Jump to content

ସୁଟିମଲିମାବ

ଉଇକିପିଡ଼ିଆ‌ରୁ
ସୁଟିମଲିମାବ
Monoclonal antibody
TypeWhole antibody
SourceChimeric/humanized hybrid
Targetcomplement component 1s
Clinical data
Trade namesEnjaymo
SynonymsBIVV009, sutimlimab-jome
AHFS/Drugs.commonograph
data
Routes of
administration
Intravenous infusion
Legal status
Legal status

ସୁଟିମଲିମାବ (ଇଂରାଜୀ ଭାଷାରେ Sutimlimab), ଏଞ୍ଜାଇମୋ ବ୍ରାଣ୍ଡ ଏହାର ବିକ୍ରୟ ନାମ, ହେଉଛି ଶୀତଳ ଆଗ୍ଲୁଟିନିନ ରୋଗର (CAD) ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ଯାହା ନିର୍ଦ୍ଦିଷ୍ଟ ଭାବରେ ଲାଲ ରକ୍ତ କଣିକା ଭାଙ୍ଗିଯିବାରୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ଏହା ଆରମ୍ଭ ହେବା ପୂର୍ବରୁ ଲୋକଙ୍କୁ ଏନକାପସୁଲେଟେଡ୍ ବ୍ୟାକ୍ଟେରିଆ ବିରୁଦ୍ଧରେ ଟିକା ଦିଆଯିବା ଆବଶ୍ୟକ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ସଂକ୍ରମଣ, ତରଳ ଝାଡ଼ା, ଗଣ୍ଠି ଯନ୍ତ୍ରଣା ଏବଂ ପ୍ରାନ୍ତୀୟ ଫୁଲା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ଅଟୋଇମ୍ମ୍ୟୁନ ରୋଗ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସି୧ ସ‌ହିତ ସଂଲଗ୍ନ ହୋଇ ତାକୁ ଅବରୋଧ କରେ ।[୩]

୨୦୨୨ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସୁଟିମଲିମାବ ମଞ୍ଜୁର ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୪୦ରୁ ୭୫ କିଲୋଗ୍ରାମ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ବର୍ଷକୁ ପ୍ରାୟ ୨୮୦,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଏହା ଯୁକ୍ତରାଜ୍ୟ ବଜାରରେ ମିଳେନାହିଁ ।[୪]

ଆଧାର[ସମ୍ପାଦନା]

  1. "Enjaymo- sutimlimab injection, solution, concentrate". DailyMed. 1 February 2022. Archived from the original on 21 February 2022. Retrieved 20 February 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Enjaymo". Archived from the original on 6 December 2022. Retrieved 11 December 2022.
  3. "Enjaymo". Archived from the original on 6 December 2022. Retrieved 11 December 2022.
  4. ୪.୦ ୪.୧ "Sutimlimab". SPS - Specialist Pharmacy Service. 19 October 2018. Archived from the original on 5 July 2022. Retrieved 11 December 2022.