ସାହାରା (ବଙ୍ଗଳାଦେଶୀ ଅଭିନେତ୍ରୀ)
ସାହାରା | |
---|---|
ଜନ୍ମ | ଢାକା, ବଙ୍ଗଳାଦେଶ | ୧୯ ଜୁନ ୧୯୯୦
ଅନ୍ୟ ନାମ | ନୁରଜାହାନ ଅଖତାର ରୁନା |
ବୃତ୍ତି | ଚଳଚ୍ଚିତ୍ର ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୩–୨୦୧୩ |
ଉଚ୍ଚତା | ୫ ଫୁଟ ୪ ଇଞ୍ଚ |
ବୈବାହିକ-ସାଥୀ | ମାହବୁବୁର ରହମାନ ମନିର |
ସାହାରା (ଜନ୍ମ: ୧୯ ଜୁନ ୧୯୯୦) ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୪ ମସିହାରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ରୁଖେ ଦରୱା । ଏହି ଚଳଚ୍ଚିତ୍ରରେ ସେ ଶକିବ ଖାନଙ୍କ ସହ ଅଭିନୟ କରିଥିଲେ । ବଙ୍ଗଳାଦେଶ କଥାଚିତ୍ର ଜଗତର ଆଧୁନିକ ଯୁଗରେ ଦୁଇ ଜଣ ମହାନ ମୁଖ୍ୟ ନାୟିକାଙ୍କ ମଧ୍ୟରେ ସେ ଅନ୍ୟତମ । ୨୦୦୩ରୁ ଆରମ୍ଭ କରି ତାଙ୍କର ଅଭିନୟ ଯାତ୍ର ୨୦୧୩ ଯାଏଁ ଚାଲିଥିଲା । ସେ ଏହି ୧୦ ବର୍ଷର ସମୟ ଅବଧି ମଧ୍ୟରେ ପାଖାପକାହି ଅର୍ଦ୍ଧ ଶତକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୩ରେ ତାଙ୍କର ଶେଷ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ସେ ଚଳଚ୍ଚିତ୍ର ଜଗତରୁ ସନ୍ୟାସ ନେବର ନିଷ୍ପତ୍ତି ନେଇଥିଲେ । ତେଣୁ ସେ ଏହାପରେ ଆଉ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିନଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୫ରେ ବିବାହ କରିଥିଲେ ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସାହାରା ୧୯ ଜୁନ ୧୯୯୦ରେ ବଙ୍ଗଳାଦେଶର ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ସାହାରାଙ୍କର ଜନ୍ମବେଳେ ନାମ ଥିଲା ନୁରଜାହାନ ଅଖତାର ରୁନା । ସେ ମାତ୍ର ୧୩ ବର୍ଷ ବୟସରେ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ସାହାରା ତାଙ୍କର ଅଭିନୟ ପେଷା ୨୦୦୩ରୁ ଆରମ୍ଭ କରିଥିଲେ । ୨୦୦୪ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ରୁଖେ ଦରାଓ ଚଳଚ୍ଚିତ୍ର ଜରିଆରେ ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ବିଗତ ଦଶନ୍ଧିର ମଧ୍ୟ ଭାଗରେ ବଙ୍ଗଳାଦେଶ ଚଳଚ୍ଚିତ୍ର ଜଗତରେ ଚାଲୁଥିବା ଆକ୍ସନ ଚଳଚ୍ଚିତ୍ରରେ ସାହାରାଙ୍କର ଯୋଗଦାନ ଅନେକ ଥିଲା । ସେ ସେତେବେଳର ବଙ୍ଗଳାଦେଶ କଥାଚିତ୍ର ଜଗତରେ ଏକ ନୂଆ ପରିବର୍ତ୍ତନ ଆଣିଦେଇଥିଲେ । ମାତ୍ର ସେତେବେଳେ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ରୁଖେ ଦରାଓ ଆଶାଜନକ ବ୍ୟବସାୟ କରିପାରିନଥିଲା । ତାଙ୍କର ସଙ୍କୀର୍ଣ୍ଣତା ପାଇଁ ଏହି ଚଳଚ୍ଚିତ୍ରଟି ବିଫଳ ହୋଇଥିଲା ବୋଲି ସମୀକ୍ଷକମାନେ ମତ ପୋଷଣ କରିଥିଲେ ।
