ସିଦ୍ଧି ବିନାୟକ ମନ୍ଦିର, ସିଦ୍ଧଟେକ
ସିଦ୍ଧି ବିନାୟକ ମନ୍ଦିର, ସିଦ୍ଧଟେକ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Ahmednagar District |
ଦେବାଦେବୀ | ସିଦ୍ଧି ବିନାୟକ ରୂପରେ ଗଣେଶ |
Festivals | Ganesh Chaturthi, Ganesh Jayanti |
Location | |
ସ୍ଥାନ | Siddhatek |
State | ମହାରାଷ୍ଟ୍ର |
Country | ଭାରତ |
ଭୌଗଳିକ ଅବସ୍ଥିତି | 18°26′38.81″N 74°43′34.53″E / 18.4441139°N 74.7262583°E |
Architecture | |
Type | Mandir architecture |
ଅହିଲ୍ୟାବାଇ ହୋଲକାର (Ahilyabai Holkar | |
Date established | Before 17th century |
Completed | 18th century |
ସିଦ୍ଧି ବିନାୟକ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ସିଦ୍ଧଟେକରେ ଅବସ୍ଥିତ ଓ ଜ୍ଞାନ ଦେବତା ଗଣେଶଙ୍କୁ ସମର୍ପିତ । ଅଷ୍ଟବିନାୟକ ମନ୍ଦିର ମଧ୍ୟରୁ ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ଥିବା ଏକମାତ୍ର ମନ୍ଦିର ।[୧]
ସ୍ଥାନ
[ସମ୍ପାଦନା]ଆହମଦନଗର ଜିଲ୍ଲାର କାର୍ଯାତ ତାଲୁକାରେ ଥିବା ଭୀମ ନଦୀର ଉତ୍ତର ଦିଗ କୂଳରେ ଏହି ମନ୍ଦିର ଅବସ୍ଥିତ ।[୨] ଏଠାରୁ ୧୯ କିମି ଦୂରରେ ଦାଉନ୍ଦ ଷ୍ଟେସନ ଅଛି । ନଦୀର ଦକ୍ଷିଣ ତୀରରେ ଥିବା ପୁଣେ ଜିଲ୍ଲାର ଏକ ଛୋଟ ଶିରପୁର ଗ୍ରାମରୁ ଡଙ୍ଗାରେ ବା ନୂତନ ନିର୍ମିତ ପୋଲ ଉପରେ ମନ୍ଦିରକୁ ଯାଇ ହୁଏ ।[୨][୩]
ସିଦ୍ଧଟେକ ଗ୍ରାମଠାରୁ ଏକ କିମି ଦୂରରେ ଏକ ପାହାଡ଼ ଉପରେ ପତ୍ର ବହୁଳ ବାବୁଲ (Babul) ବୃକ୍ଷମାନଙ୍କ ଗହଳରେ ଏହି ମନ୍ଦିର ଅବସ୍ଥିତ ।[୪] ଗଣେଶଙ୍କୁ ଖୁସି କରିବା ପାଇଁ ଭକ୍ତମାନେ ଏହି ପାହାଡ଼କୁ ୭ ଥର କଣ୍ଟା ବୁଦା ବହୁଳ ପଥରେ ପ୍ରଦକ୍ଷିଣ କରନ୍ତି ।[୩]
ଧାର୍ମିକ ମହତ୍ତ୍ୱ
[ସମ୍ପାଦନା]ଅଷ୍ଟବିନାୟକ ମଧ୍ୟରେ ସିଦ୍ଧଟେକ ହେଉଛି ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଓ ଭକ୍ତମାନେ ଏହି ସହଜ ରାସ୍ତାରେ ଯିବା ଆସିବା କରନ୍ତି ।.[୧]
