ସିଗିରିୟା

ଉଇକିପିଡ଼ିଆ ରୁ
Jump to navigation Jump to search
ସିଗିରିଆ
ସିଗିରିୟା
ସିଂହଗିରି
Sigiriya.jpg
ମୁଖ୍ୟ ପ୍ରବେଶପଥରୁ ସିଗିରିଆ ପାହାଡ଼
ଅବସ୍ଥାନକେନ୍ଦ୍ରୀୟ ଶ୍ରୀଲଙ୍କା
ଦିଗବାରେଣି07°57′25″N 80°45′35″E / 7.95694°N 80.75972°E / 7.95694; 80.75972Coordinates: 07°57′25″N 80°45′35″E / 7.95694°N 80.75972°E / 7.95694; 80.75972
Official name: ପ୍ରାଚୀନ ସିଗିରିଆ ନଗର
ପ୍ରକାରସାଂସ୍କୃତିକ
ମାନଦଣ୍ଡii, iii, iv
Designated୧୯୮୨ (୬ଷ୍ଠ ସମ୍ମିଳନୀ)
Reference no.202
UNESCO RegionAsia-Pacific
ସିଗିରିୟା is located in Sri Lanka
ସିଗିରିୟା
Location of ସିଗିରିଆ
ସିଗିରିୟା
ସିଂହଗିରି in Sri Lanka

ସିଗିରିଆ, ସିଗିରିୟା ବା ପ୍ରାଚୀନ ସିଂହଗିରି (ଈଂରାଜୀରେ Sigiriya, ସିଂହଳୀ ଭାଷାରେ සීගිරිය, ତାମିଲ୍ ଭାଷାରେ சிகிரியா) ଶ୍ରୀଲଙ୍କାର ମାତାଲେ ଜିଲ୍ଲାର ଉତ୍ତରାଞ୍ଚଳରେ ଅବସ୍ଥିତ । ଏକ ଲଣ୍ଡା ପାହାଡ଼ ବା ବିରାଟକାୟ ପଥର ଉପରେ ନିର୍ମିତ ଏହି ପ୍ରାଚୀନ ସହରରେ ଏକ ଦୁର୍ଗର ଅବଶେଷ ରହିଛି । କେନ୍ଦ୍ରୀୟ ଶ୍ରୀଲଙ୍କାର ଡାମ୍ବୁଲା ସହରରୁ ଅଳ୍ପ ଦୂରରେ ସିଗିରିଆ ଅବସ୍ଥିତ । ପ୍ରାୟ ୨୦୦ ମିଟର୍ ଉଚ୍ଚ ଏକ ଲଣ୍ଡା ପାହାଡ଼ ବା ବିରାଟ ପଥର ଉପରେ ରହିଥିବା ସିଗିରିଆ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ । କୁଳବଂଶ ନାମକ ଏକ ପ୍ରାଚୀନ ସିଂହଳୀ ଲେଖା ଅନୁଯାୟୀ ଅନୁରାଧାପୁରର ରାଜା ପ୍ରଥମ କଶ୍ୟପ (୪୭୭ – ୪୯୫ ଖ୍ରୀ.) ସିଗିରିଆଠାରେ ନିଜର ନୂତନ ରାଜଧାନୀ ସ୍ଥାପନ କରିବା ପାଇଁ ସ୍ଥିର କରିଥିଲେ । ଲଣ୍ଡା ପାହାଡ଼ ଉପରେ ନିଜର ରାଜମହଲ ନିର୍ମାଣ କରାଇ ସେ ପଥରର ସମସ୍ତ ପାର୍ଶ୍ୱରେ ରଙ୍ଗବିରଙ୍ଗ ଭତ୍ତି ଚିତ୍ର ଅଙ୍କିତ କରାଇଥିଲେ । ପାହାଡ଼ ପାର୍ଶ୍ୱର ମଝାମଝି ସେ ସିଂହ ଆକୃତିର ଏକ ବିରାଟ ପ୍ରବେଶ ତୋରଣ ମଧ୍ୟ ନିର୍ମାଣ କରାଇଥିଲେ । ତେଣୁ ଏହି ସ୍ଥାନର ନାମ ସିଂହଗିରି ରଖାଯାଇଥିଲା । ରାଜାଙ୍କ ମୃତ୍ୟୁ ପରେ ଲୋକେ ରାଜମହଲ ଓ ଏହି ରାଜଧାନୀକୁ ପରିତ୍ୟାଗ କରି ଅନ୍ୟତ୍ର ଚାଲିଯାଇଥିଲେ । ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ବୌଦ୍ଧ ବିହାର ଭାବେ ବ୍ୟବହୃତ ହୋଇଆସୁଥିଲା ।[୧]

