ସୁଗନ୍ଧି

ଉଇକିପିଡ଼ିଆ‌ରୁ
The Perfume Maker, by Rodolphe Ernst

ସୁଗନ୍ଧି ବା ପରଫ୍ୟୁମ ଶବ୍ଦଟି ଆସିଛି ଲ୍ୟାଟିନ୍ ଶବ୍ଦ ପାର ଫୁଉମାମ୍ ରୁ। ଏହି ଶବ୍ଦଟିର ଅର୍ଥ ହେଉଛି ଧୂଆଁ ମାଧ୍ୟମରେ । ପରଫ୍ୟୁମ ଶିଳ୍ପ ପ୍ରଥମେ ଆରମ୍ଭ ହୋଇଥିଲା ସୁମେରୀୟ ଏବଂ ମିଶର ସଭ୍ୟତାରେ ।ଧୀରେ ଧୀରେ ପ୍ରାଚୀନ ଗ୍ରୀସ ଏବଂ ରୋମରେ ତାହା ଆହୁରି ସମୃଦ୍ଧ ହୋଇଥିଲା । ପରଫ୍ୟୁମର ଇତିହାସ ଅନୁସନ୍ଧାନ କଲେ ଜଣାଯାଏ ଯେ ପ୍ରଥମେ ଜଣେ ମହିଳା ହିଁ ସୁଗନ୍ଧି ତିଆରି କରିଥିଲେ । ପ୍ରାଚୀନ ସୁମେରୀୟ ସଭ୍ୟତାର ଏହି ମହିଳାଜଣକ ସୁଗନ୍ଧି ଫୁଲ, ଘାସ, ତେଲ ଏବଂ ଆହୁରି ନାନା ପ୍ରକାରର ରାସାୟନିକ ମିଶାଇ ତିଆରି କରିଥିଲେ ପୃଥିବୀର ପ୍ରଥମ ପରଫ୍ୟୁମ । ଏହାପରେ ଆରବବାସୀଙ୍କ ନାନା ସୌରଭରେ ସୁରଭିତ ଏହି ପରଫ୍ୟୁମ ବୋତଲ ଆବଦ୍ଧ ହୋଇ ଆଜି ଆମ ହାତକୁ ଆସିଛି। ସୁଗନ୍ଧିର ପ୍ରଥମ ଅନୁପ୍ରେରଣା ନିଃସନ୍ଦେହରେ ସୁବାସିତ ଫୁଲ ଓ କାଠ। ଦେବତାଙ୍କ ଆରାଧନାରୁ ଆରମ୍ଭ କରି ବ୍ୟକ୍ତିଗତ ମନୋରଞ୍ଜନ ସୁଗନ୍ଧିର ବ୍ୟବହାର ଶହ ଶହ ବର୍ଷ ଧରି ଆମ ଜୀବନର ପ୍ରତି ପରସ୍ତରେ ଜଡ଼ାଇ ହୋଇ ରହିଛି । ଚିକିତ୍ସା ଏବଂ ସୁସ୍ଥ ଜୀବନଶୈଳୀ ପାଇଁ ସୁଗନ୍ଧିର ଯେ ଭୂମିକା ଅଛି ତାହାର ନିଦର୍ଶନ ମିଳେ ଅରୋମାଥେରାପିରୁ। ମୁଡ୍ ସେଟର ଭାବେ ମଧ୍ୟ ସୁଗନ୍ଧିର ଆଉ ଏକ ଭୂମିକା ରହିଛି। ଅପସନ୍ଦର ବାସ୍ନା ଯେମିତି ଆଖି ପଲକରେ ମୁଡ୍ ବିଗାଡିପାରେ, ଠିକ ସେମିତି ପସନ୍ଦର ସୁଗନ୍ଧି କ୍ଷଣିକରେ ମୁଡ୍ ବଦଳାଇପାରେ। ପ୍ରଚଣ୍ଡ ଗରମରେ ଲେମ୍ବୁର ତାଜା ସୁଗନ୍ଧ କ୍ଳାନ୍ତ ଶରୀରକୁ ତାଜା କରିପାରେ। ଶୀତର ସନ୍ଧ୍ୟାରେ ଗାଢ଼ କସ୍ତୁରୀ ସୁଗନ୍ଧ ମନ ଓ ଶରୀରରେ ଭରିଦିଏ ଏକ ଅଦ୍ଭୁତ ମାଦକତା। ଯେକୌଣସି ସୁଗନ୍ଧ ତାର ପ୍ରଥମ ପ୍ରଭାବ ବିସ୍ତାର କରେ ଆବେଗ ବା ଇମୋସନ ଉପରେ । ନିଜ ମନପସନ୍ଦର ସୁଗନ୍ଧି ଯେ ସବୁ ବିରକ୍ତ, ରାଗ ଓ ଅବସାଦକୁ ନିମିଷକ ମଧ୍ୟରେ ଦୂର କରିପାରେ, ତାହା ବିଜ୍ଞାନ ସମ୍ମତ ।

