ସୋନମ କପୁର
ସୋନମ କପୁର | |
---|---|
ଜନ୍ମ | [୧] | ୯ ଜୁନ ୧୯୮୫
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୫ – ଏବେଯାଏଁ |
ପିତାମାତା | ସୁନୀତା ଏବଂ ଅନୀଲ କପୁର |
ସମ୍ପର୍କୀୟ | ହର୍ଷବର୍ଦ୍ଧନ କପୁର (ଭାଇ) ଅର୍ଜୁନ କପୁର (ଭାଇ) ସଞ୍ଜୟ କପୁର (କକା) ବୋନୀ କପୁର (ବଡ଼ବାପା) ଶ୍ରୀଦେବୀ (ବଡ଼ମାଆ) |
ୱେବସାଇଟ | www |
ସୋନମ କପୁର (ଜନ୍ମ: ୯ ଜୁନ ୧୯୮୫) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସୋନମ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରରେ ହିଁ ଅଭିନୟ କରନ୍ତି । ଫିଲ୍ମଫେୟାର ସହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ସୋନମ । ସୋନମ ହିନ୍ଦୀ କଥାଚିତ୍ର ଅଭିନେତା ଅନୀଲ କପୁରଙ୍କ ସାନ ଝିଅ । ସେ ଇଉନାଇଟେଡ ୱାରଲ୍ଡ କଲେ ଅଫ୍ ସାଉଥ୍ ଇଷ୍ଟ ଏସିଆ, ସିଙ୍ଗାପୁରରୁ ଟିଏଟର ଏବଂ କଳା ଶିକ୍ଷା କରିଛନ୍ତି । ୨୦୦୫ରେ ସେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଳୀଙ୍କ ସହ ଜଣେ ସହକାରୀ ନିର୍ଦ୍ଦେଶିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସୋନମ ୨୦୦୭ରେ ସଞ୍ଜୟ ଲୀଳା ବଂଶାଳୀଙ୍କ ଚଳଚ୍ଚିତ୍ର ସାୱରିୟା ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ କରାଯାଇଥିଲା । ଅଭିନୟ କରିବାର ୩ବର୍ଷ ପରେ ୨୦୧୦ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଆଇ ହେଟ୍ ଲଭ୍ ଷ୍ଟୋରୀଜ୍ ବ୍ୟବସାୟିକ ସଫଳ ହୋଇଥିଲା ।
ଏହାପରେ ଅନେକ ଚଳଚ୍ଚିତ୍ରର ବିଫଳତା ପରେ ୨୦୧୩ରେ ରାଞ୍ଝଣା ଚଳଚ୍ଚିତ୍ରରେ ସୋନମଙ୍କର ଅଭିନୟ ତାଙ୍କ ଜୀବନରେ ଏକ ମୋଡ଼ ବଦଳାଇଥିଲା । ଏହି ଅଭିନୟ ପାଇଁ ସୋନମଙ୍କୁ ଅନେକ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା । ଏହାପରେ ସେ ୨୦୧୪ରେ ଖୁବ୍ସୁରତ୍, ୨୦୧୫ରେ ଡଲି କି ଡୋଲିରେ ଅଭିନୟ କରିଥିଲେ । ଏହି ଦୁଇଟି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ । ୨୦୧୫ରେ ସେ ଅଭିନେତା ସଲମାନ ଖାଁଙ୍କ ସହ ହିନ୍ଦୀ କଥାଚିତ୍ର ପ୍ରେମ ରତନ ଧନ ପାୟୋରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ସେହି ବର୍ଷର ଅଧିକ ଆୟକରିଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଗୋଟିଏ ଥିଲା ।
୨୦୧୬ରେ ସୋନମ ଏକ ଅତ୍ମଜିବନୀ ଚଳଚ୍ଚିତ୍ର ନୀରଜାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସୋନମଙ୍କୁ ଫିଲ୍ମଫେୟାରରେ ସ୍ୱତନ୍ତ୍ର ମାନ୍ୟତା ପୁରସ୍କାର ସହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ଏହି ଚଳଚ୍ଚିତ୍ରଟି ୨୦୧୬ରେ ଅଧିକ ଆୟକାରୀ ଚଳଚ୍ଚିତ୍ର ମଧ୍ୟରେ ସ୍ଥାନ ପାଇଥିଲା ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୋନମ ମୁମ୍ବାଇର ଚେମ୍ବୁରଠାରେ ୯ ଜୁନ ୧୯୮୫ରେ ଜନ୍ମଗ୍ରହଣ କରିଥିଲେ ।