ବର୍ତ୍ତମାନ ସମୟରେ ସିଗିରିୟା UNESCOଦ୍ୱାରା ମାନ୍ୟତାପ୍ରାପ୍ତଏକ ବିଶ୍ୱ ଐତିହ୍ୟ ସ୍ଥଳ । ବିଭିନ୍ନ ସଂରକ୍ଷିତ ପ୍ରାଚୀନ ନଗର ଶୈଳୀ ଓ ଯୋଜନା ମଧ୍ୟରେ ଏହାର ସଂରକ୍ଷଣ ଶ୍ରେଷ୍ଠ ରୂପେ କରାଯାଇଛି ।[୨]

ସିଗିରିଆର ଅତୀତ ସମ୍ପର୍କିତ ତଥ୍ୟ[ସମ୍ପାଦନା]

କିମ୍ବଦନ୍ତୀ ତଥ୍ୟ[ସମ୍ପାଦନା]

ଲାଲ୍ ଶ୍ରୀନିବାସ ଓ ମିରାଣ୍ଡୋ ଓବେସେକାରାଙ୍କ ବିବରଣୀ ଅନୁଯାୟୀ ପ୍ରସିଦ୍ଧ ଐତିହାସିକ ବା ପୌରାଣିକ ଚରିତ୍ର ରାବଣର ସମୟର ପ୍ରତ୍ନତାତ୍ତ୍ୱିକ ଚିହ୍ନ । ସେମାନଙ୍କ ଅନୁଯାୟୀ, ରାମାୟଣରେ ବର୍ଣ୍ଣିତ ରାବଣର ସାବତ ଭାଇ ରାଜା କୁବେରଙ୍କଦ୍ୱାରା ୫୦୦୦ ବର୍ଷ ପୂର୍ବେ ଯେଉଁ ଅଳକାମଣ୍ଡପ (ଦେବନଗରୀ) ନିର୍ମିତ ହୋଇଥିଲା, ତାହାକୁ ବର୍ତ୍ତମାନ ଆମେ ସିଗିରିୟା ନାମରେ ଜାଣୁ ।

