ସୁମାତ୍ରା ବଳିଆ କୁକୁର
ସୁମାତ୍ରା ବଳିଆ କୁକୁର | |
---|---|
ସୁମାତ୍ରା ବଳିଆ କୁକୁରର ଏକ ନିର୍ଜୀବ ନମୁନା | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ଗଣ: | କାର୍ନିଭୋରା |
ବଂଶ: | କାନିଡେ |
Genus: | Cuon |
ଜାତି: | C. alpinus |
ଉପଜାତି: | C. a. sumatrensis ଥୋମାସ୍ ହାର୍ଡୱିକ୍, ୧୮୨୧ |
ଟ୍ରାଇନୋମିଆଲ ନାମ | |
Cuon alpinus sumatrensis ଥୋମାସ୍ ହାର୍ଡୱିକ୍, ୧୮୨୧
| |
Synonyms | |
ଚୁଅନ୍ ଆଲ୍ପିନସ୍ ଜାଭାନିକସ୍ |
ସୁମାତ୍ରା ବଳିଆ କୁକୁର (ଇଂରାଜୀରେ Sumatran dhole, ଜୀବବିଜ୍ଞାନ ନାମ Cuon alpinus sumatrensis) ବଳିଆ କୁକୁରଙ୍କ ଏକ ଉପପ୍ରଜାତି ।[୨] ଏମାନଙ୍କୁ ସୁମାତ୍ରା ଜଙ୍ଗଲି କୁକୁର (ଇଂରାଜୀରେ Sumatran wild dog) ମଧ୍ୟ କୁହାଯାଏ ।[୩] ଏମାନେ ମୁଖ୍ୟତଃ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ପରିଲକ୍ଷିତ ହୁଅନ୍ତି ।[୪] ବିଭିନ୍ନ ସ୍ତନ୍ୟପାୟୀ ପ୍ରାଣୀ, ଜଙ୍ଗଲି କୋଳି, ପୋକଯୋକ ଏବଂ ଏଣ୍ଡୁଅ ଇତ୍ୟାଦି ଏମାନଙ୍କର ପ୍ରଧାନ ଆହାର ।[୫]
କ୍ରମ ବିବର୍ତ୍ତନର ଇତିହାସ
[ସମ୍ପାଦନା]୨୦୦୫ ମସିହା ପର୍ଯ୍ୟନ୍ତ ସୁମାତ୍ରା ବଳିଆ କୁକୁରର ବିବର୍ତ୍ତନ ଇତିହାସ ଓ ଉତ୍ପତ୍ତି ସମ୍ପର୍କରେ କୌଣସି ତଥ୍ୟ ଜଣାପଡ଼ି ନଥିଲା । ନିକଟସ୍ଥ ମାଲେସିଆର ବଳିଆ କୁକୁରଙ୍କ ଅପେକ୍ଷା ଏହି ଜୀବ ଭାରତୀୟ ବଳିଆ କୁକୁରଙ୍କ ନିକଟତର । ବିନା ତଥ୍ୟରେ କେବଳ ଅନୁମାନ କରାଯାଉଛି ଯେ ସୁଣ୍ଡା ଦ୍ୱୀପର ଅଧିବାସୀମାନେ ଇଣ୍ଡୋନେସିଆରେ ବଳିଆ କୁକୁରଙ୍କୁ ଆଣି ଛାଡ଼ିଥିବେ ।[୬]
ଶାରୀରିକ ଗଠନ
[ସମ୍ପାଦନା]ବଳିଆ କୁକୁରମାନଙ୍କ ମଧ୍ୟରେ ସୁମାତ୍ରା ବଳିଆ କୁକୁର ଆକାରରେ କ୍ଷୁଦ୍ରତମ ଉପପ୍ରଜାତି । ଏହାର ଦେହର ଲୋମ ଲାଲ୍ ରଙ୍ଗର । ଏହି ବଳିଆ କୁକୁର ଉପପ୍ରଜାତିର ଲୋମ ତଳେ ଘଞ୍ଚ-ମୋଟା ନିମ୍ନ ଲୋମର ଆଚ୍ଛାଦନ ନଥାଏ । ବରଂ ଇଣ୍ଡୋଚୀନୀ ଓ ଦକ୍ଷିଣ ଭାରତୀୟ ବଳିଆ କୁକୁରଙ୍କ ପରି ଏହାର ଲୋମ କର୍କଷ ଓ ପତଳା ହୋଇଥାଏ । ସୁମାତ୍ରା ବଳିଆ କୁକୁରର ପୃଷ୍ଠ ଦେଶ ଅପେକ୍ଷାକୃତ ଅଧିକ କୃଷ୍ଣ ବର୍ଣ୍ଣର ।[୭]
