ସୁରିନ୍ଦର କୌର

ଉଇକିପିଡ଼ିଆ ରୁ
Jump to navigation Jump to search
ସୁରିନ୍ଦର କୌର
The President, Dr. A.P.J. Abdul Kalam presenting Padma Shri to Dr. (Smt.) Surinder Kaur, a Punjabi folk singer, at an Investiture Ceremony at Rashtrapati Bhavan in New Delhi on March 29, 2006
Background information
Birth nameସୁରିନ୍ଦର କୌର
Also known asପଞ୍ଜାବର ନାଇଟିଙ୍ଗେଲ
Born୨୫ ନଭେମ୍ବର ୧୯୨୯(1929-11-25)
ଲାହୋର (Lahore), ପଞ୍ଜାବ ପ୍ରଦେଶ (Punjab), ବ୍ରିଟିଶ ଭାରତ (British India)
Died୧୪ ଜୁନ ୨୦୦୬(2006-06-14) (ବୟସ ୭୬)
ନିଉ ଜର୍ସୀ (New Jersey), ଯୁକ୍ତରାଷ୍ଟ୍ର ଆମେରିକା
Genresଲୋକ ସଙ୍ଗୀତ ଗାୟିକା
Occupation(s)ପ୍ରଚ୍ଛଦପଟ ଗାୟିକା, କବିତା ଲେଖିକା
Years active୧୯୩୪–୨୦୦୬
Associated actsପ୍ରକାଶ କୌର (Parkash Kaur) (ଭଗିନୀ), ଡଲି ଗୁଲେରିଆ (Dolly Guleria - ଝିଅ)

ସୁରିନ୍ଦର କୌର (ଇଂରାଜୀ ଭାଷାରେ Surinder Kaur) (ପଞ୍ଜାବୀ: ਸੁਰਿੰਦਰ ਕੌਰ; ୨୫ ନଭେମ୍ବର ୧୯୨୯ – ୧୪ ଜୁନ ୨୦୦୬) ଜଣେ ଭାରତୀୟ ଗାୟିକା ଓ ଗୀତ ଲେଖିକା ଥିଲେ । ମୂଖ୍ୟତଃ ସେ ପଞ୍ଜାବୀ ଲୋକ ସଂଗୀତ ଗାଉଥିଲେ ଓ ସେହି ଶୈଳୀକୁ ଲୋକପ୍ରିୟ କରାଇବାରେ ଅଗ୍ରଣୀ ଥିଲେ; ସନ ୧୯୪୮ରୁ ୧୯୫୨ ପର୍ଯ୍ୟନ୍ତ ସେ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରଚ୍ଚଦପଟ ଗାୟିକା ଭାବରେ କଣ୍ଠଦାନ କରିଥିଲେ । ପଞ୍ଜାବୀ ସଙ୍ଗୀତକୁ ଅବଦାନ ନିମନ୍ତେ ତାଙ୍କୁ ପଞ୍ଜାବ ନାଇଟିଙ୍ଗେଲ, ସନ ୧୯୮୪ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ସନ ୨୦୦୬ରେ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା । [୧] [୨][୩]

ଦୀର୍ଘ ଛଅ ଦଶକର ଜୀବନରେ ସେ ପଞ୍ଜାବୀ ସୁଫି (Sufi), ବୁଲ୍ଲେହ ଶାହଙ୍କର (Bulleh Shah) କାଫି (Kafi) ଓ ସମସାମୟିକ ନନ୍ଦ ଲାଲ ନୂରପୁରି (Nand Lal Noorpuri), ଅମ୍ରିତା ପ୍ରିତମ (Amrita Pritam), ମୋହନ ସିଂହ ଓ ଶିବ କୁମାର ବଟଲଭି ଇତ୍ୟାଦି ଲୋକମାନଙ୍କ ସ‌ହିତ 'ମାଭନ ତେ ଧୀନ', 'ଜୁଟ୍ଟି କସୁରି', 'ମାଧନିୟାନ', 'ଏହନା ଆଖିୟାଁ ଚ ପାବନ କିବେନ କଜରା' ଓ ଘମନ ଦି ରାତ ଭଳି ଅନେକ ସ୍ମରଣୀୟ ସଂଗୀତ ଦେଇଥିଲେ । ପଞ୍ଜାବୀ ସଂସ୍କୃତିରେ (Punjabi culture) ତାଙ୍କର ବିବାହ ସଙ୍ଗୀତ 'ଲାଥେ ଦି ଚଦର', ସୁହେ ବେ ଚୀରେ ୱାଲେୟା ଓ କାଲା ଡୋରିଆ ଇତ୍ୟାଦି ଅଲିଭା ହୋଇ ରହିବ ।[୪]

