ସାହାରା (ବଙ୍ଗଳାଦେଶୀ ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ସାହାରା
ଜନ୍ମ (1990-06-19) ୧୯ ଜୁନ ୧୯୯୦ (ବୟସ ୩୩)
ଅନ୍ୟ ନାମନୁରଜାହାନ ଅଖତାର ରୁନା
ବୃତ୍ତିଚଳଚ୍ଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୩–୨୦୧୩
ଉଚ୍ଚତା୫ ଫୁଟ ୪ ଇଞ୍ଚ
ବୈବାହିକ-ସାଥୀମାହବୁବୁର ରହମାନ ମନିର

ସାହାରା (ଜନ୍ମ: ୧୯ ଜୁନ ୧୯୯୦) ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୪ ମସିହାରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ରୁଖେ ଦର‌ୱା । ଏହି ଚଳଚ୍ଚିତ୍ରରେ ସେ ଶକିବ ଖାନଙ୍କ ସ‌ହ ଅଭିନୟ କରିଥିଲେ । ବଙ୍ଗଳାଦେଶ କଥାଚିତ୍ର ଜଗତର ଆଧୁନିକ ଯୁଗରେ ଦୁଇ ଜଣ ମହାନ ମୁଖ୍ୟ ନାୟିକାଙ୍କ ମଧ୍ୟରେ ସେ ଅନ୍ୟତମ । ୨୦୦୩ରୁ ଆରମ୍ଭ କରି ତାଙ୍କର ଅଭିନୟ ଯାତ୍ର ୨୦୧୩ ଯାଏଁ ଚାଲିଥିଲା । ସେ ଏହି ୧୦ ବର୍ଷର ସମୟ ଅବଧି ମଧ୍ୟରେ ପାଖାପକାହି ଅର୍ଦ୍ଧ ଶତକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୩ରେ ତାଙ୍କର ଶେଷ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ସେ ଚଳଚ୍ଚିତ୍ର ଜଗତରୁ ସନ୍ୟାସ ନେବର ନିଷ୍ପତ୍ତି ନେଇଥିଲେ । ତେଣୁ ସେ ଏହାପରେ ଆଉ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିନଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୫ରେ ବିବାହ କରିଥିଲେ ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସାହାରା ୧୯ ଜୁନ ୧୯୯୦ରେ ବଙ୍ଗଳାଦେଶର ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ସାହାରାଙ୍କର ଜନ୍ମ‌ବେଳେ ନାମ ଥିଲା ନୁରଜାହାନ ଅଖତାର ରୁନା । ସେ ମାତ୍ର ୧୩ ବର୍ଷ ବୟସରେ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ସାହାରା ତାଙ୍କର ଅଭିନୟ ପେଷା ୨୦୦୩ରୁ ଆରମ୍ଭ କରିଥିଲେ । ୨୦୦୪ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ରୁଖେ ଦରାଓ ଚଳଚ୍ଚିତ୍ର ଜରିଆରେ ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ବିଗତ ଦଶନ୍ଧିର ମଧ୍ୟ ଭାଗରେ ବଙ୍ଗଳାଦେଶ ଚଳଚ୍ଚିତ୍ର ଜଗତରେ ଚାଲୁଥିବା ଆକ୍ସନ ଚଳଚ୍ଚିତ୍ରରେ ସାହାରାଙ୍କର ଯୋଗଦାନ ଅନେକ ଥିଲା । ସେ ସେତେବେଳର ବଙ୍ଗଳାଦେଶ କଥାଚିତ୍ର ଜଗତରେ ଏକ ନୂଆ ପରିବର୍ତ୍ତନ ଆଣିଦେଇଥିଲେ । ମାତ୍ର ସେତେବେଳେ ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ରୁଖେ ଦରାଓ ଆଶାଜନ‌କ ବ୍ୟବସାୟ କରିପାରିନଥିଲା । ତାଙ୍କର ସଙ୍କୀର୍ଣ୍ଣତା ପାଇଁ ଏହି ଚଳଚ୍ଚିତ୍ରଟି ବିଫଳ ହୋଇଥିଲା ବୋଲି ସମୀକ୍ଷକମାନେ ମତ ପୋଷଣ କରିଥିଲେ ।