ସୁମାତ୍ରା ବଳିଆ କୁକୁରର କାନଟି ଲୋମଶ ଏବଂ ନରମ । ସେମାନଙ୍କ ଲାଞ୍ଜ ଓ ଗୋଡ଼ଗୁଡ଼ିକ ଲମ୍ବା । ସେମାନଙ୍କ ମୁହଁ ସାମନା ପଟକୁ ଗୋଜିଆ ହୋଇଥାଏ । ଏମାନଙ୍କ ଲାଞ୍ଜର ରଙ୍ଗ ମୁଖ୍ୟତଃ କଳା । ପୂର୍ଣ୍ଣ ବୟସ୍କ ସୁମାତ୍ରା ବଳିଆ କୁକୁରର ଶରୀରର ଦୈର୍ଘ୍ୟ ପ୍ରାୟ ୩ ଫୁଟ୍, ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୧୫-୧୮ ଇଞ୍ଚ, ଭୂମିରୁ କାନ୍ଧ ପର୍ଯ୍ୟନ୍ତ ଉଚ୍ଚତା ପ୍ରାୟ ୧୯.୬୯ ଇଞ୍ଚ ଏବଂ ଶରୀରର ଓଜନ ପ୍ରାୟ ୧୦-୧୩ କିଲୋଗ୍ରାମ ।[୫]
ଭୌଗୋଳିକ ବ୍ୟାପ୍ତି ଓ ପରିବାସ
[ସମ୍ପାଦନା]ସୁମାତ୍ରା ବଳିଆ କୁକୁରର ଭୌଗୋଳିକ କ୍ଷେତ୍ର ଅତ୍ୟନ୍ତ ବିଖଣ୍ଡିତ । ସୁମାତ୍ରା ଓ ଜାଭା ଦ୍ୱୀପର ବିଭିନ୍ନ ସଂରକ୍ଷିତ ଅଞ୍ଚଳରେ ଏହି ବଳିଆ କୁକୁର ପ୍ରଜାତି ଦେଖାଯାନ୍ତି ।[୧] ୨୦୧୪ ମସିହାରେ ସୁମାତ୍ରା ଦ୍ୱୀପର କେରିଞ୍ଚି ସେବ୍ଲାତ ଜାତୀୟ ଉଦ୍ୟାନର କ୍ରାନ୍ତୀୟ ଅରଣ୍ୟରେ କ୍ୟାମେରା ଟ୍ରାପ୍ ଲଗାଇ ବିଭିନ୍ନ ଭିଡିଓ ସଂଗ୍ରହ କରାଯାଇଥିଲା ଓ ଏହି ସବୁ ଭିଡିଓରୁ ସେଠାରେ ଏଯାବତ ବଳିଆ କୁକୁର ବାସ କରୁଥିବାର ପ୍ରମାଣ ମିଳିଲା ।[୮] ସିଙ୍ଗାପୁରରେ ବର୍ତ୍ତମାନ ବଳିଆ କୁକୁର ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ । ସୁମାତ୍ରା ବଳିଆ କୁକୁରମାନେ ବୁଦାଳିଆ ଜଙ୍ଗଲ, ତୃଣଭୂମି, ସତଳ ଅଞ୍ଚଳ, ବୃଷ୍ଟିବନ ତଥା କ୍ରାନ୍ତୀୟ ଅରଣ୍ୟମାନଙ୍କରେ ରହନ୍ତି ।[୧]
ବିପଦ
[ସମ୍ପାଦନା]ପରିବାସ କ୍ଷୟ ଏବଂ ଏମାନଙ୍କ ଭୌଗୋଳିକ କ୍ଷେତ୍ରର ବିଖଣ୍ଡନ ସୁମାତ୍ରା ବଳିଆ କୁକୁରଙ୍କ ପାଇଁ ସବୁଠାରୁ ବଡ଼ ବିପଦ । ଇଣ୍ଡୋନେସିଆର ବିଭିନ୍ନ ସଂରକ୍ଷିତ ଅଞ୍ଚଳରେ ରହୁଥିଲେ ସୁଦ୍ଧା ଉପରୋକ୍ତ ଦୁଇ କାରଣ ସୁମାତ୍ରାର ବଳିଆ କୁକୁରଙ୍କ ପ୍ରତି ଏକ ବଡ଼ ବିପଦ । ବୃକ୍ଷ ଛେଦନ, କୃଷିଭୂମି ସମ୍ପ୍ରସାରଣ, ତାଳ ଓ ରବର ରୋପଣ, ଗୋରୁଗାଈଙ୍କ ଚରିବା, ଆଧୁନିକ ଭିତ୍ତିଭୂମି ସମ୍ପ୍ରସାରଣ – ଏପରି ଅନେକ କାରଣରୁ ପରିବାସ କ୍ଷୟର ମାତ୍ରା କ୍ରମଶଃ ବଢ଼ୁଛି ।[୧] IUCN ଏହି ଜୀବକୁ ସଙ୍କଟାପନ୍ନ (Endangered) ଶ୍ରେଣୀରେ ତାଲିକାଭୁକ୍ତ କରିଛି ।
ପ୍ରଜନନ ଓ ଜୀବନ ଚକ୍ର
[ସମ୍ପାଦନା]ସୁମାତ୍ରା ବଳିଆ କୁକୁରୀର ଗର୍ଭଧାରଣ ସମୟ ହାରାହାରି ୬୦-୬୨ ଦିନ । ଗୋଟିଏ ମାଈ କୁକୁର ଥରକେ ୩-୪ଟି ଶାବକଙ୍କୁ ଜନ୍ମ ଦିଏ । ବେଳେବେଳେ ମାଈଟିଏ ଏକାଥରକେ ୧୨ଟି ଛୁଆ ଜନ୍ମ ଦେବା ମଧ୍ୟ ଦେଖାଯାଇଛି ।[୫]
