ସୁସ୍ୱାନୀ ମାତାଜୀ

ଉଇକିପିଡ଼ିଆ‌ରୁ
Suswani Mata
ସୁସ୍ୱାନୀ ମାତାଜୀ ପ୍ରତିମୂର୍ତ୍ତୀ, ମୋରଖାନା (Morkhana)
ଦୁର୍ଗାଙ୍କର ଅବତାର
Devanagariसुसवाणी मां
Affiliationଓସ୍ୱାଲ, ମହାଜନ, ଡୁଗର, ସୁରନା, ଓ ସଙ୍ଖଲ ଇତ୍ୟାଦି ୯ଟି ଗୋତ୍ରର ସେ କୁଳଦେବୀ
Weaponତ୍ରୀଶୂଳ
Mountସିଂହ
ପର୍ବପର୍ବାଣିନବରାତ୍ରୀ

ସୁସ୍ୱାନୀ ମାତାଜୀ (ଇଂରାଜୀ ଭାଷାରେ Suswani Mataji, ଅନ୍ୟ ନାମ ସୁସାନୀ ମାତା ବା ସୁସ୍ୱାଣୀ ମାତା ଜଣେ ଜୈନ ଦେବୀ ଓ ହିନ୍ଦୁ ଭାରତର ରାଜସ୍ଥାନରେ ଅତ୍ୟନ୍ତ ଲୋକପ୍ରିୟ ହିନ୍ଦୁ ଦେବୀ । [୧] ତାଙ୍କ ଦୁର୍ଗାଙ୍କର ଅବତାର ଭାବରେ ହିନ୍ଦୁ ଓ ଜୈନମାନେ ପୂଜା କରନ୍ତି ।[୨][୩]

ପୁରାତନ ସୁସ୍ୱାନୀ ମନ୍ଦିରରେ ଥିବା ଶିବ ପ୍ରତିମାରେ ସେ ସୁସ୍ୱାନୀଙ୍କୁ ସାହାଯ୍ୟ କରିବା ଭଳି ଦେଖାଯାଉଛନ୍ତି ।

ମନ୍ଦିର[ସମ୍ପାଦନା]

ରାଜସ୍ଥାନର ବିକାନୀର ଜିଲ୍ଲାରେ ଅବସ୍ଥିତ ମୋର୍ଖାନାରେ ସୁସ୍ୱାନୀ ମାତାଙ୍କର ମୁଖ୍ୟ ମନ୍ଦିର ଅଛି ।[୪][୫] ଏହି ମନ୍ଦିର ସନ ୧୧୭୩-୭୪ରେ ଓ ବିକ୍ରମ ସମ୍ବତ୍ସର ୧୨୨୯ରେ ନିର୍ମିତ ହୋଇଥିଲା,[୬][୭] ଯାହା ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ରିପୋର୍ଟରୁ ଜଣାଯାଏ ।[୮][୯] ଏହି ମନ୍ଦିର ପ୍ରାଙ୍ଗଣରେ ଗୋଟିଏ ଖଇର ବୃକ୍ଷ ଅଛି ଯେଉଁଠାର କମ୍ବଦନ୍ତୀ ଅନୁସାରେ ଦେବୀ ଭୁଗର୍ଭରେ ସିଂହ ସ‌ହିତ ପ୍ରବେଶ କରିଥିଲେ । ଏଠାରେ ଗୋଟିଏ ପୁରାତନ ଶିବ ମନ୍ଦିର ମଧ୍ୟ ଅଛି ଓ କମ୍ବଦନ୍ତୀ ଅନୁସାରେ ଶିବ ତାଙ୍କ ଚିମୁଟା ଫିଙ୍ଗି ଖଇର ବୃକ୍ଷକୁ ଦୁଇ ଫାଳ କରିଦେଇଥିଲେ ।[୧୦][୧୧][୧୨] ଅନ୍ୟ ଅକ ଶିଳାଲେଖ ଅନୁସାରେ ସୁରନା ହେମ ରାଜା ଏହାକୁ ସନ ୧୫୧୮ରେ ମରାମତି କରେଇଥିଲେ ।[୮] ସୁସ୍ୱାନୀଙ୍କୁ କୁଳଦେବୀ ଭାବରେ ଜୈନ ଗୋଷ୍ଠୀର ସୁରନା,[୧୩] ଡୁଗର ଓ ସଙ୍ଖଳ ଇତ୍ୟାଦି ରାଜସ୍ଥାନୀ ଜୈନ ଗୋଷ୍ଠୀମାନେ ପୂଜା କରନ୍ତି । [୧][୧୪] ଜୈନ, ହିନ୍ଦୁ ଓ ଶାକ୍ତ ଧର୍ମର ଲୋକମାନେ ଏହି ମନ୍ଦିରକୁ ଅତି ମହତ୍ୱପୂର୍ଣ୍ଣ ମନେକରନ୍ତି । [୧୫][୧୬]