ରାବଣ ସମ୍ପର୍କୀୟ ଏକ ତାଳପତ୍ର ପୋଥି ରାବଣ ୱଥ ଅନୁସାରେ ମୟ ନାମକ ଜଣେ ଦାନବ ହେଉଛନ୍ତି ସିଗିରିୟାର ସ୍ଥପତି । ରାବଣର ପିତା ରାଜା ବିଷ୍ଟବାସ (ବେଶମୁନି – ସମ୍ଭବତଃ ବିଶ୍ରବା) ମୟଙ୍କୁ ଏହି ନଗରୀ ନିର୍ମାଣ କରିବାକୁ ଆଦେଶ ଦେଇଥିଲେ । ସେ ସମୟରେ ସିଗିରିୟା ଅଳକାମଣ୍ଡପ ରୂପେ ପରିଚିତ ଥିଲା ଓ କୁବେରଙ୍କ ଶାସନକାଳରେ ଏହାକୁ ଚିତ୍ରକୂଟ ବୋଲି କୁହାଯାଉଥିଲା । ରାବଣର ମୃତ୍ୟୁ ପରେ ବିଭୀଷଣ ରାଜା ହେଲେ ଓ ସେ ନିଜର ରାଜଧାନୀକୁ କେଳନୀୟକୁ ସ୍ଥାନାନ୍ତରିତ କରିଥିଲେ । ପୁଣି ଉପରୋକ୍ତ ପୋଥି ଅନୁଯାୟୀ ରାଜା ଚିତ୍ତରାଜ ଅଳକାମଣ୍ଡପକୁ ନିଜର ଆବାସସ୍ଥଳୀ ରୂପେ ବ୍ୟବହାର କରିଥିଲେ । ଚିତ୍ତରାଜ ବିଭୀଷଣଙ୍କ ସମ୍ପର୍କୀୟ ଓ ଯକ୍ଷ କୁଳର ଥିଲେ । ଚିତ୍ତରାଜ ରାଜକୁମାର ପଣ୍ଡୁକଭୟଙ୍କୁ ରାଜ ସିଂହାସନ ଆରୋହଣରେ ସାହାଯ୍ୟ କରିଥିଲେ । ପଣ୍ଡୁକଭୟଙ୍କ ପିତାମାତା ଚିତ୍ତରାଜଙ୍କ ସମ୍ପ୍ରଦାୟ ଥିଲେ ।

ପୁଣି ରାବଣ ୱଥରେ ଆହୁରି ଉଲ୍ଲିଖିତ ଅଛି ଯେ ରାଜକୁମାର ରାଜା ଦାତୁସେନ (ଧାତୁସେନ)ଙ୍କ ପୁତ୍ର ରାଜକୁମାର କଶ୍ୟପ ଚିତ୍ରକୂଟକୁ ନିଜ ବାସଭବନ ରୂପେ ଚୟନ କରିଥିଲେ । ତାଙ୍କ ମାତା ଯକ୍ଷିଣୀ ଥିବାରୁ ସେ ଚିତ୍ରକୂଟରେ ରହିବା ପାଇଁ ଇଚ୍ଛା କରିଥିଲେ । ରାବଣ ପରି କଶ୍ୟପ ମଧ୍ୟ ଚିତ୍ରକୂଟର ରକ୍ଷଣାବେକ୍ଷଣ କରିଥିଲେ । ଚିତ୍ରକୂଟର ଭିତ୍ତି ଚିତ୍ର ସିଂହଳ ବା ଶ୍ରୀଲଙ୍କାର ବିଭିନ୍ନ ଛାପ ଦେଖିବାକୁ ମିଳେ । ରାବଣ ୱଥର ବଣ୍ଣନା ଅନୁସାରେ ସିଂହଳରେ ନୀଳବର୍ଣ୍ଣର ଯକ୍ଷ ଜାତି, ନାଗ ଜାତି, ଦେବ ଜାତି ଓ ଗନ୍ଧର୍ବ ଜାତିର ମହିଳାଙ୍କ ଚିତ୍ର ଓ ବିଭିନ୍ନ ପ୍ରସ୍ଫୁଟିତ ଫୁଲର ଚିତ୍ର ଦେଶରେ ଶାନ୍ତି, ମୈତ୍ରୀ ଓ ଏକତାର ଭାବ ସୂଚିତ କରେ ।[୩]

ଐତିହାସିକ ତଥ୍ୟ[ସମ୍ପାଦନା]

ସିଗିରିୟାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରାଗୈତିହାସିକ କାଳରୁ ଜନବସତି ରହିଥିବାର ଅନୁମାନ କରାଯାଏ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ସମୟରୁ ସିଗିରିୟାର ଗୁମ୍ଫା ଓ ପାହାଡ଼ ଖୋପ ମଧ୍ୟରେ ବୌଦ୍ଧ ଭିକ୍ଷୁ ଓ ସନ୍ୟାସୀମାନେ ବାସ କରୁଥିବାର ସ୍ପଷ୍ଟ ପ୍ରମାଣ ମିଳିଛି । ସିଗିରିୟା ପାହାଡ଼ର ପୂର୍ବ ପଟକୁ ରହିଥିବା ଆଲିଗାଲା ପଥର ଖୋଲରେ ମଧ୍ୟପାଷାଣ ଯୁଗରୁ (ପ୍ରାୟ ୫୦୦୦ ବର୍ଷ ପୂର୍ବେ) ଜନବସତି ରହିଥିବାର ପ୍ରମାଣ ମିଳେ, ଯାହା ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳର ସର୍ବପ୍ରାଚୀନ ଜନବସତି ।

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ବେଳକୁ ସିଗିରିୟା ପାହାଡ଼ର ପଶ୍ଚିମ ଓ ଉତ୍ତର ପଟେ ଥିବା ପ୍ରସ୍ତରମୟ ଛୋଟ ବଡ଼ ପାହାଡ଼ରେ ବୌଦ୍ଧ ଭିକ୍ଷୁ ଓ ସନ୍ୟାସୀମାନଙ୍କ ଜନବସତି ଗଢ଼ି ଉଠିଥିଲା । ଏହି ସମୟରେ ଅନେକ ଗୁମ୍ଫା ଓ ପ୍ରସ୍ତର ଖୋପ ଆବାସସ୍ଥଳୀ ନିର୍ମିତ ହୋଇଥିଲା । ବଡ଼ ବଡ଼ ପଥରର ସନ୍ଧିରେ ବା ତଳେ ଏହି ସବୁ ଗୁମ୍ଫା ଓ ଆବାସ ସ୍ଥଳୀ ନିର୍ମିତ ହୋଇଥିଲା ଯେଉଁଥିରେ ଆବାସ ମଧ୍ୟକୁ ପାଣି ନ ପଶିବା ପାଇଁ ପଥର ବନ୍ଧ ରହିଥିଲା । ଗୁମ୍ଫା କାନ୍ଥରେ ଅବା ବନ୍ଧରେ ବିଭିନ୍ନ ଶିଳାଲେଖ ଦେଖିବାକୁ ମିଳେ ଯେଉଁଥିରୁ ଜଣାଯାଏ ଯେ ବୌଦ୍ଧ ସନ୍ୟାସୀଙ୍କ ରହିବା ପାଇଁ ଏହି ସବୁ ଗୁମ୍ଫା ଅନୁଦାନ ରୂପେ ଦିଆଯାଇଥିଲା । ଏହି ସବୁ ପ୍ରସ୍ତର ନିର୍ମିତ ଆବାସ ସ୍ଥଳୀ ଓ ସେମାନଙ୍କ ଅନୁଦାନର ସମୟ ପ୍ରାୟ ଖ୍ରୀ.ପୂ. ୩ୟ ଶତାବ୍ଦୀରୁ ଖ୍ରୀ. ୧ମ ଶତାବ୍ଦୀ ପର୍ଯ୍ୟନ୍ତ ହେବ ।