[୧] ସୋନମଙ୍କର ବାପା ଅନୀଲ କପୁର, ଜଣେ ଚଳଚ୍ଚିତ୍ର ଅଭିନେତା ଏବଂ ପ୍ରଯୋଜକ । ତାଙ୍କ ମାଆ ସୁନୀତା କପୁର ଜଣେ ପ୍ରାକ୍ତନ ମଡେଲ ଏବଂ ଡିଜାଇନର୍ ।[୩] ସୋନମଙ୍କର ଭଉଣୀ ରେହା କପୁର ଜଣେ ଚଳଚ୍ଚିତ୍ର ପ୍ରଯୋଜିକା ଏବଂ ଭାଇ ହର୍ଷବର୍ଦ୍ଧନ ଜଣେ କଥାଚିତ୍ର ଅଭିନେତା ।[୪][୫][୬][୭] ଚଳଚ୍ଚିତ୍ର ପ୍ରଯୋଜକ ବୋନୀ କପୁର ସୋନମଙ୍କର ବଡ଼ବାପା ଏବଂ ଅଭିନେତା ସଞ୍ଜୟ କପୁର ତାଙ୍କର କକା । ଅଭିନେତ୍ରୀ ଶ୍ରୀଦେବୀ ସୋନମଙ୍କର ବଡ଼ମାଆ । [୮] ଅର୍ଜୁନ କପୁର ସୋନମଙ୍କର ବଡ଼ବାପା ପୁଅ ଭାଇ । ମୋହିତ ମାରୱା ଏବଂ ରଣବୀର ସିଂହ ସୋନମଙ୍କର ସମ୍ପର୍କୀୟ ଭାଇ ।[୯][୧୦]
ଅଭିନୟ ଜୀବନ
[ସମ୍ପାଦନା]ସୋନମ ୨୦୦୭ରେ ସଞ୍ଜୟ ଲୀଳା ବଂଶାଳୀଙ୍କର ଚଳଚ୍ଚିତ୍ର ସାୱରିଆ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ଆରମ୍ଭ ହେବା ପୂର୍ବରୁ ସୋନମଙ୍କର ଓଜନ ୮୦କିଲୋ ଥିଲା । ସେ ପାଖାପାଖି ୩୫ କିଲୋ ଓଜନ କମାଇବା ପରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୧][୧୨][୧୧][୧୩] ପରେ ସୋନମ ୨୦୦୯ରେ ଦିଲ୍ଲୀ-୬[୧୪][୧୫], ୨୦୧୦ରେ ଆଇ ହେଟ୍ ଲଭ୍ ଷ୍ଟୋରୀଜ୍[୧୬] ଏବଂ ଆଇସା[୧୭][୧୮], ୨୦୧୧ରେ ଥ୍ୟାଙ୍କ ୟୁ[୧୯][୨୦] ଏବଂ ମୌସମ୍[୨୧], ୨୦୧୨ରେ ପ୍ଲେୟରସ୍[୨୨], ୨୦୧୩ରେ ବମ୍ବେ ଟକିଜ୍[୨୩], ରାଞ୍ଝଣା[୨୪] ଏବଂ ଭାଗ୍ ମିଲ୍ଖା ଭାଗ୍[୨୫][୨୬], ୨୦୧୪ରେ ବେବୋକୋଫିୟାଁ[୨୭] ଏବଂ ଖୁବସୁରତ୍[୨୮], ୨୦୧୫ରେ ଡଲି କି ଡୋଲି[୨୯] ଏବଂ ପ୍ରେମ ରତନ ଧନ ପାୟୋ[୩୦][୩୧][୩୨], ୨୦୧୭ରେ ନିରଜା[୩୩] ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ୨୦୧୦: ସାୱରିଆ
- ୨୦୦୯: ଦିଲ୍ଲୀ-୬
- ୨୦୧୦: ଆଇ ହେଟ୍ ଲଭ୍ ଷ୍ଟୋରୀଜ୍
- ୨୦୧୦: ଆଇସା
- ୨୦୧୧: ଥ୍ୟାଙ୍କ ୟୁ
- ୨୦୧୧: ମୌସମ୍
- ୨୦୧୨: ପ୍ଲେୟରସ୍
- ୨୦୧୩: ବମ୍ବେ ଟକିଜ୍
- ୨୦୧୩: ରାଞ୍ଝଣା
- ୨୦୧୩: ଭାଗ୍ ମିଲ୍ଖା ଭାଗ୍
- ୨୦୧୪: ବେବୋକୋଫିୟାଁ
- ୨୦୧୪: ଖୁବସୁରତ୍
- ୨୦୧୫: ଡଲି କି ଡୋଲି
- ୨୦୧୫: ପ୍ରେମ ରତନ ଧନ ପାୟୋ
- ୨୦୧୭: ନିରଜା
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Sonam Kapoor". Hindustan Times. 23 July 2013. Archived from the original on 11 December 2014. Retrieved 12 May 2017.
- ↑ Sharma, Suman (26 July 2013). ""I'm not high maintenance"– Sonam Kapoor". Filmfare. Retrieved 12 May 2017.
- ↑ "Sonam Kapoor: My love life has been unsuccessful". Gulf News. 18 June 2013. Retrieved 3 October 2015.