ବିସ୍ତୃତ[ସମ୍ପାଦନା]

ମୋର୍ଖାନାରେ ସୁସ୍ୱାନୀଙ୍କୁ ଉତ୍ସର୍ଗୀକୃତ[୧୭][୧୮] ମନ୍ଦରି ପ୍ରାୟ ୮୪୬ ବର୍ଷ ପୁରୁଣା । ଏହି ମନ୍ଦିରରେ ଥିବା ପଥର ଜୟସାଲମେରରୁ ଅଣାଯାଇଥିଲା ଓ ବାହାର କାନ୍ଥରେ ଯକ୍ଷ ଆଦିଙ୍କ ମୂର୍ତ୍ତୀଙ୍କର ମୂର୍ତ୍ତୀ ଅଙ୍କିତ ହୋଇଛି ।[୬][୧୯]

ମନ୍ଦିରର ମୂଖ୍ୟ ପ୍ରବେଶ ଦ୍ୱାର ଖୋଳା ଯାଇ ଏକ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ କାନ୍ଥ ବେସମେଣ୍ଟ ଚାରିପାଖରେ ତିଆରି ହେଉଛି । ଛାତର ଭାର ଷୋଳଟି ଖୁଣ୍ଟ ବ‌ହନ କରିଛି ଓ ତନ୍ମଧ୍ୟରୁ ୧୨ଟି ମୂଖ୍ୟ ମନ୍ଦିର ଚାରିପାଖରେ ଓ ବାକି ୪ଟି କେନ୍ଦ୍ରର ଭାର ବ‌ହବ କରିଛି । ବାମ ପାଖର ଶେଷ ଖୁଣ୍ଟ ଶ୍ରୀଧର ଅନ୍ଦାଜରେ ନିର୍ମିତ ହୋଇଛି ।[୨୦] ବେସମେଣ୍ଟ ସାମନାରେ ସନ ୧୧୭୨ରେ ନିର୍ମିତ ଦୁଇଟି ଖୁଣ୍ଡରେ କିଛି ଲିପିବଦ୍ଧ ହୋଇଛି ଓ ଯାହା ଏକ ମହିଳା ଭଳି ଦେଖାଯାଉଛି ।[୨୧][୨୨]

ପାଖରେ ଗୋଟିଏ ଶିବ ମନ୍ଦିର ଅଛି ।[୨୩][୨୪] ଶିବ ଲିଙ୍ଗଟି ପ୍ରାୟ ୫୦୦୦ ବର୍ଷ ପୁରୁଣା ଓ ଏହାକୁ ବିଗତ କିଛି କାଳ ମଧ୍ୟରେ ପୁନର୍ନିମିତ ହୋଇଛି । ଏହି ସ୍ଥାନରୁ ଶିବ ତାଙ୍କର ଚିମୁଟା ଫିଙ୍ଗି ଖଇର ଗଛ ଓ ତ‌ତ୍ ସଂଲଗ୍ନ ଭୂମିକୁ ଦ୍ୱିଭାଗରେ ବିଭକ୍ତ କରିଦେଇଥିଲେ ।[୨୫] ଏହି ପଥ ମଧ୍ୟରେ ସୁସ୍ୱାନୀ ଦେବୀ ତାଙ୍କ ସିଂହ ବାହନ ସ‌ହ ଭୂମିରେ ପ୍ରବେଶ କରିଥିଲେ ।[୨୬][୧୦] ମୂଖ୍ୟ ମନ୍ଦିର ଗାତ୍ରରେ ଖୋଦିତ ଲିପି ଅନୁସାରେ ଉପରୋକ୍ତ ଘଟଣା ସନ ୧୧୭୩ରେ ଘଟିଥିଲା ଓ ତା'ପରେ ବି ସେହି ଖଇର ଗଛ ଘଞ୍ଚ ସବୁଜ ହୋଇ ଠିଆ ହୋଇଛି । [୨୭][୨୮]