ଖ୍ରୀଷ୍ଟାବ୍ଦ ୪୭୭ରେ ଅନୁରାଧାପୁରର ରାଜା ଧାତୁସେନ ଓ ତାଙ୍କର ଜଣେ ରକ୍ଷିତାଙ୍କ ମିଳନରୁ ଜାତ ପୁତ୍ର କଶ୍ୟପ ରାଜା ଧାତୁସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଥିଲେ । ଏଥିରେ ମିଗାରା ; ଯେକି ଏକାଧାରରେ ରାଜା ଧାତୁସେନଙ୍କ ଭଣଜା ଓ ତାଙ୍କ ସେନାର ମୁଖ୍ୟ ସେନାପତି ଥିଲେ ; କଶ୍ୟପଙ୍କୁ ସାହାଯ୍ୟ କରିଥିଲେ । ରାଜ୍ୟର ସେନାବାହିନୀକୁ ନେଇ କରାଯାଇଥିବା ଏହି ରାଜ୍ୟ ଅକ୍ତିଆର ସମୟରେ ସିଂହାସନର ପ୍ରକୃତ ଦାବିଦାର ମୋଗ୍ଗାଲ୍ଲନା (ଧାତୁସେନ ଓ ତାଙ୍କ ପାଟ ରାଣୀଙ୍କ ପୁତ୍ର) ଜୀବନ ଭୟରେ ରାଜ୍ୟ ଛାଡ଼ି ଦକ୍ଷିଣ ଭାରତକୁ ପଳାୟନ କରିଥିଲେ । କାଳେ ମୋଗ୍ଗାଲ୍ଲନା ସୈନ୍ୟବଳ ସଂଗ୍ରହ କରି ପୁଣି ଆକ୍ରମଣ କରିବେ ବିଚାର କରି କଶ୍ୟପ ନିଜ ରାଜ୍ୟ ଅନୁରାଧାପୁରର ରାଜଧାନୀ ସିଗିରିୟାକୁ ଘୁଞ୍ଚାଇ ନେଇଗଲେ । ସିଗିରିୟା ବା ସିଂହଗିରି ଅପେକ୍ଷାକୃତ ଭାବେ ବିପଦମୁକ୍ତ ଥିଲା । ଖ୍ରୀ. ୪୭୭ରୁ ୪୯୫ ପର୍ଯ୍ୟନ୍ତ କଶ୍ୟପଙ୍କ ରାଜୁତି କାଳରେ ସିଗିରିୟା ଏକ ଉନ୍ନତ ନଗରୀ ଓ ଦୁର୍ଗରେ ପରିଣତ ହୋଇଥିଲା ।[୧][୨] ସିଗିରିୟାର ନିର୍ମିତ ଅଧିକାଂଶ କୋଠା, ଦୁର୍ଗ, ଉଦ୍ୟାନ ଇତ୍ୟାଦି ଏହି ସମୟର ।

ରାଜା କଶ୍ୟପ ହେଉଛନ୍ତି ରାଜା ଧାତୁସେନଙ୍କ ପୁତ୍ର ବୋଲି କୁଳବଂଶରେ ଉଲ୍ଲେଖ ରହିଛି । କଶ୍ୟପ ନିଜ ପିତାଙ୍କୁ ଜୀବିତାବସ୍ଥାରେ ଚାରି କାନ୍ଥ ମଧ୍ୟରେ ପୋତାଇ ହତ୍ୟା କରିଥିଲେ ଓ ନିଜ ସାବତ ଭାଇ ମୋଗ୍ଗାଲ୍ଲନାଙ୍କ ସିଂହାସନକୁ ବଳପୂର୍ବକ ଅକ୍ତିଆର କରିନେଇଥିଲେ । ମୋଗ୍ଗାଲ୍ଲନା ଜୀବନ ଭୟରେ ଭାରତ ପଳାୟନ କରି ସେଠାରେ ପ୍ରତିଶୋଧ ନେବାପାଇଁ ଯୋଜନା କରିବାକୁ ଲାଗିଲେ । ଭାରତରେ ନିଜର ଏକ ସେନା ଗଠନ କରି ଶ୍ରୀଲଙ୍କା ଫେରିଯାଇ ନିଜ ରାଜ୍ୟ ଅଧିକାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ମୋଗ୍ଗାଲ୍ଲନାଙ୍କ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ ବୋଲି ବିଚାର କରି ସିଗିରିୟା ପାହାଡ଼ ଦୁର୍ଗର ସର୍ବୋଚ୍ଚ ସ୍ଥାନରେ କଶ୍ୟପ ନିଜର ରାଜମହଲ ନିର୍ମାଣ କରାଇଥିଲେ । ଖ୍ରୀ. ୪୯୫ରେ ମୋଗ୍ଗାଲ୍ଲନା ପ୍ରତ୍ୟାକ୍ରମଣ କରି କଶ୍ୟପଙ୍କୁ ପରାସ୍ତ କଲେ ।

