ସୁପ୍ରାପ୍ୟୁବିକ କ୍ୟାଥେଟର

ଉଇକିପିଡ଼ିଆ‌ରୁ
Suprapubic cystostomy
ହସ୍ତକ୍ଷେପ
ICD-9-CMV55.5, 57.17, 57.18
MeSHD003559

ସୁପ୍ରାପ୍ୟୁବିକ କ୍ୟାଥେଟର ( ଏସପିସି ) ବା ସୁପ୍ରାପ୍ୟୁବିକ ସିଷ୍ଟୋଷ୍ଟୋମି ହେଉଛି ଏକ ନିଷ୍କାସନ ନଳୀ ଯାହା ଠିକ ପ୍ୟୁବିକ ସିମ୍ଫାଇସିସ ଉପର ସ୍ଥାନରେ ମୂତ୍ରଶୟ ଭିତରେ ପ୍ରବେଶ କରେଇଦିଆଯାଏ ।[୧] ଏହି ପଦ୍ଧତି ଗ୍ରହଣ କରାଯାଏ ଯେତେବେଳେ ମୂତ୍ରାଶୟ ଅବରୋଧ ନିମନ୍ତେ ଅନ୍ୟ କୌଣସି ଉପାୟ ଫଳପ୍ରଦ ହୁଏ ନାହିଁ ।[୨] ଅନ୍ୟାନ୍ୟ ବିକଳ୍ପଗୁଡ଼ିକରେ ମୂତ୍ରନଳୀ କାଥେଟେରାଇଜେସନ ଏବଂ ପୁନଃପୌନିକ କାଥେଟେରାଇଜେସନ ଅନ୍ତର୍ଭୁକ୍ତ ହୋଇପାରେ | [୨]

ଏହି କ୍ରିୟା ଆରମ୍ଭ କରିବା ପୂର୍ବରୁ ମୂତ୍ରାଶୟରେ ମୂତ୍ର ପୂର୍ଣ୍ଣ ରହିଥିବା ଅଲଟ୍ରାସାଉଣ୍ଡ ସାହାଯ୍ୟରେ ଯାଞ୍ଚ କରାଯାଏ | [୧] ଏହି କ୍ରିୟା ନିମନ୍ତେ ଚୟନ କରାଯାଇଥିବା କ୍ଷେତ୍ରଟିକୁ ଲୋମହୀନ ଏବଂ ଷ୍ଟେରିଲାଇଜ କରିବାପରେ ସ୍ଥାନୀୟ ନିଶ୍ଚେତକ ଦିଆଯାଏ । [୨] ସେଲଡିଞ୍ଜର ଶୈଳୀରେ ପୁବିକ୍ ହାଡ଼ ଥିବା ସ୍ଥାନର ଦୁଇ ଆଙ୍ଗୁଳୀ ଉପରେ ମୂତ୍ରାଶୟ ଭିତରକୁ ଏକ ଛୁଞ୍ଚି ମୂତ୍ର ବାହାରକୁ ଆସିବା ପର୍ଯ୍ୟନ୍ତ ଭର୍ତ୍ତି କରାଯାଏ | [୨] ଛୁଞ୍ଚି ଭିତର ଦେଇ ଏକ ମାର୍ଗଦର୍ଶକ ତାର ଭର୍ତ୍ତି କରାଯିବା ପରେ ଛୁଞ୍ଚି ବାହାର କରିଦିଆଯାଏ । [୨] ଉକ୍ତ ତାର ଉପରେ ଏକ ଓସାରକାରୀ ନଳୀ ସ‌ହିତ ଏକ ଖୋଳ ଭର୍ତ୍ତି କରିବା ପରେ ତାର ବାହାର କରିଦିଆଯାଏ ।[୨] ଉକ୍ତ ଖୋଳ ଭିତର ଦେଇ ଗୋଟିଏ ଫୋଲି କାଥେଟର ଭର୍ତ୍ତି କରାଯାଏ ।[୩] ଅସ୍ତ୍ରୋପଚାର ବା ଟ୍ରୋକାର ସାହାଯ୍ୟରେ ଏହି ପଦ୍ଧତି କରାଯାଇ ପାରେ ।[୨]

ଉକ୍ତ ପ୍ରଣାଳୀ ପରେ ଫୋଲିକୁ ୧୦ ମିଲି ପର୍ଯ୍ୟନ୍ତ ଫୁଲେଇ ଦିଆଯାଏ ଏବଂ କିଛି ନମ୍ର କର୍ଷଣ ପ୍ରୟୋଗ କରାଯାଏ | [୩] ଏହା ପରେ ତାହା ସୁରକ୍ଷିତ ରହେ । [୧] ଏହି ପ୍ରଥା ପାଳନ କଲାବେଲେ ଜଟିଳତାରେ ରକ୍ତସ୍ରାବ, ଅନ୍ତନଳୀରେ ଆଘାତ, ସଂକ୍ରମଣ ଏବଂ ମୂତ୍ର ଗଳିବା/ ଲିକେଜ ହୋଇପାରେ। [୨] ଏହି ପ୍ରଣାଳୀ ଅପେକ୍ଷାକୃତ ବାରମ୍ବାର କରାଯାଏ | [୪] ନିର୍ଦ୍ଦିଷ୍ଟ କିଟ୍ ଉପଲବ୍ଧ ନ ହେଲେ ଏକ ସେଣ୍ଟ୍ରାଲ ଲାଇନ ବ୍ୟବହାର କରାଯାଇପାରେ | [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Corder, CJ; LaGrange, CA (January 2021). "Suprapubic Bladder Catheterization". PMID 29489238. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Corder, CJ; LaGrange, CA (January 2021). "Suprapubic Bladder Catheterization". PMID 29489238. {{cite journal}}: Cite journal requires |journal= (help)
  3. ୩.୦ ୩.୧ Roberts and Hedges' clinical procedures in emergency medicine and acute care (Seventh ed.). Philadelphia, PA: Elsevier Health Sciences. 2019. p. 1172. ISBN 9780323547949.
  4. Jacob, P; Rai, BP; Todd, AW (September 2012). "Suprapubic catheter insertion using an ultrasound-guided technique and literature review". BJU International. 110 (6): 779–84. doi:10.1111/j.1464-410X.2011.10882.x. PMID 22257272.
  5. Roberts and Hedges' clinical procedures in emergency medicine and acute care (Seventh ed.). Philadelphia, PA: Elsevier Health Sciences. 2019. p. 1172. ISBN 9780323547949.