ସୁବର୍ଣ୍ଣା ମୁସ୍ତଫା
ସୁବର୍ଣ୍ଣା ମୁସ୍ତଫା | |
---|---|
সুবর্ণা মুস্তাফা | |
ଜନ୍ମ | ୨ ଡିସେମ୍ବର ୧୯୫୯ |
ଜାତୀୟତା | ବଙ୍ଗଳାଦେଶୀ |
ଶିକ୍ଷା | ଇଂରାଜୀରେ ସ୍ନାତକ |
ଶିକ୍ଷାନୁଷ୍ଠାନ | ଢାକା ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୮–ଏବେଯାଏଁ |
ବୈବାହିକ-ସାଥୀ(s) | ହୁମାୟୁନ ଫାରିଦ୍ (୧୯୮୪-୨୦୦୮; ଛାଡ଼ପତ୍ର) ବାଦ୍ରୁଳ ଅନାମ ସୁଦ୍ (m. ୨୦୦୮) |
ପିତାମାତା |
|
ସୁବର୍ଣ୍ଣା ମୁସ୍ତଫା (ଜନ୍ମ: ୨ ଡିସେମ୍ବର ୧୯୫୯)[୧][୨] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ଦୂରଦର୍ଶନ, କଥାଚିତ୍ର ଏବଂ ମଞ୍ଚରେ ଅଭିନୟ କରନ୍ତି ।[୩] ୧୯୯୦ ମସିହାରେ ଦୂରଦର୍ଶନରେ ପ୍ରସାରିତ ନାଟକ କଥୌ କେଉ ନେଇ ଜରିଆରେ ଲୋକ ଲୋଚନକୁ ଆସିଥିଲେ । ଏହି ନାଟକ ସହିତ ୧୯୯୧ର ନାଟକ ଅୟମୟ ଏବଂ ୧୯୯୯ର ନାଟକ ଆଜ ରବିବାରରେ ତାଙ୍କର ଅଭିନୟକୁ ଲୋକମାନେ ଅଧିକ ପସନ୍ଦ କରିଥିଲେ ଏବଂ ତାଙ୍କୁ ଅନେକ ସଫଳତା ମିଳିଥିଲା ।[୪]
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ସୁବର୍ଣ୍ଣା ମୁସ୍ତଫା ୨ ଡିସେମ୍ବର ୧୯୫୯ରେ ବଙ୍ଗଳାଦେଶରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଗୋଲାମ ମୁସ୍ତଫା ଜଣେ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତା ଏବଂ ମାଆ ହସ୍ନେ ଆରା ମୁସ୍ତଫା ଜଣେ ରେଡ଼ିଓ ପ୍ରଯୋଜିକା ଯିଏକି ଅଲ ଇଣ୍ଡିଆ ରେଡ଼ିଓ, ରେଡ଼ିଓ ପାକିସ୍ତାନ ଏବଂ ବାଂଲାଦେଶ ବେତାର ପାଇଁ କାର୍ଯ୍ୟ କରନ୍ତି ।[୫] ତାଙ୍କର ଜଣେ ଭଉଣୀ ଅଛନ୍ତି, ଯାହାଙ୍କ ନାମ ହେଉଛି କାମେଲିଆ ମୁସ୍ତଫା ।[୬] ସୁବର୍ଣ୍ଣା ବାଲ୍ୟକାଳରେ ଅଧିକାଂଶ ସମୟ ଢାକାର ଏଲିଫାଣ୍ଟ ରୋଡ୍ରେ ତାଙ୍କର ଆଇମାଙ୍କ ଘରେ କଟେଇଛନ୍ତି ଏବଂ ସେ ବିକାରୁନିସା ନୁନ୍ ସ୍କୁଲରେ ପଢ଼ୁଥିଲେ ।[୭]
ଅଭିନୟ ଜୀବନ
[ସମ୍ପାଦନା]ସୁବର୍ଣ୍ଣା ମୁସ୍ତଫା ଏକ ଦୂରଦର୍ଶନ ନାଟକ ଜରିଆରେ ଅଭିନୟ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ନାଟକ ଜାହିର ରିହାନଙ୍କଦ୍ୱାରା ରଚିତ ଏକ ଉପନ୍ୟାସ ଉପରେ ପର୍ଯ୍ୟବସିତ ଥିଲେ, ଯାହାର ଶୀର୍ଷକ ଥିଲା ବରଫ ଗଲା ନଦୀ ।[୪] ଏହାପରେ ସେ ୨୦୦୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ଏକ ଧାରାବାହିକ ଡଲିସ୍ ହାଉସ୍ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ଏଟିଏନ୍ ବାଂଲା ଦୂରଦର୍ଶନ ଚେନାଲରେ ପ୍ରଥମେ ପ୍ରସାରିତ ହୋଇଥିଲା ଏବଂ ୨୦୦୯ ଯାଏଁ ପ୍ରସାରିତ ହୋଇଥିଲା ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୮୦ ଦଶକର ଶେଷ ଆଡ଼କୁ ସୁବର୍ଣ୍ଣା ମୁସ୍ତଫା ହୁମାୟୁନ ଫାରିଦ୍ଙ୍କୁ ବିବାହ କରିଥିଲେ, ଯିଏକି ଜଣେ ବଙ୍ଗଳାଦେଶୀ ଅଭିନେତା । ୧୮ ମାର୍ଚ୍ଚ ୨୦୦୮ରେ ଉଭୟଙ୍କର ସମ୍ପର୍କ ସବୁଦିନ ପାଇଁ ତୁଟିଯାଇଥିଲା ଏବଂ ବିବାହ ବିଚ୍ଛେଦ ହୋଇଥିଲା ।[୬] ପରବର୍ତ୍ତୀ ସମୟରେ ସେ ଜୁଲାଇ ୨୦୦୮ରେ ବାଦ୍ରୁଳ ଅନାମ ସୁଦ୍ଙ୍କୁ ବିବାହ କରିଥିଲେ, ଯିଏକି ଦୂରଦର୍ଶନ ଧାରାବାହିକ ଡଲିସ୍ ହାଉସ୍ରେ ତାଙ୍କ ସହ ସହ-ନିର୍ଦ୍ଦେଶନା ଦେଇଥିଲେ ।[୮]