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜୋଗିନ୍ଦର ସିଂହ ସୋଧି ନାମକ ଜଣେ ପ୍ରଫେସରଙ୍କୁ କୌର ବିବାହ କରିଥିଲେ । ଏହି ଯୋଡ଼ିଙ୍କର ତିନୋଟି ଝିଅ ହୋଇଥିଲେ, ବଡ଼ ଝିଅ ମଧ୍ୟ ଲୋକ ସଙ୍ଗୀତ ଗାୟୀକା ଅଟନ୍ତି । ସନ ୨୦୦୬ରେ ନିଉ ଜର୍ସୀରେ ଥିବା ସମୟରେ ଦୀର୍ଘ କାଳର ବେମାରୀ ପରେ କୌର ମୃତ୍ୟ ବରଣ କରିଥିଲେ ।

ପ୍ରାକ୍ ଜୀବନ[ସମ୍ପାଦନା]

ବ୍ରିଟିଶ ଭାରତରେ (British India) ଥିବା ପଞ୍ଜାବ ପ୍ରଦେଶ (Punjab) ଅନ୍ତର୍ଗତ ଲାହୋର (Lahore) ସ‌ହରରେ ଥିବା ଏକ ପଞ୍ଜାବୀ ପରିବାରରେ ସୁରିନ୍ଦର କୌର ଜନ୍ମ ଗ୍ରହଣ କରିଥିଲେ । ଉଲ୍ଲେଖନୀୟ ପଞ୍ଜାବୀ ଗାୟିକା ପ୍ରକାଶ କୌରଙ୍କର ସେ ଭଉଣୀ ଓ ଡଲି ଗୁଲେରିଆଙ୍କର ମାଆ ଥିଲେ । ତାଙ୍କର ତିନୋଟି କନ୍ୟା ଥିଲେ ଓ ଡଲି ସବୁଠାରୁ ବଡ଼ ଥିଲେ ।[୫]

ବୃତ୍ତି[ସମ୍ପାଦନା]

ସୁରିନ୍ଦର କୌର‌ ତାଙ୍କର ପ୍ରଥମ ସଜୀବ ପେଷାଦାର ପ୍ରଦର୍ଶନ ଲାହୋର ରେଡିଓ ଷ୍ଟେସନରେ ସନ ୧୯୪୩ରେ ଦେଖାଇଥିଲେ ଓ ତା'ପର ବର୍ଷ ଅଗଷ୍ଟ ୩୧, ୧୯୪୩ରେ ସେ ଓ ତାଙ୍କ ଭଗିନୀ ପ୍ରକାଶ କୌର ସ‌ହିତ ଏକ ଦ୍ୱୈତ ସଙ୍ଗୀତ 'ମାଭନ ତେ ଧିନ ରାଲ ବିଥିଆନ'ଗୀତ ଏଚଏମ‌ଭି କମ୍ପାନୀ ନିମନ୍ତେ ଗାଇବା ପରେ ସେ ଭାରତ ଉପମହାଦେଶର ସୁପରସ୍ଟାର ହୋଇଯାଇଥିଲେ । [୪]