ସୁଗନ୍ଧି ପ୍ରକାର ଭେଦ[ସମ୍ପାଦନା]

Shelves of perfumes. A closed cabinet, to keep out note-destroying sunlight, would be more appropriate
Fragrance pyramid
  • ଫ୍ଳୋରାଲ: ସୁବାସିତ ଫୁଲର ନିର୍ଯ୍ୟାସରୁ ତିଆରି ଏହି ସୁଗନ୍ଧି ସବୁଠାରୁ ବେଶି ଲୋକପ୍ରିୟ, ବିଶେଷ କରି ମହିଳାମାନଙ୍କର । ତେବେ ଅଧିକାଂଶ କ୍ଷେତ୍ରରେ ଫୁଲର ସୁଗନ୍ଧ ସହିତ ଫଳ ବା ମସଲାର ସୁଗନ୍ଧି ମିଶାଯାଇଥାଏ। ଫ୍ଳୋରାଲ୍ ଫ୍ରାଗନାନ୍ସ ମଧ୍ୟରେ ଆସୁଛି ସିଙ୍ଗଲ ଫ୍ଳୋରାଲ ଗ୍ରୁପ ଯେଉଁଠି ପ୍ରାଧାନ୍ୟ ପାଏ ଯେ କୌଣସି ଗୋଟିଏ ଫୁଲର ସୁଗନ୍ଧ ।୤ଏହା ବ୍ୟତୀତ ରହିଛି ଫ୍ଳୋରାଲ ବୁକେ, ଯେଉଁଠି ଏକାଧିକ ଫୁଲର ସୁଗନ୍ଧର ଯୌଗିକକୁ ପରଫ୍ୟୁମ ଭାବେ ବ୍ୟବହାର କରାଯାଏ । ପ୍ଳୋରାଲର ଖୁବ୍ ପାଖାପାଖି ଆସୁଛି ଗ୍ରୀନ୍ ଗ୍ରୁପ ଘାସ, ପତ୍ର, ତାଜା ଫଳର ଗନ୍ଧରେ ସୁବାସିତ ଗ୍ରୀନ ପରଫ୍ୟୁମ ପ୍ରାକୃତିକ ସତେଜତାରେ ଆଣିବାରେ ସାହାଯ୍ୟ କରେ ।୤
  • ସାଇଟ୍ରସ୍: ମୁଖ୍ୟତଃ ଲେମ୍ବୁଜାତୀୟ ଫଳ (ଯେମିତିକି କମଳା, କାଗେଜି ଲେମ୍ବୁ, ଟ୍ୟାଙ୍ଗେରାଇନ୍, ଗ୍ରେପଫ୍ରୁଟ୍ ଇତ୍ୟାଦି)ର ସୁଗନ୍ଧ ବ୍ୟବହାର କରାଯାଏ ସାଇଟ୍ରସ ସୁଗନ୍ଧିରେ। ଫ୍ରେଶ ଏବଂ ହାଲକା ସୁଗନ୍ଧି ପାଇଁ ସାଇଟ୍ରସ ସ୍ମେଲର ଲୋକପ୍ରିୟତା ଅଧିକ ଓ ଡି କୋଲନର ଭିତ୍ତି ମଧ୍ୟ ମୁଖ୍ୟତଃ ସାଇଟ୍ରସ ସ୍ମେଲ । ସାଇଟ୍ରସ ବ୍ୟତୀତ ମଧ୍ୟ ଅନ୍ୟାନ୍ୟ ଫ୍ରୁଟି ସ୍ମେଲ, ଯେମିତିକି ମ୍ୟାଙ୍ଗୋ, ବ୍ଳାକ କରେଣ୍ଟ, ପିଚ୍ ଆଜିକାଲି ବେଶ ଲୋକପ୍ରିୟ ହୋଇପାରିଛି। ଓରିଏଣ୍ଟାଲ: ଉଷ୍ମତା ଓ ଉତ୍ତେଜନା ହେଉଛି ଏହି ସୁଗନ୍ଧିର ମୂଳ କଥା। ତୀବ୍ର ଏକ ମିଠା ଗନ୍ଧରେ ମିଶି ରହିଥାଏ ଏକ ପ୍ରକାରର ଶାରୀରିକ ଆବେଦନ । କସ୍ତୁରୀ, ଭ୍ୟାନିଲା, ମୂଲ୍ୟବାନ କାଠ, କର୍ପୂର ଏବଂ ନାନା ପ୍ରକାରର ମସଲାର ସୁଗନ୍ଧ ମିଶିଥାଏ ଓରିଏଣ୍ଟାଲ ପରଫ୍ୟୁମରେ ।୤
  • ଉଡ୍: ଏହି ଧରଣର ପରଫ୍ୟୁମକୁ ବିଶେଷ କରି ପୁରୁଷମାନେ ଅଧିକ ପସନ୍ଦ କରନ୍ତି । ଚନ୍ଦନ ଭଳି ମୂଲ୍ୟବାନ କାଠର ସୁବାସ ବ୍ୟବହାର କରାଯାଇଥାଏ ଏହି ସୁଗନ୍ଧିରେ ।୤