ବଣରେ ଏକ ବଳିଆ କୁକୁରର ଜୀବନ କାଳ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ହୋଇପାରେ । ଜନ୍ତା ବା ଚିଡ଼ିଆଘରେ ରଖିଲେ ଏମାନେ ୧୬ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ଦେଖାଯାଇଛି ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Kamler, J.F.; Songsasen, N.; Jenks, K.; Srivathsa, A.; Sheng, L. & Kunkel, K. (2015). "Cuon alpinus". 2015: e.T5953A72477893. doi:10.2305/IUCN.UK.2015-4.RLTS.T5953A72477893.en.
{{cite journal}}
: Cite journal requires|journal=
(help) - ↑ Wozencraft, C. W. (2005). [ସୁମାତ୍ରା ବଳିଆ କୁକୁର at Google Books "Order Carnivora"]. In Wilson, D. E.; Reader, D. M. (eds.). Mammal Species of the World: A Taxonomic and Geographic Reference. Vol. 1 (3rd ed.). Johns Hopkins University Press. p. 578. ISBN 978-0-8018-8221-0.
{{cite book}}
: Check|chapter-url=
value (help) - ↑ Charles Knight & Company (1845). The History of the Dog: Its Origin, Physical and Moral Characteristics, and Its Principal Varieties.
- ↑ Lydekker, R. (1907). The game animals of India, Burma, Malaya, and Tibet. London: R. Ward Limited.
- ↑ ୫.୦ ୫.୧ ୫.୨ ୫.୩ https://www.thesumatracameratrapproject.com/species/dhole.html.
{{cite web}}
: Cite has empty unknown parameter:|1=
(help); Missing or empty|title=
(help) - ↑ Iyengar, A.; Babu, V. N.; Hedges, S.; Venkataraman, A. B.; Maclean, N. & P. A. Morin (2005). "Phylogeography, genetic structure, and diversity in the dhole (Cuon alpinus)" (PDF). Molecular Ecology. 14 (#8): 2281–2297. doi:10.1111/j.1365-294X.2005.02582.x. PMID 15969714.
- ↑ Mivart, G. (1890), Dogs, Jackals, Wolves and Foxes: A Monograph of the Canidæ, London : R.H. Porter : Dulau, pp. 177–88
- ↑ "Sumatran secrets start to be revealed by high altitude camera trapping - Fauna & Flora International". www.fauna-flora.org.