ସନ ୧୯୪୭ର ଭାରତ ବିଭାଜନ ପର କୌର ଓ ତାଙ୍କ ପିତାମାତା ଦିଲ୍ଲୀର ଘାଜିଆବାଦ Ghaziabad, ଦିଲ୍ଲୀରେ ବସବାସ କଲେ । ସନ ୧୯୪୮ରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳରେ ଲେକଚରର ଥିବା ଜୋଗିନ୍ଦର ସିଂହ ସୋଧିଙ୍କୁ ବିବାହ କରିଥିଲେ । [୫] କୌରଙ୍କ ପ୍ରତିଭା ଦେଖି ସ୍ୱାମୀ ତାଙ୍କୁ ସ‌ହ‌ଯୋଗ କରିବାକୁ ଲାଗିଲେ ଓ ଅବିଳମ୍ବେ ବମ୍ବେରେ (Bombay) ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର (Ghulam Haider) ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ (Hindi film industry) ତାଙ୍କୁ ପେଷାଦାର ପ୍ରଚ୍ଚଦପଟ ଗାୟିକା ଭାବରେ ଗାଇବା ସୁଯୋଗ ଦେଇଥିଲେ । ସନ ୧୯୪୮ରେ ତାଙ୍କ ଅଧୀନରେ ଶହୀଦ (Shaheed) ଚଳଚ୍ଚିତ୍ର ସେ ତିନୋଟି ଗୀତ ଗାଇଥିଲେ ଯାହାର ନାମ ବଦନାମ ନା ହୋ ଜାୟେ ମୋହବ୍ବତ କା ଫସାନା, ଆନା ହାଏ ତୋ ଆଯାଓ ଓ ତକଦୀର କି ଆନ୍ଧି ହମ କାହାଁ ଔର ତୁମ କାହାଁ । ତାଙ୍କର ପ୍ରକୃତ ଅନୁରାଗ ମଞ୍ଚରେ ଗାଇବା ଥିଲା ଓ ପଞ୍ଜାବୀ ଲୋକ ସଙ୍ଗୀତର ପୁନରୁଦ୍ଧାର କରିବାକୁ ସେ ସନ ୧୯୫୨ରେ ଦିଲ୍ଲୀ ଫେରିଆସିଥିଲେ ।

ସନ ୧୯୪୭ ମସିହାରେ ପଞ୍ଜାବ ଦୁଇ ଭାଗରେ ବିଭାଜିତ ହେବା ପରେ ସନ ୧୯୪୮ରେ କୌର ବିବାହ କରିଥିଲେ ।[୫] ତାଙ୍କ ସ୍ୱାମୀ ତାଙ୍କର ସଂଗୀତ ପେଷାକୁ ଆଗକୁ ବଢ଼େଇବା ନିମନ୍ତେ ଦିଗ୍‌ଦର୍ଶନ ଦେଇଥିଲେ । "ସେ ହିଁ ମୋତେ ଷ୍ଟାର କରିଦେଲେ", ଏହି କଥା କୌର ପଛକଥା ମନେ ପକେଇ କ‌ହିଛନ୍ତି । "ସେ ପସନ୍ଦ କରିଥିବା ସମସ୍ତ ଗୀତ ମୁଁ ଗାଇଥିଲି ଓ ଆମେ ଦୁହେଁ ମିଶି ସେ ସବୁର ସ୍ୱର ସଂଯୋଜନା କରିଥିଲୁ ।" 'ଚାନ କିଥେ ଗୁଜରି ଆଇ ରାତ', 'ଲାଥେ ଦି ଚାଦର', 'ଶୋଙ୍କନ ମେଲେ ଦି' ଓ 'ଗୋରୀ ଦିୟାଁ ଝାଞ୍ଜରନ' ଇତ୍ୟାଦି ପଞ୍ଜାବୀ ଶାସ୍ତ୍ରୀୟ ଗୀତ ସମୂହ ଗାଇବା ନିମନ୍ତେ କୌର ଓ ସୋଧି ଉଭୟ ମିଳିତ ଭାବରେ ବନ୍ଦବୋସ୍ତ କରିଥଲେ । ଏହି ଗୀତଗୁଡ଼ିକ ଅନେକ ଖ୍ୟାତନାମା ପଞ୍ଜାବୀ କବି ଲେଖିଥିଲେ କିନ୍ତୁ କୌର ସେହି ଗୀତଗୁଡ଼ିକୁ ଜନପ୍ରିୟ କରିଥିଲେ । ପୃଥିବୀର ଅନେକ ସ୍ଥାନ ଭ୍ରମଣ କରି ସେ ଲୋକ ଗୀତ ଗାଇବାଦ୍ୱାରା ପଞ୍ଜାବୀ ଲୋକ ସଂଗୀତ ଦୃତ ଜନପ୍ରିୟ ହୋଇପାରିଥିଲା ।