କିଭଳି ବାଛିବେ ପରଫ୍ୟୁମ[ସମ୍ପାଦନା]

ସୁଗନ୍ଧି ବାଛିବାର ତିନିଟି ନିୟମ ଅଛି। ପସନ୍ଦ, ବ୍ୟକ୍ତିତ୍ୱ ଓ ସମୟ- ଏଇ ତିନିଟି ଦୃଷ୍ଟିରେ ରଖିବାକୁ ହେବ ସୁଗନ୍ଧି କିଣିଲା ବେଳେ । ସକାଳେ ହାଲୁକା ଏବଂ ରାତିରେ ଇଷତ୍ ତୀବ୍ର, ଗାଢ ସୁଗନ୍ଧି ବ୍ୟବହାର କରିବା ଉଚିତ। କିନ୍ତୁ କିଛିବ୍ୟକ୍ତି ନିଜ ପସନ୍ଦର ସୁଗନ୍ଧି ସବୁ ସମୟରେ ବ୍ୟବହାର କରିଥାନ୍ତି ।

କିଭଳି ଲଗାଇବେ[ସମ୍ପାଦନା]

ସାଧାରଣତଃ ସାଜସଜ୍ଜା ସରିବା ପରେ ଫାଇନାଲ ଟଚ୍ ଭାବେ ପରଫ୍ୟୁମ ଲଗାଯାଏ। ବିଶେଷ କରି ପଲସ୍ ପଏଣ୍ଟରେ ପରଫ୍ୟୁମ ସ୍ପ୍ରେ କରିବା ଉଚିତ। ଯେମିତିକି କାନ ପଛ ପଟେ, ଗଳା ପଛ ପଟେ, ବାହୁ ସନ୍ଧିରେ, କହୁଣୀରେ ପରଫ୍ୟୁମ ସ୍ପ୍ରେ କଲେ ସୁଗନ୍ଧି ଖୁବଶିଘ୍ର ଚାରିଆଡକୁ ବ୍ୟାପିଥାଏ। [୧]

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Burr, Chandler (2004). "The Emperor of Scent: A True Story of Perfume and Obsession" Random House Publishing. ISBN 978-0-375-75981-9
  • Edwards, Michael (1997). "Perfume Legends: French Feminine Fragrances". Crescent House Publishing. ISBN 0-646-27794-4.
  • Moran, Jan (2000). "Fabulous Fragrances II: A Guide to Prestige Perfumes for Women and Men". Crescent House Publishing. ISBN 0-9639065-4-2.
  • Turin, Luca (2006). "The Secret of Scent". Faber & Faber. ISBN 0-571-21537-8.
  • Stamelman, Richard: "Perfume - Joy, Obsession, Scandal, Sin". Rizzoli. ISBN 978-0-8478-2832-6. A cultural history of fragrance from 1750 to the present day.
  • Süskind, Patrick (2006). "Perfume: The Story of a Murderer". Vintage Publishing (English edition). ISBN 978-0-307-27776-3. A novel of perfume, obsession and serial murder. Also released as a movie with same name in 2006.

ଆଧାର[ସମ୍ପାଦନା]

  1. ପ୍ରମେୟ ରବିବାର, ପୃଷ୍ଠା-୧୦, ୧୨ ମେ ୨୦୧୩

ବାହାର ତଥ୍ୟ[ସମ୍ପାଦନା]