ସୁବର୍ଣ୍ଣା ମୁସ୍ତଫା

ଉଇକିପିଡ଼ିଆ‌ରୁ
ସୁବର୍ଣ୍ଣା ମୁସ୍ତଫା
সুবর্ণা মুস্তাফা
୨୦୧୭ରେ ମୁସ୍ତଫା
Born (1959-12-02) ୨ ଡିସେମ୍ବର ୧୯୫୯ (ବୟସ ୬୪)
Nationalityବଙ୍ଗଳାଦେଶୀ
Educationଇଂରାଜୀରେ ସ୍ନାତକ
Alma materଢାକା ବିଶ୍ୱବିଦ୍ୟାଳୟ
Occupationଅଭିନେତ୍ରୀ
Years active୧୯୭୮–ଏବେଯାଏଁ
Spouse(s)ହୁମାୟୁନ ଫାରିଦ୍ (୧୯୮୪-୨୦୦୮; ଛାଡ଼ପତ୍ର)
ବାଦ୍ରୁଳ ଅନାମ ସୁଦ୍
(m. ୨୦୦୮)
Parent
  • ଗୋଲାମ ମୁସ୍ତଫା (father)

ସୁବର୍ଣ୍ଣା ମୁସ୍ତଫା (ଜନ୍ମ: ୨ ଡିସେମ୍ବର ୧୯୫୯)[୧][୨] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ଦୂରଦର୍ଶନ, କଥାଚିତ୍ର ଏବଂ ମଞ୍ଚରେ ଅଭିନୟ କରନ୍ତି ।[୩] ୧୯୯୦ ମସିହାରେ ଦୂରଦର୍ଶନରେ ପ୍ରସାରିତ ନାଟକ କଥୌ କେଉ ନେଇ ଜରିଆରେ ଲୋକ ଲୋଚନକୁ ଆସିଥିଲେ । ଏହି ନାଟକ ସ‌ହିତ ୧୯୯୧ର ନାଟକ ଅୟମୟ ଏବଂ ୧୯୯୯ର ନାଟକ ଆଜ ରବିବାରରେ ତାଙ୍କର ଅଭିନୟକୁ ଲୋକମାନେ ଅଧିକ ପସନ୍ଦ କରିଥିଲେ ଏବଂ ତାଙ୍କୁ ଅନେକ ସଫଳତା ମିଳିଥିଲା ।[୪]

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ସୁବର୍ଣ୍ଣା ମୁସ୍ତଫା ୨ ଡିସେମ୍ବର ୧୯୫୯ରେ ବଙ୍ଗଳାଦେଶରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଗୋଲାମ ମୁସ୍ତଫା ଜଣେ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତା ଏବଂ ମାଆ ହସ୍‌ନେ ଆରା ମୁସ୍ତଫା ଜଣେ ରେଡ଼ିଓ ପ୍ରଯୋଜିକା ଯିଏକି ଅଲ ଇଣ୍ଡିଆ ରେଡ଼ିଓ, ରେଡ଼ିଓ ପାକିସ୍ତାନ ଏବଂ ବାଂଲାଦେଶ ବେତାର ପାଇଁ କାର୍ଯ୍ୟ କରନ୍ତି ।[୫] ତାଙ୍କର ଜଣେ ଭଉଣୀ ଅଛନ୍ତି, ଯାହାଙ୍କ ନାମ ହେଉଛି କାମେଲିଆ ମୁସ୍ତଫା ।[୬] ସୁବର୍ଣ୍ଣା ବାଲ୍ୟକାଳରେ ଅଧିକାଂଶ ସମୟ ଢାକାର ଏଲିଫାଣ୍ଟ ରୋଡ୍‌ରେ ତାଙ୍କର ଆଇମାଙ୍କ ଘରେ କଟେଇଛନ୍ତି ଏବଂ ସେ ବିକାରୁନିସା ନୁନ୍ ସ୍କୁଲ‌ରେ ପଢ଼ୁଥିଲେ ।[୭]

ଅଭିନୟ ଜୀବନ[ସମ୍ପାଦନା]