ଏହାପରେ ତାଙ୍କ ଉପରେ ଅଧିକ ଚାପ ପଡ଼ିଥିଲା ଏବଂ ସେ ତାଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ସହ ପରବର୍ତ୍ତୀ ଚଳଚ୍ଚିତ୍ରରେ କିଛି ଅଙ୍ଗ ପ୍ରଦର୍ଶନ କରିଥିଲେ । ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଥିଲା ଭରତେ ଖୁନି । ଏହି ଚଳଚ୍ଚିତ୍ରଟି ମଧ୍ୟ ସେତେଟା ସଫଳ ହୋଇପାରିନଥିଲା । ମାତ୍ର ଏହି ଚଳଚ୍ଚିତ୍ରରେ ତାଙ୍କର ଅଙ୍ଗ ପ୍ରଦର୍ଶନ, ପୋଷାକ ପରିଧାନ ଏବଂ ଆକର୍ଷଣୀୟ ଚେହେରା ତାଙ୍କୁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସାହାଯ୍ୟ କରିଥିଲା । ତାଙ୍କର ବେଶଭୁଷାରେ ଏହି ପରିବର୍ତ୍ତନ ତାଙ୍କୁ ତାଙ୍କର ଆଶାନୁରୂପ ବଡ଼ ଚଳଚ୍ଚିତ୍ରରେ ସ୍ଥାନିତ କରିଥିଲା ।
ଏହା ପରେ ସେ ସେହି ଯୁଗର ଚର୍ଚ୍ଚିତ ଆକ୍ସନ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିଲେ । ତା' ଭିତରେ ଗୋଟିଏ ହେଉଛି ବିଶାକ୍ତ ଚୋଖ । ଏହି ଚଳଚ୍ଚିତ୍ରଟି ସେହି ସମୟରେ ଅଧିକ ବ୍ୟୟବହୁଳ କଥାଚିତ୍ର ଥିଲା । ଏହି ଚଳଚ୍ଚିତ୍ରଟିରେ ସେତେବେଳର ପ୍ରମୁଖ ଚଳଚ୍ଚିତ୍ର ତାରକା ରୁବେଲ ଏବଂ ରେଆଜ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ସାହାରାଙ୍କର ଅଭିନୟ ତାଙ୍କର ଏକ ବଡ଼ ପରିଚୟ ସୃଷ୍ଟି କରିବା ସହ ଅନେକଙ୍କୁ ଆକର୍ଷିତ କରିଥିଲେ । ଏହି ଚଳଚ୍ଚିତ୍ରରେ ସାହାରା ତାଙ୍କର ମନର ସଙ୍କୀର୍ଣ୍ଣତାଙ୍କୁ ସମ୍ପୂର୍ଣ୍ଣ ଦୂରେଇ ଦେଇ ଅଭିନେତା ରୁବେଲଙ୍କ ସହ ଏକ କାମମୟ ଗୀତରେ ଅଭିନୟ କରିଥିଲେ । ଏହି ଗୀତଟି ତାଙ୍କୁ ଅନେକ ସଫଳତା ଦେଇଥିଲା ଏବଂ ବଙ୍ଗଳା କଥାଚିତ୍ର ଜଗତରେ ପ୍ରତିଷ୍ଠିତ ହେବାର ମାର୍ଗ ଉନ୍ମୁକ୍ତ କରି ଦେଇଥିଲା ।
ଏହାପରେ ସେ ଅନେକ ରୋମାଣ୍ଟିକ ଗୀତରେ ଅଭିନୟ କରିଥିଲେ । ଏପରିକି କିଛି ଆଇଟମ ଗୀତରେ ମଧ୍ୟ ସେ ଅଭିନୟ କରିଥିଲେ । ୨୦୦୮ରେ ସାହାରାଙ୍କୁ ସବୁ ନିର୍ଦ୍ଦେଶକ ରୋମାଣ୍ଟିକ ଚଳଚ୍ଚିତ୍ରରେ ନେବା ପାଇଁ ଚାହୁଁଥିଲେ । ସେ ୨୦୦୮ରେ ପ୍ରିୟା ଆମାର ପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ବଙ୍ଗଳାଦେଶର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଥିଲା ।
ଅଭିନୀତ କଥାଚିତ୍ର
[ସମ୍ପାଦନା]- ରୁଖେ ଦରାଓ
- ଭାରତେ ଖୁନି
- ଲାଲୁ କୋସାଇ
- ଧୋର ସଇତାନ
- ବିଶାକ୍ତ ଚୋଖ
- ଲକି ୭
- ଜଦ୍ରେଲ
- ଅଭିଶାପ ରାତ୍
- ଓଶ୍ରୋଧାରୀ ରାଣା
- ବାଂଲାର ଡନ୍
- ମସ୍ତାନ ନଂ ୱାନ
- ଚକ୍କୋର
- ବନ୍ଧୁ ନାୟକ
- ଡାମ କେୟାର
- ନଷ୍ଟ ଶତ୍ରୁ
- ତିନ୍ ବାଦଶାହା
- ମଇଦାନ
- ଶାନ୍ତୋ କେନୋ ଅଶାନ୍ତୋ
ଆଧାର
[ସମ୍ପାଦନା]- ↑ সাহারার নতুন ফ্যাশন হাউজে তারার মেলা. Channel i (in Bengali). Retrieved 12 August 2021.
- ↑ "The Promising Shahara". banglamovier (Blog). 28 September 2012.