ଏକ ବିଶ୍ୱାସ ଅନୁସାରେ ଡାହାଣ ଦିଗକୁ ଥୋଡପାହାଡ଼ ଥିବା ଗଣେଶ ଅତି ଶକ୍ତିଶାଳୀ ଓ ତାଙ୍କୁ ଖୁସି କରିବା ସହଜ ନୁହେଁ ।[୪][୫] ଏହା ଏକ ମାତ୍ର ଡାହାଣ ଦିଗକୁ ଥୋଡପାହାଡ଼ ଥିବା ଗଣେଶ ବିଶଷ୍ଟ ଅଷ୍ଟବିନାୟକ ମନ୍ଦିର ।[୫] ଏହି ଡାହାଣ ଦିଗକୁ ଥୋଡପାହାଡ଼ ଥିବା ଗଣେଶଙ୍କୁ ସିଦ୍ଧିବିନାୟକ କୁହାଯାଏ । ସେ ସିଦ୍ଧି ବା ଅଲୌକିକ ଶକ୍ତିଦାତା ଅଟନ୍ତି ।[୫] ଏହି ମନ୍ଦିରକୁ ଜାଗୃତ କ୍ଷେତ୍ର ମଧ୍ୟ କୁହାଯାଏ ।[୨]
ମୁଦଗଳ ପୁରାଣ (Mudgala Purana) ଅନୁସାରେ, ଯୋଗନିଦ୍ରାରେ ଶୟନ କରିଥିବା ବିଷ୍ଣୁଙ୍କ ନାଭିରୁ ଜାତ ଏକ କମଳ ଉପରେ ବ୍ରହ୍ମା ଉପଦେଶନ କରି ସୃଷ୍ଟି ରଚନା କରୁଥିବା ସମୟରେ ମଧୁ କୈଟବ ନାମକ ଦୁଇ ଅସୁର ବିଷ୍ଣୁଙ୍କ କାନରୁ ଜାତ ହୋଇ ସୃଷ୍ଟି ରଚନାକୁ ଅଶାନ୍ତ କଲେ । ଏଣୁ ବିଷ୍ଣୁଙ୍କ ଯୋଗନିଦ୍ରା ଭଙ୍ଗ ହେଲା । ସେହି ଦୁଇ ଅସୁରଙ୍କ ସାଥିରେ ଯୁଦ୍ଧ କରି ବିଷ୍ଣୁ ତାଙ୍କୁ ପରାସ୍ତ କରିପାରିଲେନି । ଏହାର କାରଣ ସେ ଶିବଙ୍କୁ ପ୍ରଶ୍ନ କରିବାରୁ ଶିବ ତାଙ୍କୁ ଗଣେଶଙ୍କୁ ସିଦ୍ଧି ନିମନ୍ତେ ଯୁଦ୍ଧ ପୂର୍ବରୁ ପୂଜା ନକରିଥିବାରୁ ଏହି ସମସ୍ୟା ଜାତ ହେଉଥିବା କହିଲେ । ତେଣୁ ସିଦ୍ଧଟେକରେ ବିଷ୍ଣୁ “ଓଁ ଶ୍ରୀ ଗଣେଶାୟ ନମଃ” ଜପ କରିବାରୁ ଗଣେଶ ପ୍ରୀତ ହୋଇ ଆଶୀର୍ବାଦ କଲେ । ସେହି ସିଦ୍ଧି ପ୍ରାପ୍ତ ହୋଇ ବିଷ୍ଣୁ ଯୁଦ୍ଧରେ ଜୟଯୁକ୍ତ ହେଲେ । ସିଦ୍ଧିପ୍ରାପ୍ତ ହୋଇଥିବା ସ୍ଥାନକୁ ସିଦ୍ଧିଟେକ କୁହାଗଲା ।[୫]
ଇତିହାସ
[ସମ୍ପାଦନା]ମୂଳ ମନ୍ଦିରକୁ ବିଷ୍ଣୁ ତିଆରି କରିଥିବା ବିଶ୍ୱାସ କରାଯାଏ । ସମୟ କ୍ରମେ ତାହା ନଷ୍ଟ ହୋଇଗଲା । ପରବର୍ତ୍ତୀ କାଳରେ ଗୋଟିଏ ଗଉଡ଼ ସ୍ବପ୍ନରେ ସେହି ପୁରାତନ ମନ୍ଦିର ଦେଖି ତାହାକୁ ଖୋଜି ବାହାର କରିଥିଲା । ସେହି ଗଉଡ ତାଙ୍କୁ ପୂଜା କରିବାକୁ ଲାଗିଲା ଓ ଲୋକମାନେ ସେ ମନ୍ଦିର ବିଷୟ ଜାଣିବାକୁ ପାଇଲେ ।[୨] ଆଧୁନିକ ମନ୍ଦିରକୁ ଅଷ୍ଟାଦଶ ଶତାବ୍ଦୀରେ “ଦାର୍ଶନିକ ରାଣୀ” ଇନ୍ଦୋରର ରାଣୀ ଅହିଲ୍ୟାବାଇ ହୋଲକାର (Ahilyabai Holkar) ନିର୍ମାଣ କରେଇଥିଲେ । ସେ ଅନେକ ହିନ୍ଦୁ ମନ୍ଦିର ନିର୍ମାଣ ତଥା ନବୀକରଣ କରେଇଥିଲେ । ପେଶୱା ଶାସକଙ୍କର ଏକ କର୍ମଚାରୀ ସର୍ଦ୍ଦାର ହରିପନ୍ତ ଗୋଟିଏ ନଗରଖାନା ତୋଳେଇଥିଲେ ଓ ଗୋଟିଏ ରାସ୍ତା ତିଆରି କରେଇଥିଲେ ଯାହା ମନ୍ଦିର ଦ୍ୱାର ପାଖକୁ ଲମ୍ବିଥିଲା ।[୪]