କିମ୍ବଦନ୍ତୀ[ସମ୍ପାଦନା]

[୨୯] ସନ ୧୨୧୯ରେ ଶ୍ରୀ ସେଠ ସତୀଦାସଜୀ ଓ ଶ୍ରୀମତି ସୁଗକ‌ୱଁରଜୀ ଔରସରୁ ଅମ୍ବେ ମାତାଙ୍କର ଏକ ଅବତାର ଭାବରେ ସୁସ୍ୱାନୀ ମାତା ଜନ୍ମ ଗ୍ରହଣ କରିଥିଲେ । ସେ ମାତ୍ର ୧୦ ବର୍ଷ ବୟସର ହୋଇଥିଲା ବେଳେ ତାଙ୍କର ବିବାହ ସ୍ଥିର କରାଯାଇଥିଲା । ସେ ଅତ୍ୟଧିକ ସୁନ୍ଦରୀ ଥିଲେ । ବିବାହ ପୂର୍ବରୁ ହେଉଥିବା ଉତ୍ସବରେ ନାଗପୁର ନବାବ ତାଙ୍କର ସୌନ୍ଦର୍ଯ୍ୟ ଦେଖି ପ୍ରମରେ ପଡ଼ିଗଲେ । ସୁସ୍ୱାନୀଙ୍କ ପିତାଙ୍କ ଆଗରେ ନବାବ ବିବାହ ପ୍ରସ୍ଥାବ ଦେବାରୁ ସେ ନାସ୍ତି କରି କ‌ହିଲେ ଯେ ଝିଅ ମାତା ଅମ୍ବାଙ୍କର ଅବତାର ହୋଇଥିବାରୁ ନବାବଙ୍କର ତାଙ୍କୁ ବିବାହ କରିବାର ଶକ୍ତି ନାହିଁ ।[୨୭] ହିନ୍ଦୁ ମୁସଲମାନ ବିବାହ ସମ୍ଭବ ନଥିବାରୁ ସେ ସେହିଭଳି ମନା କଲେ । କ୍ରୋଧରେ ସେଠ ସତୀଦାସଙ୍କୁ ନବାବ ବନ୍ଦୀ କରି ପରିବାରର ସମସ୍ତଙ୍କୁ ହତ୍ୟା କରିବା ଧମକ ଦେଲେ । ପରିବାରର ସମସ୍ତ ଲୋକ ସୁସ୍ୱାନୀଙ୍କୁ ଦୋଷ ଦେଲେ । ସୁସ୍ୱାନୀ ଏହିରେ ଦୁଃଖିତ ହୋଇ ନିଦ୍ରାରେ ଅଭିଭୂତ ହୋଇଗଲେ । [୨୮]

ସ୍ୱପ୍ନରେ ସେ ଏକ ଉଜ୍ଜ୍ୱଳ ଆଲୋକରେ ଏକ ଛାୟା ମୂର୍ତ୍ତୀ ଦେଖିଲେ ଓ ସେ ଆଶ୍ୱାସନା ଦେଇ ବ୍ୟସ୍ତ ନହେବାକୁ କ‌ହିଲେ । ନବାବଙ୍କୁ ଏକ ସର୍ତ୍ତରେ ବିବାହ କରିବାକୁ ସମ୍ମତି ଦେବାକୁ କ‌ହିଲେ । ସର୍ତ୍ତ ଥିଲା: ନବାବ ସୁସ୍ୱାନୀଠାରୁ ୭ ଫୁଟ ଦୂରରେ ରହିବେ ଓ ତାଙ୍କୁ ଗୋଡ଼େଇବେ । ଯଦି ତାଙ୍କୁ ଧରିପାରିବେ ତା'ହେଲେ ବିବାହ ହେବ । ସେହି ଛାୟା ମୂର୍ତ୍ତି ଆଶ୍ୱାସନା ଦେଇ କ‌ହିଲେ, ନବାବ ତାଙ୍କୁ କେବେ ହେଲେ ଧରି ପାରିବେ ନାହିଁ। "[୨୯]

