ସୁଗତା କୁମାରୀ

ଉଇକିପିଡ଼ିଆ‌ରୁ
ସୁଗତା କୁମାରୀ‌
ଜନ୍ମ ଓ ଜନ୍ମସ୍ଥାନସୁଗତା କୁମାରୀ‌
(1934-01-22)୨୨ ଜାନୁଆରୀ ୧୯୩୪
Aranmula, Kingdom of Travancore
ମୃତ୍ୟୁ୨୩ ଡିସେମ୍ବର ୨୦୨୦(2020-12-23) (ବୟସ ୮୬)
Thiruvananthapuram, Kerala, India
ବୃତ୍ତି
  • Poet
  • Environmentalist
  • Social activist
ଭାଷାMalayalam
ଜାତୀୟତାIndian
ଶିକ୍ଷାନୁଷ୍ଠାନUniversity College, Thiruvananthapuram
ସମୟ1957–2020
ସାହିତ୍ୟ କୃତିRaathrimazha, Ambalamani, Manalezhuthu
ପୁରସ୍କାର
ଜୀବନସାଥୀ
Dr. K. Velayudhan Nair
(death ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ1
ପିତାମାତା

ସୁଗତା କୁମାରୀ‌ (୨୨ ଜାନୁଆରୀ ୧୯୩୪-୨୩ ଡିସେମ୍ବର ୨୦୨୦) ଜଣେ ଭାରତୀୟ କବି ତଥା କାର୍ଯ୍ୟକର୍ତ୍ତା ଥିଲେ, ଯିଏ ଦକ୍ଷିଣ ଭାରତର କେରଳରେ ପରିବେଶ ତଥା ନାରୀବାଦୀ ଆନ୍ଦୋଳନର ଅଗ୍ରଭାଗରେ ଥିଲେ । ତାଙ୍କ ପିତା କେଶଭ ପିଲ୍ଲାଇ (ବୋଧେଶ୍ୱରନ ନାମରେ ଜଣାଶୁଣା), ଜଣେ ଗାନ୍ଧୀ ଚିନ୍ତକ ତଥା ଲେଖକ ଥିଲେ , ଯିଏ ଦେଶର ସ୍ୱାଧୀନତା ସଂଗ୍ରାମରେ ଜଡ଼ିତ ଥିଲେ ଏବଂ ମାତା ଭିକେ କର୍ଥିୟାଈନୀ ଆମ୍ମା ଜଣେ ସଂସ୍କୃତ ଶିକ୍ଷକ ତଥା ଜଣାଶୁଣା ପଣ୍ଡିତ ଥିଲେ । ପ୍ରକୃତିର ସୁରକ୍ଷା ପାଇଁ ଏକ ସଂଗଠନ ଏବଂ ଅଭୟ, ଗରିବ ମହିଳାଙ୍କ ପାଇଁ ଏକ ଘର ଏବଂ ମାନସିକ ରୋଗୀଙ୍କ ପାଇଁ ଏକ ଦିନ ଯତ୍ନ କେନ୍ଦ୍ର କରିଥିଲେ । ସେ କେରଳ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଥିଲେ ।[୧]

ଜଣେ ପ୍ରତିବଦ୍ଧ ସଂରକ୍ଷଣବାଦୀ, ସୁଗତା କୁମାରୀ ଥିରୁବନନ୍ତପୁରମ ପ୍ରକୃତିର ସଂରକ୍ଷଣ ପାଇଁ ସଚିବ ଭାବରେ କାର୍ଯ୍ୟ କରିଥିଲେ । ୧୯୭୦ ଦଶକର ଶେଷରେ ସେ ଦେଶର ଏକ ପୁରାତନ ପ୍ରାକୃତିକ ଜଙ୍ଗଲ, କେରଳର ସାଇଲେଣ୍ଟ ଉପତ୍ୟକାକୁ ଯୋଜନାବଦ୍ଧ ଜଳ ବିଦ୍ୟୁତ ପ୍ରକଳ୍ପର ଜଳମଗ୍ନରୁ ରକ୍ଷା କରିବା ପାଇଁ ସେଭ ସାଇଲେଣ୍ଟ ଭ୍ୟାଲି ନାମରେ ଏକ ସଫଳ ଦେଶ ବ୍ୟାପୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

ପୁରସ୍କାର ଏବଂ ସ୍ୱୀକୃତି[ସମ୍ପାଦନା]

