ସୁପ୍ରିୟା କୁମାରୀ
ସୁପ୍ରିୟା କୁମାରୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଜାଭିଅର୍ କଲେଜ, ରାଞ୍ଚି |
ବୃତ୍ତି |
|
ସକ୍ରିୟ ବର୍ଷ | ୨୦୦୯–ଏବେଯାଏଁ |
ବୈବାହିକ-ସାଥୀs | ପଙ୍କଜ ସିହ୍ନା
(m. ୨୦୦୪; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ଋଷିକେଶ ଇଙ୍ଗେଲ୍ (m. ୨୦୧୪) |
ସୁପ୍ରିୟା କୁମାରୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ବୈରୀ ପିୟା, ଲୁଟେରୀ ଦୁହ୍ଲନ, ଅନୁଦାମିନିନୀ ଓ ଶଙ୍କର - ଧରୋହର ଅପନୋଁ କି ଭଳି ଧାରାବାହିକରେ ଅଭିନୟ ପାଇଁ ସେ ଜଣାଶୁଣା ।[୧] ସେ ହିନ୍ଦୀ କଥାଚିତ୍ର ଏକ୍କିସ୍ ତପୋଁ କି ସଲାମୀରେ ମଧ୍ୟ ଅଭିନୟ କରିଛନ୍ତି ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ସରକାରୀ କର୍ମଚାରୀ ଓ ମାଆ ଜଣେ ଗୃହିଣୀ । ସେ ଏସ୍.ଏସ୍. ଦୋରୋନ୍ଦୋ ଗାର୍ଲସ୍ ହାଇସ୍କୁଲରେ ପଢ଼ୁଥିଲେ ଏବଂ ରାଞ୍ଚି ସ୍ଥିତ ସେଣ୍ଟ ଜାଭିଅର୍ କଲେଜରୁ ତାଙ୍କର ସ୍ନାତକ କରିଥିଲେ । ସେ ଜଣେ ଶିଶୁ କଳାକାର ଓ ନର୍ତ୍ତକୀ ଭାବରେ ଦୂରଦର୍ଶନରେ କାମ କରିଥିଲେ । ସେ କଥକ ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି ।[୩]
ଅଭିନୟ ଜୀବନ
[ସମ୍ପାଦନା]ସେ ଝାଡ଼ଖଣ୍ଡର ନାଗପୁରୀ ଓ କୋରଠା ଆଲବମ୍ରେ କାମ କରିଛନ୍ତି । ସେ ୫୦ରୁ ଅଧିକ ଆଲବମ୍ରେ କାମ କରିଛନ୍ତି ।[୩] ୨୦୦୫ ମସିହାରେ, ସେ ନାଗପୁରୀ କଥାଚିତ୍ର ଅୱାରା ତୋରେ ପ୍ୟାର୍ ମେଁରେ କାମ କରିଥିଲେ ।[୪] ୨୦୦୯ ମସିହାରେ, ସେ ଭାରତୀୟ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଅଗ୍ଲେ ଜନମ୍ ମୋହେ ବିଟିୟା ହି କିଜୋରେ କାମ କରିଥିଲେ । ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବୈରୀ ପିୟାରେ ଆମୋଲି ଭୂମିକା ଅଭିନୟ କରିଥିଲେ । ଲୁଟେରୀ ଦୁହ୍ଲନ, ଅନୁଦାମିନୀ ଓ ମେରେ ସାଇ - ଶ୍ରଦ୍ଧା ଔର୍ ସବୁରୀ ଆଦି ଧାରାବାହିକରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ଛୋଟକି ଛଟଙ୍କି ୱେବ୍ ସିରିଜ୍ରେ କାମ କରିଛନ୍ତି ।[୫][୬]
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୦୯ | ବୈରୀ ପିୟା | ଅମୋଲି ଦିଗବିଜୟ ସିଂହ | ||
ଅଗ୍ଲେ ଜନମ ମୋହେ ବିଟିୟା ହି କିଜୋ | ||||
୨୦୧୦ | ରକ୍ତ ସମ୍ବନ୍ଧ | ପ୍ରିୟା | ||
ଅର୍ମାନୋଁ କା ବଲିଦାନ୍ - ଆରକ୍ଷଣ | ମୀଠି | |||
୨୦୧୧ | ଲୁଟେରୀ ଦୁହ୍ଲନ୍ | ଲୁଟେରୀ ଦୁହ୍ଲନ୍ | ||
୨୦୧୨ | ସାବଧାନ୍ ଇଣ୍ଡିଆ: କ୍ରାଇମ୍ ଆଲର୍ଟ୍ | |||
୨୦୧୩ | ଶଙ୍କର - ଧରୋହର୍ ଅପ୍ନୋଁ କି | [୧] | ||
୨୦୧୪ | ଅନୁଦାମିନୀ | ଅନୁଦାମିନୀ | ||
୨୦୧୭ | ମେରେ ସାଇ - ଶ୍ରଦ୍ଧା ଔର୍ ସବୁରୀ | |||
୨୦୧୮ | ଲାଲ୍ ଇସ୍କ | ବିନ୍ଦିୟା | ||
୨୦୨୨ | ଛୋଟକି ଛଟଙ୍କି | ଛୋଟକି | ମୁଖ୍ୟ ନାୟିକ | |
୨୦୨୩ - ଏବେଯାଏଁ | ତୋସେ ନୈନା ମିଲାଇ କେ | କୁହୁ | [୭] |
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୦୫ | ଆୱାରା ତୋରେ ପ୍ୟାର୍ ମେଁ | ନାଗପୁରୀ ଫିଲ୍ମ | [୪] | |
୨୦୧୩ | ଜିଙ୍ଗଦି ୫୦ ୫୦ | ରୂପା | ||
୨୦୧୪ | ଏକ୍କିସ୍ ତୋପୋଁ କି ସଲାମୀ | ସୁଷମା ଜୋଶୀ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Supriya Kumari to replace Yashashri Masurkar in 'Sanskaar'". dnaindia. 22 June 2013. Retrieved 22 November 2022.
- ↑ "Supriya Kumari: Won't Ditch Television for Bollywood". ndtv. 9 October 2014. Retrieved 22 November 2022.
- ↑ ୩.୦ ୩.୧ "A star journey from Jollywood to Bollywood- Supriya Kumari". Jharkhand weekly. 15 September 2022. Retrieved 28 November 2022.
- ↑ ୪.୦ ୪.୧ "Debutante director dazzles audience - Nagpuria films come of age". telegraphindia. 27 May 2005. Retrieved 29 November 2020.
- ↑ "झॉलीवुड सुपरस्टार सुप्रिया का 12 साल बाद नागपुरी इंडस्ट्री में कमबैक, विवेक नायक संग रिलीज हुआ वीडियो". prabhat khabar. 27 July 2022. Retrieved 22 November 2022.
- ↑ "The waiting period does take a toll on you but you need to stay positive, says Supriya Kumari who is returning to TV after a year". timesofindia. 9 April 2022. Retrieved 22 November 2022.
- ↑ Bureau, ABP News. "Supriya Kumari soon to make a comeback with Serial 'Tose Naina Milaike' | Hot News". ABP Live (in ଇଂରାଜୀ). Retrieved 2023-10-04.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁପ୍ରିୟା କୁମାରୀ