଲ୍ ଆଦି କଥାଚିତ୍ରରେ ଅଭିନୟ କରିବା ପରେ କରୀନା ୨୦୦୪ରେ ଚାମେଲୀ କଥାଚିତ୍ରରେ ଅଭିନୟ କରିଥିଲେ ।[୧୩][୧୪] ଏହି କଥାଚିତ୍ର ପାଇଁ ତାଙ୍କୁ ଫିଲ୍ମ‌ଫେୟାରରେ ଏକ ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା ।[୧୫] ୨୦୦୪ରେ କରୀନା ଦେବ୍ ଚଳଚ୍ଚିତ୍ର ପାଇଁ ମଧ୍ୟ ଫିଲ୍ମ‌ଫେୟାରରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୧୬][୧୭]

କରୀନା ୨୦୦୬ କଥାଚିତ୍ର ଓମ୍‌କାରା ପାଇଁ ଫିଲ୍ମ ଫେୟାରରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ସେ ୨୦୦୭ରେ କଥାଚିତ୍ର ଜବ୍ ଉଇ ମିଟ୍ ପାଇଁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏଥି ସ‌ହ କରୀନା ପୁନଃ ବିବାହ ଏବଂ ସିଆଇଡି ଭଳି ଦୂରଦର୍ଶନ ଧାରାବାହିକରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । ସେ ତିନୋଟି ଡକୁମେଣ୍ଟାରୀରେ ମଧ୍ୟ ଅଭିନୟ କରିଛନ୍ତି ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୦- ରେଫ୍ୟୁଜି
  • ୨୦୦୧- ମୁଝେ କୁଛ୍ କେହେନା ହୈ
  • ୨୦୦୧- ୟାଦୈଁ
  • ୨୦୦୧- ଅଜ୍‌ନବୀ
  • ୨୦୦୧- ଅଶୋକା
  • ୨୦୦୧- କଭି ଖୁସି କଭି ଗମ୍
  • ୨୦୦୨- ମୁଝ୍‌ସେ ଦୋସ୍ତି କରୋଗୀ
  • ୨୦୦୨- ଜୀନା ସିର୍ଫ ମେରେ ଲିୟୈ
  • ୨୦୦୩- ତଲାସ୍
  • ୨୦୦୩- ଖୁସି
  • ୨୦୦୩- ମୈ ପ୍ରେମ୍ କି ଦିୱାନୀ ହୁଁ
  • ୨୦୦୩- ଏଲ୍.ଓ.ସି. କାର୍‌ଗିଲ୍
  • ୨୦୦୪- ଚାମେଲୀ
  • ୨୦୦୪- ଯୁବା
  • ୨୦୦୪- ଦେବ୍
  • ୨୦୦୪- ଫିଦା
  • ୨୦୦୪- ଏତ୍‌ରାଜ୍
  • ୨୦୦୪- ହଲ୍‌ଚଲ୍
  • ୨୦୦୫- ବେବଫା
  • ୨୦୦୫- କ୍ୟୁଁକି
  • ୨୦୦୫- ଦୋସ୍ତି
  • ୨୦୦୬- ୩୬ ଚାଇନା ଟାଉନ୍
  • ୨୦୦୬- ଚୁପ୍ ଚୁପ୍‌ କେ
  • ୨୦୦୬- ଓମ୍‌କାରା
  • ୨୦୦୬- ଡନ୍
  • ୨୦୦୭- କ୍ୟା ଲଭ୍ ଷ୍ଟୋରୀ ହୈ
  • ୨୦୦୭- ଜବ୍ ଉଇ ମିଟ୍
  • ୨୦୦୮- ହାଲ୍ଲା ବୋଲ୍
  • ୨୦୦୮- ଟସନ୍
  • ୨୦୦୮- ରୋଡ୍‌ସାଇଡ୍ ରୋମିଓ
  • ୨୦୦୮- ଗୋଲ୍‌ମାଲ୍ ରିଟର୍ଣ୍ଣସ୍
  • ୨୦୦୯- ଲକ୍ ବାଇଚାନ୍ସ (ଅତିଥି କଳାକାର)
  • ୨୦୦୯- ବିଲ୍ଲୁ (ଅତିଥି କଳାକାର)
  • ୨୦୦୯- କମ୍ବକ୍ତ ଇସ୍କ
  • ୨୦୦୯- ମେଁ ଔର୍ ମିସେସ୍ ଖାନ୍ନା
  • ୨୦୦୯- କୁର୍‌ବାନ୍
  • ୨୦୦୯- ୩ ଇଡିଅଟ୍‌ସ୍
  • ୨୦୧୦- ମିଲେଙ୍ଗେ ମିଲେଙ୍ଗେ
  • ୨୦୧୦- ଉଇ ଆର୍ ଫ୍ୟାମିଲି
  • ୨୦୧୦- ଗୋଲ୍‌ମାଲ୍ ୩
  • ୨୦୧୧- ବଡିଗାର୍ଡ଼
  • ୨୦୧୧- ରା. ୱାନ୍
  • ୨୦୧୨- ଏକ୍ ମେଁ ଔର୍ ଏକ୍ ତୁ
  • ୨୦୧୨- ଏଜେଣ୍ଟ ବିନୋଦ
  • ୨୦୧୨- ରାଓଡ଼ି ରାଠୋଡ଼ (ଅତିଥି କଳାକାର)
  • ୨୦୧୨- ହିରୋଇନ୍
  • ୨୦୧୨- ତଲାସ୍
  • ୨୦୧୨- ଦବଙ୍ଗ ୨ (ଅତିଥି କଳାକାର)
  • ୨୦୧୩- ବମ୍ବେ ଟକିଜ୍
  • ୨୦୧୩- ସତ୍ୟାଗ୍ରହ
  • ୨୦୧୩- ଗୋରୀ ତେରେ ପ୍ୟାର୍ ମେଁ
  • ୨୦୧୪- ସିଙ୍ଘମ୍ ରିଟର୍ଣ୍ଣସ୍
  • ୨୦୧୪- ଦ ସୌକିନ୍‌ସ୍ (ଅତିଥି କଳାକାର)
  • ୨୦୧୪- ହାପି ଏଣ୍ଡିଙ୍ଗ୍
  • ୨୦୧୫- ଗବର୍ ଇଜ୍ ବ୍ୟାକ୍
  • ୨୦୧୫- ବଜରଙ୍ଗି ଭାଇଜାନ୍
  • ୨୦୧୫- ବ୍ରଦର୍ସ୍ (ଅତିଥି କଳାକାର)
  • ୨୦୧୬- କି ଆଣ୍ଡ୍ କା
  • ୨୦୧୬- ଉଡ଼୍‌ତା ପଞ୍ଜାବ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Saini, Minakshi (18 September 2012). "Happy Birthday! How Kareena Kapoor made it big". Hindustan Times. Archived from the original on 18 February 2015. Retrieved 20 December 2012.
  2. Verma, Sukanya (30 October 2002). "She is just a little girl trying to find her way". Rediff.com. Archived from the original on 7 April 2009. Retrieved 16 July 2008.