ହରିପନ୍ତ ଫାଦକେ ଦୈନିକ ୨୧ ଥର ୨୧ ଦିନ ପର୍ଯ୍ୟନ୍ତ ମନ୍ଦିର ପରିକ୍ରମା କରିବା ପରେ କମାଣ୍ଡର-ଇନ-ଚିଫ ପଦବୀ ପାଇଥିଲେ ।[୨][୬] ବରୋଦାର ମାଇରାଳ ନାମକ ଏକ ଜମିଦାର ସଭା ମଣ୍ଡପ ୧୯୩୯ ମସିହାରେ ତିଆରି କରେଇଥିଲେ ଓ ୧୯୭୦ ମସିହାରେ ତାହାର ପୁନର୍ନିମାଣ କରାଯାଇଥିଲା ।[୬]
ଗାଣପତ୍ୟ ଗୋଷ୍ଠୀର ସନ୍ଥ ମୌର୍ଯ୍ୟ ଗୋସାବି (୧୩୦୦-୧୭୦୦ ଶତାବ୍ଦୀ) ଓ ତାଙ୍କର ପୁତ୍ର ନାରାୟଣ ମହାରାଜ ମନ୍ଦିରରେ ପୂଜା କରି କରି ସିଦ୍ଧିପ୍ରାପ୍ତ ହୋଇଥିଲେ ।[୨] ଅଧୁନା ମନ୍ଦିରଟି ଚିଞ୍ଚୱାଡା ଦେବସ୍ଥାନ ଟ୍ରଷ୍ଟଦ୍ୱାରା ପରିଚାଳିତ ହେଉଛି । ମୋରଗାଓଁ ଓ ଥେଉର ଅଷ୍ଟବିନାୟକ ମନ୍ଦିରର ପରିଚାଳନା ମଧ୍ୟ ଉକ୍ତ ଟ୍ରଷ୍ଟ ପରିଚାଳନା କରେ ।[୬][୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Anne Feldhaus (2003). "Connected places: region, pilgrimage, and geographical imagination in India". Palgrave Macmillan. pp. 142, 145–6. ISBN 978-1-4039-6324-6.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Siddhatek". The Official Website of Ahmednagar District. National Informatics Centre, District –Ahmednagar. 2009. Retrieved 26 August 2011.
- ↑ ୩.୦ ୩.୧ Subramuniya (2000). Loving Ganesa: Hinduism's Endearing Elephant-Faced God. Himalayan Academy Publications. pp. 279–80. ISBN 9780945497776.
{{cite book}}
:|work=
ignored (help) - ↑ ୪.୦ ୪.୧ ୪.୨ Gunaji, Milind (2003). "Siddhatek". Offbeat tracks in Maharashtra. Popular Prakashan. pp. 104–5. ISBN 9788171546695.
- ↑ ୫.୦ ୫.୧ ୫.୨ ୫.୩ Grimes pp. 117-8
- ↑ ୬.୦ ୬.୧ ୬.୨ "SHREE SIDDHIVINAYAK - SIDDHATEK". Ashtavinayaka Darshan Online. Archived from the original on 2011-09-04. Retrieved 2022-09-09.
- ↑ As per the official receipt of donation, provided by the Morgaon temple