ସୁଶ୍ରୀ ଶ୍ରେୟା ମିଶ୍ର
ସୁଶ୍ରୀ ଶ୍ରେୟା ମିଶ୍ର | |
---|---|
ଜନ୍ମ | ସୁଶ୍ରୀ ଶ୍ରେୟା ମିଶ୍ର ୪ ଜାନୁଆରୀ ୧୯୯୧ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଜୋସେଫ୍ କନ୍ଭେଣ୍ଟ୍ ଉଚ୍ଚ ମାଧ୍ଧ୍ୟମିକ ବିଦ୍ୟାଳୟ ଶ୍ୟାମ ପ୍ରସାଦ ମୁଖାର୍ଜୀ ମହାବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ଅଭିନେତ୍ରୀ ,ମଡ଼େଲ୍ |
ସକ୍ରିୟ ବର୍ଷ | ୨୦୧୦–ବର୍ତ୍ତମାନ |
ଉଚ୍ଚତା | ୧.୭୫ m (୫ ft 9 in) |
Title | ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟ୍ ୨୦୧୫ - ତୃତୀୟ ରନର୍ସ୍ ଅପ୍ ଫେମିନା ମିସ୍ ଇଣ୍ଡିଆ ୟୁନାଇଟେଡ କଣ୍ଟିନେଣ୍ଟ୍ ୨୦୧୫ ଏସିଆନ୍ ସୁପର୍ ମଡ଼େଲ୍ ଇଣ୍ଡିଆ ୨୦୧୦ |
Beauty pageant titleholder | |
Major competition(s) |
|
ସୁଶ୍ରୀ ଶ୍ରେୟା ମିଶ୍ର (ଜନ୍ମ ୪ ଜାନୁଆରୀ ୧୯୯୧) ଜଣେ ଭାରତୀୟ ମଡ଼େଲ୍, ଅଭିନେତ୍ରୀ ଓ ସୁନ୍ଦରୀ ପ୍ରତିଯୋଗିତା ବିଜୟୀନି । ସେ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟ୍ ୨୦୧୫ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେ ମଧ୍ୟ ଜଣେ ସ୍ୱୀକୃତିପ୍ରାପ୍ତ ସ୍କୁବା ଡାଇଭର୍ ଓ ଏରିଆଲ ସିଲ୍କ ରୋପ ନୃତ୍ୟଶିଳ୍ପୀ ।
ଆଦ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]ସେ ୪ ଜାନୁଆରୀ ୧୯୯୧ରେ ଓଡ଼ିଶାର ସମ୍ବଲପୁରରେ ଜନ୍ମ ହୋଇଥିଲେ । ସୈନ୍ୟ ପରିବାରରେ ଜନ୍ମ ହେତୁ ତାଙ୍କୁ ବହୁତ ବିଦ୍ୟାଳୟରେ ପଢିବାକୁ ପଡ଼ିଥିଲା, ତେବେ ମୁଖ୍ୟତଃ ସେ ସେଣ୍ଟ୍ ଜୋସେଫ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିଥିଲେ, ପରେ ଶ୍ୟାମ ପ୍ରସାଦ ମୁଖାର୍ଜୀ ମହାବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ । ସେ ୨୦୦୫ ଓ ୨୦୦୭ ଦୁଇଥର ସମ୍ମାନଜନକ ଦିଲ୍ଲୀରେ ଅନୁଷ୍ଠିତ ଏନ୍ସିସି ଆର୍ଡ଼ିସି (ସାଧାରଣତନ୍ତ୍ର ଦିବସ କ୍ୟାମ୍ପ)ରେ ଯୋଗ ଦେଇଥିଲେ । ସେ ଘୋଡ଼ାଚଢିବା ଓ ଓଡ଼ିଶୀ ନୃତ୍ୟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଓଡ଼ିଶୀରେ ବିଶାରଦ କରିଛନ୍ତି ।
ବୃତ୍ତି
[ସମ୍ପାଦନା]ଆଇ ଆମ୍ ସି ୨୦୧୦ ଓ ଏସିଆନ୍ ସୁପର୍ ମଡ଼େଲ୍ ୨୦୧୦
