Jump to content

ସୂର୍ଯ୍ୟସ୍ନାତ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ସୂର୍ଯ୍ୟସ୍ନାତ ତ୍ରିପାଠୀ
ଜନ୍ମ (1991-04-11) ୧୧ ଅପ୍ରେଲ ୧୯୯୧ (ବୟସ ୩୪)
ଶିଶୁଆ, ୪୨ ମୌଜା, କଟକ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପିତାମାତାସନ୍ତୋଷ କୁମାର ତ୍ରୀପାଠୀ
ଜ୍ୟୋତିର୍ମୟୀ ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୧୭

ସୂର୍ଯ୍ୟସ୍ନାତ ତ୍ରିପାଠୀ (ଜନ୍ମ: ୧୯୯୧), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ[] ଓଡ଼ିଆ ସାହିତ୍ୟିକ ।[] ୨୦୧୭ ମସିହାରେ ନିଜ ପୁସ୍ତକ, "ଏ ସମ୍ପର୍କ ଏମିତି" ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।[] ସୂର୍ଯ୍ୟସ୍ନାତ କବିତା, ନାଟକ ରଚନା ସହିତ ଚଳଚ୍ଚିତ୍ର ନିର୍ମାଣ ଓ ସଂଳାପ ରଚନାରେ ରୁଚି ରଖନ୍ତି ।

ସୂର୍ଯ୍ୟସ୍ନାତ, ୧୯୯୧ ମସିହାରେ କଟକ ଜିଲ୍ଲାର ୪୨ ମୌଜା ଅନ୍ତର୍ଗତ ଶିଶୁଆ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ୨୦୦୬ରେ ସେ ନୂଆବଜାର ହାଇସ୍କୁଲରୁ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ମାଟ୍ରିକ ପାସ କରିଥିଲେ ।[] ରେଭେନ୍ସା ମହାବିଦ୍ୟାଳୟରେ ପଢିବାବେଳେ, ଅଧ୍ୟାପିକା ମାଳବିକା ରାୟଙ୍କ ନିର୍ଦ୍ଦେଶରେ ସେ ମହାବିଦ୍ୟାଳୟର ପତ୍ରିକା ସୂର୍ଯ୍ୟସ୍ନାନ ପାଇଁ କବିତା ଲେଖିଥିଲେ । ସେହି କବିତା ଥିଲା ତାଙ୍କର ପ୍ରଥମ ପ୍ରକାଶିତ କବିତା । ସେ ହାଇଦ୍ରାବାଦରେ କାସ୍ ନାମକ ନାଟ୍ୟ ସଂସ୍ଥା ସହିତ ଜଡ଼ିତ । ଏହି ସଂସ୍ଥା ପାଇଁ ସେ ହିନ୍ଦୀ ଓ ଇଂରାଜୀରେ ନାଟକ ଲେଖନ୍ତି । ସେ ଆଇଆଇଟି ହାଇଦ୍ରାବାଦରେ ସେ ଇଲେକ୍ଟ୍ରିକାର ଇଞ୍ଜିନିୟରିଂରେ ପିଏଚଡ଼ି କରିଛନ୍ତି ।[] ବର୍ତ୍ତମାନ ସେ ଲଣ୍ଡନର ଇମ୍ପେରିୟାଲ କଲେଜରେ ଗବେଷକ ଭାବରେ କାର୍ଯ୍ୟରତ ।

ରଚନାବଳୀ

[ସମ୍ପାଦନା]
  • ଗଙ୍ଗଶିଉଳିର ଗପ[]
  • ଏ ସମ୍ପର୍କ ଏମିତି - ୨୦୧୫
  • ହଜାରେ ଜହ୍ନର ରାତି - ୨୦୧୪[]
  • ଗଙ୍ଗଶିଉଳିର ଗପ - ୨୦୧୭
  • ଅବୁଝା ଅକୁହା - ୨୦୧୯
  • କନୁପ୍ରିୟା(ଧର୍ମବୀର ଭାରତୀଙ୍କ ହିନ୍ଦୀ କବିତାର ଅନୁବାଦ)
  • ବୋତଲ ଅର୍ଜ ହେ(ନାଟକ)
  • ଲାଷ୍ଟ ଉଇସ୍(ନାଟକ)
  • ପାର୍ଡ଼ନ(ନାଟକ)
  • ଏ ଲଙ୍ଗ ଗୁଡ଼ବାୟ(ନାଟକ)
  • ମାଟି ମୁହାଁ(କ୍ଷୁଦ୍ର ଚଳଚ୍ଚିତ୍ର)
  • ଏ ସମ୍ପର୍କ ଏମିତି
  • ହଜାରେ ଜହ୍ନର ରାତି
  • ମାଟି ମାଟି ଆକାଶ ଆକାଶ
  • ଶବ୍ଦ ସବୁ ଅଣସର ଘରେ
  • ଅନାବରଣ(କବିତା)
  • ଠିଆ ପୁଚି ନାରଙ୍ଗ[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୭ (ଏ ସମ୍ପର୍କ ଏମିତି ପାଇଁ)[]
  • ଟାଇମପାସ ସ୍ୱୟଂଶ୍ରୀ ସମ୍ମାନ - ୨୦୧୮
  • ସୃଜନ ଯୁବ କବି ସମ୍ମାନ - ୨୦୧୮
  • ହାଜି ଅସର୍ଫ ଅଲ୍ଲୀ ଉଦୟ ପ୍ରତିଭା ସମ୍ମାନ - ୨୦୧୯[୧୦]
  1. JagranJosh (26 July 2017). Current Affairs July 2017 eBook & Question Bank. JagranJosh. pp. 172–. GGKEY:7LNP9KN7AC0.
  2. "No money in regional language writing, say Sahitya Akademi Yuva Puraskar awardees". www.hindustantimes.com. Retrieved 22 February 2019.
  3. "Sahitya Academy Press Release 22 Jun 2017" (PDF). sahitya-akademi.gov.in. Sahitya Academy. Retrieved 22 February 2019. {{cite web}}: Cite has empty unknown parameter: |dead-url= (help)
  4. "Toppers list" (PDF). bseodisha.nic.in/. bse odisha. Retrieved 25 November 2019.
  5. "ନବାଲୋକ" (PDF). odishanewsnitidin.com. ନିତିଦିନ. Retrieved 22 February 2019. {{cite web}}: Cite has empty unknown parameter: |dead-url= (help)[permanent dead link]
  6. "ସୂର୍ଯ୍ୟସ୍ନାତ, ଶୁଭେନ୍ଦ୍ର ମୋହନଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର". sarbasadharana.com. ସର୍ବସାଧାରଣ. Retrieved 22 February 2019. {{cite web}}: Cite has empty unknown parameter: |dead-url= (help)
  7. "ଶୁଭେନ୍ଦୁ ଓ ସୂର୍ଯ୍ୟସ୍ନାତ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.pratinidhiodia.in. pratinidhi. Archived from the original on 20 September 2022. Retrieved 22 February 2019.
  8. "ଇଞ୍ଜିନିୟର୍‌ ଲେଖକ". https://sambadepaper.com/. 12 November 2018. Retrieved 16 September 2024. {{cite web}}: External link in |website= (help)
  9. "କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଜୟନ୍ଦ୍ରଥ". www.dharitri.com. ଧରିତ୍ରୀ. Retrieved 22 February 2019.
  10. "Youth Post". odishapostepaper.com. odisha post. Retrieved 22 May 2019.