କୁଳବଂଶ ଓ ସ୍ଥାନୀୟ ଲୋକକଥାରୁ ଜଣାଯାଏ ଯେ ଯୁଦ୍ଧ ସମୟରେ କଶ୍ୟପ ବସିଥିବା ଯୁଦ୍ଧହସ୍ତୀର ଯୋଜନାବଦ୍ଧ ଗତିକୁ ବୁଝି ନପାରି ତାଙ୍କ ସୈନ୍ୟବାହିନୀ ଭାବିଲେ ଯେ ରାଜା ପୃଷ୍ଠଭଙ୍ଗ ଦେଇଛନ୍ତି । ତେଣୁ ସେନାବାହିନୀ ରାଜାଙ୍କୁ ପରିତ୍ୟାଗ କରିଥିଲେ । ଆତ୍ମସମର୍ପଣ କରିବା ଅପେକ୍ଷା ବୀରର ମୃତ୍ୟୁ ବରଣ କରିବା ଶ୍ରେୟସ୍କର ବୋଲି କଶ୍ୟପ ନିଜ ତରବାରିରେ ନିଜ ଗଳା କାଟି ଆତ୍ମହତ୍ୟା କରିଥିଲେ । ମୋଗ୍ଗାଲ୍ଲନା ଅନୁରାଧାପୁରର ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ ଓ ସିଗିରିୟାକୁ ଏକ ବୌଦ୍ଧ ବିହାରରେ ପରିଣତ କରାଇଲେ ।[୪] ଏହି ବୌଦ୍ଧ ବିହାରଗୁଡ଼ିକ ଖ୍ରୀ. ୧୩ଶ ବା ୧୪ଶ ଶତାବ୍ଦୀ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା । ଏହା ପରବର୍ତ୍ତୀ ସମୟରୁ ଖ୍ରୀ. ୧୬ଶ ବା ୧୭ଶ ଶତାବ୍ଦୀ ପର୍ଯ୍ୟନ୍ତ ସିଗିରିୟା ସମ୍ପର୍କରେ କୌଣସି ଲେଖା ବା ତଥ୍ୟ ମିଳିନାହିଁ । ସେତେବେଳକୁ ସିଗିରିୟା କାଣ୍ଡି ରାଜ୍ୟର ସୀମାରେ ଥିବା ଏକ ସୈନ୍ୟଛାଉଣି ବା ସୀମାଚୌକି ଥିଲା ।