ଏହାପରେ ତାଙ୍କ ଉପରେ ଅଧିକ ଚାପ ପଡ଼ିଥିଲା ଏବଂ ସେ ତାଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ସ‌ହ ପରବର୍ତ୍ତୀ ଚଳଚ୍ଚିତ୍ରରେ କିଛି ଅଙ୍ଗ ପ୍ରଦର୍ଶନ କରିଥିଲେ । ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଥିଲା ଭରତେ ଖୁନି । ଏହି ଚଳଚ୍ଚିତ୍ରଟି ମଧ୍ୟ ସେତେଟା ସଫଳ ହୋଇପାରିନଥିଲା । ମାତ୍ର ଏହି ଚଳଚ୍ଚିତ୍ରରେ ତାଙ୍କର ଅଙ୍ଗ ପ୍ରଦର୍ଶନ, ପୋଷାକ ପରିଧାନ ଏବଂ ଆକର୍ଷଣୀୟ ଚେହେରା ତାଙ୍କୁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସାହାଯ୍ୟ କରିଥିଲା । ତାଙ୍କର ବେଶଭୁଷାରେ ଏହି ପରିବର୍ତ୍ତନ ତାଙ୍କୁ ତାଙ୍କର ଆଶାନୁରୂପ ବଡ଼ ଚଳଚ୍ଚିତ୍ରରେ ସ୍ଥାନିତ କରିଥିଲା ।

ଏହା ପରେ ସେ ସେହି ଯୁଗର ଚର୍ଚ୍ଚିତ ଆକ୍ସନ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିଲେ । ତା' ଭିତରେ ଗୋଟିଏ ହେଉଛି ବିଶାକ୍ତ ଚୋଖ । ଏହି ଚଳଚ୍ଚିତ୍ରଟି ସେହି ସମୟରେ ଅଧିକ ବ୍ୟୟବ‌ହୁଳ କଥାଚିତ୍ର ଥିଲା । ଏହି ଚଳଚ୍ଚିତ୍ରଟିରେ ସେତେବେଳର ପ୍ରମୁଖ ଚଳଚ୍ଚିତ୍ର ତାରକା ରୁବେଲ ଏବଂ ରେଆଜ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ସାହାରାଙ୍କର ଅଭିନୟ ତାଙ୍କର ଏକ ବଡ଼ ପରିଚୟ ସୃଷ୍ଟି କରିବା ସ‌ହ ଅନେକଙ୍କୁ ଆକର୍ଷିତ କରିଥିଲେ । ଏହି ଚଳଚ୍ଚିତ୍ରରେ ସାହାରା ତାଙ୍କର ମନର ସଙ୍କୀର୍ଣ୍ଣତାଙ୍କୁ ସମ୍ପୂର୍ଣ୍ଣ ଦୂରେଇ ଦେଇ ଅଭିନେତା ରୁବେଲଙ୍କ ସ‌ହ ଏକ କାମମୟ ଗୀତରେ ଅଭିନୟ କରିଥିଲେ । ଏହି ଗୀତଟି ତାଙ୍କୁ ଅନେକ ସଫଳତା ଦେଇଥିଲା ଏବଂ ବଙ୍ଗଳା କଥାଚିତ୍ର ଜଗତରେ ପ୍ରତିଷ୍ଠିତ ହେବାର ମାର୍ଗ ଉନ୍ମୁକ୍ତ କରି ଦେଇଥିଲା ।

ଏହାପରେ ସେ ଅନେକ ରୋମାଣ୍ଟିକ ଗୀତରେ ଅଭିନୟ କରିଥିଲେ । ଏପରିକି କିଛି ଆଇଟମ ଗୀତରେ ମଧ୍ୟ ସେ ଅଭିନୟ କରିଥିଲେ । ୨୦୦୮ରେ ସାହାରାଙ୍କୁ ସବୁ ନିର୍ଦ୍ଦେଶକ ରୋମାଣ୍ଟିକ ଚଳଚ୍ଚିତ୍ରରେ ନେବା ପାଇଁ ଚାହୁଁଥିଲେ । ସେ ୨୦୦୮ରେ ପ୍ରିୟା ଆମାର ପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ବଙ୍ଗଳାଦେଶର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଥିଲା ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ରୁଖେ ଦରାଓ
  • ଭାରତେ ଖୁନି
  • ଲାଲୁ କୋସାଇ
  • ଧୋର ସଇତାନ
  • ବିଶାକ୍ତ ଚୋଖ
  • ଲକି ୭
  • ଜଦ୍ରେଲ
  • ଅଭିଶାପ ରାତ୍
  • ଓଶ୍ରୋଧାରୀ ରାଣା
  • ବାଂଲାର ଡନ୍
  • ମସ୍ତାନ ନଂ ୱାନ
  • ଚକ୍କୋର
  • ବନ୍ଧୁ ନାୟକ
  • ଡାମ କେୟାର
  • ନଷ୍ଟ ଶତ୍ରୁ
  • ତିନ୍ ବାଦଶାହା
  • ମଇଦାନ
  • ଶାନ୍ତୋ କେନୋ ଅଶାନ୍ତୋ

ଆଧାର[ସମ୍ପାଦନା]

  1. সাহারার নতুন ফ্যাশন হাউজে তারার মেলা. Channel i (in Bengali). Retrieved 12 August 2021.
  2. "The Promising Shahara". banglamovier (Blog). 28 September 2012.