ମୁଁ କ‌ହୁଥିବା ସତ୍ୟତା ପରୀକ୍ଷା ନିମନ୍ତେ ଦେଖିବ, ସକାଳେ ପରିବାରର ସମସ୍ତଙ୍କ କପାଳରେ ଗେରୁଆ ତିଳକ ଲାଗିଥିବ । ସୁସ୍ୱାନୀଙ୍କର ନିଦ ଭାଙ୍ଗିଗଲା ଓ ସେ ତାଙ୍କୁ ମାଆଙ୍କୁ ତାଙ୍କର ସ୍ୱପ୍ନ ବୃତ୍ତାନ୍ତ କ‌ହିବା ପରେ ଦେଖିଲେ ପ୍ରକୃତରେ ସମସ୍ତଙ୍କ ମଥାରେ ଗେରୁଆ ତିଳକ ଲାଗିଛି । ଏହା ଦେଖି ପରିବାରର ସଦସ୍ୟମାନଙ୍କର ବିଶ୍ୱାସ ହେଲା ଓ ସେମାନେ ଶାନ୍ତ ହୋଇଗଲେ ।

ନବାବଙ୍କୁ ଏହି ଶୁଭ ଖବର ପଠେଇଦିଆଗଲା । ତୁରନ୍ତ ନବାବ କିଛି ସୈନ୍ୟସାମନ୍ତଙ୍କ ସ‌ହିତ ଆସି ସେଠଜୀଙ୍କର ଉଆସରେ ପ‌ହଞ୍ଚିଲେ । ସୁସ୍ୱାନୀ ଦୌଡ଼ିବାକୁ ଯିବା ପୂର୍ବରୁ ନିଜ କୁଙ୍କମ ଲଗା ହାତର ଛାପ ଘରର ସାମନା ଦୁଆର ପାଖରେ ଲଗେଇଦେଲେ । ସର୍ତ୍ତ ଅନୁସାରେ ସେ ଖାଲି ପାଦରେ ଦୌଡ଼ିବାକୁ ଆରମ୍ଭ କଲେ ଓ ତାଙ୍କର ୭ ଫୁଟ ପଛରେ ରହି ନବାବ ଘୋଡ଼ା ଉପରେ ବସି ତାଙ୍କୁ ଗୋଡ଼େଇଲେ ।[୩୦][୩୧]

