ସାହେବ ଭଟ୍ଟାଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
ସାହେବ ଭଟ୍ଟାଚାର୍ଯ୍ୟ
ଜନ୍ମ (1985-11-17) ୧୭ ନଭେମ୍ବର ୧୯୮୫ (ବୟସ ୩୮)
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୯୬, ୨୦୧୦ - ଏବେଯାଏଁ
ପିତାମାତାସୁବ୍ରତ ଭଟ୍ଟାଚାର୍ଯ୍ୟ (ବାପା)

ସାହେବ ଭଟ୍ଟାଚାର୍ଯ୍ୟ ଜଣେ ଭାରତୀୟ ଅଭିନେତା ଯିଏକି ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ପାଇଁ ଜଣାଶୁଣା ।[୧][୨] ୧୯୯୬ ମସିହାରେ ସେ ପ୍ରଭାତ ରାୟଙ୍କ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ କଥାଚିତ୍ର ଲାଠି ଜରିଆରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩] ପରବର୍ତ୍ତୀ ସମୟରେ ସେ ଗରସ୍ଥାନେ ସାବଧାନ (୨୦୧୦), ଇତି ମୃଣାଳିନୀ (୨୦୧୧), ରୟାଲ ବେଙ୍ଗଲ ରହସ୍ୟ (୨୦୧୧), ଭୀଟୁ (୨୦୧୫), ରୋମାଣ୍ଟିକ୍ ନୋୟେ (୨୦୧୬), ଡବଲ୍ ଫେଲୁଦା (୨୦୧୬), କର୍ଜନେର କଲମ (୨୦୧୭), ଉରାନ ଆଣ୍ଡ ଓସ୍କାର ଭଳି କଥାଚିତ୍ରରେ ଅଭିନୟ କରିଛନ୍ତି ।[୪]

ସେ କିମ୍ବଦନ୍ତୀ ଭାରତୀୟ ଫୁଟ୍‌ବଲ୍ ଖେଳାଳୀ ତଥା ମୋହନ ବାଗାନ କ୍ଲବ୍‍ର ସଦସ୍ୟ ସୁବ୍ରତ ଭଟ୍ଟାଚାର୍ଯ୍ୟଙ୍କ ପୁଅ ।[୫]

ପେଷା[ସମ୍ପାଦନା]

୨୦୦୮ ମସିହାରେ ସାହେବ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ । ୨୦୧୦ ମସିହାରେ ସେ ଗରସ୍ଥାନେ ସାବଧାନ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏବଂ ଏହାପରେ ଇତି ମୃଣାଳିନୀ ଓ ଭୀଟ୍ଟୁ ଭଳି ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ ।[୬]

ଆଧାର[ସମ୍ପାଦନା]

  1. "Saheb Bhattacharya movies, filmography, biography and songs - Cinestaan.com". Cinestaan. Archived from the original on 2019-06-02. Retrieved 2019-06-02.
  2. "Saheb Bhattacharya". gomolo.com. Archived from the original on 2019-06-02. Retrieved 2019-06-02.
  3. "44th National Film Awards". International Film Festival of India. Archived from the original on 5 May 2014. Retrieved 3 June 2019.
  4. Shaheb Bhattacharjee's Oskar is a film to binge on with your family. Times of India.
  5. "Shaheb Bhattacharya: Party party at home on Diwali, attended by father Subrata and mother. Diwali party at actor shaheb bhattacharyas house". pipanews.com. 5 November 2021. Archived from the original on 2 October 2022. Retrieved 2 October 2022.
  6. "Saheb Bhattacharya biography". in.bookmyshow.com. Retrieved 17 January 2018.

ବାହାର ଲିଙ୍କ୍[ସମ୍ପାଦନା]