ଦୂରଦର୍ଶନରେ ଅଭିନୟ କରିବା ପରେ ସୁବର୍ଣ୍ଣା ମୁସ୍ତଫା ମଞ୍ଚ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ଅଲ୍ ମନ୍ସୁର୍ଙ୍କର ନାଟକ ଜଣ୍ଡିସ୍ ଓ ବିବିଧ ବଲୁନ୍ ଜରିଆରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ ।[୯] ୨୦୦୯ ମସିହାରେ ସେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଏଟିଏନ୍ ବାଲାଂ ଦୂରଦର୍ଶନ ଚେନାଲ ପାଇଁ ସେ ଅକାଶ କୁସୁମ ନାମକ ଗୋଟିଏ ଅଧ୍ୟାୟ ବିଶିଷ୍ଟ ଏକ ଦୂରଦର୍ଶନ ନାଟକର ନିର୍ଦ୍ଦେଶନା ଦେଇଥିଲେ ।[୧୦]
ସୁବର୍ଣ୍ଣା ମୁସ୍ତଫା ଜଣେ କ୍ରିକେଟ ଖେଳର ପ୍ରସଂଶକ ମଧ୍ୟ । ସେ ୨୦୧୫ରୁ କ୍ରିକେଟ ଖେଳର ଭାଷ୍ୟକାର ଭାବରେ ସେ ରେଡ଼ିଓ ଭୂମି ପାଇଁ କାର୍ଯ୍ୟ କରିଆସୁଛନ୍ତି ।[୧୧][୧୨][୧୩] ବଙ୍ଗଳାଦେଶ ସେନ୍ସର୍ ବୋର୍ଡ଼ର ଜଣେ ସଭ୍ୟ ଭାବରେ ସେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ।[୨]
ଆଧାର
[ସମ୍ପାଦନା]- ↑ "Actress Subarna Mustafa marries TV play director Soud". The Daily Star (in ଇଂରାଜୀ). 2008-07-09. Retrieved 2018-07-29.
- ↑ ୨.୦ ୨.୧ "A birthday clouded by tragedy". The Daily Star (in ଇଂରାଜୀ). 2017-12-02. Retrieved 2017-12-02.
- ↑ Kamol, Ershad (16 June 2006). "Illuminating the Small Screen Subarna Mustafa on Contemporary Entertainment". The Daily Star. Retrieved 9 June 2017.
- ↑ ୪.୦ ୪.୧ "ইন্ডাস্ট্রিতে সবচেয়ে কাছের বন্ধু". The Daily Star Bangla (in Bengali). 2016-08-27. Retrieved 2018-07-29.
- ↑ Naziba Basher (May 15, 2017). "The person I am today is because of my mother - Suborna Mustafa". The Daily Star. Retrieved June 10, 2017.
- ↑ ୬.୦ ୬.୧ "মিডিয়া পাড়ার কিছু ২য় বিয়ের গল্প" [Stories of second marriages in the media] (in Bengali). banglanews24.com. March 12, 2013. Retrieved June 9, 2017.
- ↑ "Going back in time with Suborna Mustafa". The Daily Star (in ଇଂରାଜୀ). 2010-12-10. Retrieved 2018-07-29.
- ↑ "Suborna ties the knot again". bdnews24.com. 7 July 2008. Retrieved 26 July 2017.
- ↑ "Golam Mustafa: Father extraordinaire". The Daily Star (in ଇଂରାଜୀ). 2013-06-16. Retrieved 2018-07-29.
- ↑ "Suborna Mustafa: Expanding horizons". The Daily Star (in ଇଂରାଜୀ). 2010-07-23. Retrieved 2018-07-29.
- ↑ "Suborna to give live commentary during Bangladesh-Afghanistan match". The New Nation. February 18, 2015. Archived from the original on July 30, 2018. Retrieved July 26, 2017.
- ↑ "Living the dream: Suborna Mustafa". The Daily Star. July 22, 2015. Retrieved July 26, 2017.
- ↑ "Suborna to turn cricket analyst during BPL". The Independent. Dhaka. November 16, 2015. Retrieved July 26, 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁବର୍ଣ୍ଣା ମୁସ୍ତଫା