ଘୋଡ଼ା ଉପରେ ଥିଲେ ମଧ୍ୟ ନବାବ ତାଙ୍କୁ ଛୁଇଁ ପାରିଲେନି ଓ ତାଙ୍କ ମଧ୍ୟରେ ଥିବା ଦୂରତା ସବୁବେଳେ ସମାନ ରହିଲା । ଦୌଡ଼ି ଦୌଡ଼ି ଥକ୍କିଯିବା ପରେ ସୁସ୍ୱାନୀ ସାହାଯ୍ୟ ନିମନ୍ତେ ପ୍ରାର୍ଥନା କଲେ । ସଙ୍ଗେ ସଙ୍ଗେ ଗୋଟିଏ ସିଂହର ଆବିର୍ଭାବ ହେଲା ଓ ତା' ଉପରେ ବସି ସେ ବିକାନୀର ଜିଲ୍ଲାର ମୋର୍ଖାନାରେ ପ‌ହଞ୍ଚିଲେ । ସେଠାରେ ସେ ଗୋଟିଏ ଶିବ ମନ୍ଦିର ଦେଖି ସାହାଯ୍ୟ ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ । ଶିବ ସଙ୍ଗେ ସଙ୍ଗେ ଆବିର୍ଭାବ ହୋଇ ତାଙ୍କ ଚିମୁଟାକୁ ମନ୍ଦିର ସମ୍ମୁଖକୁ ଫିଙ୍ଗିଲେ । ସୁସ୍ୱାନୀ ସେଠାରେ ପ‌ହଞ୍ଚିବା ମାତ୍ରେ ସେଠାରେ ଥିବା ଖଇର ଗଛ ମାଟି ସ‌ହିତ ଦୁଇ ଖଣ୍ଡ ଭାଗ ହୋଇ ଗଲା । ବିରାଟ ଶବ୍ଦ କରି ମାଟି ଦୁଇ ଭାଗ ହୋଇଗଲା ।[୨୭] ସୁସ୍ୱାନୀ ତାଙ୍କର ସିଂହ ସ‌ହିତ ସେହି ଗର୍ତ୍ତ ମଧ୍ୟକୁ ଲମ୍ଫ ଦେବାପରେ ମାଟିର ଗାତ ଭରିଗଲା କିନ୍ତୁ ତାଙ୍କ ଶାଢ଼ୀ କାନିର ଏକ ଛୋଟ ଅଂଶ ବାହାରେ ରହିଗଲା ।[୩୨] ନବାବ ଓ ତାଙ୍କର ବନ୍ଧୁମାନେ ସେହି କାନିଟି ନେବା ପାଇଁ ପରସ୍ପର ସ‌ହିତ ଲଢ଼େଇ କରି ମୃତ୍ୟୁ ବରଣ କଲେ ।[୧୧] [୩୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Singh, Chandramani; Mayaram, Arvind; Gupta, Rekha; Jagadhari, Akshaya (2002). Protected Monuments Of Rajasthan (in ଇଂରାଜୀ). Jawahar Kala Kendra. pp. 127, 355. ISBN 9788186782606. Retrieved 8 March 2019.
  2. Babb, Lawrence A.; Cort, John E.; Meister, Michael W. (2008). Desert Temples: Sacred Centers of Rajasthan in Historical, Art-historical, and Social Context (in ଇଂରାଜୀ). Rawat Publications. ISBN 9788131601068.
  3. Jain, Chhotelal; Banerjee, Satya Ranjan (1982). Chhotelal Jain's Jaina Bibliography (in ଇଂରାଜୀ). Vir Sewa Mandir.
  4. Singh, Rajvi Amar (1992). Mediaeval History of Rajasthan: Western Rajasthan (in ଇଂରାଜୀ). Rajvi Amar Singh.
  5. "Shri Suswani Mata Morkhana Dham". Google Maps (in ଇଂରାଜୀ). Retrieved 2019-03-12.
  6. ୬.୦ ୬.୧ Journal & Proceedings of the Asiatic Society of Bengal (in ଇଂରାଜୀ). Asiatic Society. 1917.
  7. JAIN, DR A. N. UPADHYE & DR H. L. (1963). JAINISM IN RAJASTHAN (in ଇଂରାଜୀ). p. 134. Archived from the original on 2019-05-03.
  8. ୮.୦ ୮.୧ India, Archaeological Survey of; Marshall, Sir John Hubert (1973). Annual Report (in ଇଂରାଜୀ). Office of the Superintendent of Government Printing. pp. 21, 37. Retrieved 8 March 2019.
  9. People, India Parliament House of the; Sabha, India Parliament Lok (2005-08-18). Lok Sabha Debates (in ଇଂରାଜୀ). Lok Sabha Secretariat.
  10. ୧୦.୦ ୧୦.୧ Rishab Dugar Jain, The Kera Tree in Shree Suswani Mata Temple Morkhana, retrieved 2018-12-19
  11. ୧୧.୦ ୧୧.୧ Somānī, Rāmavallabha (1996). Temples of Rajasthan (in ଇଂରାଜୀ). Publication Scheme. p. 112. ISBN 9788185263878.
  12. Āpaṇī dharatī, āpaṇā loga: Bīkānera rī dharatī ara uṇa rā sapūta (in ହିନ୍ଦୀ). Mimajhara. 1995.
  13. History of Oswals (in ଇଂରାଜୀ). Panchshil Publications. ISBN 9788192373027.
