ସୈୟାମି ଖେର
ସୈୟାମି ଖେର ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୫ରେ ତେଲୁଗୁ ଚଳଚ୍ଚିତ୍ର ରେ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧] ୨୦୧୬ରେ ସୈୟାମି ହିନ୍ଦୀ କଥାଚିତ୍ର ମିର୍ଜିୟା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨] ସୈୟାମୀ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଜାତୀୟ ସ୍ତରିୟ ମହିଳା କ୍ରିକେଟ ଦଳର ଦୃତତମ ବୋଲର୍ ଭାବରେ ଖେଳିଥିଲେ, ମାତ୍ର ପରେ ମଡେଲିଂରେ ଯୋଗ ଦେଲା ପରେ ସେ କ୍ରିକେଟ ଛାଡ଼ିଥିଲେ ।[୩]
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ସୈୟାମୀ ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ଅଦ୍ୱଇତ ଖେର ଏବଂ ଉତ୍ତରା ମାତ୍ରେ ଖେର ତାଙ୍କର ବାପା ମାଆ । ତାଙ୍କ ମାଆ ୧୯୮୨ର ମିସ୍ ଇଣ୍ଡିଆ ଥିଲେ ।[୪] ସେ ଜାତୀୟ ସ୍ତରିୟ କ୍ରିକେଟରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ । ମାତ୍ର ପରେ ସେ ମଡେଲିଂରେ ଯୋଗ ଦେଲା ପରେ କ୍ରିକେଟ ଛାଡ଼ିଦେଇଥିଲେ ।[୩] ସୈୟାମି ପ୍ରାକ୍ତନ ଅଭିନେତ୍ରୀ ଉଷା କିରଣଙ୍କର ନାତୁଣୀ ଏବଂ ଅଭିନେତ୍ରୀ ତନ୍ଭି ଆଜ୍ମି ତାଙ୍କର ମାଉସୀ ।
ଅଭିନୟ ଜୀବନ[ସମ୍ପାଦନା]
ସୈୟାମି କ୍ରିକେଟ ଛାଡ଼ି ମଡେଲିଂରେ ଯୋଗ ଦେଇଥିଲେ । ସୈୟାମୀ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସହ ଏକ ବିଜ୍ଞାପନରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୨ରେ ସୈୟାମି କିଙ୍ଗଫିସର କ୍ୟାଲେଣ୍ଡରରେ ସ୍ଥାନ ପାଇଥିଲେ ।[୩] ୨୦୧୫ରେ ସୈୟାମି ତେଲୁଗୁ ଚଳଚ୍ଚିତ୍ର ରେ' ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୫]
୨୦୧୬ରେ ସୈୟାମୀ ହିନ୍ଦୀ କଥାଚିତ୍ର ମିର୍ଜିୟା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ସୈୟାମିଙ୍କ ସହ ଅଭିନେତା ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର ମଧ୍ୟ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୬] ଏହି ଚଳଚ୍ଚିତ୍ର ପାଇଁ ସୈୟାମିଙ୍କୁ ଷ୍ଟାରଡଷ୍ଟ ଆୱାର୍ଡ଼ରେ ସୁପରଷ୍ଟାର ଅଫ ଟୁମୋରୋ ଏବଂ ଦାଦାସାହେବ ଫାଲେକ ଆୱାର୍ଡ଼ରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।[୭]
ଅଭିନୀତ କଥାଚିତ୍ର[ସମ୍ପାଦନା]
- ୨୦୧୫:ରେ (ତେଲୁଗୁ)
- ୨୦୧୬: ମିର୍ଜିୟା (ହିନ୍ଦୀ)
ଆଧାର[ସମ୍ପାଦନା]
- ↑ "The Actresses We'll Be Introduced To In Bollywood". bookmyshow.com. Retrieved 7 May 2017.
- ↑ Jha, Subhash K. "Saiyami Kher is my Sahibaan". Pinkvilla. Retrieved 7 May 2017.
- ↑ ୩.୦ ୩.୧ ୩.୨ "Saiyami Kher Height, Wight, Age, Biography". StarsUnfolded. Retrieved 7 May 2017.
- ↑ Pawar, Yogesh (24 July 2016). "Acting in her blood". Daily News & Analysis. Retrieved 2016-09-03.
- ↑ "Saiyami Kher makes her acting debut with a Telugu movie". RaagLahari.com. Retrieved 7 May 2017.
- ↑ "First look: Harshvardhan Kapoor, Saiyami Kher in 'Mirzya' teaser". MidDay. 16 Dec 2015.
- ↑ "Actress Saiyami Kher Profile | Movies | Photos – MovieRaja: Collection of Movie Reviews, Videos and Gallery". www.movieraja.in (in ଇଂରାଜୀ). Retrieved 7 May 2017.
ଅଧିକ ତଥ୍ୟ[ସମ୍ପାଦନା]
- ସୈୟାମି ଖେର (ଇଣ୍ଟରନେଟ ମୁଭି ଡାଟାବେସରେ)