- ↑ "In pics: The Boney–Anil–Sanjay Kapoor Family Tree". CNN-IBN. 7 February 2012. Archived from the original on 16 January 2016. Retrieved 3 August 2012.
- ↑ "Film producer Surinder Kapoor dies". Dainik Bhaskar. 25 September 2011. Retrieved 27 September 2015.
- ↑ "Anil Kapoor Films Company". Bollywood Hungama. Retrieved 25 September 2015.
- ↑ "I am not an actor, so I can be a star". The Indian Express. 8 March 2014. Retrieved 5 October 2015.
- ↑ N, Patsy. "Sonam is a better actor than Anil". Rediff.com. Retrieved 3 August 2010.
- ↑ Bajwa, Dimpal (9 June 2015). "On Sonam Kapoor's 30th birthday, brother Arjun Kapoor shares a throwback picture". The Indian Express. Retrieved 23 September 2015.
- ↑ "Fugly screening: Cousins Sonam, Jhanvi, aunt Sridevi cheer for Mohit Marwah". The Indian Express. Retrieved 23 September 2015.
- ↑ ୧୧.୦ ୧୧.୧ "How Sonam Kapoor lost 35 kilos". Rediff.com. 27 December 2010. Retrieved 12 May 2017.
- ↑ "Sonam Kapoor launches Kalli Purie's book in Delhi". India Today. 20 January 2012. Retrieved 12 May 2017.
- ↑ "Sonam Kapoor talks about her major weight–loss programme". Mid Day. 13 November 2009. Retrieved 12 May 2017.[permanent dead link]
- ↑ "Delhi 6 (2009)". Rotten Tomatoes. Retrieved 12 May 2017.
- ↑ "Box Office 2009". Box Office India. Archived from the original on 14 October 2013. Retrieved 12 May 2017.
- ↑ Gupta, Priya Kumari. "The private life of Sonam Kapoor". India Today. Archived from the original on 30 September 2015. Retrieved 12 May 2017.
- ↑ "B–town was never a man's world, says Rhea". Mid Day. 7 July 2010. Retrieved 12 May 2017.
- ↑ "How to look like Aisha and gang". India Today. 5 August 2010. Archived from the original on 4 October 2015. Retrieved 12 May 2017.
- ↑ "Thank You (2011)". Rotten Tomatoes. Retrieved 12 May 2017.
- ↑ Kazmi, Nikhat (7 April 2011). "Thank You movie review". The Times of India. Retrieved 12 May 2017.
- ↑ Mirani, Vinod (26 September 2011). "Mausam not appreciated by the audience". Rediff.com. Retrieved 12 May 2017.
- ↑ "Sonam replaces Katrina in 'The Italian Job'". CNN-IBN. 15 August 2010. Archived from the original on 1 May 2016. Retrieved 12 May 2017.
- ↑ "Watch: Stars shine in 'Apna Bombay Talikes' song". CNN-IBN. 26 April 2013. Retrieved 12 May 2017.
- ↑ Kotwani, Hiren (30 June 2013). "Sonam Kapoor earns a 'new' tag". The Times of India. Retrieved 12 May 2017.
- ↑ "UTV pulls out of 'Bhaag Milkha Bhaag'". CNN-IBN. 24 January 2012. Archived from the original on 13 March 2016. Retrieved 12 May 2017.
- ↑ "Sonam Kapoor reveals why she charged Rs11 for 'Bhaag Milkha Bhaag'". Emirates 24/7. 9 July 2013. Retrieved 12 May 2017.
- ↑ Chopra, Anupama (15 March 2014). "Movie review by Anupama Chopra: Bewakoofiyaan is a bland tale of yuppies". Hindustan Times. Archived from the original on 14 December 2014. Retrieved 12 May 2017.
- ↑ "Wonderful to irritating: Critics divided over Sonam Kapoor in 'Khoobsurat'". Firstpost. 19 September 2014. Retrieved 12 May 2017.
- ↑ KBR, Upala (17 January 2014). "Sonam Kapoor to play the runaway bride in her next film 'Dolly Ki Doli'". Daily News and Analysis. Retrieved 12 May 2017.
- ↑ Parismita, Goswami (4 July 2014). "Salman Khan Goes Traditional for Sooraj Barjatya's 'Prem Ratan Dhan Payo'". International Business Times. Retrieved 12 May 2017.
- ↑ Dubey, Bharati (2 March 2015). "Sonam Kapoor in Mumbai for swine flu treatment, condition stable". Mid Day. Retrieved 12 May 2017.
- ↑ "Sonam Kapoor discharged from hospital after being treated for swine flu". The Indian Express. 8 March 2015. Retrieved 12 May 2017.
- ↑ Gupta, Shubhra (19 February 2016). "Neerja review: Sonam Kapoor makes us believe she is, was, Neerja". The Indian Express. Retrieved 12 May 2017.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୋନମ କପୁର