ସୁଗତା କୁମାରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟଗୁଡିକରେ ମୁଥୁଚି ପିକାଲ, ପାଥୀରାପୁକ୍କାଲ, କୃଷ୍ଣ କବିତାକାଲ, ରତ୍ରିମାଜା ଏବଂ ମନେଲୁଜୁଥୁ ଅନ୍ତର୍ଭୁକ୍ତ । ସେ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୮), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୮), ଓଡ଼କ୍କୁଜାଲ ପୁରସ୍କାର (୧୯୮୨), ଭାୟାଲ ପୁରସ୍କାର (୧୯୮୪), ଇନ୍ଦିରା ପ୍ରିୟଦର୍ଶିନୀ ଶ୍ରୀକୃଷ୍ଣ ମିତ୍ର ପୁରସ୍କାର (୧୯୮୬), ଆସାନ ପୁରସ୍କାର (୧୯୯୧), ସହିତ ଅନେକ ପୁରସ୍କାର ଏବଂ ସ୍ୱୀକୃତି ଲାଭ କରିଥିଲେ । ଭାଲାଥୋଲ ପୁରସ୍କାର (୨୦୦୩), କେରଳ ସାହିତ୍ୟ ଏକାଡେମୀ ଫେଲୋସିପ (୨୦୦୪), ଏଜୁଥାଚାନ ପୁରସ୍କାରମ (୨୦୦୯), ସରସ୍ବତୀ ସାମନ (୨୦୧୨), ମାଥୄଭୂମି ସାହିତ୍ୟ ପୁରସ୍କାର (୨୦୧୪) ଏବଂ ONV ସାହିତ୍ୟ ପୁରସ୍କାର (୨୦୧୭) ପ୍ରାପ୍ତ କରିଥିଲେ । ୨୦୦୬ ମସିହାରେ ଟାଙ୍କି ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସୁଗତା କୁମାରୀଙ୍କ ସ୍ୱାମୀ କେ. ଭେଲାୟୁଧାନ ନାୟାର (୨୦୦୩ ମସିହାରେ ମୃତ୍ୟୁ ବରଣ କରିଥିଲେ) ଜଣେ ଶିକ୍ଷାବିତ ତଥା ଲେଖକ ଥିଲେ ଯିଏ ଶିକ୍ଷାଗତ ମନୋବିଜ୍ଞାନୀ ଥିଲେ ।[୨] ସେମାନଙ୍କର ଗୋଟେ ଝିଅ ଲେକ୍ସମି ଦେବୀ ଥିଲେ ।[୩] ସୁଗତାଙ୍କ ବଡ଼ ଭଉଣୀ ହ୍ରିଦୟା କୁମାରୀ ଜଣେ ସାହିତ୍ୟିକ ସମାଲୋଚକ ବକ୍ତା ତଥା ଶିକ୍ଷାବିତ ଥିଲେ ।[୪][୫] କେରଳ ସରକାର ସୁଗତା କୁମାରୀଙ୍କ ପୈତୃକ ଘର ଭାଜୁଭେଲିଲ ତରଭାଦୁଙ୍କୁ ତାଙ୍କର ୮୪ ତମ ଜନ୍ମଦିନରେ ସଂରକ୍ଷିତ ସ୍ମାରକୀ ଭାବରେ ଘୋଷଣା କରିଛନ୍ତି । [୬]

ଭାରତରେ COVID-19 ମହାମାରୀ ସମୟରେ COVID-19ର ଜଟିଳତା ହେତୁ ସୁଗତା କୁମାରୀଙ୍କର ୮୭ତମ ଜନ୍ମଦିନର ତିରିଶ ଦିନ ପରେ ତିରୁଅନନ୍ତପୁରମର ସରକାରୀ ମେଡିକାଲ କଲେଜରେ ମୃତ୍ୟୁ ଘଟିଥିଲା ।[୭][୮][୯]

ଆଧାର[ସମ୍ପାଦନା]

  1. "Status of women declining: Sugathakumari". The Hindu. Thiruvananthapuram, India. 3 November 2000. Archived from the original on 29 January 2002. Retrieved 27 May 2013.
  2. "Educationist Velayudhan Nair dead". The Times of India. Indiatimes.com. 22 September 2013. Archived from the original on 3 November 2013. Retrieved 27 May 2013.
  3. name=":3">"Eminent poet-activist Sugathakumari no more". Outlook India. Retrieved 24 December 2020.
  4. "Sugathakumari, a pensive poet who fought for nature and mankind, passes away". The News Minute (in ଇଂରାଜୀ). 23 December 2020. Retrieved 24 December 2020.
  5. "Poet Sugathakumari passes away". Mathrubhumi (in ଇଂରାଜୀ). Archived from the original on 23 December 2020. Retrieved 24 December 2020.
  6. Jan 23, TNN / Updated; 2018; Ist, 10:55. "Poet Sugathakumari's ancestral home declared protected monument | Thiruvananthapuram News - Times of India". The Times of India (in ଇଂରାଜୀ). Retrieved 26 December 2019. {{cite web}}: |last2= has numeric name (help)CS1 maint: numeric names: authors list (link)
  7. "Renowned Malayalam poet-activist Sugathakumari dies of covid-19 complications". Indian Express. 23 December 2020. Retrieved 23 December 2020.
  8. "Eminent poet-activist Sugathakumari no more". Outlook. 23 December 2020. Retrieved 23 December 2020.
  9. "കവി സുഗതകുമാരി അന്തരിച്ചു; കൊവിഡ് ബാധിതയായിരുന്നു". Asianetnews.com.