  14. Bhattacharyya, Narendra Nath (1996). History of the Śākta Religion (in ଇଂରାଜୀ). Munshiram Manoharlal Publishers Pvt. Limited. p. 150. ISBN 9788121507134. Retrieved 8 March 2019.
  15. People, India Parliament House of the (2008). Parliamentary Debates: Official Report (in ଇଂରାଜୀ). Lok Sabha Secretariat. p. 251. Retrieved 8 March 2019.
  16. Press, Digital. GK General Knowledge Rajasthan RPSC Previous year questions: Digital Press (in ହିନ୍ଦୀ). by DIGITAL PRESS.
  17. Suswani Devi
  18. "MORKHANA SUSWANI DEVI TEMPLE | ARCHAEOLOGICAL SURVEY OF INDIA JAIPUR CIRCLE". asijaipurcircle.nic.in. Retrieved 2019-01-07.
  19. Rajasthan, India Superintendent of Census Operations (1966). District Census Handbook, Rajasthan: Nagaur (in ଇଂରାଜୀ).
  20. "Morkhana Susani Devi Temple | Archaeological Survey of India Jaipur Circle".
  21. Raoji. "राजा मयूरध्वज व् सुराणा समाज से तालुक रखता है मोरखाना गांव". Archived from the original on 2018-07-01. Retrieved 2020-03-30.
  22. "उल्लास के साथ कार्यक्रम आयोजन".
  23. Jain, Chhotelal; Banerjee, Satya Ranjan (1982). Chhotelal Jain's Jaina Bibliography (in ଇଂରାଜୀ). Vir Sewa Mandir.
  24. "Shiva Temple, Morkhana". Google Maps (in ଇଂରାଜୀ). Retrieved 2019-03-12.
  25. "suswani mata temple - ixigo trip planner!". www.ixigo.com. Retrieved 2019-01-23.
  26. Sharma -, Sanjay (2016-11-02). "सुसवाणी माता मंदिर, कथा व इतिहास". Mission Kuldevi - Indian Castes and their Gods (in ଆମେରିକୀୟ ଇଂରାଜୀ). Retrieved 2019-01-23.
  27. ୨୭.୦ ୨୭.୧ ୨୭.୨ Singh, Chandramani; Mayaram, Arvind; Gupta, Rekha; Jagadhari, Akshaya (2002). Protected Monuments Of Rajasthan (in ଇଂରାଜୀ). Jawahar Kala Kendra. p. 127. ISBN 9788186782606. Archived from the original on 2019-05-10. Retrieved 2020-03-30.{{cite book}}: CS1 maint: bot: original URL status unknown (link)
  28. ୨୮.୦ ୨୮.୧ Villupuram. "Shri Suswani Mata Mandir". Suswani Maa Villupuram. Archived from the original on 2020-09-21. Retrieved 2020-03-30.
  29. ୨୯.୦ ୨୯.୧ "सुसवाणी माता मंदिर, कथा व इतिहास - Mission Kuldevi - Indian Castes and their Gods". Mission Kuldevi - Indian Castes and their Gods (in ହିନ୍ଦୀ). 2016-11-02. Retrieved 2018-04-03.
  30. Lodha, Shri Chanchal Mal Sa. History of Oswals (in ଇଂରାଜୀ). iprakashan.
  31. "Suswani Mata Story". www.suswanimaavpm.org/about. Archived from the original on 2020-09-21. Retrieved 2020-03-30.
  32. Goetz, Hermann (1950). The Art and Architecture of Bikaner State (in ଇଂରାଜୀ). Published for the Government of Bikaner State and the Royal India and Pakistan Society by B. Cassirer. pp. 49, 50, 58. Archived from the original on 2019-05-04. Retrieved 2023-10-09.{{cite book}}: CS1 maint: bot: original URL status unknown (link)
  33. "Suswani Mata Story". usa.playoffsport.com (in ଇଂରାଜୀ). Retrieved 2018-06-29.