ଅନ୍ୟ ଏକ ମତାନୁଯାୟୀ ରାଜା ଧାତୁସେନଙ୍କଦ୍ୱାରା ଆରମ୍ଭ କରାଯାଇଥିବା ସିଗିରିୟାର ନିର୍ମାଣ କାର୍ଯ୍ୟ ରାଜା କଶ୍ୟପ ନିଜ ପିତାଙ୍କ ସମ୍ମାନରେ ଶେଷ କରିଥିଲେ । ଆଉ ଏକ ମତାନୁଯାୟୀ କଶ୍ୟପ ଜଣେ ଲମ୍ପଟ ରାଜା ଥିଲେ ଓ ସିଗିରିୟାକୁ ନିଜର ଆମୋଦସ୍ଥଳୀ ରୂପେ ବ୍ୟବହାର କରୁଥିଲେ । କାଶ୍ୟପଙ୍କ ମୃତ୍ୟୁ କାହାଣୀକୁ ନେଇ ମଧ୍ୟ ବିବାଦ ରହିଛି । ଜନୈକା ରକ୍ଷିତା ହାତରୁ ବିଷପାନ କରି, ନିଜର ଶେଷ ଯୁଦ୍ଧରେ ସେନାଦ୍ୱାରା ପରିତ୍ୟକ୍ତ ହୋଇ ଆତ୍ମହତ୍ୟା କରି ସେ ମୃତ୍ୟୁ ବରଣ କରିଥିବାର ଦୁଇଟି ଭିନ୍ନ କାହାଣୀ ରହିଛି ।[୫] ଅନ୍ୟ ଏକ ଅନୁମାନ ହେଲା ଯେ ସିଗିରିୟାରେ କେବଳ ବୌଦ୍ଧ ବିହାର ରହିଥିଲା ଓ ଏଠାରେ କୌଣସି ପ୍ରକାରର ଯୁଦ୍ଧ ବା ସୈନିକ କାର୍ଯ୍ୟକଳାପ ନଥିଲା । ପ୍ରାଚୀନ ଶ୍ରୀଲଙ୍କାରେ ମହାଯାନ ଓ ଥେରବାଦ ବୌଦ୍ଧ ପରମ୍ପରାର ପ୍ରତିଯୋଗିତା ଚାଲିଥିବା ସମୟରେ ସିଗିରିୟା ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମସ୍ଥଳୀ ହୋଇଥିବା ଅନୁମାନ କରାଯାଏ ।

ପ୍ରତ୍ନତାତ୍ତ୍ୱିକ ଅବଶେଷ ଓ ତଥ୍ୟ[ସମ୍ପାଦନା]

ସିଂହ ଦ୍ୱାର ଓ ଉପରକୁ ଚଢ଼ି ଯିବାର ରାସ୍ତା
ତୋରଣର ସିଂହ ପଞ୍ଝାର ଚିତ୍ର

ଭୂଚୟନ ଓ ଯୋଜନା[ସମ୍ପାଦନା]

ଭିତ୍ତି ଚିତ୍ର[ସମ୍ପାଦନା]

ପ୍ରସ୍ତର ଉପରେ ଅଙ୍କିତ ଚିତ୍ର


କାନ୍ଥ ଦର୍ପଣ[ସମ୍ପାଦନା]

ଉଦ୍ୟାନ ସମୂହ[ସମ୍ପାଦନା]

ଜଳ ଉଦ୍ୟାନ[ସମ୍ପାଦନା]

ଉଦ୍ୟାନ ମଧ୍ୟରେ ରହିଥିବା କ୍ଷୁଦ୍ର କୃତ୍ରିମ ଜଳାଶୟ


ଶିଳା ଉଦ୍ୟାନ[ସମ୍ପାଦନା]

ସୋପାନ ଉଦ୍ୟାନ[ସମ୍ପାଦନା]

ଅନ୍ୟାନ୍ୟ ତଥ୍ୟ[ସମ୍ପାଦନା]

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Ponnamperuma, Senani (2013). The Story of Sigiriya. Panique Pty Ltd. ISBN 978-0-9873451-1-0.
  2. ୨.୦ ୨.୧ Bandaranayake, Senake; Aramudala, Madhyama Saṃskr̥tika (2005). Sigiriya: City, Palace, Gardens, Monasteries, Painting. Central Cultural Fund. ISBN 978-955-631-146-4.
  3. kasun, Buddhika (October 19, 2017). "Alakamandava, Chithrakuta or Sigiriya at present". Viral Sri Lanka. Archived from the original on |archive-url= requires |archive-date= (help).
  4. Geiger, Wilhelm. Culavamsa Being The More Recent Part Of Mahavamsa 2 Vols, Ch 39. 1929
  5. "The Sigiriya Story". Asian Tribune. Retrieved 2006-11-24.

ଆହୁରି ପଢ଼ିପାରିବେ[ସମ୍ପାଦନା]

ବାହ୍ୟ ଲିଂକ୍[ସମ୍ପାଦନା]