ମୋଟ ଦୁଇ ହଜାର ଗୀତ କୌର ରେକର୍ଡ଼ କରିଥିଲେ ଯାହା ଭିତରେ ଆଶା ସିଂହ ମସ୍ତାନା, କର୍ଣ୍ଣଲ ଗିଲ, ହରଚରଣ ଗ୍ରେୱାଲ, ରଙ୍ଗିଲା ଜାଟ୍ଟ ଓ ଦିଦାର ସନ୍ଧୁଙ୍କ ‌ସ‌ହିତ ଡୁଏଟ ଗାଇଥିବା ରେକର୍ଡ଼ ମଧ୍ୟ ଅଛି । ସନ ୧୯୭୬ରେ ସୋଧିଙ୍କର ମୃତ୍ୟୁ ପରେ ସାହଚର୍ଯ୍ୟ କଟିଯାଇଥଲେ ମଧ୍ୟ ପରିବାରର ସର୍ଜନାକାରୀ ପରମ୍ପରାକୁ ଜାରି ରଖି ସେ ତାଙ୍କର ଝିଅ ତ‌ଥା ଶିଷ୍ୟାମାନଙ୍କ ସ‌ହିତ ଡୁଏଟ ଗାଇବାକୁ ଲାଗିଲେ । ତାଙ୍କର ଝିଅ ରୁପିନ୍ଦର କୌର ଗୁଲେରିଆ ବା ଡଲି ଗୁଲେରିଆ ଓ ନାତୁଣୀ ସୁନୟନୀ ମିଶି "ସୁରିନ୍ଦର କୌର ତିନି ପିଢ଼ି" ଧରି ସଙ୍ଗୀତ ପରିବେଷଣ କରିଥିଲେ । [୬]

ପୁରାସ୍କାର ଓ ମାନ୍ୟତା[ସମ୍ପାଦନା]

ସନ ୧୯୮୪ରେ ପଞ୍ଜାବୀ ଲୋକ ସଙ୍ଗୀତ ନିମନ୍ତେ ଭାରତୀୟ ସଙ୍ଗୀତ, ନୃତ୍ୟ ଓ ଥିଏଟର ଏକାଡେମୀର ଜାତୀୟ ଏକାଡେମୀର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ସଙ୍ଗୀତ ନାଟକ ପୁରସ୍କାର,[୭] ମିଲେନିଅମ ପଞ୍ଜାବୀ ଗାୟିକା ପୁରସ୍କାର, [୮] ଓ ସନ ୨୦୦୬ରେ ସଙ୍ଗୀତ କଳାକୁ ତାଙ୍କର ଅବଦାନ ନିମନ୍ତେ କୌର ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।[୯] ଗୁରୁ ନାନ‌କ ଦେବ ବିଶ୍ୱବିଦ୍ୟାଳୟ ତାଙ୍କୁ ସନ ୨୦୦୨ରେ ସମ୍ମାନ ଜନ‌କ ଡକ୍ଟରେଟ ଡିଗ୍ରୀ ଦେଇଥିଲେ । [୪]

ବେମାରୀ ଓ ମୃତ୍ୟୁ[ସମ୍ପାଦନା]