[ସମ୍ପାଦନା]୨୦୧୦ ମସିହାରେ ସେ ଏସିଆନ୍ ସୁପର୍ ମଡ଼େଲ୍, ଚାଇନାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେହି ପ୍ରତିଯୋଗିତାରେ ସେ ମିସ୍ ଫ୍ରେଣ୍ଡସିପ୍ ଇଣ୍ଟର୍ନ୍ୟାସ୍ନାଲ୍ ଘୋଷିତ ହୋଇଥିଲେ । ସେ ଆଇ ଆମ୍ ସି ୨୦୧୦ ପ୍ରତିଯୋଗିତାରେ ମଧ୍ୟ ଭାଗନେଇଥିଲେ ଓ ଆଇ ଆମ୍ ପପୁଲାର ସ୍ୱତନ୍ତ୍ର ପୁରସ୍କାର ଜିତିଥିଲେ ।
ମିସ୍ ଦିଭା ୨୦୧୩
[ସମ୍ପାଦନା]୨୦୧୩ରେ ସେ ମିସ୍ ଦିଭାର ପ୍ରଥମ ସଂସ୍କରଣରେ ଭାଗନେଇଥିଲେ ଓ ସେମିଫାଇନାଲ୍ର ପ୍ରଥମ ୭ ଜଣଙ୍କ ମଧ୍ୟରେ ଥଲେ । ସେ ସ୍ୱତନ୍ତ୍ର ପୁରସ୍କାର ମିସ୍ ଡିଜିଟାଲ୍ ଜିତିଥିଲେ ।[୧]
ଫେମିନା ମିସ୍ ଇଣ୍ଡିଆ ୨୦୧୫
[ସମ୍ପାଦନା]ପରେ ୨୦୧୫ରେ ସେ ଫେମିନା ମିସ୍ ଇଣ୍ଡିଆ ୨୦୧୫ରେ ଭାଗନେଇଥିଲେ ଓ ଭାରତକୁ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟ୍ ୨୦୧୫ରେ ପ୍ରତିନିଧିନ୍ୱ କରିଥିଲେ । ସେ ଫେମିନା ମିସ୍ ଇଣ୍ଡିଆ ୨୦୧୫ ପୁରସ୍କାର ସହ ଦୁଇଟି ସ୍ୱତନ୍ତ୍ର ପୁରସ୍କାର ମିସ୍ ରାମ୍ପୱାକ୍ ଓ ମସ୍ ଭିଭାସିଅସ୍ ଜିତିଥିଲେ ।[୨][୩]
ଫେମିନା ମିସ୍ ଇଣ୍ଡିଆ ୨୦୧୫ ପରେ ଜୀବନ
[ସମ୍ପାଦନା]ମଡ଼େଲିଂ ଜୀବନ ପରେ ସେ ବର୍ତ୍ତମାନ ଅଭିନୟ କରୁଛନ୍ତି । ସେ କିଙ୍ଗଫିଶର୍ କ୍ୟାଲେଣ୍ଡର୍ ୨୦୧୬, ଭାରତୀୟ ମାଗାଜିନ୍ ଗାଜିଆରେ ଅଭିନୟ କରିଛନ୍ତି । ସେ ମଧ୍ୟ ଗାର୍ନିଅର୍, ଭିନି ପ୍ରଭୃତି ପାଇଁ ବିଜ୍ଞାପନ କରିଛନ୍ତି ।
ଆଧାର
[ସମ୍ପାଦନା]- ↑ "WINNING HEARTS IS THE MOST IMPORTANT THING: SUSHRII". indiatimes.com. Retrieved 30 May 2015.
- ↑ "Contestants 2015 - Sushrii Shreya Mishraa". indiatimes.com. Archived from the original on 30 May 2015. Retrieved 30 May 2015.
- ↑ "Shusrii Shreya Mishraa to represent India at Miss United Continent 2015". indiatimes.com. Retrieved 30 May 2015.
Awards and achievements | ||
---|---|---|
Preceded by Gail Nicole Da Silva |
Miss United Continents India 2015 |
Succeeded by Lopamudra Raut |
Preceded by Gail Nicole Da Silva |
Miss United Continents - Best National Costume 2015 |
Succeeded by Lopamudra Raut |
Preceded by Anna Sardyga |
Miss United Continents - 3rd RU 2015 |
Succeeded by Taynara Gargantini |