ସୂର୍ଯ୍ୟମଣି ପାଟମହାଦେଈ
ସୂର୍ଯ୍ୟମଣି ପାଟମହାଦେଈ | |
---|---|
ଜନ୍ମ | ୧୮୧୮ |
ଜନ୍ମସ୍ଥାନ | ସୋନପୁର |
ଉତ୍ତରାଧିକାରୀ | ରାଜା ଦିବ୍ୟସିଂହ ଦେବ |
ଜୀବନସାଥି | ରାଜା ଶ୍ରୀ ଦ୍ୱିତୀୟ ବୀରକିଶୋର ଦେବ |
ରାଜବଂଶ | ଗଜପତି ବଂଶ |
ପିତା | ରାଜା ଦୈତାରୀ ସିଂହ |
ସୂର୍ଯ୍ୟମଣି ପାଟମହାଦେଈ, ଖୋର୍ଦ୍ଧା ରାଜ୍ୟର ମହାରାଣୀ ଥିଲେ ।[୧] ସେ ଗଜପତି ରାଜବଂଶର ରାଜା ଦ୍ୱିତୀୟ ବୀରକିଶୋର ଦେବଙ୍କ ପାଟରାଣୀ ଥିଲେ । ସେ ଅଶ୍ୱାହୋରଣ, ଧନୁର୍ବିଦ୍ୟା, ଖଣ୍ଡା ଓ ଅନ୍ୟ ଶସ୍ତ୍ର ବିଦ୍ୟାରେ ପାରଙ୍ଗମ ଥିଲେ। ୧୮୫୯ ମସିହାରେ ରାଜା ବୀରକିଶୋର ଦେବଙ୍କ ଦେହାନ୍ତ ପରେ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଓ ବିଦେଶୀ ଶାସନ ସମୟରେ ଧୈର୍ଯ୍ୟର ସହ ରାଜ୍ୟଭାର ସମ୍ଭାଳିଥିବାରୁ ଗଜପତି ରାଜବଂଶର ଇତିହାସରେ ଜଣେ ପ୍ରସିଦ୍ଧ ମହାରାଣୀ । ସେ ଶ୍ରୀମନ୍ଦିରକୁ ବ୍ରିଟିଶ ସାମ୍ରାଜ୍ୟରୁ ମୁକୁଳେଇବାକୁ ଯାଇ ଆଇନର ସହାୟତା ନେଇ, ବ୍ରିଟିଶ ମାନଙ୍କଠୁ ମୁକଦମା ଜିତିଥିଲେ । [୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରାଣୀ ସୂର୍ଯ୍ୟମଣି ୧୮୧୮ ମସିହାରେ ସୋନପୁର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ସେ ସୋନପୁର ରାଜ୍ୟର ରାଜା ଦୈତାରୀ ସିଂହଙ୍କ କନ୍ୟା ଥିଲେ । ରାଜା ବୀରକିଶୋର ଦେବଙ୍କୁ ବିବାହ କରିଲା ପରେ ରାଜା ଓ ରାଣୀ ଜଣେ ୪ ବର୍ଷର ଶିଶୁ ପୁତ୍ରକୁ ପୌଷ୍ୟ ପୁତ୍ର ଗ୍ରହଣ କରିଥିଲେ । ପରେ ଶିଶୁ ପୁତ୍ର ରାଜା ଦିବ୍ୟସିଁହ ଦେବଙ୍କ ନାମରେ ପରିଚିତ ହେଇଥିଲେ । ସେ ବଡ଼ଖେମୁଣ୍ଡି ଜମିଦାରଙ୍କ ପ୍ରଥମ ପୁତ୍ର ଥିଲେ । ୧୮୫୮ ମସିହାର ଅଧିନିୟମ(ଆକ୍ଟ) ୧୧ ଅନୁସାରେ ରାଣୀ ସୂର୍ଯ୍ୟମଣି ଲୋକ-ଅଦାଲତଠୁ ନାବାଳିକ ଦିବ୍ୟସିଁହ ଦେବଙ୍କ ଅଭିଭାବକ ଭାବେ ନିଜକୁ ନିଯୁକ୍ତ କରିଥିଲେ। [୩]
ଆଧାର
[ସମ୍ପାଦନା]- ↑ https://books.google.co.in/books?id=3T2Ph_SmjtoC&pg=PA53&lpg=PA53&dq=Rani+Suryamani+Patamahadei&source=bl&ots=wozwdUnFRD&sig=2ehHrfXxySFGUW-5kdanvJlqgEI&hl=en&sa=X&ved=0ahUKEwj6rJjM-MHSAhXBk5QKHb1WDYQQ6AEIPTAF#v=onepage&q=Rani%20Suryamani%20Patamahadei&f=false
- ↑ http://odisha.gov.in/e-magazine/Orissareview/2008/July-2008/engpdf/73_RaniSuryamanPatamahadei.pdf
- ↑ http://odisha.gov.in/e-magazine/Orissareview/jul2005/engpdf/rani_suryamani_mahadei.pdf