Jump to content

ସେଟୁକ୍ସିମାବ

ଉଇକିପିଡ଼ିଆ‌ରୁ
ସେଟୁକ୍ସିମାବ
Monoclonal antibody
TypeWhole antibody
SourceChimeric (mouse/human)
TargetEGF receptor
Clinical data
Trade namesErbitux
AHFS/Drugs.commonograph
data
Pregnancy
category
  • AU: D
  • US: N (Not classified yet)
    Routes of
    administration
    Intravenous
    Legal status
    Legal status
    Pharmacokinetic data
    Elimination half-life114 hrs
    Chemical and physical data
    FormulaC6484H10042N1732O2023S36
    Molar mass୧,୪୫,୭୮୧.୯୨ g·mol−1
      (verify)

    ସେଟୁକ୍ସିମାବ, ଏକ ବେପାର ନାମ ଏରବିଟକ୍ସ, ଏକ ଔଷଧ ଯାହା କଲୋରେକ୍ଟାଲ୍ କର୍କଟ ଏବଂ ମୁଣ୍ଡ ଏବଂ ବେକ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଇଜିଏଫଆର (EGFR) ସକରାତ୍ମକ ଏବଂ ବିନା ଆରଏଏସ (RAS) ଜିନ୍ ମ୍ୟୁଟେସନ୍ ଥିବା ମେଟାଷ୍ଟାଟିକ୍ କୋଲୋନ୍ କର୍କଟ ପାଇଁ ଏହି ଔଷଧ ଦିଆଯାଏ । [] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାଶ, କମ୍ ମ୍ୟାଗ୍ନେସିୟମ୍, ପାଟି ପ୍ରଦାହ ଏବଂ ଯକୃତ ସମସ୍ୟା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ପ୍ରତିକ୍ରିୟା ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) ନିରୋଧକ । []

    ୨୦୦୪ରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସେଟୁକ୍ସିମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୫୦୦ ମିଗ୍ରାର ଔଷଧର ମୂଲ୍ୟ ୮୯୦ ପାଉଣ୍ଡ । []ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩,୬୦୦ ଡଲାର ଅଟେ । []

    1. 1 2 3 4 5 "DailyMed - ERBITUX- cetuximab solution". dailymed.nlm.nih.gov. Archived from the original on 20 October 2021. Retrieved 3 January 2022.
    2. 1 2 3 4 "Erbitux". Archived from the original on 14 May 2021. Retrieved 3 January 2022.
    3. BNF 81: March-September 2021. BMJ Group and the Pharmaceutical Press. 2021. p. 913. ISBN 978-0857114105.
    4. "Erbitux Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 4 February 2021. Retrieved 3 January 2022.