ନିଜ ମାଟି ସ‌ହିତ ସମ୍ପର୍କ ରଖିବା ଇଚ୍ଛାରେ କୌର ସନ ୨୦୦୪ରେ ପଞ୍ଚକୁଳରେ ବାସ କଲେ ଓ ଚଣ୍ଡିଗଡ଼ ପାଖରେ ଜିରକପୁରରେ ଏକ ଘର କରିବାକୁ ଇଚ୍ଛା ରଖିଥିଲେ । ପରେ ୨୨ ଡିସେମ୍ବର ୨୦୦୫ରେ ସେ ହୃଦ୍‌ଘାତର ଶିକାର ହେଲେ ଓ ପଞ୍ଚକୁଳ ଜେନେରାଲ ଡାକ୍ତରଖାନାରେ ଆଡମିସନ ହେଲେ । [୪] ଏହି ରୋଗର ଉପଶମ ପରେ ସେ ଜାନୁଆରୀ ୨୦୦୬ରେ ଦିଲ୍ଲୀ ଯାଇ ଲୋଭନୀୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ । ସେ ଏହି କାର୍ଯ୍ୟକ୍ରମରେ ଦୁଃଖୀ ଥିଲେ, ଏଇଥି ପାଇଁ ଯେ, ପଞ୍ଜାବୀ ସଙ୍ଗୀତ ପାଇଁ ତାଙ୍କର ଅଦ୍ୱିତୀୟ ଅବଦାନ ଥିଲେ ମଧ୍ୟ ଏହି ପୁରସ୍କାର ପାଇବାରେ ଅତ୍ୟଧିକ ଓ ଅହେତୁକ ବିଳମ୍ବ ହୋଇଥିବା ସେ ଅନୁଭବ କରୁଥିଲେ । ପ୍ରାୟ ପାଞ୍ଚ ଦଶକ ଧରି ଅବିଶ୍ରାନ୍ତ ଭାବରେ କାମ କରିଥିଲେ ମଧ୍ୟ ଏହି ପୁରସ୍କାର ସେ ପଞ୍ଜାବ ତରଫରୁ ନପାଇ ହରିଆନା ତରଫରୁ ପାଇବାରୁ ଅଧିକ ଦୁଃଖୀ ହୋଇଥିଲେ । [୮]

ଦୀର୍ଘକାଳୀନ ବେମାରୀରୁ ମୁକ୍ତି ପାଇବା ପାଇଁ ସେ ସନ ୨୦୦୬ରେ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ । ସେ ୧୪ ନଭେମ୍ବର ୨୦୦୬ରେ ୭୭ ବର୍ଷ ବୟସରେ ନିଉ ଜର୍ସୀ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ତନି ଝିଅଙ୍କ ମଧ୍ୟରୁ ବଡ଼ ଝିଅ ପଞ୍ଚକୁଳରେ ରହିଲେ ଓ ନିଉ ଜର୍ସୀରେ ଅନ୍ୟ ଦୁଇ ଜଣ ନନ୍ଦିନୀ ସିଂହ ଓ ପ୍ରମୋଦିନୀ ଜଗ୍ଗି ବାସ କଲେ । [୧୦] ତାଙ୍କ ମୃତ୍ୟୁରେ ଭାରତର ପ୍ରଧାନ ମନ୍ତ୍ରୀ ଡ: ମନମୋହନ ସିଂହ ତାଙ୍କୁ ପଞ୍ଜାବର ନାଇଟିଙ୍ଗେଲ ଓ ପଞ୍ଜାବୀ ଲୋକ ସଙ୍ଗୀତରେ ଓ ପଞ୍ଜାବୀ ମେଲୋଡ଼ିରେ ଏକ ଧାରା ପ୍ରବର୍ତ୍ତନ‌କାରୀ ଭାବରେ ଅଭିହିତ କରଥିଲେ ।

ଆଧାର[ସମ୍ପାଦନା]

  1. Surinder Kaur
  2. "Surinder Kaur's profile". LastFM., Retrieved 18 Aug 2016
  3. "Tributes paid to melody queen". The Tribune newspaper. 26 June 2006., Retrieved 18 Aug 2016
  4. ୪.୦ ୪.୧ ୪.୨ ୪.୩ "Surinder Kaur leaves Delhi to settle in Punjab". The Tribune newspaper. 24 April 2004., Retrieved 18 Aug 2016
  5. ୫.୦ ୫.୧ ୫.୨ "The Sunday Tribune– Books". The Tribune newspaper. 12 June 2011. Retrieved 18 Aug 2016.
  6. "Her mother's daughter". The Tribune. 31 July 1998., Retrieved 18 Aug 2016
  7. http://www.sangeetnatak.gov.in/sna/SNA-Awards.php, Sangeet Natak Academy website, Retrieved 18 Aug 2016
  8. ୮.୦ ୮.୧ "Surinder Kaur gets Padma Shri". The Tribunenewspaper. 28 January 2006., Retrieved 18 Aug 2016
  9. "Padma Shri Official listings". Govt. of India Portal., Retrieved 18 Aug 2016
  10. "Punjab's Nightingale is no more". The Tribune newspaper. 16 June 2006., Retrieved 18 Aug 2016