  3. "Star of The Week-Kareena Kapoor". Rediff.com. 30 October 2002. Archived from the original on 30 June 2009. Retrieved 24 July 2008.
  4. IndiaFM News Bureau (29 December 2004). "What's a book got to do with Kareena?". Bollywood Hungama. Archived from the original on 29 June 2009. Retrieved 27 January 2007.
  5. Dhawan, M. L. (8 January 2006). "Punjabi colours of Bollywood". The Tribune (Chandigarh). Archived from the original on 21 November 2013. Retrieved 8 July 2010.
  6. Upala KBR (23 December 2008). "Saif to join girlfriend Kareena and her family for midnight mass". Mid-Day. Archived from the original on 1 July 2015. Retrieved 1 July 2015.
  7. "Sajid beats Saif to the altar – After civil marriage, a suspense at play". The Telegraph (Calcutta). 16 October 2012. Archived from the original on 19 February 2014. Retrieved 2 February 2014.
  8. Adarsh, Taran (30 June 2000). "Movie Review: Refugee". Bollywood Hungama. Archived from the original on 9 August 2013. Retrieved 15 September 2007.
  9. Chopra, Anupama (18 September 2000). "Sassy Sirens". India Today. Archived from the original on 9 May 2016. Retrieved 12 March 2014.
  10. Verma, Sukanya (18 May 2000). "I do not intend doing the David Dhawan kind of films". Rediff.com. Archived from the original on 3 November 2006. Retrieved 21 October 2006.
  11. "Kareena Kapoor: Box Office Details and Filmography". Box Office India. Archived from the original on 5 February 2015. Retrieved 30 January 2014.
  12. "Kareena Kapoor: Awards & Nominations". Bollywood Hungama. Archived from the original on 6 August 2010. Retrieved 23 July 2010.
  13. Chopra, Anupama (8 September 2003). "Starry Heights" (PDF). India Today. Archived (PDF) from the original on 22 April 2014. Retrieved 11 July 2012.
  14. Tuteja, Joginder (4 September 2010). "Exploring 10 years journey of Kareena Kapoor — Part II". Bollywood Hungama. Archived from the original on 8 August 2013. Retrieved 8 September 2010.
  15. "Awards 2003: Winners of the 49th Manikchand Filmfare Awards". The Times of India. Archived from the original on 9 July 2012. Retrieved 29 March 2013.
  16. Gupta, Parul (11 June 2004). "Dev: Gujarat in Bollywood, finally". The Times of India. Archived from the original on 8 April 2015. Retrieved 19 November 2007.
  17. Adarsh, Taran (11 June 2004). "Movie Review: Dev". Bollywood Hungama. Archived from the original on 16 February 2012. Retrieved 19 November 2007.

ବାହାର ଆଧାର[ସମ୍ପାଦନା]