ସେରେନା ଉଇଲିଅମସ

ଉଇକିପିଡ଼ିଆ‌ରୁ
ସେରେନା ଉଇଲିଅମସ (2013)

ସେରେନା ଉଇଲିଅମସ ଜଣେ ଆମେରିକୀୟ ମହିଳା ଟେନିସ ଖେଳାଳି । [୧]

କୀର୍ତ୍ତିମାନ[ସମ୍ପାଦନା]

୧୯୯୯ ୟୁଏସ ଓପନ ଫାଇନାଲରେ ମାର୍ଟିନା ହିଙ୍ଗିସଙ୍କୁ ପରାସ୍ତ କରି ଟେନିସ କ୍ରୀଡ଼ା ଜଗତରେ ଚହଳ ପକାଇଥିଲେ । ସେ ମାର୍ଟିନା ହିଙ୍ଗିସ, ଲିଣ୍ଡସେ ଡାଭେନପୋର୍ଟ, ମାରିଆ ସାରାପୋଭା, ଜଷ୍ଟିନ ହେନିନ, ବଡ଼ ଭଉଣୀ ଭେନସ ଉଇଲିଅମସଙ୍କ ଭଳି କେତେକ କଡ଼ା ପ୍ରତିଦ୍ୱନ୍ଦୀଙ୍କୁ ହରାଇ ପ୍ରମୁଖ ଟାଇଟଲ ବିଜୟିନୀ ହୋଇଛନ୍ତି । ସେ ତାଙ୍କ କ୍ୟାରିୟରରେ ମୋଟ ୩୦୯ ସପ୍ତାହ ଧରି ବିଶ୍ୱର ଏକ ନମ୍ବର ଖେଳାଳି ରହିଆସିଛନ୍ତି । ୨୦୧୭ ମସିହା ଜାନୁଆରୀ ୨୮ତାରିଖରେ ଅଷ୍ଟ୍ରେଲିଆର ବିମ୍ବିଲଡନ ପାର୍କଠାରେ ମହିଳା ଏକକରେ ଷ୍ଟେଫି ଗ୍ରାଫଙ୍କ ପୂର୍ବରୁ ଥିବା ସର୍ବାଧିକ ୨୨ଟି ଗ୍ରାଣ୍ଡସ୍ଲାମ ଟାଇଟଲକୁ ଅତିକ୍ରମ କରି ସମୁଦାୟ ୨୩ଟି ଗ୍ରାଣ୍ଡସ୍ଲାମ ଜିତି ପ୍ରଥମ ମହିଳା ଖେଳାଳି ଭାବେ ନୂଆ ରେକର୍ଡ଼ର ଅଧିକାରିଣୀ ହୋଇଥିଲେ । ସେ ମାର୍ଗାରେଟ କୋର୍ଟଙ୍କ ୨୪ଟି ଗ୍ରାଣ୍ଡ ସ୍ଲାମ ସର୍ବକାଳୀନ ରେକର୍ଡ଼ ପଛକୁ ଅଛନ୍ତି । [୨]


ଆଧାର[ସମ୍ପାଦନା]

  1. "ସେରେନାଙ୍କ ରେକର୍ଡ଼ ଗ୍ରାଣ୍ଡସ୍ଲାମ ବିଜୟ". dharitri.com. Retrieved 29 January 2017.
  2. "ସେରେନାଙ୍କୁ ୨୩ ତମ ଗ୍ରାଣ୍ଡ ସ୍ଲାମ ଟ୍ରଫି". ସମ୍ବାଦ. Archived from the original on 1 February 2017. Retrieved 29 January 2017.