ସୁବର୍ଣ୍ଣା ମୁସ୍ତଫା ଏକ ଦୂରଦର୍ଶନ ନାଟକ ଜରିଆରେ ଅଭିନୟ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ନାଟକ ଜାହିର ରିହାନଙ୍କଦ୍ୱାରା ରଚିତ ଏକ ଉପନ୍ୟାସ ଉପରେ ପର୍ଯ୍ୟବସିତ ଥିଲେ, ଯାହାର ଶୀର୍ଷକ ଥିଲା ବରଫ ଗଲା ନଦୀ[୪] ଏହାପରେ ସେ ୨୦୦୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ଏକ ଧାରାବାହିକ ଡଲିସ୍ ହାଉସ୍‌ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ଏଟିଏନ୍ ବାଂଲା ଦୂରଦର୍ଶନ ଚେନାଲରେ ପ୍ରଥମେ ପ୍ରସାରିତ ହୋଇଥିଲା ଏବଂ ୨୦୦୯ ଯାଏଁ ପ୍ରସାରିତ ହୋଇଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୮୦ ଦଶକର ଶେଷ ଆଡ଼କୁ ସୁବର୍ଣ୍ଣା ମୁସ୍ତଫା ହୁମାୟୁନ ଫାରିଦ୍‌ଙ୍କୁ ବିବାହ କରିଥିଲେ, ଯିଏକି ଜଣେ ବଙ୍ଗଳାଦେଶୀ ଅଭିନେତା । ୧୮ ମାର୍ଚ୍ଚ ୨୦୦୮ରେ ଉଭୟଙ୍କର ସମ୍ପର୍କ ସବୁଦିନ ପାଇଁ ତୁଟିଯାଇଥିଲା ଏବଂ ବିବାହ ବିଚ୍ଛେଦ ହୋଇଥିଲା ।[୬] ପରବର୍ତ୍ତୀ ସମୟରେ ସେ ଜୁଲାଇ ୨୦୦୮ରେ ବାଦ୍ରୁଳ ଅନାମ ସୁଦ୍‌ଙ୍କୁ ବିବାହ କରିଥିଲେ, ଯିଏକି ଦୂରଦର୍ଶନ ଧାରାବାହିକ ଡଲିସ୍ ହାଉସ୍‌ରେ ତାଙ୍କ ସ‌ହ ସହ-ନିର୍ଦ୍ଦେଶନା ଦେଇଥିଲେ ।[୮]

ଦୂରଦର୍ଶନରେ ଅଭିନୟ କରିବା ପରେ ସୁବର୍ଣ୍ଣା ମୁସ୍ତଫା ମଞ୍ଚ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ଅଲ୍ ମନ୍‌ସୁର୍‌ଙ୍କର ନାଟକ ଜଣ୍ଡିସ୍ ଓ ବିବିଧ ବଲୁନ୍ ଜରିଆରେ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ ।[୯] ୨୦୦୯ ମସିହାରେ ସେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ଏଟିଏନ୍ ବାଲାଂ ଦୂରଦର୍ଶନ ଚେନାଲ ପାଇଁ ସେ ଅକାଶ କୁସୁମ ନାମକ ଗୋଟିଏ ଅଧ୍ୟାୟ ବିଶିଷ୍ଟ ଏକ ଦୂରଦର୍ଶନ ନାଟକର ନିର୍ଦ୍ଦେଶନା ଦେଇଥିଲେ ।[୧୦]

ସୁବର୍ଣ୍ଣା ମୁସ୍ତଫା ଜଣେ କ୍ରିକେଟ ଖେଳର ପ୍ରସଂଶକ ମଧ୍ୟ । ସେ ୨୦୧୫ରୁ କ୍ରିକେଟ ଖେଳର ଭାଷ୍ୟକାର ଭାବରେ ସେ ରେଡ଼ିଓ ଭୂମି ପାଇଁ କାର୍ଯ୍ୟ କରିଆସୁଛନ୍ତି ।[୧୧][୧୨][୧୩] ବାଂଲାଦେଶର ସେନ୍‌ସର୍ ବୋର୍ଡ଼ର ଜଣେ ସଭ୍ୟ ଭାବରେ ସେ ବାଂଲାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "Actress Subarna Mustafa marries TV play director Soud". The Daily Star (in ଇଂରାଜୀ). 2008-07-09. Retrieved 2018-07-29.
  2. ୨.୦ ୨.୧ "A birthday clouded by tragedy". The Daily Star (in ଇଂରାଜୀ). 2017-12-02. Retrieved 2017-12-02.
  3. Kamol, Ershad (16 June 2006). "Illuminating the Small Screen Subarna Mustafa on Contemporary Entertainment". The Daily Star. Retrieved 9 June 2017.
  4. ୪.୦ ୪.୧ "ইন্ডাস্ট্রিতে সবচেয়ে কাছের বন্ধু". The Daily Star Bangla (in Bengali). 2016-08-27. Retrieved 2018-07-29.
  5. Naziba Basher (May 15, 2017). "The person I am today is because of my mother - Suborna Mustafa". The Daily Star. Retrieved June 10, 2017.
  6. ୬.୦ ୬.୧ "মিডিয়া পাড়ার কিছু ২য় বিয়ের গল্প" [Stories of second marriages in the media] (in Bengali). banglanews24.com. March 12, 2013. Retrieved June 9, 2017.
  7. "Going back in time with Suborna Mustafa". The Daily Star (in ଇଂରାଜୀ). 2010-12-10. Retrieved 2018-07-29.
  8. "Suborna ties the knot again". bdnews24.com. 7 July 2008. Retrieved 26 July 2017.
  9. "Golam Mustafa: Father extraordinaire". The Daily Star (in ଇଂରାଜୀ). 2013-06-16. Retrieved 2018-07-29.
  10. "Suborna Mustafa: Expanding horizons". The Daily Star (in ଇଂରାଜୀ). 2010-07-23. Retrieved 2018-07-29.
  11. "Suborna to give live commentary during Bangladesh-Afghanistan match". The New Nation. February 18, 2015. Archived from the original on July 30, 2018. Retrieved July 26, 2017.
  12. "Living the dream: Suborna Mustafa". The Daily Star. July 22, 2015. Retrieved July 26, 2017.
  13. "Suborna to turn cricket analyst during BPL". The Independent. Dhaka. November 16, 2015. Retrieved July 26, 2017.

ବାହାର ଆଧାର[ସମ୍ପାଦନା]